ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳୁଛି, ଅବାନ୍ତର କଥା ଶୁଣିବା ଦେହସୁହା ହେଲାଣି

ଭୁବନେଶ୍ୱର : (ହେମନ୍ତ ମହାନ୍ତି) କିଛି ଦିନ ହେବ ଅଭାବନୀୟ ଦୃଶ୍ୟ ସବୁ ଦେଖିବାକୁ ଓ ଶୁଣିବାକୁ ମିଳୁଛି ମିଳୁଛି !! ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା କହିଲେ ୧୯୫୧ମସିହାରେ ଦେଶ ସ୍ବାଧୀନ ହୋଇଥିଲା। କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ କହିଲେ ୧୯୭୫ମସିହାରେ ଦେଶ ସ୍ୱାଧୀନ ହେଲା। ସାଂସଦ କଙ୍ଗନା ରାଣାୱତ୍ କହିଥିଲେ ଯେ, ୨୦୧୪ମସିହାରେ ଦେଶ ସ୍ବାଧୀନ ହେଲା। ଏବିଭିପିର ଗୋଟେ ଝିଅ ଲଲନଟପ୍ ୟୁଟ୍ୟୁବରେ ଆମକୁ ସ୍ୱାଧିନତା ଲିଜ୍ ଆକାରରେ ମିଳିଛି ବୋଲି କହିଥିଲେ। ହେଲେ ମୋ ସ୍କୁଲରେ ସାର୍ କହିଥିଲେ ୧୯୪୭ ମସିହାରେ ଦେଶ ସ୍ୱାଧୀନ ହୋଇଥିଲା ଓ ଯାହାକୁ ଆମେ ଏପର୍ଯ୍ୟନ୍ତ ବିଶ୍ୱାସ କରି ଆସିଥିଲୁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ. ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ରାଜସ୍ୱ ମନ୍ତ୍ରୀ ସବୁ ଆଖି ଖୋଲିଲି ଦେଖୁଛନ୍ତି, ହେଲେ କେହି ଦେଖି ପାରିଲେ ନାହିଁ ରେ ତ୍ରିରଙ୍ଗା କୁ ତିରଙ୍ଗା ଲେଖାଯାଇଛି। ଯେମିତି ବଦନାମ କୁ କିଛି ଲୋକ ବଦଲାମ୍ କହନ୍ତି ଓ ଆମେ ଚଳେଇ ନେଉ। 😊 ରାଜସ୍ବ ମନ୍ତ୍ରୀ ସୂରେଶ ପୂଜାରୀ ଏହା ଭିତରେ ଓଡ଼ିଆ ଲେଖିବା ଭୁଲିଗଲେଣି। ‘ଭ’ ଲେଖିପାରିବେ ନାହିଁ ଯେ ତାଙ୍କୁ ମୁଖ୍ୟମନ୍ତ୍ରୀ,ଉପମୁଖ୍ୟମନ୍ତ୍ରୀ ଙ୍କୁ କହିବାକୁ ପଡିଲା ‘ଭ’ ଏମିତି ଲେଖନ୍ତୁ ବୋଲି।
ତାଛଡ଼ା ପୁରା ଧାଡ଼ିଏ ‘ଭାରତ ମାତା କି ଜୟ’ ଲେଖିବାକୁ କେତେ ପରିଶ୍ରମ କରିବାକୁ ପଡୁଥିଲା ଦେଖି ଲଜ୍ଜାରେ ମୁଣ୍ଡ ତଳକୁ ହେଇଯାଉଥିଲା। 😞
ଏମାନେ ସବୁ ଓଡ଼ିଆ ଭାଷା ଓ ଅସ୍ମିତା ଲାଞ୍ଜ ଧରି ଶାସନ କ୍ଷମତାରେ ବସିଛନ୍ତି।
ଓଡ଼ିଆ ଭାଷା ଓ ଅସ୍ମିତାର ପ୍ରମୁଖ ଠିକାଦାର ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଘର ହାଲଚାଲ୍ ଏବେ ଶାନ୍ତ !!
କିଛି ପେଟି ଠିକାଦାର ମାନଙ୍କ ଆଉ କାତ ପାଉନି। କିଛି ଗରିଷ୍ଠ ସାମ୍ବାଦିକ ଯେଉଁମାନେ ତିଳ ରୁ ତାଳ ଯାଏଁ ଆଲୋଚନା କରିବାକୁ ଟିଭିକୁ ମାଡ଼ି ବସିଛନ୍ତି, ସବୁ ଏବେ ମୂକ ବଧିର !!