ପ୍ରକୃତ ଏନସିପି ବୋଲି ଭୋଟର କାହାକୁ ଭାବୁଛନ୍ତି…ସେ ନେଇ ଆସିଲା ରିପୋର୍ଟ…ଜାଣନ୍ତୁ କିଏ ଦଳର ଅସଲ ମାଲିକ..
ମୁମ୍ବାଇ – ଶରଦ ପାଓ୍ୱାରଙ୍କ ପୁତୁରା ଦଳର ସଂଖ୍ୟାଧିକ ବିଧାୟକଙ୍କୁ ନେଇ ଚାଲିଯିବା ପରେ ଏନସିପି ଦୁଇ ଭାଗ ହୋଇଯାଇଛି। ଗୋଟିଏ ଭାଗ ଶରଦ ପାଓ୍ୱାର, ସୁପ୍ରିୟା ସୁଲେ, ରୋହିତ ପାଓ୍ୱାର ଏବଂ ଜୟନ୍ତ ପାଟିଲଙ୍କ ପାଖରେ ରହିଛି। ଅନ୍ୟ ଭାଗଟି ଅଜିତ ପାଓ୍ୱାର , ଛଗନ ଭୁଜଭଳ ଭଳି ବରିଷ୍ଠ ନେତାଙ୍କ ସହ ରହିଛି। ହେଲେ ଏନସିପିର ଭୋଟର ଏବଂ ମହାରାଷ୍ଟ୍ରର ଜନସାଧାରଣଙ୍କ ମନରେ କିଏ ପ୍ରକୃତ ଏନସିପି ବୋଲି କୌତୁହଳ ଲାଗି ରହିଛି. ଏହି ପରିପ୍ରେକ୍ଷୀରେ ସି-ଭୋଟର ଏକ ସର୍ଭେକ୍ଷଣ କରିଛି। ସାଧାରଣ ଭୋଟର କାହାକୁ ପ୍ରକୃତ ଏନସିପି ବୋଲି ଭାବୁଛନ୍ତି, ସେ ନେଇ ଚକିତ କରିଦେବା ଭଳି ଉତ୍ତର ଆସିଛି। ସି-ଭୋଟର ସର୍ଭେରେ ଭାଗ ନେଇଥିବା ପ୍ରାୟ ୬୬ ପ୍ରତିଶତ ଭୋଟର ଶରଦ ପାଓ୍ୱାରଙ୍କ ଗୋଷ୍ଠୀକୁ ପ୍ରକୃତ ଏନସିପି ବୋଲି କହିଛି। ମାତ୍ର ୨୫ ପ୍ରତିଶତ ବୋଟର ଅଜିତ ପାଓ୍ୱାରଙ୍କ ଗୋଷ୍ଠୀକୁ ପ୍ରକୃତ ଦଳ ଭାବୁଥିଲା ବେଳେ ୯ ପ୍ରତିଶତ ଏ ସମ୍ପର୍କରେ ଜାଣିପାରୁ ନ ଥିବା କହିଛନ୍ତି।