କାହିଁକି ବଦଳି ହେଲେ ଆଇଏଏସ୍ ଅଧିକାରୀ ବି ପରମେଶ୍ୱରନ୍, କାହାକୁ ଦେଉଥିଲେ ଫାଇଦା ଜାଣନ୍ତୁ…..

ଭୁବନେଶ୍ୱର : ଦୁଇଦିନ ତଳେ ରାଜ୍ୟ ଆଇଏଏସ୍ ପ୍ରଶାସନରେ କାର୍ଯ୍ୟରତ କେତେଜ ଣ ହାତଗଣତି ଅଫିସରଙ୍କ ବଦଳି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିରେ ଆଇଏଏସ୍ ଅଧିକାରୀ ବି ପରମେଶ୍ୱରଙ୍କ ନାଁ ମଧ୍ୟ ରହିଥିଲା। ସେ ଗୁରୁତ୍ୱପୂର୍ଣ୍ଣ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଥିଲେ। କେନ୍ଦ୍ର ଏବଂ ରାଜ୍ୟ ଦ୍ୱାରା ପରିଚାଳିତ ଜଳ ଜୀବନ ମିଶନ କାର୍ଯ୍ୟକ୍ରମ ତଦାରଖ କରୁଥିଲେ। ହେଲେ ହଠାତ ତାଙ୍କୁ କଟକ ସ୍ଥିତ ଚକବନ୍ଦୀରେ ନିଯୁକ୍ତି ଦିଆଗଲା। ତାଙ୍କ ବିରୋଧରେ ପିଏମଓ ଓ କେନ୍ଦ୍ରର ଜଳ ସଂସାଧନ ମନ୍ତ୍ରଣାଳୟରୁ ଆସିଥିବା ଅଭିଯୋଗ ଆଧାରରେ ଏହା କରାଯାଇଥିବା ଚର୍ଚ୍ଚା ହୋଇଛି।

https://x.com/OdishaPatrika/status/1711402722296291607?s=20

ମିଳିଥିବା ସୂଚନା ଅନୁଯାୟୀ, ଜଳଜୀବନ ମିଶନରେ ଏକ ନିର୍ଦ୍ଦିଷ୍ଟ କମ୍ପାନୀକୁ ଫାଇଦା ପହଞ୍ଚାଇବା ପାଇଁ ସେ କାମ କରୁଥିଲେ। ଯାହାକୁ ନେଇ ଜଣେ ସାଂସଦ କେନ୍ଦ୍ରୀୟ ପ୍ରଶାସନ ଓ ପିଏମଓର ଦୃଷ୍ଟି ଆକର୍ଷଣ କରିଥିଲେ। ଏନେଇ ସମସ୍ତ ତଥ୍ୟ ପ୍ରମାଣ ଅନୁସନ୍ଧାନ କରିବା ପରେ ତାଙ୍କୁ ରାତି ଅଧିଆ ବଦଳି କରାଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *