ପଟ୍ଟନାୟକ ପରିବାର ବିବାଦ : ବଦଳିବେ କି ଆଡଭୋକେଟ୍ ଜେନେରାଲ !!!

ଭୁବନେଶ୍ୱର : ସ୍ୱାଧୀନତା ପରେ ରାଜ୍ୟକୁ ଦୁଇ ପଟ୍ଟନାୟକ ପରିବାର ପ୍ରାୟ ୪୫ ବର୍ଷ ଓଡ଼ିଶାକୁ ଶାସନ କରିଲେଣି। ଏହା ମଧ୍ୟରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୩ ବର୍ଷ ପୂରଣ କରିସାରିଲେଣି। ପୂର୍ବରୁ ବିଜୁ ପଟ୍ଟନାୟକ ୭ ବର୍ଷ ୧୨୧ ଦିନ ଏବଂ ଜାନକୀ ବଲ୍ଲଭ ପଟ୍ଟନାୟକ ପ୍ରାୟ ୧୪ବର୍ଷ ମୁଖ୍ୟମନ୍ତ୍ରୀ ରହିଥିଲେ। ବିଜୁ ପଟ୍ଟନାୟକ ପ୍ରଥମେ ହିଁ କେନ୍ଦୁଝର ପଟ୍ଟନାୟକ ପରିବାରକୁ ଖଣି ଲିଜ୍ ଦେବାରେ ପ୍ରମୁଖ ଭୂମିକା ନେଇଥିଲେ। ଏହା ପରେ ଜାନକୀ ବାବୁଙ୍କ ଶାସକ କାଳରେ କେନ୍ଦୁଝର ପଟ୍ଟନାୟକ ପରିବାର କାଟତି ସାରା ଓଡ଼ିଶା ଦେଖିଛି। ଜନତା ଦଳର ସରକାର ଆସିବା ପରେ କେନ୍ଦୁଝର ପଟ୍ଟନାୟକ ପରିବାରକୁ ବିଜୁ ପଟ୍ଟନାୟକ ସୁରକ୍ଷା ଦେବାରେ କୌଣସି ହେଳା କରି ନ ଥିଲେ। ଏମିତି କି ସୌମ୍ୟ ପଟ୍ଟନାୟକଙ୍କ ସଂସ୍ଥା ଉପରେ ଚଢଉ ପୂର୍ବରୁ ଆଗୁଆ ସୂଚନା ଦେଇ ଦେଉଥିଲେ। ସାମ୍ପ୍ରତିକ ସ୍ଥିତିରେ ଏହି କଥା ବହୁ ମହତ୍ତ୍ୱ ରଖିଛି।

ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ସଂସ୍ଥା ଉପରେ ଚଢଉ ହୋଇଛି ସତ। ହେଲେ ବିଜେଡି ଭିତରେ ତାଙ୍କୁ କୁଆଡେ ସମର୍ଥନ ରହିଛି ବୋଲି ସେ ଦାବି କରୁଛନ୍ତି। ତାଙ୍କ ସଂସ୍ଥାର ବହୁ ଲୋକ ବିଜେଡିରେ ରହିଛନ୍ତି। ଠିକ୍ ସମୟରେ ବିଜେଡିକୁ ପାନେ ଦେବା ପାଇଁ ସେମାନେ ସୌମ୍ୟଙ୍କ ଇସାରାକୁ ଅପେକ୍ଷା କରିଛନ୍ତି। ସେହିପରି ପଟ୍ଟନାୟକ ପରିବାରର ପାରିବାରିକ ବନ୍ଧୁ ଅଶୋକ ପରିଜା ବର୍ତ୍ତମାନ ରାଜ୍ୟର ଆଡଭୋକେଟ୍ ଜେନେରାଲ ରହିଛନ୍ତି। ତାଙ୍କ ନିଯୁକ୍ତି ପଛରେ ବିଭିନ୍ନ ମହଲ ଲବି ପଛରେ ପଟ୍ଟନାୟକ ପରିବାରର ମଧ୍ୟ ଲବି ରହିଥିଲା। ତେଣୁ ରାଜ୍ୟ ସରକାର ଆଗାମୀ ଦିନରେ ଶ୍ରୀ ପରିଜାଙ୍କ ଉପରେ ପୂର୍ବ ବିଶ୍ୱାସ ରଖିବେ କି ନାହିଁ, ତାହା ଏବେ ସଚିବାଳୟ, ଖାରବେଳ ଭବନ ଏବଂ କଟକ ହାଇକୋର୍ଟ ଗଳିରେ ଚର୍ଚ୍ଚାର କାରଣ ହୋଇଛି।

One thought on “ପଟ୍ଟନାୟକ ପରିବାର ବିବାଦ : ବଦଳିବେ କି ଆଡଭୋକେଟ୍ ଜେନେରାଲ !!!”