ଅତିଥି ସଂପାଦକୀୟ: ବାଂଲାଦେଶ, ଶେଖ୍ ହସିନା ଓ ସାଧାରଣ ଜନତା

ନୂଆଦିଲ୍ଲୀ : ବଙ୍ଗଳା ଦେଶର ଆନ୍ଦୋଳନ ଏକ ଗଣ ଅଭୂତ୍ଥାନ ଶେଖ ହାସିନାଙ୍କ ୧୫ ବର୍ଷ ଧରି ଏକଛତ୍ରବାଦ ଶାସନ ବିରୁଦ୍ଧରେ ସମଗ୍ରଛାତ୍ର ଓ ଯୁବ ସମାଜ ବିଦ୍ରୋହୀ ହେଇ ଉଠିଥିଲେ ।ଯେଉଁ ହସିନା ବାପା ମୁଜିବୁର ରହମନଙ୍କ ସମେତ ତାଙ୍କର ପରିବାରର ଗଣହତ୍ୟା ପରେ ଦେଶାନ୍ତର ହେଇଥିଲେ, ସେ ପୁଣି କ୍ଷମତାକୁ ଫେରିଥିଲେ ଗଣତନ୍ତ୍ରର ରକ୍ଷା କରିବା ପାଇଁ । ପ୍ରଥମେ ବଙ୍ଗଳା ଦେଶ ଜାତୀୟ ଦଳ ଓ ଅନ୍ୟାନ୍ୟ କମ୍ୟୁନିଷ୍ଟ ଗୋଷ୍ଠୀ , ବାମପନ୍ଥୀ ଗୋଷ୍ଠୀ , ସଚେତନ ନାଗରିକ , ସାମାଜିକ କର୍ମୀ ଙ୍କ ସହ ସାମିଲ ହେଇ ମୁଜିବୁର ରହମନଙ୍କ ପରେ ପ୍ରତିଷ୍ଠିତ ସାମରିକ ଶାସନକୁ ହଟେଇ ଥିଲେ ଓ ୧୯୯୬- ୨୦୦୧ ପର୍ଯ୍ୟନ୍ତ ପ୍ରଧାନ ମନ୍ତ୍ରୀ ହେଇଥିଲେ । ମଝିରେ ଖାଲିଦା  ଦୁଇ ଥର ପ୍ରଧାନମନ୍ତ୍ରୀ ହେଇଥିଲେ । ୨୦୦୯ରୁ ଏପର୍ଯ୍ୟନ୍ତ ପୁଣି ସେ କ୍ଷମତା କୁ ଆସିଥିଲେ । ପ୍ରଥମ କିଛି ବର୍ଷ ଶାସନରେ ବଙ୍ଗଳା ଦେଶ ଶିକ୍ଷା ଓ ଶିଳ୍ପ ରେ ବହୁତ ଅଗ୍ରଗତି କରିଥିଲେ । କିନ୍ତୁ କ୍ରମବର୍ଧମାନ ଶିକ୍ଷିତ ବେକାରୀ ସମସ୍ୟା ଯୋଗୁଁ ସେ ନିଜର ଲୋକ ପ୍ରିୟତା ହରେଇ ଥିଲେ । ଛାତ୍ର ଯୁବକମାନେ ଆନ୍ଦୋଳନ କରୁଥିଲେ । କିନ୍ତୁ ହସିନା ଆଲୋଚନା ପରିବର୍ତ୍ତେ ସେନା ଓ ପୋଲିସ ମାଧ୍ୟମରେ ଆନ୍ଦୋଳନକୁ  ଦବେଇବା ଚେଷ୍ଟା କରିଥିଲେ । ୨୦୧୮ ମସିହାରେ ସରକାରୀ ଚାକିରୀରେ ୭୦%
ସଂରକ୍ଷଣ ବ୍ୟବସ୍ଥା ଛାତ୍ର ଓ ଯୁବ ଆନ୍ଦୋଳନକୁ ତେଜି ଥିଲା । ତେଣୁ ଏହାକୁ ପ୍ରତ୍ୟାହାର କରି ନେଇଥିଲେ ।
ଅନ୍ୟ ପକ୍ଷରେ ନିଜ ଦଳର ନେତା ହାଇକୋର୍ଟରେ ଚ୍ୟାଲେଞ୍ଜ କରି ପୁଣି ସଂରକ୍ଷଣକୁ ପୁନଃ ଲାଗୁ କରାଇଥିଲେ । ଏହା ନିଆଁରେ ଘିଅ ଢାଳିଲା ଭଳି ହେଇଥିଲା । ମାସେ ହେଲା ଏହି ପର୍ଯ୍ୟାୟ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଏହି ଆନ୍ଦୋଳନକୁ ଦବେଇବା ପାଇଁ ସ୍କୁଲକଲେଜ ବନ୍ଦ କରିଥିଲେ । ତଥାପି ଛାତ୍ରମାନେ ଆନ୍ଦୋଳନ କରିବାରୁ ପ୍ରଥମେ ୮ ଜଣ ଛାତ୍ରଙ୍କୁ ପୋଲିସ ହତ୍ୟା କଲା । ହାସିନାଙ୍କ  ଦୋଷୀକୁ ଦଣ୍ତ ଦିଆ ଯିବ ଘୋଷଣା ସତ୍ତ୍ୱେ ଆନ୍ଦୋଳନ ରୋକିଲା ନାହିଁ । କର୍ଫ୍ୟୁ ମଧ୍ୟ ରୋକି ପାରିଲା ନାହିଁ ।
ଇତିମଧ୍ୟରେ ପ୍ରାୟ ୩୦୦ ମୃତ୍ୟୁ ବରଣ କଲେଣି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ
ସଂରକ୍ଷଣ କୁ ସୁପ୍ରିମକୋର୍ଟ ରଦ୍ଦ କରି ଦେଇଥିଲେ । ୯୨ % ରେ କୌଣସି ସଂରକ୍ଷଣ ନଥିଲା । କିନ୍ତୁ ସେତେବେଳକୁ ପରିସ୍ଥିତି ହାସିନା କିମ୍ବା ସେନା ନିୟନ୍ତ୍ରଣରେ ନ ଥିଲା ।
ସଂରକ୍ଷଣ ଆଉ ମୂଳ ମୁଦ୍ଦା ରହିଲା ନାହିଁ । ଏକଛତ୍ରବାଦ ହଟେଇବା ପ୍ରଶ୍ନ Centre Stage କୁ ଆସିଗଲା । ଏଥିରେ ବଙ୍ଗଳା ଦେଶର ବୁଦ୍ଧିଜୀବୀ , ସେନା, ପୋଲିସ, ସାଧାରଣ ଜନତା ମଧ୍ୟ ସାମିଲ ହେଇଗଲେ ।
ବିଗତ ସାଧାରଣ ନିର୍ବାଚନରେ ଶେଖ ହସିନା ଯେମିତି ମୁଖ୍ୟ ବିରୋଧୀ ଦଳର ସମସ୍ତ ନେତାଙ୍କୁ ଜେଲରେ ରଖି ନିର୍ବାଚନ କଲେ, ତାର ଫଳାଫଳକୁ  ବସ୍ତୁତଃ କେହି ଗ୍ରହଣ କଲେ ନାହିଁ । କେବଳ ଭାରତ, ଚୀନ, ରୁଷିଆ ହାସିନା ଙ୍କୁ ନିଜ ନିଜର କୂଟନୈତିକ ସ୍ୱାର୍ଥ ପାଇଁ ସମର୍ଥନ କରିଥିଲେ ।
ପ୍ରାୟ କିଛି ବର୍ଷ ହେଲା ସାଧାରଣ ବଙ୍ଗଳା ଦେଶ ଜନତା ଭାରତ ବିରୋଧୀ ମନୋଭାବ ପ୍ରଦର୍ଶନ କରୁଥିଲେ । ଅଳିଆକୁ ଗୋଳିଆ ପାଣି ଭଳି ସେଠିକାର ଜାତୀୟତା ବାଦୀ ଗୋଷ୍ଠୀ ଏଥିରେ ଇନ୍ଧନ ଯୋଗାଉ ଥିଲେ ।  କିନ୍ତୁ ଶେଖ ହାସିନା ଏହି ଆନ୍ଦୋଳନଗୁଡିକୁ ସନ୍ତ୍ରାସବାଦୀ ଆନ୍ଦୋଳନ, ବିଦେଶୀ ଶକ୍ତିଙ୍କ ଆନ୍ଦୋଳନ , ଗଦ୍ଦାରଙ୍କୁ ଗୋଲୀ ମାର କହି ଦମନ କରିବାକୁ ଉଦ୍ୟମ କରୁଥିଲେ ।
ଶେଖ ହାସିନା ନିଜର ଦୀର୍ଘ ଶାସନ କାଳରେ ଜନ ଜୀବନ ସମସ୍ୟାକୁ ସମ୍ପୂର୍ଣ୍ଣ ସମାଧାନ କରି ପାରିଲେ ନାହିଁ । ବରଂ ଭ୍ରଷ୍ଟାଚାର ବଢି ଚାଲିଥିଲା । ଅଧିକାଂଶ ସରକାରୀ ଚାକିରୀ ରେ ହାସିନାଙ୍କ ଦଳୀୟ ଲୋକ ମାଡି ବସିଥିଲେ  । ରାଷ୍ଟ୍ରାୟତ ଶିଳ୍ପ, ସଂସ୍ଥା ଗୁଡିକୁ ବନ୍ଦ କରି ଘରୋଇ କରଣ ଦିଗରେ ଗତିକଲେ ।  ପ୍ରଥମେ ବୁଦ୍ଧିଜୀବୀମାନେ ମଧ୍ୟ ସମର୍ଥନ କରୁଥିଲେ । ଯୁବକମାନଙ୍କ ପାଇଁ ଘରୋଇ ସଂସ୍ଥାରେ କର୍ମ ସୁଯୋଗ ଥିଲା । କିନ୍ତୁ ଯେତେବେଳେ ଅଧିକରୁ ଅଧିକ ଶିକ୍ଷିତ ଯୁବକ ବାହାରିଲେ ସେମାନଙ୍କୁ ନିଯୁକ୍ତି ଦେବା କ୍ଷମତା ଘରୋଇ ଶିଳ୍ପ, ବିଶେଷ କରି  MSME ରେ ଯଥେଷ୍ଟ ନ ଥିଲା । ତେଣୁ ସରକାରୀ ଚାକିରୀ ଉପରେ ସମସ୍ତେ ମୁହାଁଇଲେ । ଏହି ପରିସ୍ଥିତି ରେ ୭୦% ସଂରକ୍ଷଣ ସେମାନଙ୍କୁ ଉତକ୍ଷିପ୍ତ କଲା ।
ପରିଣତି ଶେଷରେ ହାସିନାଙ୍କୁ ଜୀବନ ବଞ୍ଚେଇ ଭଉଣୀଙ୍କ ସହ ପଳାୟନ କରିବାକୁ ବାଧ୍ୟ କରିଛି ।
ସେନାର ଗୋଟିଏ ଗୋଷ୍ଠୀ ତାଙ୍କ ପାଇଁ Safe Passage ସୃଷ୍ଟି କରି ନଥିଲେ ହୁଏତ ତାଙ୍କର ଅବସ୍ଥା ମୁଜିବୁର ରହମନଙ୍କ ପରି ହେଇଥାନ୍ତା ।

ଆମେ ଏଥିରୁ କିଛି ଶିକ୍ଷା ଗ୍ରହଣ କରିବା କି ?
ବର୍ତ୍ତମାନ ଭାରତ ପାଇଁ ଏକ ଜଟିଳ ପରିସ୍ଥିତି ସୃଷ୍ଟି କରିବ ।

Leave a Reply

Your email address will not be published. Required fields are marked *