ଅତିଥି ସଂପାଦକୀୟ: ବାଂଲାଦେଶ ବିଦ୍ରୋହ ଓ ଶେଖ୍ ହସିନାଙ୍କ ପୁତ୍ରଙ୍କ ମନ୍ତବ୍ୟ

ନୂଆଦିଲ୍ଲୀ: (ବିଜୟ ସାହୁ)- ବଙ୍ଗଳାଦେଶ ପୂର୍ବ ପ୍ରଧାନମନ୍ତ୍ରୀ ଶେଖ୍ ହସୀନାଙ୍କ ପୁତ୍ରଙ୍କ  ଏକ ସାକ୍ଷାତକାରକୁ ନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଛି l
ଏଭଳି ପ୍ରତିକ୍ରିୟା ଆସିବା ସ୍ୱାଭାବିକ ।କାରଣ ୭୮ ବର୍ଷୀୟା ଏକଛତ୍ରବାଦୀ ଜନନୀ ଶେଖ ହାସିନା ପାଇଁ ବର୍ତ୍ତମାନ ଆଶ୍ରୟ ସ୍ଥଳୀ ଖୋଜିଲେ ମିଳୁନାହିଁ ।

ପୁତ୍ର ସଞ୍ଜୀବ ୱାଜେଦା ଜୟ ଯେତେବେଳେ ଏହି ମନ୍ତବ୍ୟ ବିବିସି ଚାନେଲକୁ ଦେଉଥିଲେ ସେତେବେଳେ ସେ ଟିକିଏ ଆତ୍ମ ସମୀକ୍ଷା କରିଥିଲେ ଜାଣି ପାରିଥାନ୍ତେ ଯେ ବଙ୍ଗଳା ଦେଶର ବିଦ୍ରୋହୀ ଛାତ୍ର-ଯୁବକ ତାଙ୍କର ମା’ପ୍ରତି ଦୟା ପ୍ରକାଶ କରି SAFE PASSAGE ଦେଇଛନ୍ତି ।

ଆମେରିକାରେ ଦୁଇ ଦଶନ୍ଧି ହେଲା ସ୍ଥାୟୀ ବସତି ସ୍ଥାପନ କରି କର୍ପୋରେଟ ବ୍ୟବସାୟୀ ଜୟ ଯେତେବେଳେ ୨୦୦୪ରେ ଆୱାମୀ ଲିଗ ( ଏଏଲ୍) ରେ ପ୍ରାଥମିକ ସଦସ୍ୟତା ଗ୍ରହଣ କରି ଜନନୀଙ୍କ ଦୟାରେ ଓ ଜେଜେ ବଙ୍ଗ ବନ୍ଧୁ ମୁଜିବୁର ରହମନଙ୍କ ପ୍ରତି ବଙ୍ଗଳା ଦେଶର ଜନମାନସରେ ଥିବା ସମ୍ମାନ ଓ ଭକ୍ତିକୁ ଆୟୁଧ କରି କ୍ଷମତା ଅଳନ୍ଦୀରେ ଦ୍ୱିତୀୟ ଶକ୍ତିଶାଳୀ ବ୍ୟକ୍ତି ହେଇଗଲେ ଏବଂ ଶେଖ ହାସିନାଙ୍କ ସରକାରୀ ଉପଦେଷ୍ଟା ଭାବରେ ଆଜୀବନ ପ୍ରଧାନମନ୍ତ୍ରୀ ସମକକ୍ଷ ସୁରକ୍ଷା ବଳୟ ବଙ୍ଗଳା ଦେଶରେ ଓ ଆମେରିକାରେ ଉପଭୋଗ କଲେ ସେତେବେଳେ ଚିନ୍ତା କରିବା ଉଚିତ ଥିଲା ବଙ୍ଗଳା ଦେଶର ନିପିଡୀତ ଛାତ୍ର-ଯୁବକ-ଶ୍ରମିକ-ଚାଷୀ ଯେଉଁ ଗୌରବଜ୍ବଳ ମୁକ୍ତି ସଂଗ୍ରାମ କରି ଏକ ସ୍ୱାଧୀନ ସାର୍ବଭୌମ ରାଷ୍ଟ୍ର ପ୍ରତିଷ୍ଠା କରାଇଥିଲେ ତାର ସୁଫଳ ଜନନୀ-ପୁତ୍ର ଯୋଡ଼ି ଓ ପରିବାରର ସଦସ୍ୟଙ୍କ ପାଇଁ ଉଦିଷ୍ଟ ନ ଥିଲା କିମ୍ବା ବଙ୍ଗଳା ଦେଶରେ  ଆମେରିକା, ଇଂଲଣ୍ଡ , ଚୀନ, ଭାରତ ପ୍ରଭୃତି ମୁଷ୍ଟିମେୟ କର୍ପୋରେଟଙ୍କ ଚାରଣ ଭୂଇଁ କରିବା ପାଇଁ ଉଦିଷ୍ଟ ନ ନଥିଲା ।  ବିଶ୍ୱର ଏକ ବିରଳ ନଜୀର ଜନନୀ ପ୍ରତିଷ୍ଠା କରିଥିଲେ ଯେତେବେଳେ ୨୦୧୫ରେ ହାସିନା ସରକାର ଏକ ଆଇନ କରି ସଞ୍ଜୀବଙ୍କୁ ଆଜୀବନ Special Security Force ଯୋଗାଇ ଥିଲେ ଓ ତାଙ୍କୁ ଏବଂ ତାଙ୍କର ପରିବାର ପାଇଁ ଆଜୀବନ
UTILITY ଘୋଷଣା କରିଥିଲେ ।  ଏହା ସରକାରୀ ରାଜକୋଷରୁ ବ୍ୟୟ ହେଉଥିଲା । ଏହି ସିକ୍ୟୁରୀଟି ଫୋର୍ସ  ସିଭିଲ ପ୍ରଶାସନ , ନିରାପତ୍ତା ଓ ଗୋଇନ୍ଦା କାର୍ଯ୍ୟକୁ Co-Ordinate ମଧ୍ୟ କରୁଥିଲା ଏବଂ ହାସିନା ପରିବାର ପ୍ରତି ଭବିଷ୍ୟତ ରେ କୌଣସି ବିପଦ ଆଶଙ୍କା ରିପୋର୍ଟ ମିଳିଲେ ତାହାକୁ ଦମନ କରିବା ପାଇଁ ମଧ୍ୟ ଅଖଣ୍ଡ କ୍ଷମତା ପାଇଥିଲା । ହାସିନାଙ୍କ ଦଳର ବିଶ୍ୱସ୍ତ ଅଧିକାରୀମାନେ ହିଁ ଏହାର ପଦ ପଦବୀରେ ଥିଲେ ।
ପଶ୍ଚିମ ଦୁନିଆ ମିଡ଼ିଆ ଓ ଭାରତର ମୁଖ୍ୟ ଧାରା ମିଡ଼ିଆ ପ୍ରଚାର କରୁଥିଲେ ସଂଜୀବ ଜୟ ବଙ୍ଗଳା ଦେଶର IT INDUSTRY କୁ ଦେଶର ସର୍ବ ବୃହତ ରପ୍ତାନୀ ସେକ୍ଟରରେ ରୂପାନ୍ତରିତ କରିବା ଦାୟିତ୍ୱ ନେଇଛନ୍ତି । କିନ୍ତୁ  ବଙ୍ଗଳାଦେଶର ବୁଦ୍ଧିଜୀବୀ ଓ ନିରପେକ୍ଷ ସାମ୍ବାଦିକଙ୍କ କଥା ଅନୁଯାୟୀ IT INDUSRTY କ୍ଷେତ୍ରରେ ସେ କିଛି କରି ପାରି ନଥିଲେ । ଓଲଟି ଏହାକୁ ବ୍ୟବହାର କରି ବଙ୍ଗଳାଦେଶର ସର୍ବବୃହତ ଇଂରାଜୀ ଦୈନିକ ସମ୍ବାଦ ପତ୍ର The Daily Star ସମ୍ପାଦକ ମେହେଫୁଜ ଅନାମଙ୍କୁ ରାଜଦ୍ରୋହ ଅପରାଧରେ ପକେଇ ଥିଲେ ।
ବର୍ତ୍ତମାନ ତାଙ୍କ ଉପରେ ୬୨ ମାନହାନୀ ମୋକଦ୍ଦମା ଓ ୧୭ଟି ରାଜଦ୍ରୋହ ମୋକଦ୍ଦମା ରହିଛି । ବଙ୍ଗଳାଦେଶର ବହୁଳ ପ୍ରସାରିତ ବଙ୍ଗଳା ଖବର କାଗଜ ପ୍ରଥମ ଆଲୋ ର ସମ୍ପାଦକ ମାତିଉର ରହମାନ ୨୫ଟି ମାନହାନୀ ମୋକଦ୍ଦମା ରେ ପଡିଛନ୍ତି ।  ଏହି ଖବର କାଗଜ ହେଉଛି The Daily Star ର Sister publication .
ବିବିସି  ଏହାକୁ ପ୍ରସାରଣ କରି କହିଥିଲା ” a clandestine attempt to undermine their finances and strifle their operations .”
ଆୱାମୀ ଲିଗ ର ତିନି ଜଣ ଗୁଣ୍ଡା ଜଣେ ଆଇନ ଛାତ୍ର ଓ ସିକୁଲାର ଆକ୍ଟିଭିଷ୍ଟ ନଜୀମ ଉଦ୍ଦିନ ସମଦଙ୍କୁ ପ୍ରଥମେ ଠେଙ୍ଗାରେ ପିଟି Point Blank ମୁଣ୍ଡକୁ ଗୁଳି କରି ହତ୍ୟା କରିଥିଲେ ।
ଅଭିଜିତ ରୟ, ୱାଶିଗୁର ରହମାନ ବାବୁ, ଅନନ୍ତ ଵିଜୟ ଦାସ, ନୀଳାଦ୍ରି ଚଟୋପାଧ୍ୟାୟ ଧର୍ମୀୟ ଅସହିଷ୍ଣୁତା ବିରୁଦ୍ଧରେ ଉଗ୍ରବାଦକୁ ସମାଲୋଚନା କରିବାରୁ ସେମାନଙ୍କୁ ହତ୍ୟା କରାଯାଇଥିଲା । ସିକୁଲାର ପବ୍ଲିଶର  ଫଇଶଲ ଆରେଫିନ ଦୀପନ ରାୟଙ୍କ  ମୁକ୍ତ ମନୋ ବ୍ଲଗ ( FREE MIND )ରେ ଲେଖିବାରୁ ତାଙ୍କୁ  ଅଫିସରେ ପଶି ହତ୍ୟା କରିଥିଲେ । ଢାକା ନିକଟରେ ଦୁଇଜଣ ସାମ୍ବାଦିକ ଓ ପ୍ରକାଶକଙ୍କୁ ମରଣାତ୍ମକ ଆକ୍ରମଣ ହେଇଥିଲା । ଏହି ସମସ୍ତ ଘଟଣା ହାସିନାଙ୍କ ସରକାର ରେ ଘଟୁଥିଲା ଯାହାର ଉପଦେଷ୍ଟା ଥିଲେ ପୁତ୍ର ସଞ୍ଜୀବ ଜୟ ।
ତାଙ୍କର ଦ୍ବନ୍ଦ୍ୱ ମଧ୍ୟ ବଙ୍ଗଳା ଦେଶର ନୋବେଲ ପୁରସ୍କାର ପ୍ରାପ୍ତ ମହମ୍ମଦ ୟୁନୁସଙ୍କ ସହିତ । ସେ Atheists ଙ୍କ ଉପରେ ମୌଳବାଦୀଙ୍କ ଆକ୍ରମଣକୁ  ପ୍ରକାଶ୍ୟ ନିନ୍ଦା କରିଥିଲେ । ସେ ସଞ୍ଜୀବଙ୍କୁ ଭେଟି ସରକାର ମଧ୍ୟ ନିନ୍ଦା କରିବାକୁ ଓ ଦଣ୍ଡ ଦେବାକୁ ଦାବୀ କରିଥିଲେ । କିନ୍ତୁ ସଞ୍ଜୀବ ରୋକଠୋକ ମନା କରିଥିଲେ ଓ କହିଥିଲେ ଏହାଦ୍ବାରା ଦେଶର ରକ୍ଷଣଶୀଳ Clergy ଙ୍କ ଆୱାମୀ ଲିଗ ପ୍ରତି ସମର୍ଥନ ହ୍ରାସ ହେବ ।
ଏହି ଦ୍ବନ୍ଦ୍ୱ ଶେଷରେ ୟୁନୁସଙ୍କୁ ଜେଲ ଯିବା ପର୍ଯ୍ୟନ୍ତ ପଡିଥିଲା । ତାଙ୍କ ବିରୋଧରେ ସଞ୍ଜୀବ ଗ୍ରାମୀଣ ବ୍ୟାଙ୍କରେ ଭ୍ରଷ୍ଟାଚାର ଅଭିଯୋଗ ଆଣିଥିଲେ ।ଏକଦା ତାଙ୍କର ଏହି SELF HELP ଯୋଜନା ବଙ୍ଗଳା ଦେଶର ଗରୀବ ମହିଳାଙ୍କୁ କ୍ଷୁଦ୍ର ପୁଞ୍ଜି ବ୍ୟବସ୍ଥା ମାଧ୍ୟମରେ ସଶକ୍ତିକରଣ କରିଥିଲା । ଏହା ଏକ ବିଧିବଦ୍ଧ ଚକ୍ରାନ୍ତ ବୋଲି ଅଭିଯୋଗ ହୁଏ । ୮୩ ବର୍ଷୀୟ ୟୁନୁସଙ୍କ ବିରୁଦ୍ଧରେ ୧୯୦ରୁ ଉର୍ଦ୍ଧ୍ବ ମାମଲା କରା ଯାଇଥିଲା ।
ଲେଖିକା ତସଲିମା ନସରିନଙ୍କୁ ବଙ୍ଗଳା ଦେଶର ମୌଳବାଦୀଙ୍କ ଚାପରେ ୨୦୦୯ରେ ପୁନଃ ଦେଶାନ୍ତର କରିଥିଲେ ।

ବଙ୍ଗଳା ଦେଶର ଜାତୀୟ ସମାଜତାନ୍ତ୍ରିକ ଦଳର ବରିଷ୍ଠ ନେତା  ମୁସ୍ତାକ ହୁସେନ ୨୦୦୯ରେ ଏକ ସାକ୍ଷାତକାରରେ କହିଥିଲେ ବଙ୍ଗଳା ଦେଶର ଯାହା ପରିସ୍ଥିତି ତାହା ଭବିଷ୍ୟତରେ ଏପରି ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିବ ଯାହା କେହି କଳ୍ପନା କରି ନ ଥିବେ ।
ସେ କହିଥିଲେ ଦୁଇ ତୃତୀୟାଂଶ ଶିଳ୍ପ ଶ୍ରମିକ ଢାକା ଓ ଢାକା ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ Garment Factory ଗୁଡିକରେ ଜୀବିକା ଅର୍ଜନ କରୁଥିଲେ । ସେମାନଙ୍କ ମଧ୍ୟରୁ ପ୍ରାୟ ଏକ ଅୟୁତ ଶ୍ରମିକ ବିଭିନ୍ନ ପ୍ରକାର Action ରେ ସମ୍ପୃକ୍ତ । ସେମାନେ ଅତ୍ୟନ୍ତ ଜର୍ଜରିତ ଅବସ୍ଥାରେ ଅଛନ୍ତି । Garment ଶିଳ୍ପର Basic goods ଗୁଡିକର ମୂଲ୍ୟବୃଦ୍ଧି ପୂର୍ବରୁ ମଧ୍ୟ ସେମାନଙ୍କ ମଜୁରୀରେ ନିଜର ଗୁଜରାଣ ମେଣ୍ଟୁ ନଥିଲା । ପରିବାର ର ଅନ୍ୟ ସଦସ୍ୟଙ୍କୁ ସହାୟତା ଯୋଗାଇବା ଦୂରେ ଥାଉ । ବିଗତ ବର୍ଷ ଗୁଡିକରେ ମୁଦ୍ରାସ୍ଫୀତି,  ହତାଶା ଭାଵ, କ୍ରୋଧ ଚାରିଆଡ଼େ ପରିଲକ୍ଷିତ ହେଉଛି ।
ଶ୍ରମିକ ଆନ୍ଦୋଳନ ଉଭୟ ପରିଚାଳନା କର୍ତ୍ତୃପକ୍ଷ ଓ ସରକାରଙ୍କ ଦ୍ଵାରା ଆକ୍ରମଣର ଶିକାର ହେଉଛି । Rapid Action Battalion ଦ୍ଵାରା ସେମାନଙ୍କ ପ୍ରତିଟି ଆନ୍ଦୋଳନକୁ ଦମନ କରା ଯାଉଛି । ଫର୍ମାଲ ଟ୍ରେଡ଼ ୟୁନିୟନ ଅଧିକାର ଗୁଡିକ ନାହିଁ । ବିବାଦଗୁଡିକୁ ଫଇସଲା କରିବା ପାଇଁ କୌଣସି ମେକାନିଜିମ ନାହିଁ । ତେଣୁ  ଶ୍ରମିକମାନେ ରାସ୍ତା ଅବରୋଧ କରି ଶାନ୍ତି ପୂର୍ଣ ଉପାୟରେ ସେମାନଙ୍କ ଦାବୀ ଉପସ୍ଥାପନ କରିଥାନ୍ତି ।  ପୋଲିସ ପହଞ୍ଚି ମାଲିକ ସହ ଆଲୋଚନା କରି ବିବାଦ ଫଇସଲା କରେ । କିନ୍ତୁ ମାଲିକମାନେ ଅତ୍ୟନ୍ତ ଶକ୍ତିଶାଳୀ ହେଇ ଥିବାରୁ ପୋଲିସକୁ ମଧ୍ୟ ଖାତିର କରନ୍ତି ନାହିଁ । ବେଳେ ବେଳେ ସେମାନଙ୍କୁ ଘୁଷ ଖୋର କରି ଦିଅନ୍ତି ।
ସେ କହିଥିଲେ, ୨୦୦୬ ମସିହାରେ ଶ୍ରମିକମାନଙ୍କ ଏକ ଐତିହାସିକ ଆନ୍ଦୋଳନ ବେଳେ Garment Manufacturers Association, Employers Association ସହ ଏକ ଚୁକ୍ତିନାମା ହେଇଥିଲା । ସେମାନେ Minimum Standard   Ensure କରିବାକୁ ରାଜି ହେଇଥିଲେ । କିନ୍ତୁ ତାହା କାର୍ଯ୍ୟକାରୀ କଲେ ନାହିଁ । ଶ୍ରମିକଙ୍କ ଭିତରେ ସେମାନଙ୍କ ପ୍ରତି ଅନାସ୍ଥା ଭାବ ସୃଷ୍ଟି ହେଲା ।  ଅନ୍ୟ ପକ୍ଷରେ ସମସ୍ତ ସରକାରୀ ସଂସ୍ଥାରେ ନିୟମିତ ମହଙ୍ଗା ଭତ୍ତା କଥା ସେମାନେ ଜାଣିଥିଲେ । ତେଣୁ  ମାଲିକମାନଙ୍କ ପ୍ରତିଶ୍ରୁତି ପାଳନ ଓ ଘରୋଇ ସଂସ୍ଥାରେ ମହଙ୍ଗା ଭତ୍ତା ଇତ୍ୟାଦି ଦାବୀ ଜୋରଦାର ଧରିଲା ।Garment ଶ୍ରମିକଙ୍କ ସହ ତାଳ ଦେଇ ଝୋଟକଳ ଶ୍ରମିକ ଆନ୍ଦୋଳନ ମଧ୍ୟ ଆରମ୍ଭ ହେଲା । ସେତେବେଳେ ଏହା ସରକାରଙ୍କ ଅଧୀନରେ ଥିଲା । କିନ୍ତୁ ସମୟ କ୍ରମେ ଘରୋଇକରଣ ପ୍ରକ୍ରିୟା ଆରମ୍ଭ ହେଲା । କିନ୍ତୁ ଝୋଟକଳଗୁଡିକରେ ସଂଗଠିତ ଶ୍ରମିକ ସଂଗଠନ ଥିବା ହେତୁ ସେମାନେ ଆଇନସିଦ୍ଧ ପ୍ରକ୍ରିୟାରେ ଆନ୍ଦୋଳନ କରି ଘରୋଇ କରଣକୁ ରୋକି ପାରିଥିଲେ । କିନ୍ତୁ ମାଲିକ ମାନେ ମାସ ମାସ ସେମାନଙ୍କ ଦରମାକୁ ରୋକିଦେବା ହେତୁ ଅଧିକାଂଶ ନିଜର ରେସନ ପାଇଁ ଛୋଟ ଦୋକାନୀଙ୍କ ଠାରୁ ସ୍ୱଳ୍ପ ରୁଣ ନେଲେ ଓ ନିଜର ପୁଅ ଝିଅଙ୍କୁ ପାଠ ପଢେଇବା ମୁସ୍କିଲ ହେବାରୁ ସେମାନଙ୍କୁ Informal Sector ରେ ଖଟେଇଲେ । ଉଭୟ ଝୋଟକଳ ଘରୋଇ ମାଲିକ ଓ ଗାର୍ମେଣ୍ଟ ମାଲିକଙ୍କ ଅତ୍ୟଧିକ ମୁନାଫାଖୋରି ମନୋଭାବ ସାମଗ୍ରିକ ଭାବରେ ଅସନ୍ତୋଷ ସୃଷ୍ଟି କଲା । ସେମାନେ ମାଲିକଙ୍କ ଦାମୀ ଗାଡି, ସୁରମ୍ୟ ପ୍ରାସାଦ , ଆଭିଜାତ୍ୟ ଜୀବନ ଶୈଳୀ ଦେଖୁଥିଲେ, ସେମାନଙ୍କ ପିଲା ବିଦେଶରେ ବଡ଼ ବଡ଼ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ଜାଣୁଥିଲେ, କିନ୍ତୁ ନିଜର ପିଲାଙ୍କୁ ଶିକ୍ଷା ଦେବା କଷ୍ଟକର ହେଉଥିଲା ।
ଏହି ଅବସ୍ଥା ସେମାନଙ୍କ ମଧ୍ୟରେ ଏକ ରାଜନୈତିକ ଚେତନା ସୃଷ୍ଟି କରୁଥିଲା । ଏକ୍ଷେତ୍ରରେ କମ୍ୟୁନିଷ୍ଟ ଛାତ୍ର ସଂଗଠନ ମାନେ ମଧ୍ୟ ବିଭିନ୍ନ ଆନ୍ଦୋଳନ ବେଳେ ସେମାନଙ୍କ ପାଖକୁ ଯାଇ ରାଜନୈତିକ ଚର୍ଚ୍ଚା କରୁଥିଲେ ।
କୃଷକ ମାନଙ୍କ ସମ୍ପର୍କରେ କହିଛନ୍ତି, Intensive Agricultural Techniques , Overuse of Fertilizers and other additives are creating enormous crisis in country side .
ଏହା ସାଙ୍ଗକୁ ଜଳବାୟୁ ପରିବର୍ତ୍ତନ ଯୋଗୁଁ କ୍ରମ ବର୍ଦ୍ଧମାନ ବାତ୍ୟା ଓ ବନ୍ୟା ଗ୍ରାମୀଣ ଅର୍ଥନୀତିକୁ ଧ୍ୱଂସ କରି ଚାଲିଛି । କ୍ଷୁଦ୍ର ଚାଷୀ ଓ କ୍ଷେତ ମୂଲିଆ ସଂକଟ ବଢି ବଢି ଚାଲିଛି ।
ମୁକ୍ତି ସଂଗ୍ରାମ ସମୟରୁ ଭୂ ସଂସ୍କାର  ମୁଖ୍ୟ ପ୍ରତିଶ୍ରୁତି ଥିଲା । କିନ୍ତୁ ଏହାକୁ ସରକାର ପରିବର୍ତ୍ତନ ସତ୍ତ୍ୱେ କାର୍ଯ୍ୟ କାରୀ ହେଲା ନାହିଁ । ତେଣୁ ସେମାନେ ଯେତେବେଳେ ଗ୍ରାମୀଣ ମିଡଲ ମ୍ୟାନ, ସରକାରୀ କର୍ମଚାରୀଙ୍କ ଦୁର୍ନୀତି ଯୋଗୁଁ କୃଷି ଉପକରଣ, ସାର କୀଟନାଶକ ଇତ୍ୟାଦିର ଅତ୍ୟଧିକ ମୂଲ୍ୟବୃଦ୍ଧି ଦେଖୁଥିଲେ ଅଧିକାଂଶ ସମୟରେ ସରକାରୀ ଦପ୍ତର ଘେରାଉ କରୁଥିଲେ, ବେଳେ ବେଳେ ହିଂସ୍ର ହେଇ ଉଠୁଥିଲେ ।
କାରଣ ବଙ୍ଗ ବାସୀ ନିଷ୍କ୍ରିୟ ଜନତା ନ ଥିଲେ । ସେମାନେ ପଶ୍ଚିମ ପାକିସ୍ତାନର ଉତ୍ପୀଡ଼ନ ବିରୁଦ୍ଧରେ ଭାରତ ବିଭାଜନ ବେଳୁ ବିଦ୍ରୋହ କରିବା ବୁନିୟାଦି ଉପରେ ଠିଆ ହେଇଛନ୍ତି । ବୋଧେ ତାଙ୍କର ଭବିଷ୍ୟତ ବାଣୀ ସତ୍ୟ ହେଇଗଲା ।

ଏଭଳି ଏକ ପୃଷ୍ଠଭୂମିରେ ବର୍ତ୍ତମାନର ବିଦ୍ରୋହ ସୃଷ୍ଟି ହେଇଥିଲା । ଯଦିଓ ସରକାରୀ ଚାକିରୀ ବିଗତ ପଚାଶ ବର୍ଷ ଧରି ସୃଷ୍ଟି କରିଥିବା ଅସନ୍ତୋଷ ନିଆଁରେ ଘିଅ ଢାଳିଲା , କିନ୍ତୁ ଏହି ବିଦ୍ରୋହରେ ସମଗ୍ର ଜନତା ସାମିଲ ହେଇଗଲେ । ହାସିନା ଓ ତାଙ୍କ ପରିବାରର ଦମନଲୀଳା Wild fire ଭଳି ଚାରିଆଡ଼େ ବ୍ୟାପି ଗଲା । ଏହି ଆନ୍ଦୋଳନ କୌଣସି ସମ୍ପ୍ରଦାୟ ବା କୌଣସି ଦେଶ ଦ୍ଵାରା ପ୍ରୋତ୍ସାହନ ଯୋଗୁଁ ସୃଷ୍ଟି ହେଇ ନାହିଁ । କେବଳ ଗୋଟାଏ ମାତ୍ର ଏଜେଣ୍ଡା ଥିଲା ,” “Hasina Quit ”  .
ସୋସିଆଲ ମିଡ଼ିଆ, ଇଣ୍ଟର ନେଣ୍ଟ, ଡି ଜିଟାଲ ପ୍ଲାଟଫର୍ମ ଏଥିରେ ସମସ୍ତ ଙ୍କୁ ସଙ୍ଗଠିତ କଲା । ପୂର୍ବରୁ ପ୍ରେସ ସ୍ୱାଧୀନତା ଉପରେ ଆକ୍ରମଣ ଯୋଗୁଁ  ପୀଡ଼ିତ ମିଡ଼ିଆ ଜଗତ ମଧ୍ୟ ସେମାନଙ୍କ ପଛରେ ଠିଆ ହେଲା । ହାସିନାଙ୍କ ପୁତ୍ରଙ୍କ ଠେଙ୍ଗା ବାହିନୀ , ସ୍ପେଶାଲ ସିକୁରୀଟି ବାଟାଲୀୟନ ,  କ୍ଷମତାର ସବୁ ସ୍ତରରେ ବଡ଼ ବଡ଼ ପଦବୀରେ ମାଡି ବସିଥିବା ଆୱାମୀ ଦଳ ନେତା ପିଠିରେ ପଡିଲେ ନାହିଁ । ପୁଣି ଯେଉଁ ମୌଳବାଦୀମାନେ ଖାଲିଦା ଜିଆ ଙ୍କ ପାର୍ଟି ସହ ଥିଲେ ଓ ଗତ ନିର୍ବାଚନରେ ନିର୍ବାଚନ ବର୍ଜ୍ଜନ କରିଥିଲେ ସେମାନେ ମଧ୍ୟ ସକ୍ରିୟ ହେଇଗଲେ ।

କିନ୍ତୁ ଏହି ଆନ୍ଦୋଳନର ମୁଖ୍ୟ ନେତୃତ୍ୱରେ ଛାତ୍ର , ଯୁବକ, କୃଷକ, ବୁଦ୍ଧି ଜୀବୀ, ସାମ୍ବାଦିକ ହିଁ ଅଛନ୍ତି ।
ସେମାନଙ୍କୁ ପାକିସ୍ତାନ ଦଲାଲ କହିବା ଦ୍ଵାରା ଆନ୍ଦୋଳନ ସମ୍ପୂର୍ଣ୍ଣ ଭାବରେ ହାସିନା ପରିବାର ବିରୁଦ୍ଧରେ ଗଲା ।
କେତେକ ମିଡ଼ିଆ ପ୍ରଚାର କରୁଛନ୍ତି ଏମାନେ ଭାରତ ବିରୋଧୀ ଥିଲେ, ହିନ୍ଦୁ ବିରୋଧୀ ଥିଲେ । ଏହା ସମ୍ପୂର୍ଣ୍ଣ ଏକ ଅପପ୍ରଚାର । ସେମାନେ ଭାରତର କର୍ପୋରେଟ ବିରୋଧୀ ଥିଲେ, ଯେମିତି ବଙ୍ଗଳା ଦେଶର କର୍ପୋରେଟଙ୍କ ବିରୋଧୀ ଥିଲେ । ସେମାନେ ବରଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ହାସିନା ସରକାର ଙ୍କ ଅତ୍ୟାଚାର ବିରୋଧୀ ଥିଲେ, ଭାରତ ସରକାରଙ୍କ  ବଙ୍ଗଳା ଦେଶରେ ପ୍ରୋ- କର୍ପୋରେଟ ସରକାରୀ ନୀତିର ବିରୋଧୀ ଥିଲେ ।
ବଙ୍ଗଳାଦେଶୀ କେବେ ଭାରତ ବିରୋଧୀ ନୁହଁନ୍ତି । କାରଣ ଉଭୟେ ଗୋଟିଏ ସାଂସ୍କୃତିକ, ସାମାଜିକ ବନ୍ଧନରେ ଶହ ଶହ ବର୍ଷ ଧରି ବାନ୍ଧି ହେଇଛନ୍ତି । ଉଭୟେ ବ୍ରିଟିଶ ବିରୋଧୀ ଆନ୍ଦୋଳନରେ ସହ ଭାଗୀ ଥିଲେ । ଢାକା, ଚିଟାଗଞ୍ଜ, ବରୀଶାଲ ଦିନେ ସଶସ୍ତ୍ର ସ୍ୱାଧୀନତା ସଂଗ୍ରାମର ପୀଠ ସ୍ଥଳୀ । ତେଣୁ ଭାରତ ସହିତ ସେମାନଙ୍କ ସମ୍ପର୍କ ର ସେତୁ ଅତୁଟ ଥିଲା ଓ ରହିବ ମଧ୍ୟ ।
କିନ୍ତୁ ଆମର କୂଟନୈତିକ ସମ୍ପର୍କ ରେ ସେମାନଙ୍କ ଆଭ୍ୟନ୍ତରୀଣ ବ୍ୟାପାର ରେ ହସ୍ତକ୍ଷେପ କରିବା ନୀତି ପ୍ରକାଶ୍ୟ ଅଥବା ପ୍ରଚ୍ଛନ ଭାବରେ ପରିଭାସିତ ହେବା ଉଚିତ ନୁହେଁ ।
ହାସିନା ଙ୍କ ପୁତ୍ର ଙ୍କ ସ୍ୱର ସହ ସ୍ୱର ମିଳେଇ ବଙ୍ଗଳା ଦେଶ ଆଉ ଏକ ପାକିସ୍ତାନ ହେବ ବୋଲି ମତ ପ୍ରକାଶ କରିବା ଅନୁଚିତ । ଯେଉଁମାନେ ସଂଘର୍ଷ ମଧ୍ୟରୁ ଜନ୍ମ ସେମାନେ ନିଜ ଦେଶକୁ ଗଢିବା ବାଟ ବି କରିବେ ।

କିନ୍ତୁ ଏହି ଘଟଣାରୁ ଗୋଟିଏ ବାର୍ତା ସ୍ପଷ୍ଟ ଯେ ପ୍ରତ୍ୟେକ ଅତ୍ୟାଚାରୀ ଙ୍କ ଏମିତି ଏକ ଦିନ ଆସିବ ହିଁ ଆସିବ । ଇତିହାସର ଏହା Wall Writing  .

Leave a Reply

Your email address will not be published. Required fields are marked *