UNION BUDGET 2026  ନୂଆ ବୋତଲ – ହେଲେ ନାହିଁ ପୁରୁଣା ମଦ

ଭୁବନେଶ୍ୱର: (ବିଜୟ ସାହୁ)-ଏହି ବର୍ଷ ବଜେଟରେ କିଏ ଖୁସୀ କିଏ ଅଖୁସୀ ଖୋଜିଲେ କେବଳ କିଛି ମିଡ଼ିଆ ଲୋକଙ୍କୁ ଛାଡିଲେ ଆଉ କେହି ମିଳୁ ନାହାନ୍ତି । ପାୱାର ପାର୍ଟିର ଲୋକେ ବି ସେମିତି ଖୁସୀ ମାନାଉ ନାହାନ୍ତି ।
ସାଧାରଣତଃ ପୂର୍ବରୁ ବଜତ ଆଗତ ବେଳେ କର୍ପୋରେଟ ଜଗତ ଖୁସୀ ହେଇଥାନ୍ତି,ମୋଦୀ ଭକ୍ତ ମଧ୍ୟବିତ୍ତ ଗୋଷ୍ଟିର ଲୋକେ କିଛି ଖୁସୀ ହେଇଥାନ୍ତି । କିନ୍ତୁ ଏଥର ଅର୍ଥମନ୍ତ୍ରୀ ବଜତର ପ୍ରଥମ ଭାଗର ସାହିତ୍ୟ ପଢିଲା ବେଳେ ଯେତେବେଳେ ନଡ଼ିଆ ଗଛ, ପକ୍ଷୀମାନଙ୍କର କୋଳାହଳ ରବ, ଜଳ ପଥ ନୌକା ବିହାର, ଟ୍ରେକିଂ  କଥା ଆରମ୍ଭ କଲେ ସେତେବେଳେ କର୍ପୋରେଟ ଜଗତ ବଜତର ଦ୍ଵିତୀୟ ଭାଗରେ କଣ ଆସିବ ଜାଣିପାରିଲେ ଓ ସେୟାର ମାର୍କେଟ ତାର କରାମତି ଆରମ୍ଭ କରି ଦେଇଥିଲା ।
ଦ୍ଵିତୀୟ ପ୍ରତିକ୍ରିୟା ଦେଖିବା ସଙ୍ଘ ପରିବାରର ।
ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର କୃଷକ ମୋର୍ଚ୍ଚା ଭାରତୀୟ କିଷାନ ସଙ୍ଘ ପ୍ରତିକ୍ରିୟାରେ କହିଛି କୃଷକମାନଙ୍କୁ ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ବଜତ ସେ କ୍ଷେତ୍ରରେ ନିରାଶ କରିଛି ।
ସଂଘର ଶ୍ରମିକ ମୋର୍ଚ୍ଚା ଭାରତୀୟ ମଜଦୁର ସଂଘ ମଧ୍ୟ ନିଜର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଶ୍ରମିକ ମାନଙ୍କ ମୌଳିକ ଓ ସାମାଜିକ ସୁରକ୍ଷା ଦାବୀଗୁଡିକୁ ଅବହେଳାର
ପୁନଃ ପ୍ରତିଫଳନ ହେଉଛି ଏହି ବଜତ ।
ଅବଶ୍ୟ ସଙ୍ଘ ପରିବାର ଅସୁଖୀ ହେବାର କାରଣ କୃଷକ କିମ୍ବା ଶ୍ରମିକଙ୍କ ପାଇଁ ଯନ୍ତ୍ରଣା ଯୋଗୁଁ ନୁହେଁ, ଯନ୍ତ୍ରଣା ହେଉଛି ସେମାନଙ୍କ ସେନା ସାମନ୍ତ ମୋଦୀ ସାମ୍ରାଜ୍ୟରେ ଯେଉଁ କାଫି ମାଲ କମେଇ ସେୟାର ମାର୍କେଟରେ ଲଗେଇ ଥିଲେ ସେଥିରୁ ବଜତ 8ଲକ୍ଷ କୋଟି ଟଙ୍କା ଉଡେଇ ନେଲା । ତେଣୁ ସଂଘର ବନ୍ଧୁମାନେ ଆଜି ମର୍ମାହତ ।
ବଜତ ସମ୍ପର୍କରେ କେବଳ ଆମେ ଏତିକି କହି ପାରିବା ଯେ ଦେଶର ପ୍ରକୃତ ଅର୍ଥନୈତିକ ସ୍ଥିତିକୁ ପ୍ରଚ୍ଛନ୍ନ ରଖି ବିଜେପି ସରକାରଙ୍କ ସଫଳତା କୁ ଉପସ୍ଥାପନ କରିବା ପାଇଁ ଅଧିକାଂଶ ମିଥ୍ୟା ତଥ୍ୟ ଆଧାରିତ ରଙ୍ଗୀନ ଚିତ୍ର ଦର୍ଶା ଯାଇଛି । ପୂର୍ଵ ବଜତଗୁଡିକର ପ୍ରୋଜେକ୍ଟ ବା କାର୍ଯ୍ୟକ୍ରମଗୁଡିକର ବାସ୍ତବ କାର୍ଯ୍ୟକାରିତା ରିପୋର୍ଟ ଉଲ୍ଲେଖ ନାହିଁ । ଅନ୍ୟ ପକ୍ଷରେ ବଜତ ଭାଷଣକୁ ଏପରି ଅବୋଧ୍ୟ କରା ଯାଇଥିଲା ଓ କେବଳ ଶବ୍ଦଜାଲରେ ଗୁନ୍ଥା ଯାଇଥିଲା ଯାହା ସାଧାରଣ ଲୋକଙ୍କୁ ଏଥିରୁ କ ବ ଚ ବୁଝିବା ଅସମ୍ଭବ । କିନ୍ତୁ ଏହି ଶବ୍ଦ ଜାଲ ଭିତରେ ବଡ଼ବଡ଼ ବ୍ୟବସାୟୀ ଓ ଟିକସ ତସ୍କରୀଙ୍କୁ ଯଥେଷ୍ଟ ସୁଯୋଗ ଦିଆ ଯାଇଛି । ତେଣୁ ସେମାନେ କିଛି ଖୁସୀ ।
ମୁଦ୍ରାସ୍ପିତି, ଦରଦାମ, କୃଷି ଓ କୃଷକ ସମସ୍ୟା, ଶ୍ରମଜୀବୀ ସମସ୍ୟା, କର୍ମନିଯୁକ୍ତି ,ଶିକ୍ଷା ସଙ୍କଟ, ଗ୍ରାମୀଣ ଓ ସହରୀ ଲୋକଙ୍କ ମୌଳିକ ସୁବିଧା ଗୁଡିକ ସମ୍ପର୍କରେ ବିଶେଷ କୌଣସି ଯୋଜନା ନାହିଁ ଓ ଯାହା କିଛି ଘୋଷଣା ହେଇଛି ତାହା ପୂର୍ଵ ଯୋଜନା ଗୁଡିକର କେବଳ ନାମ ପରିବର୍ତ୍ତନ ଛଡା ଅନ୍ୟକିଛି ନୁହେଁ ।
ବଜେଟ-2026
ନ ହେଇଥିଲେ ଅସୁବିଧା ଥିଲା ?

ଦିନ ଥିଲା ବିଶେଷ କରି  ଯେତେବେଳେ ମିଡିଆରେ ସିଧା ପ୍ରସାରଣ ଆରମ୍ଭ ହେଲା ସେତେବେଳେ ଶିକ୍ଷିତ ବର୍ଗ ବଜେଟ ଉପସ୍ଥାପନ ଦିନ ଆଗ୍ରହର ସହ ଦେଖୁଥିଲେ । ବିଶେଷ କରି ସେତେବେଳେ ପରୋକ୍ଷ ଟିକସ ଓ ପ୍ରତ୍ୟକ୍ଷ ଟିକସ ଉପରେ ସମସ୍ତଙ୍କ ନଜର ରହୁଥିଲା । ଚାକିରିଆ ଆୟକର ଉପରେ ନଜର ରଖୁଥିଲେ । ଦ୍ଵିତୀୟ କଥା ହେଲା ରେଳ ବଜେଟ । ଏହା ପୂର୍ଵ ଦିନ ଆଗତ ହେଉଥିଲା ।ରାଜ୍ୟମାନେ ନୂଆ ରେଳ ସୁବିଧା ଓ ସାଧାରଣ ଲୋକେ ରେଳଭଡା ଉପରେ ନଜର ରଖୁଥିଲେ । କିନ୍ତୁ ବିଜେପି ସରକାର ଆସିବା ପରେ ଯେଭଳି ପଦ୍ଧତିରେ ବଜେଟ ଆଗତ ହେଉଛି ତାହା ସାଧାରଣ ଲୋକ ଏପରି କି ଶିକ୍ଷିତ ଲୋକ ମଧ୍ୟ ସାଙ୍ଗେ ସାଙ୍ଗେ ବୁଝିବା ମୁସ୍କିଲ ।
ତଥାପି ଯେହେତୁ ବଜେଟ ଉପରେ ଜନ ଜୀବନ ଓ ଦେଶର ଅବସ୍ଥା ଜଡ଼ିତ ତେଣୁ ବଜେଟ ଉପରେ ଚର୍ଚ୍ଚା କରିବାକୁ ପଡୁଛି ।
ସରଳ ଭାବରେ କହିଲେ ବଜେଟ ହେଉଛି ଦେଶର ଆର୍ଥିକ ଆୟ ,ବ୍ୟୟ ହିସାବ ।
ଏବର୍ଷ ସରକାର ସମୁଦାୟ ବ୍ୟୟ ବରାଦ ₹ 53.5 ଲକ୍ଷ କୋଟି  । ଗତବର୍ଷ ଏହା ₹50.65 ଲକ୍ଷ କୋଟି ଥିଲା । କିନ୍ତୁ ବ୍ୟୟ ହେଇଥିଲା ₹49.6 ଲକ୍ଷ କୋଟି । ଗତବର୍ଷ ବଜେଟରେ ₹12.76 ଲକ୍ଷ କୋଟି ୠଣ ବାବଦରେ ସୁଧ ବ୍ୟବସ୍ଥା ଥିଲା । ଅର୍ଥାତ ସମୁଦାୟ ₹.36.84 ଲକ୍ଷ କୋଟି ବ୍ୟୟ ବ୍ୟବସ୍ଥା ଥିଲା ।
ଚଳିତ ବର୍ଷ ₹14.04 ଲକ୍ଷ କୋଟି ସୁଧ ପ୍ରଦାନ ପରେ ସମୁଦାୟ ବ୍ୟୟ ₹39.46 ଲକ୍ଷ କୋଟି ପ୍ରସ୍ତାବ ରହିଛି ।
ଅର୍ଥାତ ଗତବର୍ଷ ତୁଳନାରେ ଏବର୍ଷ ବଜେଟରେ ମାତ୍ର ₹1.62ଲକ୍ଷ କୋଟି ଅଧିକ ବ୍ୟୟ ବରାଦ ରହିଛି । ଅର୍ଥାତ ଏବର୍ଷର ଅଧିକ ବ୍ୟୟ ବରାଦ ₹4.4% ହେଉଛି । କିନ୍ତୁ ଗତବର୍ଷ ଠାରୁ 7.7%ଅଧିକ ବ୍ୟୟ ବୋଲି ଦର୍ଶା ଯାଇଛି । ଏହା ଏକ ଗାଣିତିକ ଜୁମାଲା ।
ଏହି ଖର୍ଚ୍ଚ ଭିତରେ ରାଜସ୍ୱ ଖର୍ଚ୍ଚ ଯଥା ସରକାରଙ୍କ ଦୈନ ଦିନ ପରିଚାଳନା ଖର୍ଚ୍ଚ ,ସୁଧ,ସବସିଡି ଇତ୍ୟାଦି ଏବଂ ମୂଳ ପୁଞ୍ଜି ଖର୍ଚ୍ଚ ଯଥା ଭିତ୍ତିଭୂମି ବା ସ୍ଥାୟୀ ଉପଯୋଗୀ ବସ୍ତୁ ସୃଷ୍ଟି କରିବା ଖର୍ଚ୍ଚ ରହିଛି ।

କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ୠଣ ବହିର୍ଭୂତ ଆୟ ₹36.5 ଲକ୍ଷ କୋଟି । ଏହା ଭିତରେ କେନ୍ଦ୍ରର ନିଟ ଟିକସ ହେଉଛି 28.7 .ତେଣୁ ବଜେଟ ଖର୍ଚ୍ଚକୁ ପୂରଣ କରିବା ପାଇଁ ₹17.2 ଲକ୍ଷ କୋଟି ୠଣ କରିବାକୁ ପଡ଼ିବ
ପୂର୍ଵ ବର୍ଷ ଭଳି ଏବର୍ଷ ଯଦି ବ୍ୟୟ ହ୍ରାସ ହୁଏ ଯେମିତି ଗତବର୍ଷ ବ୍ୟୟ ବରାଦ ଠାରୁ ପ୍ରାୟ ₹1.00 ଲକ୍ଷ କୋଟି ଖର୍ଚ୍ଚ ହ୍ରାସ ହେଇଥିଲା ତାହେଲେ ପ୍ରାୟ ₹16 ଲକ୍ଷ କୋଟି ୠଣ କରିବାକୁ ପଡ଼ିବ ।
ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ସରକାରଙ୍କ ଟିକସ ଆୟ ଆଶାନୁପାତ ହେଉନାହିଁ , ଯେଉଁ ପରିମାଣର ଟିକସ ଆୟ ବୃଦ୍ଧି ହେଉଛି ତାହା ଯଥେଷ୍ଟ ନୁହେଁ ଓ ୠଣ ପରିମାଣ ଅଧିକ ଅଧିକ ହେଉଛି ।
ଲୋକେ ଭାବୁଥିଲେ ଦୀର୍ଘ ମିଆଦୀ ପୁଞ୍ଜି ଲଗାଣ ଲାଭ ମିଳିଯିବ । କିନ୍ତୁ ତାହା ହେଲା ନାହିଁ । ଓଲଟି ସିକୁରୀଟି ନେଣ ଦେଣ ଟିକସ  ଆହୁରି ବଢ଼ିଗଲା । ତେଣୁ ବଜେଟ ଆଗତ ହେଉ ହେଉ ସେୟାର ମାର୍କେଟ ଐତିହାସିକ ଭାବେ ଖସି ପଡିଲା । ପୁଣି ବର୍ତ୍ତମାନ ଡଲାର ଟଙ୍କା ବିନିମୟରେ ଦେଖିଲେ ଟଙ୍କାର ମୂଲ୍ୟ 92 ପଇସା ହେଇ ଯାଇଛି । ତେଣୁ ବଜେଟରେ ଯେଉଁ ବ୍ୟୟ ବରାଦ ହେଇଛି ସେଥିରେ ମୁଦ୍ରାସ୍ଫୀତି, ଟଙ୍କାର ଅଵ ମୂଲ୍ୟାୟନ , ସୁଧ ପରିଶୋଧ ଇତ୍ୟାଦିକୁ ଦେଖିଲେ ପ୍ରକୃତ ବ୍ୟୟ ବରାଦ ବହୁତ ହ୍ରାସ ହେଉଛି ।

ବିଜେପି ସରକାରଙ୍କ ଅର୍ଥମନ୍ତ୍ରୀ ଏପର୍ଯ୍ୟନ୍ତ 9ଟି ବଜେଟ ମଧ୍ୟରୁ 8ଟି ପୂର୍ଣ ବଜେଟ ଆଗତ କରିଛନ୍ତି । ଚଳିତ ବର୍ଷର ବଜେଟ ପରେ ଜଣା ପଡୁଛି ସରକାରଙ୍କ ପାଖରେ ଆଉ କୌଣସି ଜୁମଲା ବାକି ନାହିଁ । ତେଣୁ ରାଷ୍ଟ୍ର ହିତରେ ଏଇଟା ମୋଦୀ ସରକାରଙ୍କ ଅନ୍ତିମ ବଜେଟ ହେଲେ ଭାରତବାସୀ ଖୁସି ହେବେ ।
ପ୍ରତି ବଜେଟରେ ଅର୍ଥମନ୍ତ୍ରୀ ଗୋଟିଏ ଗୋଟିଏ ହେଡ ଲାଇନ ମ୍ୟାନେଜ ମେଣ୍ଟ ଶବ୍ଦ ଚୟନ କରିଥିଲେ । 2019 -20 ପ୍ରଥମ ବଜେଟ ଖାତା ବହି , 2020 -21 ଦ୍ଵିତୀୟ ବଜେଟ ଡିଜିଟାଲ,2021-22 ତୃତୀୟ ବଜେଟ ଆକାଂକ୍ଷୀ,2022-23 ବଜେଟ ଗତିଶକ୍ତି, 2023- 24 ବଜେଟ ସପ୍ତର୍ଷି , 2024-25 ବଜେଟ   ଟିକସ ରିହାତି ଓ କର୍ମନିଯୁକ୍ତି , 2025-26 ବଜେଟ କୃଷି, ଏମଏସ ଏମଇ ଓ ଭିତ୍ତିଭୂମି ଏବଂ 2026-27 ଶେଷ ବଜେଟ ହେଉଛି ଯୁବଶକ୍ତି ବଜେଟ ।

ଉପରୋକ୍ତ ବଜେଟ ଆଗତ ବେଳେ, ଟ୍ରିଲିୟନ ଇକୋନୋମୀ,ବିକଶିତ ଭାରତ, ଅମୃତ କାଳ ,ସବକା ବିକାଶ, ଚାରି ଇଞ୍ଜିନ ବିକାଶ,ପିଏମ ଧନ ଧାନ୍ୟ,ମେକ ଇନ ଇଣ୍ଡିଆ,ବିବାଦ ସେ ବିଶ୍ୱାସ,ଗ୍ରିନ ଗ୍ରୋଥ,ୟୁନିଟି ମଲ,ହର ଘର ଜଲ -ନାଲ ସେ ଜଲ,ପିଏମ ଡିଭାଇନ ,ଡିଜିଟାଲ ରୁପି,ନିଷ୍ଠା ଟିଚର ଟ୍ରେନିଂ,ଅଟଳ ଟୀଙ୍କରିଂ ଲାଵ,ନେସନାଲ ସେଣ୍ଟର ଅଫ ଏକ୍ସେଲେନ୍ସ,ଏଆଇ ଡିପ ଟେକ ଇତ୍ୟାଦି ଶତାଧିକ ହେଡ ଲାଇନ ଶବ୍ଦ ଓ ଖଣ୍ଡ ବାକ୍ୟ ପ୍ରୟୋଗ କରାଯାଇଛି ।

ମୁଖ୍ୟ ଅର୍ଥନୈତିକ ପରାମର୍ଶ ଦାତା ଭି ଅନନ୍ତ ନାଗେଶ୍ୱରନ ଅର୍ଥନୈତିକ ସର୍ଭେ ରିପୋର୍ଟରେ କେତେଗୁଡିଏ ଦିଗ ପ୍ରତି ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆ ଯାଇଥିଲା  । ବିଶେଷ କରି ଭିତ୍ତିଭୂମି ( ରେଳବାଇ ଓ ରାଜପଥ ) ପାରମ୍ପରିକ କୃଷିରେ ବିବିଧତା ,ଶିକ୍ଷା, ସ୍ୱାସ୍ଥ୍ୟ, କୌଶଳ ବିକାଶ, ଏମ ଏସ ଏମ ଇ, ପରିବେଶ ଓ ଜଳବାୟୁ, ଯୁବ ବିକାଶ, ନିଯୁକ୍ତି,ସହରୀ କରଣ,ଏ ଆଇ ଇକୋ ସିଷ୍ଟମ ଇଭଲ୍ୟୁସନ,ସ୍ତ୍ରାତେଜିକ କ୍ଷେତ୍ରରେ ସ୍ବଦେଶୀ ,ସମାବେଶୀ ବିକାଶ ଇତ୍ୟାଦି ।  ଅନ୍ୟ ପକ୍ଷରେ ବର୍ତ୍ତମାନର ବିଶ୍ୱ ପରିସ୍ଥିତି ପ୍ରେକ୍ଷାପେଟରେ ପ୍ରତିବନ୍ଧକ,ଟେକ୍ନୋଲୋଜି ନିୟନ୍ତ୍ରଣ କ୍ଷେତ୍ରରେ ଅସ୍ଥିର ଅବସ୍ଥାକୁ ଲକ୍ଷ୍ୟ କରି ପ୍ରତିଦ୍ବନ୍ଦିତା କରିବା ।

କିନ୍ତୁ ବଜେଟ ବରାଦ ଦେଖିଲେ ଏହା କେବଳ ଧୂଆଁବାଣ ।
କୃଷି କ୍ଷେତ୍ରରେ ବ୍ୟୟ ବରାଦ ₹1.30 ଲକ୍ଷ କୋଟି ହେଇଛି ଯାହା ଗତବର୍ଷ ତୁଳନାରେ ମାତ୍ର ₹3000 କୋଟି ଅଧିକ । କିନ୍ତୁ 2024-25ରେ ₹1.29 ଲକ୍ଷକୋଟି ଖର୍ଚ୍ଚ ହେଇଥିଲା । ଅର୍ଥାତ ମାତ୍ର ₹1000 କୋଟି ।  ତେଣୁ ଦଳମତ ନିର୍ବିଶେଷରେ ଚାଷୀ ସଂଗଠନମାନେ ତୀବ୍ର ସମାଲୋଚନା କରିଛନ୍ତି । କାରଣ ଏହି ବ୍ୟୟ ବରାଦ ଦ୍ଵାରା ସର୍ବନିମ୍ନ ସହାୟକ ମୂଲ୍ୟ, କୃଷି ୠଣ ରିହାତି ତଥା ଗ୍ଲୋବାଲ ଟ୍ରେଡ଼ ଓ ଟାରିଫ ଜନିତ ସଙ୍କଟ ସମାଧାନ ହେଇ ପାରିବ ନାହିଁ । କିଷାନ ସମ୍ମାନ ନିଧୀ କୁ ପୂର୍ଵ ବର୍ଷ ବରାଦ ₹63500କୋଟି ରେ ସ୍ଥିର ରକ୍ଷା ଯାଇଛି ।
କୃଷି ଗବେଷଣା ଓ ଶିକ୍ଷା ବଜେଟ ₹10466.39 କୋଟି ରୁ ହ୍ରାସ ପାଇ ₹9967.40 କୋଟି ହେଇଛି । ପବ୍ଲିକ ବଣ୍ଟନ ବିଭାଗ ବଜେଟ 10% ବୃଦ୍ଧି ପାଇ ₹2.35 ଲକ୍ଷ କୋଟି ହେଇଛି, ଏଥିରୁ ଖାଦ୍ୟ ସବସିଡି ₹2.27 ଲକ୍ଷ କୋଟି । ଉପଭୋକ୍ତା ବିଭାଗ ମନ୍ତ୍ରଣାଳୟ ବଜେଟ ବରାଦ ₹4474 କୋଟି ଯେଉଁଥିରୁ ₹4100 କୋଟି ମୂଲ୍ୟ ସ୍ଥିର ରଖିବା ପାଇଁ ଉଦିଷ୍ଟ । ନଡ଼ିଆ, କାଜୁ,ଚନ୍ଦନ କାଠ ଓ ଅନ୍ୟାନ୍ୟ କୋଳି ଜାତୀୟ ଚାଷ ପାଇଁ ପ୍ରୋତ୍ସାହନ ରାଶି ₹350 କୋଟି ରଖା ଯାଇଛି । ଏଥିରେ କୁଆଡ଼େ ବ୍ୟାପକ କର୍ମ ନିଯୁକ୍ତି ହେବ ବୋଲି ଆଶା କରା ଯାଇଛି ।
ଭାରତ ବିସ୍ତାର ( VISTAAR ( ପାଇଁ ₹150 କୋଟି । ଏହାଦ୍ବାରା ଏଇ ବ୍ୟବସ୍ଥା ସହ AgriStack Portals ଓ ICAR ଯୋଡ଼ିଲେ ଚାଷୀମାନେ ସମୟୋପଯୋଗୀ ଉପଦେଶ ପାଇ କୃଷିର ବିକାଶ ଘଟେଇବେ ।

ଶିକ୍ଷା ବଜେଟ :  ଜାତୀୟ ଶିକ୍ଷା ନୀତି 2020 ରେ ଟାର୍ଗେଟ ରଖା ଯାଇଥିଲା ଜିଡିପି ର 6% ବ୍ୟୟ ବରାଦ ହେବ ।କିନ୍ତୁ ଏହି ବଜେଟରେ ସରକାରୀ ବ୍ୟୟ ବରାଦ 2.7-4% ମଧ୍ୟରେ ରଖା ଯାଇଛି । ଶିକ୍ଷା ବିଭାଗ ପାଇଁ ସମୁଦାୟ ₹1.39 ଲକ୍ଷ କୋଟି ଯାହାକି ପୂର୍ଵ ବର୍ଷ ତୁଳନାରେ ମାତ୍ର ₹11 ହଜାର କୋଟି । ଏହା ବଜେଟ ବରାଦର ମାତ୍ର 2.6 %.
ଏହି ବରାଦରୁ ବିଦ୍ୟାଳୟ ଶିକ୍ଷା ପାଇଁ ₹83562 .26 କୋଟି ଓ ଉଚ୍ଚ ଶିକ୍ଷା ପାଇଁ ₹55727 କୋଟି ।
ଏହି ବଜେଟ ଯେଉଁ କ୍ଷେତ୍ରରେ ଖର୍ଚ୍ଚ ହେବ ତାହା ହେଲା ମୁଖ୍ୟ ଶିଳ୍ପ ନଗରୀ ଓ ଯୋଗାଯୋଗ କରିଡର ରେ 5ଟି ବିଶ୍ୱବିଦ୍ୟାଳୟ ସହରର ଢାଞ୍ଚାଗତ ସଂସ୍କାର ହେବ ଓ ଶିକ୍ଷା ଏବଂ ନିଯୁକ୍ତି ଉପରେ ଗୁରୁତ୍ୱ ଦିଆ ଯିବ । ଏହା ଶିକ୍ଷା, ଗବେଷଣା,ନୂତନ ସର୍ଜନା,କୌଶଳ ବିକାଶ ଇତ୍ୟାଦିର ହବ ଭାବରେ ଶିଳ୍ପ-ଶିକ୍ଷାକୁ ସଂଯୋଗ କରିବ ।
ଛାତ୍ରୀମାନଙ୍କ ପାଇଁ ପ୍ରତି ଜିଲ୍ଲାରେ ରାଜ୍ୟ ସରକାରଙ୍କ ସହଯୋଗ ରେ ଗୋଟିଏ ଛାତ୍ରୀ ନିବାସ ପ୍ରତିଷ୍ଠା ହେବ ।
ଅତଏବ ଶିକ୍ଷା ବଜେଟରେ ଯେଉଁ 11 ହଜାର କୋଟି ବୃଦ୍ଧି ହେଇଛି  ତାର ଅଧଅଧି କେବଳ ଦେଶର 800 ଜିଲ୍ଲାରେ ହଷ୍ଟେଲ ନିର୍ମାଣ ରେ ସରିଯିବ । କିନ୍ତୁ ସରକାର ଲକ୍ଷ୍ୟ ରଖିଛନ୍ତି ଏହି ବଜେଟ ପ୍ରାବଧାନ ଦ୍ୱାରା ଆମେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଚୀନ ସହ ଟକ୍କର ଦେବା ।
ବଜେଟ
*ବିନିର୍ମାଣ ଶିଳ୍ପ ନିଯୁକ୍ତିର ବଡ଼ ବାପା*

ଏବେ ମଧ୍ୟ ଭାରତର କୃଷି କ୍ଷେତ୍ର ନିଯୁକ୍ତିର ବଡ଼ ବାପା ହେଇ ଚାଲିଛି । ଅର୍ଥନୈତିକ ସର୍ଭେ ଅନୁଯାୟୀ ପ୍ରାୟ 46% ଜାତୀୟ କାର୍ଯ୍ୟଶକ୍ତିକୁ କୃଷି କ୍ଷେତ୍ର ସମର୍ଥନ କରି ଚାଲିଛି । ପ୍ରକୃତ ତଥ୍ୟ ସଂଗ୍ରହ କଲେ ଏହାର ପ୍ରତିଶତ ଆହୁରି ଅଧିକ ହେବ । କିନ୍ତୁ ଜାତୀୟ ଆୟ କ୍ଷେତ୍ରରେ ଏହାର ଯୋଗଦାନ ମାତ୍ର 18% ପାଖାପାଖି ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟ ରେ କୁହା ଯାଇଛି । ତେଣୁ ଗୋଟିଏ କଥା ସ୍ପଷ୍ଟ ଯେ କେବଳ କୃଷି ଅର୍ଥନୀତି ଉପରେ ବିଶାଳ ଦେଶର କର୍ମଶକ୍ତିକୁ ମଣିଷ ଭଳି ବଞ୍ଚିବା ସାଧନ ଯୋଗେଇ ପାରିବ ନାହିଁ । ଏହାର ପ୍ରମାଣ ଆମର ଅନାହାର, ଅର୍ଦ୍ଧାହାର, ଅପପୁଷ୍ଟି, ଅପମୃତ୍ୟୁ ତଥ୍ୟରେ ପ୍ରତିଫଳିତ ହେଉଛି ।
ଏଥିପାଇଁ ଅର୍ଥନୈତିକ ସର୍ଭେ ରିପୋର୍ଟରେ ବିନିର୍ମାଣ ଶିଳ୍ପ ଉତ୍ପାଦନ ( ମାନ୍ୟୁଫାକ୍ଚରିଂ ) ଉପରେ ଗୁରୁତ୍ୱ ଦିଆ ଯାଇଥିଲା ଓ ଅର୍ଥମନ୍ତ୍ରୀ ବଜେଟରେ ବହୁତ ଗୁରୁତ୍ୱ ଦେଇଛନ୍ତି ବୋଲି ରଙ୍ଗୀନ ଚିତ୍ର ଉଲ୍ଲେଖ କରିଛନ୍ତି ।
ବିନିର୍ମାଣ ଶିଳ୍ପ କହିଲେ ବିସ୍ତୃତ ବିଭାଗକୁ ବୁଝାଏ ଓ କୃଷି କ୍ଷେତ୍ର ସହ ଏହାର ଅଙ୍ଗାଙ୍ଗୀ ଭାବେ ସମ୍ପର୍କ ରହିଛି । ଯନ୍ତ୍ରପାତି,ସରଞ୍ଜାମ ଓ ଶ୍ରମ ଶକ୍ତି ବ୍ୟବହାର ମାଧ୍ୟମରେ କଞ୍ଚାମାଲ ବା ଉତ୍ପାଦନଗୁଡିକୁ ଚୂଡାନ୍ତ ସାମଗ୍ରୀ ଉତ୍ପାଦନ ( Finished goods ) କରିବା ହେଉଛି ବିନିର୍ମାଣ ଶିଳ୍ପ ।ଏହି ଶିଳ୍ପ ଅର୍ଥନୀତିର ମେରୁଦଣ୍ଡ , କର୍ମନିଯୁକ୍ତି ସୃଷ୍ଟି କରି ସାମଗ୍ରିକ ଘରୋଇ ଉତ୍ପାଦନକୁ ଶକ୍ତିଶାଳୀ କରିଥାଏ ।
ଆମେରିକା, ୟୁରୋପ ଏଥିରେ ଅଗ୍ରଣୀ ହେଇଗଲେ । ଦ୍ଵିତୀୟ ବିଶ୍ୱଯୁଦ୍ଧ ପରେ ଜାପାନ ଆଗେଇ ଆସିଲା । ଜାପାନ ସହିତ କୋରିଆ ଏକ୍ଷେତ୍ରରେ ଅଗ୍ରଣୀ ହେଇଛି । ନବେ ଦଶକ ପରେ ଚୀନ ବିଶ୍ୱରେ ଶିର୍ଷ ସ୍ଥାନ ଅଧିକାର କରିବାକୁ ପ୍ରୟାସ କରୁଛି ।
ବିନିର୍ମାଣ ଶିଳ୍ପ ପାଇଁ ଟେକ୍ନୋଲୋଜି ଦରକାର, ଗବେଷଣା ଦରକାର, ନୂତନ ବସ୍ତୁ ଉତ୍ପାଦନ କୌଶଳ ଦରକାର ।
ବର୍ତ୍ତମାନ ଚାଇନାର ବଜେଟ 4200 ବିଲିୟନ ଡଲାର।ଭାରତର ଏବର୍ଷ ର ବଜେଟ ମାତ୍ର 600 ବିଲିୟନ ଡଲାର । ଅର୍ଥାତ ଆମଠାରୁ ଚୀନର ବଜେଟ 7ଗୁଣ । ଆମର ଶିକ୍ଷାରେ ସବୁ ମିଶେଇ ଦେଲେ ମାତ୍ର 15 ବିଲିୟନ ଡଲାର । ପ୍ରାୟ 5 ବିଲିୟନ ଡଲାର ଖର୍ଚ୍ଚ ଗବେଷଣା କ୍ଷେତ୍ରରେ । ପ୍ରାୟ 11 ବିଲିୟନ ଡଲାର ଖର୍ଚ୍ଚ ସ୍ୱାସ୍ଥ୍ୟ କ୍ଷେତ୍ରରେ ।
ଚୀନର ଶିକ୍ଷା କ୍ଷେତ୍ରରେ ଖର୍ଚ୍ଚ 800 ବିଲିୟନ ଡଲାର , ଭାରତର ସମୁଦାୟ ବଜେଟ ଠାରୁ ଅଧିକ । ପ୍ରଥମ ଶ୍ରେଣୀରୁ ଆରମ୍ଭ କରି ନବମ ଷ୍ଟାଣ୍ଡାର୍ଡ ପର୍ଯ୍ୟନ୍ତ ଖର୍ଚ୍ଚ ପ୍ରାୟ 390 ବିଲିୟନ ଡଲାର । ନବମ ଷ୍ଟାଣ୍ଡାର୍ଡ ଉପରକୁ ଖର୍ଚ୍ଚ ପ୍ରାୟ ପ୍ରାୟ 800 ବିଲିୟନ ଡଲାର ।
ଗବେଷଣାରୁ ଟେକ୍ନୋଲୋଜି ସୃଷ୍ଟି ହେଇଥାଏ । ଆମର ଗବେଷଣା 5 ବିଲିୟନ ଡଲାର ବେଳକୁ ଚୀନର ପ୍ରାୟ 780 ବିଲିୟନ । ତେଣୁ ଆମେ କେତେ ନୂଆ ନୂଆ ଟେକ୍ନୋଲୋଜି ଉଦ୍ଭାବନ କରିବା ଯାହା ବିଶ୍ୱ ବାଣିଜ୍ୟରେ ନିଜର ପସରା ମେଲି ପାରିବ ।
ସ୍ୱାସ୍ଥ୍ୟ ବଜେଟ ଚୀନର 700 ବିଲିୟନ ଡଲାର ବେଳକୁ ଆମର 11 ବିଲିୟନ ଡଲାର ।
ସେମିତି ସେବା କ୍ଷେତ୍ର ହେଉଛି ମାନ୍ୟୁଫାକଚରିଂ ଶିଳ୍ପର ଏକ ଉପଜାତ ।  କାର ନିର୍ମାଣ ହେଲେ ସେବା ଦରକାର, ମାଇକ୍ରୋୱେଭ ଖରାପ ହେଲେ ସେବା ଦରକାର । ମୋବାଇଲ ଖରାପ ହେଲେ ସେବା ସରକାର ।
ଆମାଜନରେ ଆମେ ବିଭିନ୍ନ ଜିନିଷ ମଗାଉଛେ, ସ୍ୱିଗ ମାଧ୍ୟମରେ ଖାଦ୍ୟ ମଗାଉଛେ । କିନ୍ତୁ ଏହାର ପ୍ୟାକେଟ କୌଣସି ନା କୌଣସି ବିନିର୍ମାଣ ଶିଳ୍ପ ରେ ପ୍ରସ୍ତୁତ ହେଉଛି । ତେଣୁ ବିନା ବିନିର୍ମାଣରେ ସେବା ସେକ୍ଟରର ପ୍ରୟୋଜନ କଣ ?
ବର୍ତ୍ତମାନ ସେବା ସେକ୍ଟରରେ ଯେଉଁ ପରିବର୍ତ୍ତନ ଘଟୁଛି ତାହା ବହୁତ କୌଶଳଗତ ( Strategic changes)। ଭାରତର ଯେଉଁ ସେବା କ୍ଷେତ୍ର ଆରମ୍ଭ ହେଲା ତାହା ସଫ୍ଟଓୟାର ରେ ହେଉଛି । ପ୍ଲମ୍ବର, କାର୍ପେଣ୍ଟର , ତନ୍ତ କାରିଗର ପ୍ରଭୃତି ପୂର୍ବରୁ ଥିଲେ ,ଏବେ ବି ଅଛନ୍ତି , କିନ୍ତୁ ବିଶ୍ୱ ବଜାରରେ ଆମର ଭାଗିଦାରୀ କେତେ ?
ସମଗ୍ର ବିଶ୍ୱରେ ସର୍ଭିସ ସେକ୍ଟର 25 ଟ୍ରିଲିୟନ ଡଲାର ।ଆମର ଭାଗିଦାରୀ ମାତ୍ର 4%. ଏହା ବିଗତ 11 ବର୍ଷ ଧରି ସ୍ଥିର ଅବସ୍ଥାରେ ରହିଛି । ସର୍ଭିସ ସେକ୍ଟର ହେଉ କି
ମାନୁଫାକଚରିଂ ସେକ୍ଟର ହେଉ ଏଭଳି କୌଣସି ଉତ୍ପାଦ ହେବା ଦରକାର ଯାହା ପଛରେ ଦୁନିଆ ଦୌଡିବ । ଏମିତି କିଛି ଆମର ଏକ୍ସକ୍ଲୁଜିଭ ପଦାର୍ଥ ଅଛି କି ଯାହା ବିନା ଦୁନିଆ ଅଚଳ ହେଇଯିବ ?
ଆମର ଆଇଟି କ୍ଷେତ୍ରରେ ପ୍ଲମ୍ବର ସୃଷ୍ଟି କଲୁ, କାର୍ପେଣ୍ଟର ସୃଷ୍ଟି କଲୁ , କିନ୍ତୁ ଆମେ ଆପଲ କିମ୍ବା ତେସଲା ନିର୍ମାଣ କରି ପାରିଲୁ ନାହିଁ । ଆମେ ସ୍ପେସ ଏକ୍ସ ସୃଷ୍ଟି କରି ପାରିଲୁ ନାହିଁ ।ଆମେ କୃତ୍ରିମ ବୁଦ୍ଧିମତା ମଧ୍ୟ ସୃଷ୍ଟି କରି ପାରିଲୁ ନାହିଁ । ତଥାପି ଆମେ କହୁଛେ ଦୁନିଆର ମୁରବୀ ହେଇ ଯିବୁ ।ମୁଙ୍ଗେରୀ ଲାଲ ସ୍ୱପ୍ନ ଯେମିତି ।
ଆମେ କିଛି ଆସେମ୍ବଲିଂ କେନ୍ଦ୍ର ହେଇ ରହିଛୁ ।
ଆମେ ସବୁ କ୍ଷେତ୍ରରେ ବଜେଟ କାଟ କରୁଛୁ, ଯାହା ବି ପ୍ରାବଧାନ ହେଉଛି ତାହା ଠିକ ଖର୍ଚ୍ଚ ହେଇ ପାରୁନି । ପ୍ରୋଜେକ୍ଟ ଖର୍ଚ୍ଚ ବଢି ବଢି ଚାଲିଛି ।
କୃଷି କ୍ଷେତ୍ରରେ ବିଶେଷ କିଛି ଦେଇ ପାରିଲୁ ନାହିଁ, ଜଲ ଜୀବନ ମିଶନକୁ କିଛି ଦେଇ ପାରିଲୁ ନାହିଁ । ଫର୍ଟିଲାଇଜର କ୍ଷେତ୍ରରେ ବିଫଳ ହେଲୁ । ତାହେଲେ କୃଷି କେମିତି ବିକାଶ ହେବ ।କୃଷି ବିକାଶ ନହେଲେ ମାନ୍ୟୁଫାକ୍ଚରିଂ କ୍ଷେତ୍ର କିପରି ବିକାଶ ହେବ । ଆମର ଅର୍ଥନୀତି ଗୋଟିଏ ପଣ୍ୟ ଅର୍ଥନୀତି ହେଇ ରହିଗଲା । ପଣ୍ୟ ଅର୍ଥ ଅଟା, ଚିନି,ଚାଉଳ,ତେଲ,କପଡ଼ା,ଲେଦର, କାର୍ପେଣ୍ଟ ,ଯନ୍ତ୍ରାଂଶ ଇତ୍ୟାଦି । ଆମେ ସବୁ ସୃଷ୍ଟି କରିବା ବିଦ୍ୟା ରହିଛି । କିନ୍ତୁ ଏହାର ଉତ୍ତରୋତ୍ତୋର ବିକାଶ ପାଇଁ ଯେଉଁ ଶିକ୍ଷା, କୌଶଳ, ବୈଜ୍ଞାନିକ ଗବେଷଣା ଦରକାର ସେଥିପାଇଁ ପୁଞ୍ଜି ଲଗାଣ ହେଉଛି କି ? ଆମ ଦେଶର କର୍ପୋରେଟଙ୍କ ହାତରେ ପୁଞ୍ଜିର ଅଭାବ ନାହିଁ । କିନ୍ତୁ ସେମାନେ ବିଦେଶରେ ବିନିଯୋଗ କରୁଛନ୍ତି, ଦେଶ ପାଇଁ ଚିନ୍ତା ନାହିଁ । ଅଥଚ ସେମାନଙ୍କୁ ଲକ୍ଷ ଲକ୍ଷ କୋଟି ଟିକସ ରିହାତି, ପ୍ରୋତ୍ସାହନ ପ୍ରଦାନ କରା ଯାଉଛି ।
ବିଦେଶୀ ପୁଞ୍ଜି ଆସିବାର ନାହିଁ । କାରଣ ସେମାନେ ଯେଉଁ ଭିତ୍ତିଭୂମି , ସଂସ୍କାର ଚାହୁଁଛନ୍ତି ତାହା ସରକାରଙ୍କ ନୀତି ନିର୍ଦ୍ଧାରଣ ଫାଇଲ ଭିତରେ ଅଟକି ଯାଉଛି ।

Leave a Reply

Your email address will not be published. Required fields are marked *