PHOTO WAR : ଧର୍ମେନ୍ଦ୍ରଙ୍କ ଚେର କାଟିବାକୁ ହାତ ମିଳେଇ ଦେଲେଣି କି ମୋହନ-ମନମୋହନ…

ଭୁବନେଶ୍ୱର : କଳା, ସାମ୍ବାଦିକତା ଦୁନିଆରେ ଗୋଟିଏ କଥା ଅଛି। ଛବି କଥା କୁହେ। ଖାଲି ସେତକ ନୁହେଁ। ହଜାରେ ଶବ୍ଦକୁ ନେଇ ଗୋଟିଏ ଛବି ହୁଏ। ଛବି ବହୁତ ପ୍ରଭାବୀ। ତାହାର ପ୍ରଭାବ ଜନମାନସ ଉପରେ ମଧ୍ୟ ପଡେ। ଫଟୋ ଥରେ ଉଠେ। ହେଲେ କାଳକାଳକୁ ରହିଯାଏ। ଓଡ଼ିଶା କ୍ଷମତା ରାଜନୀତିରେ ବର୍ତ୍ତମାନ ବିଜେପି। ତେଣୁ ବିଜେପି ଶିବିର ଫଟୋକୁ ନେଇ ଚର୍ଚ୍ଚା ଜୋର। ପ୍ରବାସୀ ଭାରତୀୟ ସମ୍ମିଳନୀ ସରିଯାଇଛି। ହେଲେ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ସମୟର ଫଟୋ ଆଲୋଡନ ସୃଷ୍ଟି କରିଛି।

ପ୍ରଧାନମନ୍ତ୍ରୀ ଆସିଥିଲେ ସରକାରୀ କାର୍ଯ୍ୟରେ। ତେଣୁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କ୍ୟାବିନେଟ୍ ମନ୍ତ୍ରୀ, ମେୟର, ମୁଖ୍ୟ ଶାସନ ସଚିବ, ଡିଜି ଆଦି ସ୍ୱାଗତ କରିବେ। କେନ୍ଦ୍ର ମନ୍ତ୍ରୀ ମଧ୍ୟ ରହିପାରିବେ। ହେଲେ ଦଳ ଲୋକ ନୁହଁନ୍ତି। କାରଣ ତାହା ପ୍ରୋଟୋକଲ ନୁହଁ। ନୈତିକତା ବି ଗୋଟିଏ ଜିନିଷ ଅଛି। ତାକୁ ଏହି ସନ୍ଦର୍ଭରେ ଆଲୋଚନା କରା ଯାଇ ନ ପାରେ। ମୋଦିଙ୍କୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ସ୍ୱାଗତ କଲେ। ପ୍ରୋଟକୋଲ ଅନୁଯାୟୀ କ୍ରମାନ୍ୱୟରେ ଥିଲେ। ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପରେ କୌଣସି କେନ୍ଦ୍ର ମନ୍ତ୍ରୀ, ରାଜ୍ୟ କ୍ୟାବିନେଟ୍ ମନ୍ତ୍ରୀ କି ସରକାରୀ ଅଧିକାରୀ ନ ଥିଲେ। ଥିଲେ ମନମୋହନ ସାମଲ। ଯିଏ ରାଜ୍ୟ ବିଜେପି ସଭାପତି..ଏକଥା ଆମେ କହୁ ନାହୁଁ। କହୁଛି ଏ ଫଟୋ……ଦେଖନ୍ତୁ…

ପ୍ରଧାନମନ୍ତ୍ରୀ ଦଳ ପ୍ରତି ଉଦାର। ତେଣୁ ସମ୍ପୂର୍ଣ୍ଣ ଫଟୋ ପୋଷ୍ଟ କଲେ। ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସମ୍ପୂର୍ଣ୍ଣ ଫଟୋ ପୋଷ୍ଟ କଲେ। ହେଲେ ମୋହନ ବାବୁଙ୍କ ଟିମ୍ ସୋସିଆଲ ମିଡିଆ ପୁରା କାଟଛାଣ୍ଟ କରିଦେଲା। ଖାଲି ସିଏ ଆଉ ପିଏମ୍ ମୋଦି। ତାହା ମଧ୍ୟରେ କେନ୍ଦ୍ର ସରକାର ପ୍ରତିନିଧି ତଥା ରାଜ୍ୟପାଳଙ୍କ ହସ। ଦେଖୁନାହାନ୍ତି ସେ ଫଟୋ…

ଏକଥା ଧର୍ମେନ୍ଦ୍ର କ୍ୟାମ୍ପରେ ଏତେଟା ସହଜରେ ଗ୍ରହଣ କରାଯାଇନାହିଁ। ରାଜ୍ୟ ସଭାପତି ଘୋଷଣା ପୂର୍ବରୁ ପ୍ରୋଟୋକୋଲ ଏଡାଇ ମନମୋହନଙ୍କ ଏହି ଉଚ୍ଛନ୍ନ ପଛରେ କେଉଁ ଅଦୃଶ୍ୟ ଶକ୍ତିର ହାତ ନାହିଁ ତ।…
