Chidananda Jena

ବିଜେଡ଼ିକୁ “ବିଦ୍ରୋହ“ ଅଡୁଆ , କାମ୍ପ ଭୋଟରଙ୍କୁ ନେଇ ସବୁ ଶିବିରରେ କମ୍ପନ, ତୃତୀୟ ବିଜୟ ଲକ୍ଷ୍ୟରେ ନାରାୟଣ… ଜମିଲାଣି ପାରଳାଖେମୁଣ୍ଡି ରାଜନୀତି

ପାରଳାଖେମୁଣ୍ଡି:  ସାରା ରାଜ୍ୟରେ ବିଜେଡିର ଉତ୍ତମ ସଙ୍ଗଠନ। ହେଲେ ଗଜପତି ଜିଲ୍ଲା କଥା ପଡ଼ିଲେ ଏହି ଉତ୍ତମ ଶବ୍ଦଟି ଉଭାନ ହୋଇଯାଏ। ବିଶେଷ କରି ଏହି ଜିଲ୍ଲାର ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର କନ୍ଦଳ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଏହା ବୋଧହୁଏ, ରାଜ୍ୟର ଗୋଟିଏ ନିର୍ବାଚନମଣ୍ଡଳୀ ଯେଉଁଠି ବିଜେଡି ଅପେକ୍ଷା ବିଜେପି ଓ କଂଗ୍ରେସ ଅଧିକ ଶକ୍ତିଶାଳୀ ମନେ ହୁଏ।  ନିର୍ବାଚନ ଯେତିକି ପାଖେଇ ଆସୁଛି, ଦଳ ଭିତରେ ଟିକେଟ୍ ଆଶାୟୀଙ୍କ…

Read More

ଆମ ଜିଲ୍ଲାରେ ଆମ ମନପସନ୍ଦର ଅଧିକାରୀଙ୍କୁ ନିଯୁକ୍ତି ଦିଅ

ଭୁବନେଶ୍ୱର – ନିର୍ବାଚନ ପାଖେଇ ଆସିଲାଣି ।  ରାଜ୍ୟ ସରକାର ଆଗୁଆ ନିର୍ବାଚନ ନେଇ ଅଣ୍ଟା ଭିଡିଛନ୍ତି। ଏହି କଥା ପରୋକ୍ଷରେ କେତେକ ବିଜେଡି ନେତାମାନଙ୍କୁ କୁହାଗଲାଣି । ଏସବୁ  ମଧ୍ୟରେ ନେତାମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ଏକ ନିର୍ଦ୍ଦିଷ୍ଟ ଆପତ୍ତି ଅଭିଯୋଗ କରିଛନ୍ତି । ରାଜ୍ୟରେ ଅଫିସର ରାଜ ଚାଲିଥିବା ଏକ ଧାରଣା ବିରୋଧି ସୃଷ୍ଟି କରିଛନ୍ତି । ତେଣୁ ଏହାକୁ ଚେକ୍ ଦେବାକୁ ହେବ । ତେଣୁ ଅନ୍ତଃତ ଜିଲ୍ଲାସ୍ତରରେ ହେଉଥିବା ଅଦଳବଦଳରେ ନେତାଙ୍କ…

Read More

କୌଣସି ବୈଠକକୁ ଗଲେ ନାହିଁ ନବୀନ ପଟ୍ଟନାୟକ, ଦିଲ୍ଲୀ ଅଧ୍ୟାଦେଶ ଉପରେ ନେଇ ପାରୁନାହାନ୍ତି ନିଷ୍ପତ୍ତି

ଭୁବନେଶ୍ୱର :  ରାଜଧାନୀ ଦିଲ୍ଲୀରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ) ଏବଂ ବେଙ୍ଗଲୁରୁରେ ବିରୋଧି ଦଳ ସମୂହଙ୍କ ବୈଠକ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଛି। ମାତ୍ର ଏହି ବୈଠକରେ ଭାରତବର୍ଷର କେତେକ ପ୍ରମୁଖ ରାଜନୈତିକ ଦଳ ଯୋଗ ଦେଇନାହାନ୍ତି। ସେମାନଙ୍କ ମଧ୍ୟରେ ଓଡ଼ିଶାରେ ଶାସନ କରୁଥିବା ବିଜେଡି, ଆନ୍ଧ୍ର ପ୍ରଦେଶରେ ଶାସନ କରୁଥିବା ଓ୍ୱାଇଏସଆର କଂଗ୍ରେସ, ବିରୋଧି ଟିଡିପି, ପଞ୍ଜାବରେ ଶିରୋମଣି ଅକାଳି ଦଳ , ତେଲେଙ୍ଗାନାର ବିଆରଏସ୍, ଏଆଇଏମଆଇଏମ୍ ଏବଂ ବିଏସପି ରହିଛନ୍ତି। ବିଜେଡି ପୂର୍ବଭଳି ସମଦୂରତ୍ୱ…

Read More

ରାଜ୍ୟରେ ଜିଲ୍ଲା ସଂଖ୍ୟା ଠାରୁ କମ୍ ରହିଛି ସାଧାରଣ ପାଠାଗାର, ଓଡ଼ିଶାଠୁ ଗୋଆ ଭଳି କ୍ଷୁଦ୍ର ରାଜ୍ୟରେ ଅଧିକ ଲାଇବ୍ରେରୀ

ଭୁବନେଶ୍ୱର :  ଓଡ଼ିଆ ଛାତ୍ର କିମ୍ବା ଲୋକ ପାଠାଗାର(ଲାଇବ୍ରେରୀ)ରେ ପଢିବାକୁ ଏତେଟା ଆଗ୍ରହ ଦେଖାନ୍ତି ନାହିଁ । ଲୋକସଂଖ୍ୟା, ଜନସଂଖ୍ୟା, ଶିକ୍ଷାନୁଷ୍ଠାନ ଗୁଡିକ ଥିବା ସତ୍ତ୍ୱେ ସାର୍ବଜନୀନ ପାଠାଗାରର ଗୁରୁତ୍ୱ ନାହିଁ। ଅଧିକରୁ ଅଧିକ ପାଠାଗର ଗଢିବା ପାଇଁ ମଧ୍ୟ ସାଧାରଣ ଦାବି ମଧ୍ୟ ନାହିଁ। ତେଣୁ ଓଡ଼ିଶାରେ ଜିଲ୍ଲା ସଂଖ୍ୟାରୁ ମଧ୍ୟ କମ୍ ସଂଖ୍ୟକ ସର୍ବସାଧାରଣ ପାଠାଗାର ରହିଛି। ଏକଥା ଆମେ କହୁନାହୁଁ। କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଉପଲବ୍ଧ ତଥ୍ୟରୁ ଏହା ଜଣାପଡିଛି।…

Read More

ମୋ ଆଭିମୁଖ୍ୟ ସ୍ପଷ୍ଟ କର, ରାଜସ୍ଥାନ ଛାଡ଼ିବାକୁ ମନା କଲେ ବସୁନ୍ଧରା ରାଜେ

ଜୟପୁର : ଆଗାମୀ ରାଜସ୍ଥାନ ନିର୍ବାଚନରେ ଦଳର ଚେହେରା କିଏ ହେବ। ନିର୍ବାଚନ ପରିଚାଳନାରେ ମୋ ଭୂମିକା କଣ ରହିବ। ରାଷ୍ଟ୍ରୀୟ ଅଧ୍ୟକ୍ଷ ହିସାବରେ ଆପଣ ଏବଂ ହାଇକମାଣ୍ଡ ଶୀଘ୍ର ସ୍ପଷ୍ଟ କରନ୍ତୁ। ମୁଁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ହୋଇଥାଇପାରେ। ହେଲେ ରାଜସ୍ଥାନ ସହ  ମୂଳରୁ ଜଡିତ। ରାଜସ୍ଥାନ  ବିଧାନସଭା ରାଜ୍ୟର ନିର୍ବାଚନ, ଏଠି ରାଜ୍ୟ ପ୍ରସଙ୍ଗରେ ହିଁ ଲଢେଇ ହେବ। ତେଣୁ ରାଷ୍ଟ୍ରୀୟ ନେତୃତ୍ୱ ସବୁ ପ୍ରସଙ୍ଗରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରୁ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ…

Read More

ଅବଢ଼ା ପ୍ରିୟ ଭକ୍ତଙ୍କ ପାଇଁ ଆସିଲା ଖୁସି ଖବର, ଏଣିକି ଆନନ୍ଦ ବଜାରରେ ଲାଗିବ ଦର ତାଲିକା

ପୁରୀ : ଦୀନବନ୍ଧୁ ଦଇତାରୀ, କୋଠ ଭୋଗଖିଆ, ଅନାଥଙ୍କ ନାଥ ଶ୍ରୀଜଗନ୍ନାଥ। ମାତ୍ର ମହାପ୍ରଭୁଙ୍କ ମହାପ୍ରସାଦ ଦର ଏତେ ଅଧିକ ରହୁଥିଲା ଯେ, ଦୀନବନ୍ଧୁ , କୋଠ ଭୋଗ ଆଶା ରଖିଥିବା ଲୋକ କି ଅନାଥ ଦୂରର କଥା, ନିମ୍ନ ମଧ୍ୟବିତ୍ତ ଭକ୍ତଟିଏ ମଧ୍ୟ ପର୍ଯ୍ୟାପ୍ତ ମହାପ୍ରସାଦ କିଣିପାରେ ନାହିଁ। ଏହାକୁ ନେଇ ଭକ୍ତ, ପୁରୀ ବାସିନ୍ଦା ଏବଂ ବିଭିନ୍ନ ବର୍ଗର ଅସନ୍ତୋଷ ରହିଥିଲା। ଅବଢାକୁ ନେଇ କେତେକ ସମୟରେ ଆନନ୍ଦ ବଜାରରେ ବିଶୃଙ୍ଖଳା ମଧ୍ୟ ଦେଖିବାକୁ…

Read More

ସେତୁ ଯୋଜନାରେ ଚିତ୍ରକୋଣ୍ଡା ଓ କୋରୁକୁଣ୍ଡା ବ୍ଲକ୍‌ର ୧୦ ଗୋଟି ପଞ୍ଚାୟତ ଅନ୍ତର୍ଭୁକ୍ତ ହେବ, ସେତୁ ଯୋଜନା ବ୍ୟୟ ଅଟକଳ ୫୦ ରୁ ୧୦୦ କୋଟି ଟଙ୍କାକୁ ବୃଦ୍ଧି

ଭୁବନେଶ୍ୱର : ସେତୁ ଯୋଜନାରେ ସ୍ୱାଭିମାନ ଅଞ୍ଚଳରେ ଦ୍ରୁତ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି। ବିଶେଷ କରି ଚିତ୍ରକୋଣ୍ଡା ବ୍ଲକ୍‌ର ଅବଶିଷ୍ଟ ୯ ଗୋଟି ପଞ୍ଚାୟତ ଯଥା – ଆନ୍ଦ୍ରପାଲ୍ଲୀ, ପଣସପୁଟ, ଜୋଡାମ୍ବୋ, ରାଲିଗଡା, ପେପରମେଟଲା, ବଡପଦା, ଗଜଲମାମୁଣ୍ଡି, ଜନ୍ତ୍ରୀ ଓ ଧୁଳିପୁଟ ଏବଂ କୋରୁକୁଣ୍ଡା ବ୍ଳକ୍‌ର ନାକାମାମୁଡି ପଞ୍ଚାୟତ ସହିତ ମୋଟ ୧୦ ଗୋଟି ଅନୁନ୍ନତ ପଞ୍ଚାୟତକୁ ସେତୁ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ  ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଗୁରୁବାର ପ୍ରଶାନିକ ନିର୍ଦ୍ଦେଶ…

Read More

ମୋଦି ବିରୋଧିଙ୍କ ଟୁଇଟର ଆକାଉଣ୍ଟକୁ ବନ୍ଦ କରିବା ପାଇଁ ପଡ଼ିଥିଲା ଚାପ, ଖଣ୍ଡନ କଲେ ମନ୍ତ୍ରୀ

ନୂଆଦିଲ୍ଲୀ :  ଦିନକ ପୂର୍ବରୁ ଟ୍ୱିଟର ସହ-ପ୍ରତିଷ୍ଠାତା ଜ୍ୟାକ୍ ଡୋର୍ସି ନରେନ୍ଦ୍ର ମୋଦି ନେତୃତ୍ୱାଧିନ କେନ୍ଦ୍ର ସରକାରଙ୍କୁ ନେଇ ଏକ ଭୟଙ୍କର ବୟାନ ଦେବା ସହ  ଅଭିଯୋଗ ଆଣିଛନ୍ତି | ଅର୍ନ୍ତଜାତୀୟ ଗଣମାଧ୍ୟମକୁ ମତାମତ ଦେଇ ଜ୍ୟାକ୍  ଡୋର୍ସି କହିଛନ୍ତି ଯେ, ଗତବର୍ଷ କୃଷକଙ୍କ ଆନ୍ଦୋଳନ ସମୟରେ କେନ୍ଦ୍ର ସରକାର ଏହାକୁ ସମାଲୋଚନା କରୁଥିବା ଲୋକଙ୍କ ଆକାଉଣ୍ଟକୁ ସବୁଦିନ ପାଇଁ ନିଲମ୍ବନ କରିବାକୁ ଟ୍ୱିଟର କର୍ତ୍ତୃପକ୍ଷଙ୍କ ଉପରେ ଚାପ ପକାଇଥିଲେ। ମାତ୍ର ଏହି ଅଭିଯୋଗକୁ କେନ୍ଦ୍ର ମନ୍ତ୍ରୀ…

Read More

ବିଦ୍ୟୁତ ଚୋରୀ ନେଇ ମାମଲା ରୁଜୁ

ବ୍ରହ୍ମପୁର : ଟିପି ଦକ୍ଷିଣ ଓଡ଼ିଶା ବିତରଣ ଲିମିଟେଡ ପକ୍ଷରୁ ବିଦ୍ୟୁତ ଚୋରି ନେଇ ଧରପଗଡ଼ ଜୋରଦାର ହୋଇଛି । କବିସୂର୍ଯ୍ୟନଗରର ଜଣେ ଉପଭୋକ୍ତା ବିଦ୍ୟୁତ ଚୋରି କରୁଥିବା ଜାଣିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଥାନାରେ ଏତଲା ଦିଆଯାଇଛି । ମିଳିଥିବା ସୂଚନା ଅନୁଯାୟୀ କବିସୂର୍ଯ୍ୟନଗର ଥାନାରେ ଏତଲା ଦିଆଯାଇଛି । ସମ୍ପୃକ୍ତ ବ୍ୟକ୍ତି ଜଣଙ୍କର ବିଦ୍ୟୁତ ବିଲ ବକେୟା ଥିଲା । ଥରେ ତାଙ୍କ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇଥିଲା । କିନ୍ତୁ ସେହି…

Read More

କଂଗ୍ରେସରେ ବିଲୟ ହେବ ଓ୍ୱାଇଏସଆର ତେଲେଙ୍ଗାନା ପାର୍ଟି

ହାଇଦ୍ରାବାଦ : ରାଜନୀତିରେ କେତେବେଳେ କଣ ହେବ, ତାହା ସବୁ ସମୟରେ ପୂର୍ବାନୁମାନ କରି ହୁଏ ନାହିଁ। ସେଥିପାଇଁ ରାଜନୀତିକୁ ଶତ ସମ୍ଭାବନାର ତୀର୍ଥ କ୍ଷେତ୍ର ବୋଲି କୁହାଯାଏ। ଆଗାମୀ ଦିନରେ ଦାକ୍ଷିଣତ୍ୟ ରାଜନୀତିରେ କେତେକ ହଟଚମଟ ଦେଖିବାକୁ ମିଳିବ। ଅବିଭକ୍ତ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଓ୍ୱାଇଏସଆର ରାଜଶେଖର ରେଡ୍ଡିଙ୍କ ଝିଅ ଓ୍ୱାଇଏସ୍ ଶର୍ମିଲା ନିଜର ଓ୍ୱାଇଏସଆର ତେଲେଙ୍ଗାନା ପାର୍ଟିକୁ କଂଗ୍ରେସ ସହ ବିଲୟ କରିବାକୁ ଯାଉଛନ୍ତି। ଏକଥା ଆର୍ଶ୍ଚଯ୍ୟ ଲାଗୁଥିଲେ ବି ସତ ହେବାକୁ ଯାଉଛି।…

Read More