Chidananda Jena

କର୍ତ୍ତବ୍ୟ ସମ୍ପାଦନ ସମୟରେ ସରକାରୀ କର୍ମଚାରୀଙ୍କ ମୃତ୍ୟୁରେ ରାଜ୍ୟ ସରକାର ଦେବେ ୧୦ ଲକ୍ଷ ଟଙ୍କାର ସହାୟତା ରାଶି

ଭୁବନେଶ୍ୱର : ଓଡ଼ିଶାର ସରକାରୀ କର୍ମଚାରୀ ମାନଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶିର ପରିମାଣରେ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂପର୍କିତ ପ୍ରସ୍ତାବକୁ ବୁଧବାର ଅନୁମୋଦନ ଦେଇଛନ୍ତି । ଆଗାମୀ କିଛିମାସ ପରେ ରାଜ୍ୟରେ ବିଧାନସଭା ନିର୍ବାଚନ ଘୋଷଣା ହେବାର ରହିଛି। ଏହାକୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀଙ୍କୁ ଖୁସିରେ ରଖିବା ପାଇଁ ଏଭଳି ଘୋଷଣା କରାଯାଇଥିବା କୁହାଯାଇଛି।        ନୂତନ ନିଷ୍ପତ୍ତି ଅନୁଯାୟୀ ଦାୟିତ୍ୱ ପାଳନ ସମୟରେ କର୍ମଚାରୀ ମାନଙ୍କ ମୃତ୍ୟୁ…

Read More

ଧୋନୀଙ୍କ ପତ୍ନୀ ସାକ୍ଷୀ ଓ ବିରାଟଙ୍କ ଅନୁଷ୍କା ଗୋଟିଏ ସ୍କୁଲରେ ପଢୁଥିଲେ, ଫଟୋ ହେଲା ଭାଇରାଲ

ନୂଆଦିଲ୍ଲୀ : ମହେନ୍ଦ୍ର ସିଂ ଧୋନୀ ଏବଂ ବିରାଟ କୋହଲୀ । ଭାରତୀୟ କ୍ରିକେଟ ଜଗତର ଦୁଇ ବୃହତ ନାମ। ଦୁଇ ଜଣଙ୍କ ବନ୍ଧୁତା ମଧ୍ୟ ପଡିଆ ବାହାରେ ବେଶ୍ ଚର୍ଚ୍ଚାର କାରଣ ହୋଇଥାଏ। ହେଲେ ଏପରି ଏକ ସଂଯୋଗ ଉଭୟଙ୍କ ବ୍ୟକ୍ତିଗତ ଜୀବନରେ ରହିଛି। ଯାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଖୁସି କରିପାରେ। ମାହି ତଥା ଧୋନୀଙ୍କ ଧର୍ମପତ୍ନୀ ସାକ୍ଷୀ ସିଂ ଏବଂ ବିରାଟ କୋହଲୀଙ୍କ ପତ୍ନୀ ଅନୁଷ୍କା ପିଲାଦିନର ସାଙ୍ଗ। ପିଲାଦିନେ ସ୍କୁଲ…

Read More

ମୋଦି ଏବଂ ତାଙ୍କ ବଚସ୍କରଙ୍କ  କଥା ଶୁଣିଲେ ଇଶ୍ୱରଙ୍କ ମୁଣ୍ଡ ଗୋଳମାଳ ହୋଇଯିବ : ରାହୁଲ ଗାନ୍ଧୀ

ୱାଶିଂଟନ ଡିସି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଦେଶ ଗସ୍ତ ନିକଟରେ ଶେଷ ହୋଇଛି। ଅପରପକ୍ଷରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ ଏମପି ରାହୁଲ ଗାନ୍ଧୀଙ୍କର ବିଦେଶ ଗସ୍ତ ଆରମ୍ଭ ହୋଇଛି। ରାହୁଲ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତ କରିବା ସହ ସେଠାରେ 3ଟି ସହରରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ବିଭିନ୍ନ ବର୍ଗର ବ୍ୟକ୍ତି ଏବଂ ଭାରତୀୟଙ୍କୁ ଭେଟିବା ସହ ସାମ୍ପ୍ରତିକ ରାଜନୀତି ସମ୍ପର୍କରେ ରାହୁଲ ଗାନ୍ଧୀ ବକ୍ତବ୍ୟ ଦେଇଛନ୍ତି। ଗୋଟିଏ ସଭାରେ ରାହୁଲ ଗାନ୍ଧୀ…

Read More

ବନ୍ଦ ହୋଇଯିବ ଗୁଗୁଲ୍, ଆମାଜନ୍ ..କାହିଁକି ଏପରି କଥା କହିଲେ ବିଲ୍ ଗେଟ୍ସ

ଭୁବନେଶ୍ୱର : କୌଣସି ବିଷୟରେ ଜାଣିବାକୁ ଚାହିଁଲେ, ସ୍ମାର୍ଟ ଫୋନ ଜରିଆରେ କିଏ ବା ଗୁଗୁଲ ସର୍ଚ୍ଚ ନ କରେ। ହେଲେ ଏହି ଗୁରୁ ତଥା ଗୁଗୁଲ୍‌ ସର୍ଚ୍ଚ ଆଉ ଦରକାର ହେବ ନାହିଁ। ଯାହା ଆମକୁ ଭାବିଲା ବେଳକୁ ଆଶ୍ଚର୍ଯ୍ୟ ଲାଗୁଛି। ହେଲେ ଏପରି ଏକ ଦିନ ଆସିବ ଏହି ଗୁଗୁଲ ସର୍ଚ୍ଚ ବନ୍ଦ ହେବାକୁ ବାଧ୍ୟ ହେବ ବୋଲି ମାଇକ୍ରୋସଫ୍ଟର ମୁଖ୍ୟ ବିଲ୍‌ ଗେଟ୍‌ସ ଚେତାବନୀ ଦେଇଛନ୍ତି। ବିଲ୍ ଙ୍କ କହିବାନୁଯାୟୀ, ଯେଉଁଭଳି ଦ୍ରୁତ…

Read More

ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳରେ ପୁଅଙ୍କୁ ଟପିଲେ ଝିଅ

ଭୁବନେଶ୍ୱର : ମାଟ୍ରିକ ପରୀକ୍ଷା ହେଉ କି ଆଇଏଏସ୍ ପରୀକ୍ଷା କିମ୍ବା ନିଟ୍ , ଯୁକ୍ତ ଦୁଇ ସବୁଥିରେ ଝିଆ ମାନଙ୍କ ପ୍ରଦର୍ଶନ ଆକାଶଛୁଆଁ ରହିଆସୁଛି। ଏହି କ୍ରମରେ ବୁଧବାର ପ୍ରକାଶିତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ(ଯୁକ୍ତ୨) ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳଛାତ୍ରୀମାନେ ଉତ୍ତମ ପ୍ରଦର୍ଶନ କରିଛନ୍ତି। ପୁଅଙ୍କ ତୁଳନାରେ ଝିଅଙ୍କ ପାସ ହାର ଅଧିକ ରହିଛି । ବିଜ୍ଞାନରେ ଝିଅଙ୍କ ପାସ ହାର ୮୫.୬୭ % ଥିବା…

Read More

ମୋ ସେବା କେନ୍ଦ୍ର ସଂଖ୍ୟା ୮୦୦୦ ଛୁଇଁବ

ଭୁବନେଶ୍ୱର : ମୋ ସେବା କେନ୍ଦ୍ର ଜରିଆରେ ରାଜ୍ୟ ସରକାରଙ୍କ ଏକାଧିକ ସେବା ନାଗରିକଙ୍କ ଘର ପାଖରେ ଉପଲବ୍ଧ କରାଯାଉଛି। ଏହାଦ୍ୱାରା ଗ୍ରାମାଞ୍ଚଳର ଯୁବକ ଏବଂ ମିଶନ ଶକ୍ତି ଅଧୀନରେ ପରିଚାଳିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ  ଉଦ୍ୟୋଗ ସ୍ଥାପନର ଏକ ଫୋରମ ମିଳିପାରିଛି। ବର୍ତ୍ତମାନ ରାଜ୍ୟପରେ ୬୯୦୦ ରୁ ଅଧିକ ମୋ ସେବା କେନ୍ଦ୍ର ସ୍ଥାପିତ ହୋଇସାରିଛି । ଆଗାମୀ ଦିନରେ ଏହି ସଂଖ୍ୟା ପ୍ରାୟ ୮୦୦୦ କୁ ବୃଦ୍ଧି ପାଇବ । ସରକାରୀ କଳର…

Read More

୧୮ଟି ନିଷ୍ପତ୍ତି ଉପରେ ମୋହର ମାରିଲା ଓଡ଼ିଶା କ୍ୟାବିନେଟ୍ , ନିଜମ 5ମ ପାଳିର ଚତୁର୍ଥ ବର୍ଷ ପୂରଣ କଲେ ନବୀନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ନିଜ 5ମ ପାଳିର ଚତୁର୍ଥ ବର୍ଷ ପୂରଣ କରିଛନ୍ତି। ଏହି ଅବସରରେ ଅନୁଷ୍ଠିତ ହୋଇଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ 18ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ମରାଯାଇଛି। ଏହା ମଧ୍ୟରେ ରହିଛି ନିଜସ୍ୱ ମୋ ଘର ଯୋଜନା। ଏହା ଦ୍ୱାରା କେନ୍ଦ୍ରର ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଅପେକ୍ଷା ନ କରି ରାଜ୍ୟ ସରକାର ନିଜସ୍ୱ ବ୍ୟବସ୍ଥା କରିଛନ୍ତି। ସାଧାରଣ ନିର୍ବାଚନକୁ ବର୍ଷକରୁ କମ୍ ସମୟ ଥିବାରୁ ଏହି ଯୋଜନା…

Read More

ରାଜନୈତିକ ଦିଗକୁ ଲକ୍ଷ୍ୟ ରଖି ଦୁଇହଜାର ଟଙ୍କିଆ ନୋଟ ପ୍ରତ୍ୟାହାର କରାଯାଇଛି, ଆମେରିକୀୟ ସ୍ତମ୍ଭକାରଙ୍କ ମତ

ଭୁବନେଶ୍ୱର :ଦୁର୍ନୀତି ରୋକିବା ପାଇଁ ନୁହେଁ, ରାଜନୈତିକ କାରଣ ପାଇଁ ଭାରତରେ ୨୦୦୦ ଟଙ୍କିଆକୁ ପ୍ରତ୍ୟାହାର କରାଯାଇଛି l ଏ କଥା ଆମେରିକୀୟ ଆର୍ଥିକ ସଂସ୍ଥା ଜେଫେରିଜ୍‌ର ଇକ୍ବିଟି ରଣନୀତି ମୁଖ୍ୟ କ୍ରିସ୍‌ ଉଡ୍‌ କହିବା ସହ ଏହି ଆର୍ଥିକ ନିଷ୍ପତ୍ତି ଉପରେ ସନ୍ଦେହ ପ୍ରକଟ କରିଛନ୍ତି। ସେ ନିଜର ସାପ୍ତାହିକ ନିଉଜ୍‌ଲେଟର ‘ଗ୍ରିଡ୍‌ ଆଣ୍ଡ୍‌ ଫିୟର’ରେ ସେ ଲେଖିଛନ୍ତି ଯେ, ଭାରତରେ ବିରୋଧୀ ଦଳଙ୍କ ପାଣ୍ଠି କାର୍ଯ୍ୟକଳାପକୁ ରୋକିବା ଲାଗି ଏହା ଏକ ପଦକ୍ଷେପ ହୋଇଥାଇପାରେ।…

Read More

ଆଇପିଏଲ୍ ଫାଇନାଲରେ ଚେନ୍ନାଇ-ଗୁଜରାଟ ମୁକାବିଲା

ଭୁବନେଶ୍ୱର : ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର 4ଥର ବିଜେତା ଚେନ୍ନାଇ ସୁପରକିଙ୍ଗ୍ସ ଏବଂ ଗତ ଥର ଚମ୍ପିୟାନ ହୋଇଥିବା ଗୁଜରାଟ ଟାଇଟାନ୍ସ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ। ଏହି ମ୍ୟାଚ ଆସନ୍ତା ରବିବାର ସନ୍ଧ୍ୟା 7ଟା 30ରେ ଖେଳାଯିବ। ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ କ୍ୱାଲିଫାୟାର ଓ୍ୱାନରେ ଗୁଜରାଟକୁ ହରାଇ ସିଧା ଫାଇନାଲରେ ପ୍ରବେଶ କରିଥିଲା। ସେହିପରି ଦ୍ୱିତୀୟ କ୍ୱାଲିଫାୟାରରେ ଗୁଜରାଟ ଏଲିମଲେଟର ବିଜେତା ମୁମ୍ବାଇକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ଯଦି ଚେନ୍ନାଇ ରବିବାର…

Read More

ଆକ୍ରୋଶ ରଖି ନବଙ୍କୁ ମାରିଥିଲା ଗୋପାଳ, ଚାର୍ଜସିଟରେ କ୍ରାଇମବ୍ରାଞ୍ଚ ରଖିଲା ମତ

ଭୁବନେଶ୍ୱର : କୌଣସି ରାଜନୈତିକ କାରଣ ନୁହଁ। କିମ୍ବା କୋଇଲା ବେପାର ନୁହଁ।  ବରଂ ବ୍ୟକ୍ତିଗତ ଆକ୍ରୋଶ ରଖି ହିଁ ପୂର୍ବତନ ମନ୍ତ୍ରୀ ନବ ଦାସ ଙ୍କୁ ହତ୍ୟା କରାଯାଇଛି। ଏକଥା ଆମେ କହୁନାହୁଁ। ଏ କଥା ଓଡ଼ିଶା ପୁଲିସ୍ ପକ୍ଷରୁ କୁହାଯାଇଛି। କ୍ରାଇମବ୍ରାଞ୍ଚ ଦୀର୍ଘଦିନ ପରେ ଏହି ହାଇଫ୍ରୋପାଇଲ ମର୍ଡର କେସରେ ଚାର୍ଜସିଟ୍ ଦାଖଲ କରିଛି । ନବ ହତ୍ୟାର ପ୍ରାୟ ୧୧୮ ଦିନ ପରେ ଝାରସୁଗୁଡା ଜେଏମଏଫସି କୋର୍ଟରେ କ୍ରାଇମବ୍ରାଞ୍ଚ  ପକ୍ଷରୁ ଚାର୍ଜସିଟ୍ ଦାଖଲ କରାଯାଇଛି। ଏହା…

Read More