ଷ୍ଟକ୍ ବଜାରରେ ଆଦାନି ଗ୍ରୁପର ସାତୋଟି ସଂସ୍ଥାର ୫୫ ହଜାର କୋଟି ଟଙ୍କାର କ୍ଷତି
ନୂଆଦିଲ୍ଲୀ : ହିଣ୍ଡେନ୍ବର୍ଗ ରିପୋର୍ଟ ଆଦାନି ଗ୍ରୁପ୍ର ପିଛା ଛାଡିବା ନା ନଉନି। ଗତ ଜାନୁଆରି ୨୪ରେ ଏହି ବିସ୍ଫୋରକ ରିପୋର୍ଟ ପ୍ରକାଶ ପାଇବା ପରଠାରୁ ଶିଳ୍ପପତି ଗୌତମ ଆଦାନି ବ୍ୟକ୍ତିଗତ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ତାଙ୍କ ସଂସ୍ଥା ଆଦାନି ଗ୍ରୁପ୍ ମଧ୍ୟ କ୍ଷତି ସହିଛି। ଏହି ରିପୋର୍ଟର ପ୍ରଭାବ ଧୀରେଧୀରେ ହ୍ରାସ ହେଉଥିବା ବେଳେ ପୁଣିଥରେ ଆଦାନିଙ୍କ ଅଡ଼ୁଆ ବଢ଼ିଛି। ହିଣ୍ଡେନ୍ବର୍ଗ ଯେଉଁସବୁ ଗମ୍ଭୀର ଅଭିଯୋଗ ଆଣିଥିଲା ତାହାର ତଦନ୍ତ ଆମେରିକାରେ ଆରମ୍ଭ ହୋଇଛି।ଆମେରିକାରେ…
