ପିଚାଇଙ୍କ କ୍ଷତିପୂରଣ ୨୨୬ ନିୟୁତ ଡଲାର
୨୦୨୨ରେ ‘ଆଲ୍ଫାବେଟ୍ ଇନ୍କର୍ପୋରେଟ୍’ର ଚିଫ୍ ଏକ୍ଜିକ୍ୟୁଟିଭ୍ ସୁନ୍ଦର ପିଚାଇ କ୍ଷତିପୂରଣ ବାବଦକୁ ପ୍ରାୟ ୨୨୬ ନିୟୁତ ଡଲାର୍ ପାଇଥିବା ନେଇ ‘ସିକ୍ୟୁରିଟିଜ୍’ରେ କମ୍ପାନି ତରଫରୁ କୁହାଯାଇଛି । ଏହା କମ୍ପାନିର କର୍ମଚାରୀ ପାଉଥିବା ବେତନର ୮୦୦ଗୁଣରୁ ଅଧିକ ବୋଲି ଜଣାପଡିଛି । ପିଚାଇଙ୍କ କ୍ଷତିପୂରଣ ବାବଦ ଅର୍ଥରେ ପ୍ରାୟ ୨୧୮ ନିୟୁତ ଡଲାର୍ର ‘ଷ୍ଟକ୍ ଆୱାର୍ଡ’ ମଧ୍ୟ ଅନ୍ତର୍ଭୁକ୍ତ ବୋଲି ସେହି ଫାଇଲିଙ୍ଗ୍ରେ ଉଲ୍ଲେଖ ରହିଛି ।‘ଗୁଗଲ୍’ ଭଳି ଏକାଧିକ ସଂସ୍ଥାନର ମୁଖ୍ୟ ‘ଆଲ୍ଫାବେଟ୍ ଇନ୍କର୍ପୋରେଟ୍’ ଖର୍ଚ୍ଚ…
