କର୍ଣ୍ଣାଟକ ସରକାର ଭାଙ୍ଗିଯିବ କି ବୋଲି କାହିଁକି କହିଲେ କୁମାରସ୍ୱାମୀ ?

ବେଙ୍ଗଲୁରୁ :  କଂଗ୍ରେସ ନେତୃତ୍ୱାଧିନ କର୍ଣ୍ଣାଟକ ସରକାର କୌଣସି ସମୟରେ ଭାଙ୍ଗି ଯାଇପାରେ। ଦଳର ପ୍ରାୟ ୪୦ରୁ ୫୦ ବିଧାୟକ  ଜଣେ ବରିଷ୍ଟ ନେତାଙ୍କ ନେତୃତ୍ୱରେ ବିଦ୍ରୋହ କରିପାରନ୍ତି।  ଏହି ବରିଷ୍ଠ ନେତା ଜଣଙ୍କ ବର୍ତ୍ତମାନ ରାଷ୍ଟ୍ରମନ୍ତ୍ରୀ ପାହ୍ୟାରେ କାମ କରୁଛନ୍ତି।  ତେଣୁ କର୍ଣ୍ଣାଟକ ସରକାର ବିପଦରେ ରହିଥିବା ଜେଡି (ଏସ୍‌) ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ ସୋମବାର ଏହି ଦାବି କରିଛନ୍ତି। କୁମାର ସ୍ୱାମୀ କୁହନ୍ତି ଯେ, ଏଭଳି ଦୁଃସାହାସ ଛୋଟ ନେତାମାନଙ୍କଠାରୁ…

Read More

ଇଣ୍ଡିଆ ମେଣ୍ଟ ଓ (ଟିଏମସି) ମହୁଆଙ୍କ ପାଇଁ ଲଢିବେ ; ମମତା

ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ରଙ୍କ ବିରୋଧରେ ’କ୍ୟାସ୍‌ ଫର୍‌ କ୍ୱେରି’ ଅଭିଯୋଗ ନେଇ ନୈତିକତା କମିଟି ରିପୋର୍ଟ ଆସିବା ପରେ ତାଙ୍କୁ ଲୋକସଭାରୁ ବହିଷ୍କାର କରାଯାଇଛି। ସଂସଦରେ ନରେନ୍ଦ୍ର ମୋଦୀ ସରକାରଙ୍କୁ ସମାଲୋଚନା କରୁଥିବା ପ୍ରଶ୍ନ ପଚାରିବା ବଦଳରେ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କ ଠାରୁ ନଗଦ ୨କୋଟି ଟଙ୍କା ଓ ବିଳାସପୂର୍ଣ୍ଣ ଉପହାର ସାମଗ୍ରୀ ସମେତ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି।ତେବେ ଏହି ରିପୋର୍ଟରେ ଉଲେଖଯୋଗ୍ୟ ଯେ ବେଆଇନ ଲାଞ୍ଚ ଗ୍ରହଣ କରିବାର ଅଭିଯୋଗ ସ୍ପଷ୍ଟ…

Read More

କତାରରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ୮ ଜଣ ପୂର୍ବତନ ନୌସେନା ଅଫିସରଙ୍କୁ ଭେଟିଲେ ଭାରତୀୟ ଅଧିକାର

ନୂଆଦିଲ୍ଲୀ: କତାରରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ୮ ଜଣ ପୂର୍ବତନ ନୌସେନା ଅଧିକାରୀଙ୍କ ମାମଲା ଉପରେ ଭାରତ ସରକାର ନଜର ରଖିଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଆଜି କହିଛି। ଆମ ରାଷ୍ଟ୍ରଦୂତ ୮ ଜଣଙ୍କୁ ଭେଟିଛନ୍ତି। ଏଥିସହ ଏହି ମାମଲାରେ କୋର୍ଟରେ ଏପର୍ଯ୍ୟନ୍ତ ଦୁଇଟି ଶୁଣାଣି ହୋଇସାରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି, କତାରରେ ୮ ଜଣ ପୂର୍ବତନ ନୌସେନା କର୍ମଚାରୀଙ୍କୁ ଫାଶୀ ଦେବା ମାମଲାରେ ଆମର ଆବେଦନର ଦୁଇଥର ଶୁଣାଣି…

Read More

ତେଲେଙ୍ଗାନାରେ ପ୍ରଶିକ୍ଷଣ ବିମାନ ଦୁର୍ଘଟଣାରେ ୨ ପାଇଲଟ ମୃତ , ମୃତ ପରିବାରକୁ ସମବେଦନା ଜଣାଇଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ …

ଆଜି ତେଲେଙ୍ଗାନାରେ ଏକ ଅତ୍ୟନ୍ତ ଦୁଃଖଦ ଦୁର୍ଘଟଣା ଘଟିଛି। ଭାରତୀୟ ବାୟୁସେନାର ଏକ ପ୍ରସିକ୍ଷଣ ଏୟାରକ୍ରାଫ୍ଟ ଦୁର୍ଘଟଣାର ଶିକାର ହୋଇଥିବା ବେଳେ ଏଥିରେ ଦୁଇ ଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି। ଏ ନେଇ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି। ଭାରତୀୟ ବାୟୁସେନା ର ଅଧିକାରୀମାନେ କହିଛନ୍ତି ଯେ ସକାଳ ୮.୫୫ ରେ ପିଲାଟସ୍ ପ୍ରଶିକ୍ଷଣ ବିମାନ ତେଲେଙ୍ଗାନାର ଡିଣ୍ଡିଗୁଲସ୍ଥିତ ବାୟୁସେନା ଏକାଡେମୀରେ ଦୁର୍ଘଟଣାର ଶିକାର ହୋଇଥିଲା। ଏହି ବିମାନ ଦୁର୍ଘଟଣାରେ ବାୟୁସେନାର ଦୁଇ ଜଣ ପାଇଲଟଙ୍କ ମୃତ୍ୟୁ…

Read More

ବାତ୍ୟା ‘ମିଚାଉଙ୍ଗ’ ଓଡ଼ିଶା ପାଇଁ ଆଣି ପାରେ ପ୍ରବଳ ବର୍ଷା …

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ମିଚାଉଙ୍ଗ’ ସୋମବାର ସକାଳେ ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳ ନେଲ୍ଲୋର ଓ ମଛଲିପାଟନମ୍ ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ଆଇଏମଡି ର ପୂର୍ବାନୁମାନ ଅନୁଯାୟୀ, ଏହି ବାତ୍ୟା ଯୋଗୁଁ ଏହି ସମଗ୍ର ଅଞ୍ଚଳରେ ଘଣ୍ଟା ପ୍ରତି ୧୦୦ କିଲୋମିଟର ବେଗରେ ପବନ ବହିପାରେ । ସୋମବାର ତିରୁଭାଲ୍ଲୁର ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି, ଯେଉଁଥିରେ କୁହାଯାଇଛି ଯେ ବାତ୍ୟାକୁ ଦୃଷ୍ଟିରେ ରଖି ୨୧ ସେଣ୍ଟିମିଟର କିମ୍ବା ତା’ଠାରୁ…

Read More

ଉତ୍ତରାଖଣ୍ଡ ଟନେଲ୍ ଦୁର୍ଘଟଣାର ବ୍ୟବଚ୍ଛେଦ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ସୁଡ଼ଙ୍ଗରେ ଫସି ରହିଥିବା ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବରେ ବାହରକୁ ବାହାର କରାଯାଇଛି। ‘ରାଟ୍‌-ହୋଲ୍‌ ମାଇନର୍ସ’ର ଉଦ୍ଧାରକାରୀମାନେ ଡ୍ରିଲ କରିବା ସମୟରେ ହିରୋ ଭାବରେ ଉଭା ହୋଇଥିଲେ। ଉଦ୍ଧାର ପରେ ଫସି ରହିଥିବା ଶ୍ରମିକଙ୍କ ମୁହଁରେ ଥିବା ହସ ସେମାନଙ୍କର ସମସ୍ତ ପରିଶ୍ରମକୁ ସାର୍ଥକ କରିଥିଲେ। ମାତ୍ର ଏହି ଉଦ୍ଧାର କାର୍ଯ୍ୟକ୍ରମକୁ ସାବାସି ଦେବା ଆଳରେ କାହିଁକି ଏପରି ଘଟିଲା , ତାହାର ପର୍ଯ୍ୟାଲୋଚନା ହେଉ ବୋଲି ସ୍ୱର ଉଠିଲାଣି।…

Read More

୧୧,୭୦୩ କୋଟି ଟଙ୍କା ଲାଭ ଦେଇଛି ପୂର୍ବତଟ ରେଳବାଇ ଜୋନ୍  

ଭୁବନେଶ୍ୱର : ସାରା ଦେଶରେ ପୂର୍ବତଟ ରେଳପଥ ସର୍ବାଧିକ ଲାଭ କରୁଥିବା ରେଳ ଜୋନ୍‌। ଗତ ଆର୍ଥିକ ବର୍ଷ ତଥା -୨୦୨୨-୨୩ ରେ ଏହି ଜୋନ୍ ୧୧,୭୦୩ କୋଟି ଟଙ୍କା ଲାଭ କରିଛି। ରେଳବାଇର ସାତଟି ଜୋନ୍‌କୁ ବାଦ ଦେଲେ ଅନ୍ୟ ସମସ୍ତ ଜୋନ୍  କ୍ଷତିରେ ଚାଲୁଛି। ପୂର୍ବ ରେଳପଥ ସର୍ବାଧିକ ୬୮୦୩ ‌କୋଟି ଟଙ୍କାର କ୍ଷତି କରୁଛି। ଏହି ରିପୋର୍ଟ ୱିଣ୍ଟୱେଲ୍‌ଥ ପକ୍ଷରୁ ପ୍ରଦାନ କରାଯାଇଛି। ମୋଟ ରାଜସ୍ୱରେ ମାଲ ପରିବହନର ଭାଗ ସର୍ବାଧିକ ୬୮%…

Read More

ଏପର୍ଯ୍ୟନ୍ତ ବି ଟନେଲରେ ଫସିରହିଛନ୍ତି ଶ୍ରମିକ , କ’ଣ କହିଲେ ଟନେଲ ବିଶେଷଜ୍ଞ ଜାଣନ୍ତୁ …

ସୁଡ଼ଙ୍ଗରେ ଫସି ରହିଥିବା ଶ୍ରମିକମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି। ଅଗର ମେସିନ୍ ଖରାପ ହୋଇଯିବା ଫଳରେ ଏହି ପ୍ରୟାସକୁ ଏକ ବଡ଼ ଝଟକା ଲାଗିଛି। ଅନ୍ତର୍ଜାତୀୟ ଟନେଲ ବିଶେଷଜ୍ଞ ଆର୍ନୋଲ୍ଡ ଡିକ୍ସ ଶନିବାର କହିଛନ୍ତି ଯେ ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ନିର୍ମାଣାଧୀନ ସିଲ୍କିୟାରା ଟନେଲରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ବ୍ୟବହୃତ ଅଗର ମେସିନ୍ ବିଫଳ ହୋଇଛି।  ଡିକ୍ସ କହିଛନ୍ତି, “ଅଗର ଭାଙ୍ଗିଯାଇ ଖରାପ ହୋଇଯାଇଛି…

Read More

ଆଜି ସଂଧ୍ୟାରେ ଉଦ୍ଧାର ହୋଇପାରନ୍ତି ଫସି ରହିଥିବା ଶ୍ରମିକ…

ଉତ୍ତରକାଶୀ ଟନେଲ ଦୁର୍ଘଟଣାରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଆଉ ୨ଟି ପାଇପ୍ ଏପର୍ଯ୍ୟନ୍ତ ଭିତରକୁ ଯିବା ନେଇ ଆଶା କରାଯାଉଛି । ଗୁରୁବାର ରାତିରୁ ସିଲ୍କିୟାରା ଟନେଲରେ ଖନନ କରୁଥିବା ଉଦ୍ଧାରକାରୀ ଦଳ ଗୋଟିଏ ପରେ ଗୋଟିଏ ଅନେକ ବାଧାବିଘ୍ନର ସମ୍ମୁଖୀନ ହୋଇଥିଲେ। ଏବେ ସେହି ପ୍ରତିବନ୍ଧକ ଦୂର ହୋଇଛି। ତେବେ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଉଦ୍ଧାର କାର୍ଯ୍ୟ ଶେଷ ହେବ ବୋଲି ଆଶା କରାଯାଉଛି। ପିଏମଓର…

Read More

ପାଲେଷ୍ଟାଇନ୍‌କୁ ଦ୍ବିତୀୟ ଥର ସାହାର୍ଯ୍ୟ କଲା ଭାରତ

ଇସ୍ରାଏଲ୍‌ ଓ ହମାସ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ଭିତରେ ଭାରତ ଗତକାଲି ପାଲେ‌ଷ୍ଟାଇନ୍‌କୁ ଦ୍ବିତୀୟ ଥର ସହାୟତା ପ୍ରଦାନ କରିଛି। ଏ ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ‘ଏକ୍ସ’ ପୋଷ୍ଟରେ ଘୋଷଣା କରିଛନ୍ତି। ମନ୍ତ୍ରୀ ତାଙ୍କ ‘ଏକ୍ସ’ରେ ଲେଖିଛନ୍ତି, ପାଲେଷ୍ଟାଇନ୍‌ବାସୀଙ୍କ ନିମନ୍ତେ ଆମେ ମାନବୀୟ ସହାୟତା ପଠାଇବା ଜାରି ରଖିଛୁ। ୩୨ ଟନ୍‌ର ସହାୟତା ବହନ କରି ଭାରତୀୟ ବାୟୁସେନାର ବିମାନ ‘ସି ୧୭’ ଇଜିପ୍ଟର ଏଲ୍‌-ଏରିସ୍‌ ବିମାନ ବନ୍ଦର ଅଭିମୁଖେ ଉଡ଼ାଣ କରିଛି।…

Read More