୨୦୨୪ ସାଧାରଣ ନିର୍ବାଚନ: ଇଣ୍ଡିଆ ବନାମ ଏନଡିଏ ଲଢେଇ

ନୂଆଦିଲ୍ଲୀ : ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ପାଇଁ ଶାସକ ଓ ବିରୋଧ ଦଳ ଆନୁଷ୍ଠାନିକ ମେଣ୍ଟର ଘୋଷଣା କରିଛନ୍ତି। ବିହାରର ପାଟଣା ପରେ କର୍ନାଟକର ବେଙ୍ଗଲୁରୁରେ ବିରୋଧି ଦଳମାନଙ୍କର ବୈଠକ ହୋଇଛି। ଏହି ବୈଠକରେ ୟୁପିଏ ନାମ ପରିବର୍ତ୍ତନ କରି ଇଣ୍ଡିଆ ରଖାଯାଇଛି। ସର୍ବସମ୍ମତିକ୍ରମେ ବିରୋଧୀ ମେଣ୍ଟ INDIAରେ ପରିଚୟ ହାସଲ କରିବ ବୋଲି ଜଣାପଡ଼ିଛି। INDIA ପୂରା ନାଁ ହେଲା Indian National Democratic Inclusive Alliance। ବାମ ଦଳ ପକ୍ଷରୁ ଆଲିଆନ୍ସ ଶବ୍ଦକୁ…

Read More

ପ୍ରଧାନମନ୍ତ୍ରୀ ପଦକୁ କଂଗ୍ରେସର ନାଁ ; ସମ୍ବିଧାନ ସୁରକ୍ଷାକୁ ପ୍ରାଥମିକତା

ବାଙ୍ଗାଲୁର ; କଂଗ୍ରେସ ପ୍ରଧାନମନ୍ତ୍ରୀ ପଦ ଚାହେଁ ନାହିଁ। କଂଗ୍ରେସ କ୍ଷମତା ମଧ୍ୟ ଚାହେଁ ନାହିଁ। ବିରୋଧୀ ଏକତା ସହ ସମ୍ବିଧାନକୁ ବଞ୍ଚାଇବା ମୂଳଲକ୍ଷ୍ୟ ବୋଲି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି । ଦେଶ ପ୍ରଥମେ ସୁରକ୍ଷିତ ରହିବା ଦରକାର। ଦେଶ ସୁରକ୍ଷିତ ରହିଲେ ସମସ୍ତେ ସୁରକ୍ଷିତ ରହିବେ। ଏଥିପାଇଁ ସମ୍ବିଧାନ ସୁରକ୍ଷିତ ରହିବା ଆବଶ୍ୟକ ଆମେ ସେ ଦିଗରେ କାର୍ଯ୍ଯ କରିବା ଦିଗରେ ଶ୍ରୀ ଖଡଗେ କହିଛନ୍ତି। କର୍ଣ୍ଣାଟକର ବେଙ୍ଗଲୁରୁ ଠାରେ ଆୟୋଜିତ ମିଳିତ…

Read More

କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ମେନ ଚାଣ୍ଡିଙ୍କ ପରଲୋକ

କେରଳ; ବରିଷ୍ଠ କଂଗ୍ରେସ ନେତା ଓ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡିଙ୍କ ଆଜି ଦେହାନ୍ତ ହୋଇଛି। ତାଙ୍କ ପରିବାର ତଥା କେରଳ କଂଗ୍ରେସ ସଭାପତି କେ ସୁଧାକରନ ଏ ସଂପର୍କରେ ଘୋଷଣା କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା। ଦୁଇଥର କେରଳର ମୁଖ୍ୟମନ୍ତ୍ରୀ ‌ଭାବେ କାର୍ଯ୍ୟ କରିଥିବା ଚାଣ୍ଡିଙ୍କର ଆଜି ସକାଳେ ବେଙ୍ଗାଲୁରୁରେ ମୃତ୍ୟୁ ଘଟିଛି। ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ମୃତ୍ୟୁ ସଂପର୍କରେ ତାଙ୍କ ପୁଅ ଚାଣ୍ଡି ଓମେନ ଏକ ଫେସବୁକ ପୋଷ୍ଟରେ…

Read More

ଆଜି ବିରୋଧି ଦଳର ସର୍ବୋଚ୍ଚ ନେତାମାନଙ୍କ ରାତ୍ରିଭୋଜନ, ମେଣ୍ଟ ନାଁ, ଆସନ ବୁଝାମଣା ନେଇ ହେବ ଆଲୋଚନା..

ବେଙ୍ଗଲୁରୁ : ଭାରତୀୟ ଜନତା ପାର୍ଟି (ବିଜେପି) ବିରୋଧୀ ମେଣ୍ଟ ନାମ ପରିବର୍ତ୍ତନ କରାଯାଇପାରେ। ଏହାକୁ ପୂର୍ବଭଳି ପ୍ରଗତିଶୀଳ ସଂଯୁକ୍ତ ମେଣ୍ଚ ତଥା ୟୁନାଇଟେଡ୍‌ ପ୍ରୋଗ୍ରେ‌ସ୍‌ ଆଲିଆନ୍ସ (ୟୁପିଏ) କୁହାଯିବ ନାହିଁ। ସବୁ ଦଳର ସହମତି ପରେ ନୂଆ ମେଣ୍ଟର ନାଁ ଦିଆଯିବ। ଏନେଇ ମଙ୍ଗଳବାର ବେଙ୍ଗାଲୁରୁରେ ଅନୁଷ୍ଠିତ ହେବାକୁ ଥିବା ମହା ବିରୋଧୀ ବୈଠକରେ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି। ଏହି ବୈଠକରେ 22ରୁ ଉର୍ଦ୍ଧ୍ୱ ଦଳ ଯୋଗ ଦେବେ ବୋଲି ଜଣାପଡିଛି।ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍…

Read More

ପ୍ରକୃତ ଏନସିପି ବୋଲି ଭୋଟର କାହାକୁ ଭାବୁଛନ୍ତି…ସେ ନେଇ ଆସିଲା ରିପୋର୍ଟ…ଜାଣନ୍ତୁ କିଏ ଦଳର ଅସଲ ମାଲିକ..

ମୁମ୍ବାଇ –  ଶରଦ ପାଓ୍ୱାରଙ୍କ ପୁତୁରା ଦଳର ସଂଖ୍ୟାଧିକ ବିଧାୟକଙ୍କୁ ନେଇ ଚାଲିଯିବା ପରେ ଏନସିପି ଦୁଇ ଭାଗ ହୋଇଯାଇଛି। ଗୋଟିଏ ଭାଗ ଶରଦ ପାଓ୍ୱାର, ସୁପ୍ରିୟା ସୁଲେ, ରୋହିତ ପାଓ୍ୱାର ଏବଂ ଜୟନ୍ତ ପାଟିଲଙ୍କ ପାଖରେ ରହିଛି। ଅନ୍ୟ ଭାଗଟି ଅଜିତ ପାଓ୍ୱାର , ଛଗନ ଭୁଜଭଳ ଭଳି ବରିଷ୍ଠ ନେତାଙ୍କ ସହ ରହିଛି। ହେଲେ ଏନସିପିର ଭୋଟର ଏବଂ ମହାରାଷ୍ଟ୍ରର ଜନସାଧାରଣଙ୍କ ମନରେ କିଏ ପ୍ରକୃତ ଏନସିପି ବୋଲି କୌତୁହଳ ଲାଗି ରହିଛି. ଏହି…

Read More

ମୋ ଆଭିମୁଖ୍ୟ ସ୍ପଷ୍ଟ କର, ରାଜସ୍ଥାନ ଛାଡ଼ିବାକୁ ମନା କଲେ ବସୁନ୍ଧରା ରାଜେ

ଜୟପୁର : ଆଗାମୀ ରାଜସ୍ଥାନ ନିର୍ବାଚନରେ ଦଳର ଚେହେରା କିଏ ହେବ। ନିର୍ବାଚନ ପରିଚାଳନାରେ ମୋ ଭୂମିକା କଣ ରହିବ। ରାଷ୍ଟ୍ରୀୟ ଅଧ୍ୟକ୍ଷ ହିସାବରେ ଆପଣ ଏବଂ ହାଇକମାଣ୍ଡ ଶୀଘ୍ର ସ୍ପଷ୍ଟ କରନ୍ତୁ। ମୁଁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ହୋଇଥାଇପାରେ। ହେଲେ ରାଜସ୍ଥାନ ସହ  ମୂଳରୁ ଜଡିତ। ରାଜସ୍ଥାନ  ବିଧାନସଭା ରାଜ୍ୟର ନିର୍ବାଚନ, ଏଠି ରାଜ୍ୟ ପ୍ରସଙ୍ଗରେ ହିଁ ଲଢେଇ ହେବ। ତେଣୁ ରାଷ୍ଟ୍ରୀୟ ନେତୃତ୍ୱ ସବୁ ପ୍ରସଙ୍ଗରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରୁ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ…

Read More

ମହାରାଷ୍ଟ୍ରରେ ଘଡି଼କେ ଘୋଡା ଛୁଟୁଛି, ଅଜିତଙ୍କୁ ଅର୍ଥ ବିଭାଗ ନ ଦେବା ପାଇଁ ସିନ୍ଧେ ସମର୍ଥକଙ୍କ ଦାବି, ଅକଳରେ କେନ୍ଦ୍ର ବିଜେପି

ମୁମ୍ବାଇ : ହାତୀ ନେ, ଘୋଡ଼ା ନେ ..ମୋ ପେଁକାଳି ବଜେଇ ଦେ। ଓଡ଼ିଆ ଯାତ୍ରାର ଏହି ଡାଇଲଗ୍ ମହାରାଷ୍ଟ୍ର ରାଜନୀତି ପାଇଁ ବେଶ୍ ସୁହାଉଛି। ହାତୀ, ଦେବୁ, ଘୋଡ଼ା ଦେବୁ କହି ନିଜ ମେଣ୍ଟରେ ସିନା ମିଶେଇ ଦେଲେ। ହେଲେ କ୍ଷମତା ପେଁକାଳୀ ଠିକ୍ ରେ ବାଜିପାରୁନି। ଖାଲି ହାତୀ, ଘୋଡ଼ା ନୁହେଁ, ଇଡ଼ି ଭୟ ଦେଖାଇ ମଧ୍ୟ ଶିବସେନା ଓ ଏନସିପିକୁ ଦୁଇ ଭାଗ କରିଦିଆଗଲା। ହେଲେ ମନ୍ତ୍ରୀମଣ୍ଡଳ ବିସ୍ତାର ଓ ବିଭାଗ ଆବଣ୍ଟନ…

Read More

କିଏ ଏହି ମହିଳା ଯିଏ ଚନ୍ଦ୍ରଯାନ-୩’ର ନେତୃତ୍ବ ନେଇଛନ୍ତି ? ଜାଣନ୍ତୁ

ନୂଆଦିଲ୍ଲୀ : ଦିନେ କୁହାଯାଉଥିଲା, ଝିଅ ଜନମ ପର ଘରକୁ । ଶିକ୍ଷା ବଳରେ ଆଜି ଏହି କଥା ଭୁଲ୍ ପ୍ରମାଣିତ ହେବାରେ ଲାଗିଛି । ଏବେ ଝିଅ ମାନେ ଆଉ ଘରର ଚାରିକାନ୍ଥ ଭିତରେ ଆବଦ୍ଧ ହୋଇ ରହିନାହାନ୍ତି । ଏବେ ସେମାନେ ପାଣିରେ ବୁଡିବାଠୁ ଆରମ୍ଭ କରି ଆକାଶରେ ଉଡିବା ପର୍ଯ୍ୟନ୍ତ ସବୁଥିରେ ନିଜର ପାରଦର୍ଶିତା ଦେଖାଉଛନ୍ତି । ମହିଳାମାନେ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇ ସାରିଲେଣି।…

Read More

ବିଜେପିର ଟିନ୍ତା ବଢାଉଛି ଏହି ରାଜ୍ୟର ନିର୍ବାଚନୀ ସର୍ଭେ, ସବୁ କାଣ୍ଡ ପରେ ବଢୁନି ଆସନ…ବିହାର ଓ ମହାରାଷ୍ଟ୍ରରେ ସିଟ୍ ଆବଣ୍ଟନକୁ ନେଇ ମୁଣ୍ଡ ଟେକିବ ବିବାଦ..

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଶିବସେନା ଭାଙ୍ଗିଲା, ଏନସିପି ଦୁଇ ଭାଗ ହୋଇଗଲା। ବିହାରରେ ନୀତିଶ କୁମାରଙ୍କୁ ଛାଡି ଉପେନ୍ଦ୍ର କୁଶଓ୍ୱା ଏବଂ ଜିତନରାମ ମାଝୀ ଏନଡିଏକୁ ଆସିଲେ। ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ପୁତୁରା ଓ ପୁତୁରା ବୋହୂଙ୍କୁ ଇଡି ଜେରା କଲା , ମାତ୍ର ଏହାର କୌଣସି ସୁଫଳ ବିଜେପିର ଶୀର୍ଷ ନେତୃତ୍ୱ ଦେଖିବାକୁ ପାଉନାହିଁ। ଦଳ ପକ୍ଷରୁ କରାଯାଇଥିବା ନିଜସ୍ୱ ସର୍ଭେରୁ ଏନେଇ ସ୍ପଷ୍ଟ ସଙ୍କେତ ଆସିଛି। ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହ…

Read More

ଦୁଇ ଖଣ୍ଡ ଟମାଟୋ ଦୁଇ ଭାଗ କରିଦେଲା ସଞ୍ଜୀବଙ୍କ ସଂସାର, ତିନି ଦିନ ହେଲା ସ୍ତ୍ରୀଙ୍କୁ ଖୋଜୁଛନ୍ତି

ଭୋପାଳ: ମନାନ୍ତର, ପରକୀୟା ପ୍ରୀତି ଏବଂ ଯୌତୁକ କାରଣରୁ  ସ୍ତ୍ରୀ-ସ୍ୱାମୀଙ୍କୁ ଛାଡିଯିବା ସମସ୍ତେ ଜାଣିଥିବେ। ହେଲେ ମାତ୍ର ଦୁଇଟା ପରିବା ପାଇଁ ସୁନାର ସଂସାର ଭାଙ୍ଗିଯିବ, ସେ କଥା ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି। ବର୍ତ୍ତମାନ ପରିବା ଦରରେ ହାତ ମାରି ହେଉ ନାହିଁ। ସାଧାରଣ ଖାଉଟି ଟିଏ ପରିବା କିଣିଲେ ଶହେଥର ଭାବୁଛି। ଦିନ ଥିଲା ଟମାଟୋ ଟ୍ରକ ଟ୍ରକ ଫୋପଡା ହେଉଥିଲା। ମାତ୍ର ଆଜି ଟମୋଟୋର ଭାଉ କେତେ। ମାତ୍ର ଟଙ୍କେ-ଦିଟଙ୍କାରେ ବିକ୍ରି ହେଉଥିବା ଟମାଟୋ…

Read More