ଜୁଲାଇ ୨୦ରୁ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ : ପାର୍ଲାମେଣ୍ଟର ଚଳିତ ବର୍ଷର ମୌସୁମୀ ଅଧିବେଶନ ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନ ଆସନ୍ତା ଅଗଷ୍ଟ ମାସ ୧୧ ତାରିଖ ଯାଏଁ ଚାଲିବ। ଶନିବାର କେନ୍ଦ୍ର ସରକାରଙ୍କ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହି ସୂଚନା ଦେଇଛନ୍ତି। ଶ୍ରୀ ଯୋଗୀ ଟୁଇଟ୍ କରି ଉଲ୍ଲେଖ କରିଛନ୍ତି ଯେ, ପାର୍ଲାମେଣ୍ଟର ୨୦୨୩ ମୌସୁମୀ ଅଧିବେଶନ ଜୁଲାଇ୨୦ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ। ସମସ୍ତ ଦଳଙ୍କୁ…

Read More

ମାସକ ମଧ୍ୟରେ ୧୦ ରାଜ୍ୟସଭା ଆସନ ପାଇଁ ଭୋଟ, ପଶ୍ଚିମବଙ୍ଗରୁ ବିଜେପି ଖୋଲିବ ଖାତା

ନୂଆଦିଲ୍ଲୀ : ଚଳିତ ବର୍ଷ ଶେଷ ଆଡ଼କୁ ଛତିଶଗଡ଼ , ରାଜସ୍ଥାନ, ମଧ୍ୟ ପ୍ରଦେଶ, ତେଲେଙ୍ଗାନା ଏବଂ ମିଜୋରମରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ୩ ପ୍ରମୁଖ ରାଜ୍ୟରେ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେବ। ବିଜେପି ଶାସିତ ଗୁଜରାଟ, ଟିଏମସି ଶାସିତ ପଶ୍ଚିମବଙ୍ଗ, ଏବଂ ବିଜେପି ଶାସିତ ଗୋଆରେ ୧୦ ରାଜ୍ୟସଭା ଆସନ ଖାଲି ହେବାକୁ ଯାଉଛି। ନିକଟରେ ଏନେଇ ଆନୁଷ୍ଠାନିକ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି।ଏହି ସବୁ ସଦସ୍ୟମାନଙ୍କର ଆସନ୍ତା ଜୁଲାଇରୁ ଅଗଷ୍ଟ…

Read More

ବିଜେପି ସଙ୍ଗଠନରେ ବ୍ୟାପକ ପରିବର୍ତ୍ତନ ସମ୍ଭାବନା, ଧର୍ମେନ୍ଦ୍ରଙ୍କୁ ନେଇ କଣ ରହିଛି ପ୍ଲାନ….ଜାଣନ୍ତୁ…

ନୂଆଦିଲ୍ଲୀ : ସାଧାରଣ ନିର୍ବାଚନକୁ ବର୍ଷକରୁ କମ୍ ସମୟ ରହିଲାଣି। ଏହା ପୂର୍ବରୁ ମଧ୍ୟ ପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ତେଲେଙ୍ଗାନା ଏବଂ ମିଜୋରମ୍ ରେ ବିଧାନସଭା ଭୋଟ ଗ୍ରହଣ ହେବ। ମଧ୍ୟପ୍ରଦେଶରେ ସରକାର ବଞ୍ଚାଇବା ବିଜେପି ପାଇଁ ପ୍ରଥମ ଚ୍ୟାଲେଞ୍ଜ ହେବ। କଂଗ୍ରେସ କଳିରୁ ରାଜସ୍ଥାନରେ ଫାଇଦା ନେବା, ଗତଥର ଅପେକ୍ଷା ଛତିଶଗଡ଼ରେ ଭଲ ପ୍ରଦର୍ଶନ କରିବା ଏବଂ ତେଲେଙ୍ଗାନାରେ ପୌର ନିର୍ବାଚନ ଫଳାଫଳ ବଜାୟ ରଖିବା ବିଜେପି ପାଇଁ ଆହ୍ୱାନ ସୃଷ୍ଟି କରୁଛି। ଏହି କ୍ରମରେ…

Read More

ମଣିପୁରରେ କାହିଁଙ୍କି ରାହୁଲଙ୍କୁ ଅଟକାଇଲା ପୋଲିସ୍ ?

ଇମ୍ଫାଲ: ମଣିପୁର ହିଂସା ଦିନକୁ ଦିନ ଉଗ୍ର ରୂପ ଧାରଣ କରୁଛି। ତେବେ ଆଜି ମଣିପୁର ପରିଦର୍ଶନ କରିବାକୁ ଆସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସ୍ଥାନୀୟ ପୋଲିସ ଆଗକୁ ବଢିବାକୁ ରୋକିଛି। ଇମ୍ଫାଲ ବିମାନବନ୍ଦର ସମ୍ମୁଖରେ ବିଷ୍ଣୁପୁର ଚେକପୋଷ୍ଟରେ ରାହୁଲ ଗାନ୍ଧୀଙ୍କୁ ଅଟକାଇ ଦିଆଯାଇଛି। ଇମ୍ଫାଲ ବିମାନବନ୍ଦରରେ ଅବତରଣ କରିବା ପରେ ସେ ଚୁରାଚାନ୍ଦପୁର ଯାଉଥିଲେ। ସୂଚନାନୁସାରେ, ସୁରକ୍ଷା କାରଣରୁ ରାହୁଲ ଗାନ୍ଧୀଙ୍କ କନଭେନକୁ ଅଟକାଇ ଦିଆଯାଇଛି।କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଇମ୍ଫାଲରେ ପହଞ୍ଚିଛନ୍ତି।…

Read More

ସମାନ ନାଗରିକ ସଂହିତାକୁ ଆପର ସମର୍ଥନ

ନୂଆଦିଲ୍ଲୀ : ସମାନ ନାଗରିକ ସଂହିତାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମର୍ଥନ ପରେ ଦେଶର ସବୁଆଡେ ଏହାକୁ ନେଇ  ଚର୍ଚ୍ଚା ଜାରି ରହିଛି । କଂଗ୍ରେସ ସମେତ ପ୍ରମୁଖ ବିରୋଧୀ ଦଳମାନେ ତାହାକୁ ବିରୋଧ କରୁଥିବାବେଳେ ଆମ୍ ଆଦମୀ ପାର୍ଟି (ଆପ୍ ) ତାହାର ସମର୍ଥନରେ ଆଗକୁ ଆସିଛି । ଆମ୍ ଆଦମୀ ପାର୍ଟି କହିଛି ଯେ ସେମାନେ ୟୁସିସିକୁ ନୀତିଗତ ଭାବେ ସମର୍ଥନ କରନ୍ତି କିନ୍ତୁ ସମସ୍ତ ଧାର୍ମିକ ସମ୍ପ୍ରଦାୟ ସହିତ ଆଲୋଚନା ପରେ ଏକ ସହମତି…

Read More

ତେଲେଙ୍ଗାନାରେ ବଦଳୁଛି ରାଜନୈତିକ ପାଣିପାଗ, କେସିଆରଙ୍କୁ ଛାଡି କଂଗ୍ରେସରେ ମିଶୁଛନ୍ତି ନେତା

ହାଇଦ୍ରାବାଦ : କର୍ନାଟକ ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ ପରେ ଦଳ ଉତ୍ସାହିତ ରହିଛି। ଆଗାମୀ ଦିନରେ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ରେ ନିର୍ବାଚନ ରହିଛି। ଏହା ସହିତ ତେଲେଙ୍ଗାନାରେ ମଧ୍ୟ ନିର୍ବାଚନ ରହିଛି। ବର୍ତ୍ତମାନ ସ୍ଥିତିରେ ତେଲେଙ୍ଗାନାରେ କଂଗ୍ରେସ ମଧ୍ୟ ଭଲ କରୁଛି। ଏମିତି କି ପୂର୍ବରୁ କଂଗ୍ରେସ ଛାଡି ବିଆରଏସ୍ ଏବଂ ବିଜେପି ଯାଇଥିବା ନେତା ଦଳକୁ ଫେରିବାକୁ ଚାହୁଁଛନ୍ତି। କର୍ନାଟକ ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ମଧ୍ୟ ନିଜର ରଣନୀତି ଆରମ୍ଭ କରିଛନ୍ତି। କିଛି…

Read More

ଏଆଇ ହେଲା ଆମେରିକା ଓ ଇଣ୍ଡିଆ ; ମୋଦି

ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁଏସ୍‌ କଂଗ୍ରେସର ମିଳିତ ଅଧିବେଶନରେ ନିଜ ଅଭିଭାଷଣ ରଖି  କହିଛନ୍ତି, ‘ଏବେ ସମୟ ଆସିଛି AI ଅର୍ଥାତ୍‌ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର। ମାତ୍ର ମୁଁ ଅନ୍ୟ ଏକ AI କଥା କହୁଛି । ଏହି AI ହେଲା ଆମେରିକା ଓ ଇଣ୍ଡିଆ। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ୭ ବର୍ଷରେ ବହୁତ କିଛି ବଦଳିଛି ମାତ୍ର ଭାରତ ଓ ଆମେରିକା ମଧ୍ୟରେ ସଂପର୍କ ଆହୁରି ନିବିଡ଼ ହୋଇଛି। ଉଭୟ ଭାରତ ଓ ଆମେରିକା ମହାନ ଗଣତାନ୍ତ୍ରିକ ରାଷ୍ଟ୍ର। ଉଭୟ ରାଷ୍ଟ୍ର ଗଣତନ୍ତ୍ର ଉପରେ…

Read More

ହନିଙ୍କୁ ମିଳିଲା ହତ୍ୟା ଧମକ

ବଲିଉଡ୍‌ର ରାପର୍‌ ହନି ସିଂଙ୍କୁ ମିଳିଛି ହତ୍ୟା ଧମକ । ଏନେଇ ହନି ସିଂ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ତାଙ୍କ କହିବାନୁଯାୟୀ ୧୯ ଜୁନ୍‌ରେ ତାଙ୍କ ମ୍ୟାନେଜର୍‌ ଛାବ୍ରାଙ୍କୁ କାନାଡ଼ାରେ ରହୁଥିବା ଗ୍ୟାଙ୍ଗଷ୍ଟାର୍‌ ଗୋଲ୍ଡି ବ୍ରାର୍‌ଙ୍କ କଲ୍‌ ଆସିଥିଲା । କଲ୍‌ କରିଥିବା ବ୍ୟକ୍ତି ଜଣକ ନିଜକୁ ଗୋଲ୍ଡି ବ୍ରାର୍‌ ବୋଲି କହିବା ସହ ହନି ସିଂଙ୍କୁ ମାରିଦେବାକୁ ଧମକ ଦେଇଥିଲେ । ଏହାସହ ୫୦ ଲକ୍ଷ ଟଙ୍କା ମଧ୍ୟ ମାଗିଥିଲେ ।ଗାୟକ…

Read More

ନୂଆଦିଲ୍ଲୀ, ବିଶାଖାପାଟଣା ଓ ନୋଏଡ଼ାରେ ରଥଯାତ୍ରା ପାଳିତ

ଭୁବନେଶ୍ୱର : ପୁରୀ ଏବଂ ଓଡ଼ିଶାର ବିଭିନ୍ନ ସ୍ଥାନକୁ ବାଦ୍ ଦେଇ ରାଜ୍ୟ ବାହାରେ ମଧ୍ୟ ଘୋଷଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ଏହା ମଧ୍ୟରେ ରାଜଧାନୀ ଦିଲ୍ଲୀ, ନୋଏଡା ଏବଂ ବିଶାଖାପାଟଣାର ରଥଯାତ୍ରା ବେଶ୍ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲା। ବିଶାଖା ପାଟଣାର ଦଶପଲ୍ଲା ପାହାଡ଼ିଠାରେ ଥିବା ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ପର୍ବ ମହାସମାରୋହରେ ପାଳନ କରାଯାଇଛି । ମନ୍ଦିର ପରିଚାଳନା କମିଟି, ଉତ୍କଳ ସାଂସ୍କୃତିକ ସମାଜ ଦ୍ୱାରା ଗତକାଲି ଆୟୋଜିତ ଏହି ଭବ୍ୟ ମହୋତ୍ସବକୁ…

Read More

୩ ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ:ଆଜି ସକାଳେ ତିନିଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାହାରିଛନ୍ତି। ମିଳିଥିବା ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ବିଳମ୍ବିତ ରାତିରେ ନ୍ୟୁୟର୍କରେ ପହଞ୍ଚିବେ। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିମନ୍ତ୍ରଣ କ୍ରମେ ମୋଦୀ ଆମେରିକା ଗସ୍ତରେ ଯାଇଥିବାବେଳେ ଏଠାରେ ସେ ଅନେକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଏବଂ ଭାରତୀୟ ସମ୍ପ୍ରଦାୟକୁ ମଧ୍ୟ ସମ୍ବୋଧିତ କରିବେ | ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଗସ୍ତ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଏହା ଏକ ଗୁରୁତ୍ୱପୂର୍ଣ୍ଣ…

Read More