ଯଦି ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଭରତପୁର ଘଟଣା ହୋଇଥାନ୍ତା…ତେବେ ଏମାନେ କ’ଣ କହିଥାନ୍ତେ..

ଭୁବନେଶ୍ୱର :  ଓଡ଼ିଶାର ରାଜଧାନୀ ଭରତପୁର ଥାନାରେ ଘଟିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର କାରଣ ହୋଇଛି। କାରଣ ଏହି ମାମଲାରେ ଓଡ଼ିଶା ପୋଲିସ୍ , ଭାରତୀୟ ସେନା ସହ ଥିବା ଜଣେ ବ୍ୟକ୍ତି  ଓ ତାଙ୍କ ବାନ୍ଧବୀ ସଂପୃକ୍ତ। ଏହି ମାମଲା ଆଉ ଏକ ଦିଗ ହେଉଛି- ଭଣଜା କୁଆଡେ ଗଲା। ସେ ଭଣଜା କିଏ। କାହା ଭଣଜା। କୁଆଡେ ଗଲା। ଏନେଇ ମଧ୍ୟ କିଛି ସ୍ପଷ୍ଟତା ମିଳୁନାହିଁ। ତେବେ ଏ ସବୁ କଥା ଛାଡନ୍ତୁ। ଏହି…

Read More

ସରକାରଙ୍କ ଏସମା କଟକଣା କ’ଣ ଓ ଏହାକୁ ନର୍ସ ମାନେ ନ ମାନିଲେ କ’ଣ ହେବ ଜାଣନ୍ତୁ

ଭୁବନେଶ୍ଵର; ୧୦ ଦଫା ଦାବି ନେଇ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଓଡ଼ିଶା ନର୍ସି କର୍ମଚାରୀ ସଂଘ  ଆନ୍ଦୋଳନକୁ ଓହ୍ଲାଇଛି । ଦୀର୍ଘ ଦିନର ଦାବି ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ନର୍ସ ସଙ୍ଘ । ବିଭିନ୍ନ ଦାବି ନେଇ ମାସକ ପୂର୍ବରୁ ସରକାରଙ୍କ ସହ ଆଲୋଚନା କରିଥିଲେ ,କିନ୍ତୁ ଆଲୋଚନାରେ କୌଣସି ଫଳ ନ ମିଳିବାରୁ ଆଜି ସକାଳୁ ଆନ୍ଦୋଳନରେ ବସିଛନ୍ତି ନର୍ସ ମାନେ । ଯାହା ଫଳରେ ଚିକିତ୍ସା ପାଇଁ ଆସୁଥିବା ରୋଗୀ ମାନେ ନାହିଁ…

Read More

ସ୍ଥାୟୀ ଏସପିଙ୍କୁ ଅପେକ୍ଷା କରି ରହିଛି ବ୍ରହ୍ମପୁର ପୁଲିସ୍, ଟ୍ରାଫିକ ବ୍ୟବସ୍ଥା ଅସମ୍ଭାଳ..ଆସୁଛି ପାର୍ବଣ.. ହଣା ଖାଇବା ଭୟରେ ସୁନା ଦୋକାନୀ… ଜୁନିୟର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିକୁ ଯାଉନାହାନ୍ତି ସିନିୟର ଆଇପିଏସ୍ ….

ବ୍ରହ୍ମପୁର: (ବ୍ୟୁରୋ)- ରାଜ୍ୟରେ ଥିବା ପାଞ୍ଚୋଟି ମହାନଗର ନିଗମ ମଧ୍ୟରେ ବ୍ରହ୍ମପୁର ଟିକେ ସ୍ୱତନ୍ତ୍ର। ଆପରାଧିକ କାର୍ଯ୍ୟକଳାପ, ଗୋଷ୍ଠୀ ସଂଘର୍ଷ ଓ ପାର୍ବଣକୁ ନେଇ ଅପରାଧରେ ଏହା ଅନ୍ୟ ଚାରି ମହାନଗର ଠାରୁ ଢେର ଆଗରେ। ବ୍ରହ୍ମପୁର ଗଞ୍ଜାମ ଜିଲ୍ଲାର ହୃଦୟ। ବ୍ରହ୍ମପୁରରେ ବିବାଦ, ଗଣ୍ଡଗୋଳ ତୁରନ୍ତ ଏହାର ଆଖପାଖ ଅଞ୍ଚଳକୁ ବ୍ୟାପିଥାଏ। ଦୁଇରୁ ତିନିମାସ ହେବ ବ୍ରହ୍ମପୁର ସମେତ ଗଞ୍ଜାମ ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ବିଭ୍ରାଟ ସୃଷ୍ଟି ହୋଇଛି। ଏହା ଏକ ପ୍ରଶାସନିକ…

Read More

ଅତନୁ ନିଜ ବହିରେ କାହା ବିଷୟରେ ଲେଖିଛନ୍ତି….. କଣ ରହିଛି ତୃତୀୟ ଅଧ୍ୟାୟରେ…

ଭୁବନେଶ୍ୱର : ବିଜେଡିର ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକଙ୍କ ପୁସ୍ତକ ଆସୁଛି। ତାହା ପୁଣି ଖୁବ୍ ଅଳ୍ପଦିନ ଭିତରେ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହା ଲୋକର୍ପଣ ହେବାକୁ ଯାଉଛି। ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାଓ୍ୱଲା ମଧ୍ୟ ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହାର ନିମନ୍ତ୍ରଣ ପତ୍ର ଗଣମାଧ୍ୟମ ପ୍ରତିନିଧି, ରାଜନୈତିକ ବ୍ୟକ୍ତି ବିଶେଷ ଏବଂ ଅତନୁ ସବ୍ୟସାଚୀଙ୍କ ବନ୍ଧୁ ମଣ୍ଡଳୀ ନିକଟରେ ପହଞ୍ଚି ଗଲାଣି।…

Read More

ମୋହର ନାଁ ବିଜ୍ଞାପନ, ୨୭ ଟଙ୍କାରେ ହୁଏନା ସଶକ୍ତିକରଣ

ଭୁବନେଶ୍ୱର: (ସତ୍ୟଜିତ ମିଶ୍ର)- ଇଂରାଜୀରେ ଏକ ବିଶ୍ୱସ୍ତରୀୟ ପତ୍ରିକା Heritageର ସମ୍ପାଦନା କରୁଥାନ୍ତି ଚେତନାର ନିଶବ୍ଦ କଥାକାର ମନୋଜ ଦାସ। ପତ୍ରିକାଟି ସୁଦୃଶ୍ୟ, ଅତୀବ ମନୋରମ, ତତସହିତ ଥିଲା କଳା, ସ୍ଥାପତ୍ୟ, ସାହିତ୍ୟର ଏକ ଚମତ୍କାର blend. ନିଜକୁ ଚିପୁଡି ଦେଇଥିଲେ ସେ। ମନୋଜ ଦାସ ଯେତେବେଳେ ଚିପୁଡି ହୁଅନ୍ତି ସେତେବେଳେ ଅମୃତ ଝରେ। ଧୀରେ ଧୀରେ Heritage ର୍ ସ୍ଥାନ କଫିଟେବୁଲ ରୁ ଉଠିଯାଇ ତକିଆ ତଳେ ରହିଲା। ଶାଶ୍ୱତର ସ୍ପର୍ଶରେ ସୁନିଦ୍ରା ହେଲା। ଇତିହାସ…

Read More

ପୁଣି ଲୋକହସା ହେଲେ ନୀତିଶଙ୍କ ସହଯୋଗୀ ଲଲନ ସିଂ, ନିଜ ମନ୍ତ୍ରାଳୟ କାର୍ଯ୍ୟକ୍ରମରେ ଦେଖିବାକୁ ପାଇଲେନି ନିଜ ଫଟୋ

ଭୁବନେଶ୍ୱର – କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ ଲଲନ ସିଂ। ଏକଦା ଜନତା ଦଳ ୟୁନାଇଟେଡର ଜାତୀୟ ସଭାପତି ରହିଥିଲେ। ହେଲେ ତାଙ୍କର ଶେଷ ଦୁଇଟି ଓଡ଼ିଶା ଗସ୍ତ ଅତ୍ୟନ୍ତ ଅରୁଚିକର ରହିଛି। ଏହି ଦୁଇ ଗସ୍ତର ଅଭିଜ୍ଞତାକୁ ସେ ନିଜ ମନରୁ ଲିଭାଇବା ପାଇଁ ଚାହିଁବେ। ସାଧାରଣ ନିର୍ବାଚନ ୨୦୨୪ ପୂର୍ବରୁ ନୀତିଶ କୁମାର ଯେତେବେଳେ ଓଡ଼ିଶା ଗସ୍ତରେ ଆସିଥିଲେ। ସାଥିରେ ଲଲନ ସିଂ ଆସିଥିଲେ। ମାତ୍ର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟାହ୍ନ ଭୋଜନ…

Read More

ପ୍ରଦେଶ କଂଗ୍ରେସ ଦାବିକୁ ସମର୍ଥନ କଲେ ମୋଦିଙ୍କ ମନ୍ତ୍ରୀ ଅଠାଓ୍ୱାଲେ

ଭୁବନେଶ୍ୱର:  ଓଡ଼ିଶା ଜନସଂଖ୍ୟାର ପଛୁଆବର୍ଗ-ଓବିସି ଓ ଏସଇବିସିଙ୍କ ସଂଖ୍ୟା ପ୍ରାୟ ୫୪ ପ୍ରତିଶତ। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ଜନସଂଖ୍ୟା ଯଥାକ୍ରମେ ୨୩ପ୍ରତିଶତ ଓ ୧୬ପ୍ରତିଶତ। ଭାରତବର୍ଷର ସବୁ ରାଜ୍ୟରେ ଉଚ୍ଚଶିକ୍ଷାରେ ଅନୁସୂଚିତ ଜାତି ଓ ଜନଜାତିଙ୍କୁ ସେମାନଙ୍କ ସଂଖ୍ୟାନୁପାତରେ ଡାକ୍ତରୀ ଓ ଇଂଜିନିୟରିଂରେ ସଂରକ୍ଷଣ ପାଇଥାଆନ୍ତି। ସେହିପରି ପଛୁଆବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ମିଳିଥାଏ। ହେଲେ ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠାରେ ଆଦିବାସୀ ଓ ଦଳିତଙ୍କୁ ସଂଖ୍ୟାନୁପାତରେ ସଂରକ୍ଷଣ ମିଳୁନାହିଁ। ଏହାକୁ ନେଇ…

Read More

ଝାଡଖଣ୍ଡ ଫେରି ରାଜନୀତି କରିବାକୁ ରାଜ୍ୟପାଳ ରଘୁବରଙ୍କ ମନ …

ଭୁବନେଶ୍ୱର:  ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ। ଗତବର୍ଷ ଠାରୁ ତାଙ୍କ ନିଯୁକ୍ତି ହେବା ଠାରୁ ସେ ଲଗାତର ଖବରରେ ରହି ଆସିଛନ୍ତି। ତାଙ୍କ ପୁଅ ଓଡ଼ିଶା ଅଧିକାରୀଙ୍କୁ ମାଡ଼ ମାରିବା ଘଟଣା ଠାରୁ ଆରମ୍ଭ କରି ଚିକିତ୍ସା ପର୍ଯ୍ୟନ୍ତ। ନିର୍ବାଚନ ପୂର୍ବରୁ ଓଡ଼ିଶା ସାରା ଭ୍ରମଣ କରି ରାଜ୍ୟ ସରକାରଙ୍କ ଯୋଜନା ସମ୍ପର୍କରେ ଏକ ନକରାତ୍ମକ ଛବି ତୋଳିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ବିଜେପିର ବିଜୟ ପଛରେ ଅତ୍ୟନ୍ତ ଛୋଟ ହେଲେ ବି ରଘୁବରଙ୍କ ସାମାନ୍ୟ…

Read More

ପାଣ୍ଡିଆନଙ୍କୁ ନେଇ ସିନେମା ଆଣୁଛନ୍ତି Gangs of Puri ଟିମ୍

ଭୁବନେଶ୍ୱର: ନିର୍ବାଚନ ସରିଗଲା। ବିଜେଡି ହାରିଗଲା। ବିରୋଧୀ ଦଳ ନେତା ହୋଇଗଲେ ନବୀନ ପଟ୍ଟନାୟକ। ପ୍ରତିଦିନ ଶହ ଶହ ଫଟୋ ଛାଡୁଥିବା ଭି.କେ ପାଣ୍ଡିଆନ ଅବସର ନେବା ନେଇ ମଧ୍ୟ ଘୋଷଣା କଲେ। ହେଲେ ଏହି ଘୋଷଣାକୁ ଧର୍ମକୁ ଆଖିଠାର ବୋଲି କୁହାଯାଇଛି। ନିଜକୁ ଦୂରେଇ ରଖିଥିଲେ ବି ରାଜ୍ୟ ରାଜ୍ୟନୀତିରୁ ନିଜକୁ ପ୍ରାସଙ୍ଗିକ କରି ରଖିଛନ୍ତି ପାଣ୍ଡିଆନ୍। ଏହା ତାଙ୍କ ଅନିଚ୍ଛାରେ ମାତ୍ର ପ୍ରାସଙ୍ଗିକ। ଆହୁରି ଏକ ବିଷୟ ତାଙ୍କ ବିଷୟରେ ଜାଣିବା ନେଇ ଉତ୍ସୁକତା…

Read More

ମୋଦିଙ୍କ ବନ୍ଧୁ ଅଦାନୀଙ୍କୁ ଗୋପାଳପୁର ବନ୍ଦର ଟେକିଦେଲେ ମୋହନ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଗୋପାଳପୁର ବନ୍ଦରର ଇକ୍ୱିଟି ସେୟାର ଅଦାନି ଗ୍ରୁପକୁ ହସ୍ତାନ୍ତର ସମେତ ତିନୋଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଗୋପାଳପୁର ପୋର୍ଟସ୍ ଲିମିଟେଡ୍ ଅଦାନୀ ପୋର୍ଟସ୍ ଆଣ୍ଡ ସ୍ପେଶାଲ ଇକୋନୋମିକ୍ ଜୋନ୍ ଲିମିଟେଡ୍ (ଏପିଏସ୍ଇଜେଡ୍)କୁ ୯୫% ଇକ୍ୱିଟି ସେୟାର ସାରପୁରଜୀ ପାଲୋନଜୀ ପୋର୍ଟ ମେଣ୍ଟେନାନ୍ସ ପ୍ରାଇଭେଟ୍ ଲିମିଟେଡ୍ (ଏସ୍ପିପିଏମ୍ଏଲ୍)ରୁ ୫୬% ଏବଂ ଓଡ଼ିଶା…

Read More