ପ୍ରଥମ ଥର ପାଇଁ କଣ୍ଟାବାଞ୍ଜି ଆସନରୁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ …

ଭୁବନେଶ୍ୱର : ଆଜି (ଗୁରୁବାର)ବଲାଙ୍ଗୀର ଟିଟିଲାଗଡ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ସେଠି ପହଞ୍ଚିବା ପରେ ରାସ୍ତାର ଦୁଇ ପଟରେ ମୁଖ୍ୟମନ୍ତ୍ରୀଙ୍କୁ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହାସହ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଟିଟିଲାଗଡ ଉପଜିଲ୍ଲପାଳ କାର୍ଯ୍ୟାଳୟରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ଦ୍ୱିତୀୟ ନିର୍ବାଚନ କ୍ଷେତ୍ର ଭାବେ କଣ୍ଟାବାଞ୍ଜି ଆସନରୁ ପ୍ରଥମ ଥର ପାଇଁ ନାମାଙ୍କନ ଦାଖଲ କରିଛନ୍ତି ନବୀନ। ଏହି ସମୟରେ ଭିକେ ପାଣ୍ଡିଆନ, ଅନଙ୍ଗ…

Read More

ସନ୍ତୋଷ ସିଂ ସାଲୁଜାଙ୍କ ନାମାଙ୍କନ ପତ୍ର ଦାଖଲ …

ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ପାଇଁ ଆଜି କଂଗ୍ରେସ ବିଧାୟକ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜା ନିଜର ସମର୍ଥକଙ୍କ ସହ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ତୁରେକେଲା, ମୁରିବାହାଲ ଓ ତୁରେକେଲା ବ୍ଲକର ବିଭିନ୍ନ ଗ୍ରାମରୁ ଆସିଥିବା ସମର୍ଥକ, ଦଳୀୟ କାର୍ଯ୍ୟକର୍ତ୍ତା, ଶୁଭେଚ୍ଛୁ ଓ ମା’ ଭଉଣୀଙ୍କର ଗହଣରେ ଟିଟିଲାଗଡ଼ ପୋଲିସ ଷ୍ଟେସନରୁ ଏକ ବିରାଟ ଶୋଭାଯାତ୍ରାରେ ଟିଟିଲାଗଡ଼ ସହରର ବିଭିନ୍ନ ଛକ ପରିକ୍ରମା କରି…

Read More

ଭୋଟ ବେଳେ ପୁଣି ଆହତ ହେଲେ ମମତା…

ନିର୍ବାଚନ ପ୍ରଚାର ବେଳେ ଆହତ ହେଲେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଲୋକସଭା ନିର୍ବାଚନ ପାଇଁ ପ୍ରଚାର କରିବା ପାଇଁ ମମତା ପଶ୍ଚିମବଙ୍ଗର ଦୁର୍ଗାପୁରରେ ପହଞ୍ଚିଥିଲେ। ପ୍ରଚାର ଶେଷ ‌କରି ଫେରିବା ସମୟରେ ହେଲିକପ୍ଟରରେ ଚଢ଼ିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ତୃଣମୂଳ କଂଗ୍ରେସ (ଟିଏମସି) ସୁପ୍ରିମୋ ମମତା ବାନାର୍ଜୀ ହେଲିକପ୍ଟର ଭିତରକୁ ଯାଇ ତଳେ ପଡ଼ିଯାଇଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। କୁହାଯାଇଛି ଯେ ଏହି ଦୁର୍ଘଟଣାରେ ମମତା ସାମାନ୍ୟ ଆହତ ହୋଇଛନ୍ତି।

Read More

ବିଜେପିରେ ମିଶିଲେ ସୋର ବିଧାୟକ ପର୍ଶୁରାମ ଧଡ଼ା …

ବିଜେଡ଼ି ଛାଡି ବିଜେପିରେ ମିଶିଲେ ସୋର ବିଧାୟକ ପର୍ଶୁରାମ ଧଡ଼ା । ଆଜି ବିଧିବଦ୍ଧ ଭାବରେ ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ସେ ବିଜେପିରେ ଯୋଗ ଦେଇଛନ୍ତି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ସହ ପ୍ରଭାରୀ ଲତା ଉସେଣ୍ଡି ଓ ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ପର୍ଶୁରାମ  । ବିଜେପିରେ ମିଶିବା ପରେ ପ୍ରତିକ୍ରିୟା ରଖି ବିଧାୟକ ପର୍ଶୁରାମ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର ହେବାକୁ…

Read More

ଦ୍ବିତୀୟ ପର୍ଯ୍ୟାୟ ଭୋଟ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି …

 ଭୁବନେଶ୍ବର ; ମେ’ ୨୦ରେ ଓଡ଼ିଶାରେ ହେବ ଦ୍ବିତୀୟ ପର୍ଯ୍ୟାୟ ଭୋଟ । ଏଥିପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପର୍ଯ୍ୟାୟରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସିକା ସଂସଦୀୟ ଆସନ ଓ ଏହି ସଂସଦୀୟ କ୍ଷେତ୍ରରେ ଥିବା ସମସ୍ତ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ । ବରଗଡ଼ର ପଦ୍ମପୁରରେ ସକାଳ ୭ଟାରୁ ଅପରାହ୍ଣ ୪ଟା ଯାଏଁ ଭୋଟ ଗ୍ରହଣ ହେବ । ସେହିପରି ବରଗଡ଼ ଲୋକସଭା ଅନ୍ତର୍ଗତ ଅନ୍ୟ…

Read More

ସୋନପୁରରୁ ଶାହା, ଦକ୍ଷିଣ ଓଡ଼ିଶାରୁ ପାଣ୍ଡିଆନ୍ କଲେ ପ୍ରଚାର ….ଦିନେ ଏକାଠି ହୋଟେଲରେ ବସି ଜଳଖିଆ କରିଥିଲେ…

ସୋନପୁର/ବିଷମକଟକ : ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହୋଇ ଯାଇଛି। ଶାସକ ଦଳ ବିଜେଡି ପକ୍ଷରୁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଥିଲେ। ଏହାର ଗୋଟିଏ ଦିନ ପରେ ବିଜେପି ନିଜର ପ୍ରଚାର ଆରମ୍ଭ କରିଛି। ମାତ୍ର ବିଜେପି ପଶ୍ଚିମ ଓଡ଼ିଶାରୁ ପ୍ରଚାର ଆରମ୍ଭ କରିଛି। ବିଜେପି ସଙ୍ଗଠନର ଦ୍ୱିତୀୟ ମୁଖ୍ୟ ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସୋନପୁରରୁ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ପୂର୍ବଭଳି…

Read More

ହିଞ୍ଜିଳିରୁ ପ୍ରଚାର ଆରମ୍ଭ କଲେ ନବୀନ, ଯୋଡ଼ା ଶଙ୍ଖରେ ଆଶୀର୍ବାଦ କରିବାକୁ କଲେ ଅନୁରୋଧ…

୨୦୨୪ ନିର୍ବାଚନ ପାଇଁ ଆଜିଠାରୁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ସଭାପତି ତଥା ଦଳର ଷ୍ଟାର୍ ନବୀନ ପଟ୍ଟନାୟକ । ନିଜର ପାରମ୍ପରିକ ଆସନ ହିଞ୍ଜିଳିରୁ ଚଳିତ ନିର୍ବାଚନ ପାଇଁ ବିଧିବଦ୍ଧ ଭାବରେ ପ୍ରଚାର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ହିଞ୍ଜିଳିର ସମରଝୋଳ ଓ ଶେରଗଡରେ ଦୁଇଟି ଜନସଭାକୁ ସମ୍ବୋଧନ କରିବା ସହ ନିର୍ବାଚନ ପାଇଁ ରଣହୁଙ୍କାର ଦେଇଛନ୍ତି । ଜନସଭାକୁ ସମ୍ବୋଧିତ କରି ନବୀନ କହିଛନ୍ତି ଯେ, ଆପଣଙ୍କ ସ୍ନେହ, ସମର୍ଥନ ପାଇଁ ମୁଁ…

Read More

ଏଥର ଜମିବ ପ୍ରଚାର..ଆରମ୍ଭ କରିବେ ନବୀନ..ଆଗପଛ ହୋଇ ଆସିବେ ଶାହା, ରାହୁଲ, ମୋଦି, ପ୍ରିୟଙ୍କା…

ଭୁବନେଶ୍ୱର : ସାଧାରଣ ନିର୍ବାଚନ ନେଇ ଓଡ଼ିଶା ରାଜନୈତିକ ପାଣିପାଗ ଆହୁରି ଗରମ ହେବାକୁ ଯାଉଛି। ଆଉ ଦୁଇ ଦିନ ପରେ ଦେଶ ଓ ରାଜ୍ୟର ଶୀର୍ଷ ନେତାମାନେ ବିଭିନ୍ନ ଅଞ୍ଚଳରେ ଆନୁଷ୍ଠାନିକ ପ୍ରଚାର କାର୍ଯ୍ୟ ଆରମ୍ଭ କରିବେ। ଏହି କ୍ରମରେ ବିଜେଡିରୁ  ନବୀନ ପଟ୍ଟନାୟକ, ବିଜେପିରୁ ନରେନ୍ଦ୍ର ମୋଦି ଓ ଅମିତ ଶାହା , କଂଗ୍ରେସରୁ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡଗେଙ୍କ ପ୍ରଚାର ଉପରେ ସମସ୍ତଙ୍କ ନଜର ରହିବ। ସେହିପରି ସିପିଏମରୁ…

Read More

୭ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡ଼ି , ଜାଣନ୍ତୁ କାହାକୁ କେଉଁଠି ମିଳିଛି ଟିକେଟ୍ …

ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛିନ୍ତି ମୁଖ୍ୟମନ୍ତୀ ନବାନ ପଟ୍ଟନାୟକ । ପୂର୍ବରୁ ୧୩୫ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଦେଇଥିଲା ବିଜେଡି ବାକି ୧୨ ସିଟରୁ ଆଜି ୬ଟି ସିଟ୍‌ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ତେବେ ଆଉ ୬ଟି ସିଟ୍‌ ପାଇଁ ପ୍ରାର୍ଥୀ ଘୋଷଣା ବାକି ରହିଲା। ପୁଣିଥରେ କାକଟପୁରରୁ ଲଢ଼ିବେ ତୁଷାରକାନ୍ତି ବେହେରା । ମନ୍ତୀ ତୁଷାରକାନ୍ତିଙ୍କ ଉପରେ ପୁଣି ଆସ୍ଥା…

Read More

ରାଜନୈତିକ ଦଳମାନଙ୍କ ସହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୧୮/୪:ଓଡ଼ିଶାରେ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ ପାଇଁ ଆଜି ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ମୁଖ୍ୟ ନିର୍ବାଚନ ଅଧିକାରୀ  ନିକୁଞ୍ଜ ବିହାରୀ ଧଳ ବିଭିନ୍ନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ବୈଠକ କରିଥିଲେ । ରାଜ୍ୟରେ ନିର୍ବାଚନକୁ ସ୍ୱଚ୍ଛ, ମୁକ୍ତ, ଅବାଧ, ନିରପେକ୍ଷ, ତ୍ରୁଟିଶୂନ୍ୟ ଓ ଶାନ୍ତିଶୃଙ୍ଖଳାର ସହ ପରିଚାଳନା ନିମନ୍ତେ ଶ୍ରୀ ଧଳ ସମସ୍ତ ରାଜନୈତିକ ଦଳର ସହଯୋଗ କାମନା କରିବା ସହ ଆଦର୍ଶ ଆଚରଣ ବିଧିର କଡ଼ାକଡ଼ି ଅନୁପାଳନ କରିବା ପାଇଁ ଅନୁରୋଧ…

Read More