
ପରିବା ଦରବୃଦ୍ଧି ବିରୋଧରେ ଛାତ୍ର କଂଗ୍ରେସର ନିଆରା ପ୍ରତିବାଦ
ଭୁବନେଶ୍ୱର : ଛାତ୍ର କଂଗ୍ରେସ ପକ୍ଷରୁ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସରକାରୀ ବାସଭବନ ସମ୍ମୁଖରେ ରବିବାର ସୁଲଭ ମୂଲ୍ୟରେ ପରିବା ବିକି ନିଆରା ଢଙ୍ଗରେ ଆକାଶ ଛୁଆଁ ପରିବା ଓ ସଉଦା ଦର ପ୍ରତିବାଦରେ ବିକ୍ଷୋଭ କରିଥିଲା । ଛାତ୍ର କଂଗ୍ରେସ ପକ୍ଷରୁ ମନ୍ତ୍ରୀଙ୍କ ବାସଭବନରେ ଟମାଟୋ କିଲୋ ୫୦ ଟଙ୍କା, ବାଇଗଣ କିଲୋ ୩୦ ଟଙ୍କା, ଝୁଡ଼ଙ୍ଗ କିଲୋ ୨୫ ଟଙ୍କା ସାରୁ କିଲୋ ୩୦ ଟଙ୍କା ପ୍ରଭୃତି ପୋଟଳ, ଲଙ୍କା ଏବଂ ଅନ୍ୟାନ୍ୟ…