ଏନଡିଏରେ ସାମିଲ ହେବା ସହ କେନ୍ଦ୍ର ମନ୍ତ୍ରୀ ପଦକୁ ମନା, କାହିଁକି ଏପରି କଲେ ଏହି ତିନି ନେତା… ଜାଣନ୍ତୁ

ନୂଆଦିଲ୍ଲୀ :  ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବାର ସମ୍ଭାବନା ରହିଛି। ହେଲେ ଏହାର ରୂପରେଖ ନେଇ ବିଜେପି ଶୀର୍ଷ ନେତୃତ୍ୱ ଚୂଡାନ୍ତ ନିଷ୍ପତ୍ତିରେ ପହଞ୍ଚିପାରୁନାହିଁ। ନିକଟରେ ଏନଡିଏର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ୩୮ଟି ଦଳ ଯୋଗ ଦେଇଥିଲେ। ମାତ୍ର ଏମିତି କିଛି ଦଳ ଅଛନ୍ତି, ଯାହାକୁ ନିମନ୍ତ୍ରଣ କରାଯାଇଥିଲା। ଏମିତି କି ସେମାନଙ୍କୁ ନିକଟ ଭବିଷ୍ୟତରେ ମନ୍ତ୍ରୀ ପଦ ଦିଆଯିବ ବୋଲି ସ୍ଥିର କରାଯାଇଥିଲ।। ହେଲେ ଏହି ସବୁ ବ୍ୟକ୍ତି…

Read More

ସମର୍ଥନ କର ନହେଲେ ଓ୍ୱାକ୍ ଆଉଟ୍ କର, ବିଜେଡିକୁ ବିଜେପିର ଚେତାବନୀ

ନୂଆଦିଲ୍ଲୀ : ଦିଲ୍ଲୀ ଅଧ୍ୟାଦେଶ ବିଲ୍ ରାଜ୍ୟସଭାରେ ଆଗତ ହେଲେ ବିଜେଡି କଣ କରିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ହେଲେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ନବୀନ ପଟ୍ଟନାୟକଙ୍କ ବିଜେଡି ଏବଂ ଜଗନମୋହନ ରେଡ୍ଡିଙ୍କ ଓ୍ୱାଇଏସଆର କଂଗ୍ରେସ ଗୋଟିଏ ମାର୍ଗରେ ଯାଇପାରନ୍ତି। ଏହି ଦୁଇ ଦଳର ନଅ ଖଣ୍ଡ ଭୋଟ ବିଜେପିକୁ ହରାଇ ଦେବାର ସାମର୍ଥ୍ୟ ରଖୁଛି। ସିଧାସଳଖ ବିଲ୍ କୁ ସମର୍ଥନ କିମ୍ବା ବିରୋଧ କରିବା ପାଇଁ ଚାହୁଁନି ବିଜେଡି। ତେଣୁ…

Read More

ମଣିପୁର ହିଂସା : ଦୁଇ ମହିଳାଙ୍କ ନଗ୍ନ ଭିଡିଓ ଭାଇରାଲ ହେବା ପରେ ପ୍ରଧାନମନ୍ତ୍ରୀ ମୁହଁ ଖୋଲିଲେ

ନୂଆଦିଲ୍ଲୀ : ବିଳମ୍ବିତ ହେଲେ ବି ମଣିପୁର ହିଂସା ଏବଂ ସମ୍ପ୍ରଦାୟ ସଂଘର୍ଷ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁହଁ ଖୋଲିଛନ୍ତି। ସଂସଦର ମୋସୁମୀ ଅଧିବେଶନର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ମୋଦି ନିଜ ବକ୍ତବ୍ୟ ରଖିଛନ୍ତି। ମୋଦି କହିଛନ୍ତି ଯେ, ସେ ଖୁବ୍‌ ଦୁଃଖିତ, ଏ ଭଳି ଘଟଣା ଯେକୌଣସି ସଭ୍ୟ ସମାଜ ପ୍ରତି ଲଜ୍ଜାଜନକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କୌନଣସି ଦୁଷ୍କର୍ମକାରୀ ନିସ୍ତାର ପାଇବେ ନାହିଁ। ନାରୀ ସୁରକ୍ଷା ପାଇଁ ଆମେ ରାଜନୀତିକୁ ପ୍ରଶ୍ରୟ ଦେବା…

Read More

ଜଗତସିଂହପୁର ଜିଲ୍ଲା ବିଜେଡି କମିଟିରେ ଟିଟୋ ସହଯୋଗୀ

ପାରାଦୀପ : ସରଳ ଜୀବନଯାପନ କର। ଦେଖାଇହେବା ପ୍ରକୃତିରୁ ଦୂରେଇ ରୁହ। ଗାନ୍ଧୀଙ୍କ ଆଦର୍ଶରେ ରୁହ। ଅପରାଧ କାର୍ଯ୍ୟକଳାପ ଠାରୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଦୂରେଇ ରୁହ। ଏକଥା ନବୀନ ପଟ୍ଟନାୟକ ବିଜେଡି ବିଧାୟକ ଓ ପ୍ରତିନିଧିମାନଙ୍କୁ କହିଥିଲେ। ମାତ୍ର ଜିଲ୍ଲା ସ୍ତରରେ କେତେକ ନେତା ନିଜ ରାଜନୈତିକ ଫାଇଦା ପାଇଁ ଅପରାଧିକ ପୃଷ୍ଠଭୂମି ଥିବା ଲୋକଙ୍କୁ ବିଜେଡିରେ ମିଶାଉଥିବା ଜଣାପଡିଛି। ଗ୍ୟାଙ୍ଗଷ୍ଟର ଟିଟୋର ଜଣେ ପୂର୍ବ ସହଯୋଗୀକୁ ମିଳିଲା ବିଜେଡିର ଜିଲ୍ଲା ଉପସଭାପତି ଦାୟିତ୍ୱ…

Read More

ଇଣ୍ଡିଆ…ଜିତେଗା ଭାରତ…ସ୍ଲୋଗାନ ସହ ଆଗକୁ ବଢିବେ ବିରୋଧୀ

ବେଙ୍ଗଲୁରୁ : ପ୍ରଥମେ ଆସିଲା ନାଁ। ପୁଣି ବିଳମ୍ବିତ ରାତିରେ ଆସିଲା ଟ୍ୟାଗ୍ ଲାଇନ୍। ୨୦୨୪ ସାଧାରଣ ନିର୍ବାଚନରେ ‘ଏନଡିଏ’କୁ ମୁକାବିଲା କରିବା ନେଇ ପ୍ରଥମେ ଇଣ୍ଡିଆ ନାଁ ଦେଇଥିଲେ। ଏହାର ଟ୍ୟାଗ୍ ଲାଇନ୍ ସ୍ୱରୂପ ‘ଜିତେଗା ଭାରତ୍‌’ ବୋଲି ରଖାଯାଇଛି। ମଙ୍ଗଳବାର ରାତିରେ ‘ଜିତେଗା ଭାରତ୍‌’ (ଭାରତ ଜିତିବ) ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। କେତେଗୁଡ଼ିଏ ଆଞ୍ଚଳିକ ଭାଷାରେ ମଧ୍ୟ ଏହି ‘ଟ୍ୟାଗ୍‌ଲାଇନ୍‌’ ବ୍ୟବହାର କରାଯିବ ବୋଲି ଖବର ସରବରାହ ସଂସ୍ଥାନ ‘ପିଟିଆଇ’ ପକ୍ଷରୁ…

Read More

ବିଜେଡ଼ିକୁ “ବିଦ୍ରୋହ“ ଅଡୁଆ , କାମ୍ପ ଭୋଟରଙ୍କୁ ନେଇ ସବୁ ଶିବିରରେ କମ୍ପନ, ତୃତୀୟ ବିଜୟ ଲକ୍ଷ୍ୟରେ ନାରାୟଣ… ଜମିଲାଣି ପାରଳାଖେମୁଣ୍ଡି ରାଜନୀତି

ପାରଳାଖେମୁଣ୍ଡି:  ସାରା ରାଜ୍ୟରେ ବିଜେଡିର ଉତ୍ତମ ସଙ୍ଗଠନ। ହେଲେ ଗଜପତି ଜିଲ୍ଲା କଥା ପଡ଼ିଲେ ଏହି ଉତ୍ତମ ଶବ୍ଦଟି ଉଭାନ ହୋଇଯାଏ। ବିଶେଷ କରି ଏହି ଜିଲ୍ଲାର ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର କନ୍ଦଳ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଏହା ବୋଧହୁଏ, ରାଜ୍ୟର ଗୋଟିଏ ନିର୍ବାଚନମଣ୍ଡଳୀ ଯେଉଁଠି ବିଜେଡି ଅପେକ୍ଷା ବିଜେପି ଓ କଂଗ୍ରେସ ଅଧିକ ଶକ୍ତିଶାଳୀ ମନେ ହୁଏ।  ନିର୍ବାଚନ ଯେତିକି ପାଖେଇ ଆସୁଛି, ଦଳ ଭିତରେ ଟିକେଟ୍ ଆଶାୟୀଙ୍କ…

Read More

କଳାହୀରାର ଗଡ଼ କିଏ ହେବ ରାଜନୈତିକ ମୁନୀବ !

ତାଳଚେର :  ଢେଙ୍କାନାଳ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଅନୁଗୁଳ ଜିଲ୍ଲାର ତାଳଚେର ବିଧାନସଭା କ୍ଷେତ୍ରର ସ୍ୱତନ୍ତ୍ର ରାଜନୈତିକ ଗୁରୁତ୍ୱ ରହିଛି। ତାଳଚେର ପୌର ପରିଷଦ ,ତାଳଚେର ବ୍ଲକ ଓ କଣିହାଁ ବ୍ଲକର ସାତୋଟି ଗ୍ରାମ ପଞ୍ଚାୟତକୁ ନେଇ ତାଳଚେର ବିଧାନସଭା କ୍ଷେତ୍ର ।ଶିଳ୍ପ ସମୃଦ୍ଧ ଅଞ୍ଚଳ ହୋଇଥିବା ହେତୁ ଏହା ଉପରେ ସମସ୍ତଙ୍କ ନଜର । ଏମସିଏଲ୍, ଏନଟିପିସି  ଭଳି ରାଷ୍ଟ୍ରୟାତ୍ତ ଉଦ୍ୟୋଗ ଏଠି କାର୍ଯ୍ୟ କରୁଛି । ହଜାର ହଜାର କୋଟି ରାଜସ୍ୱ ଉଭୟ କେନ୍ଦ୍ର…

Read More

୨୦୨୪ ସାଧାରଣ ନିର୍ବାଚନ: ଇଣ୍ଡିଆ ବନାମ ଏନଡିଏ ଲଢେଇ

ନୂଆଦିଲ୍ଲୀ : ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ପାଇଁ ଶାସକ ଓ ବିରୋଧ ଦଳ ଆନୁଷ୍ଠାନିକ ମେଣ୍ଟର ଘୋଷଣା କରିଛନ୍ତି। ବିହାରର ପାଟଣା ପରେ କର୍ନାଟକର ବେଙ୍ଗଲୁରୁରେ ବିରୋଧି ଦଳମାନଙ୍କର ବୈଠକ ହୋଇଛି। ଏହି ବୈଠକରେ ୟୁପିଏ ନାମ ପରିବର୍ତ୍ତନ କରି ଇଣ୍ଡିଆ ରଖାଯାଇଛି। ସର୍ବସମ୍ମତିକ୍ରମେ ବିରୋଧୀ ମେଣ୍ଟ INDIAରେ ପରିଚୟ ହାସଲ କରିବ ବୋଲି ଜଣାପଡ଼ିଛି। INDIA ପୂରା ନାଁ ହେଲା Indian National Democratic Inclusive Alliance। ବାମ ଦଳ ପକ୍ଷରୁ ଆଲିଆନ୍ସ ଶବ୍ଦକୁ…

Read More

ଆମ ଜିଲ୍ଲାରେ ଆମ ମନପସନ୍ଦର ଅଧିକାରୀଙ୍କୁ ନିଯୁକ୍ତି ଦିଅ

ଭୁବନେଶ୍ୱର – ନିର୍ବାଚନ ପାଖେଇ ଆସିଲାଣି ।  ରାଜ୍ୟ ସରକାର ଆଗୁଆ ନିର୍ବାଚନ ନେଇ ଅଣ୍ଟା ଭିଡିଛନ୍ତି। ଏହି କଥା ପରୋକ୍ଷରେ କେତେକ ବିଜେଡି ନେତାମାନଙ୍କୁ କୁହାଗଲାଣି । ଏସବୁ  ମଧ୍ୟରେ ନେତାମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ଏକ ନିର୍ଦ୍ଦିଷ୍ଟ ଆପତ୍ତି ଅଭିଯୋଗ କରିଛନ୍ତି । ରାଜ୍ୟରେ ଅଫିସର ରାଜ ଚାଲିଥିବା ଏକ ଧାରଣା ବିରୋଧି ସୃଷ୍ଟି କରିଛନ୍ତି । ତେଣୁ ଏହାକୁ ଚେକ୍ ଦେବାକୁ ହେବ । ତେଣୁ ଅନ୍ତଃତ ଜିଲ୍ଲାସ୍ତରରେ ହେଉଥିବା ଅଦଳବଦଳରେ ନେତାଙ୍କ…

Read More

କୌଣସି ବୈଠକକୁ ଗଲେ ନାହିଁ ନବୀନ ପଟ୍ଟନାୟକ, ଦିଲ୍ଲୀ ଅଧ୍ୟାଦେଶ ଉପରେ ନେଇ ପାରୁନାହାନ୍ତି ନିଷ୍ପତ୍ତି

ଭୁବନେଶ୍ୱର :  ରାଜଧାନୀ ଦିଲ୍ଲୀରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ) ଏବଂ ବେଙ୍ଗଲୁରୁରେ ବିରୋଧି ଦଳ ସମୂହଙ୍କ ବୈଠକ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଛି। ମାତ୍ର ଏହି ବୈଠକରେ ଭାରତବର୍ଷର କେତେକ ପ୍ରମୁଖ ରାଜନୈତିକ ଦଳ ଯୋଗ ଦେଇନାହାନ୍ତି। ସେମାନଙ୍କ ମଧ୍ୟରେ ଓଡ଼ିଶାରେ ଶାସନ କରୁଥିବା ବିଜେଡି, ଆନ୍ଧ୍ର ପ୍ରଦେଶରେ ଶାସନ କରୁଥିବା ଓ୍ୱାଇଏସଆର କଂଗ୍ରେସ, ବିରୋଧି ଟିଡିପି, ପଞ୍ଜାବରେ ଶିରୋମଣି ଅକାଳି ଦଳ , ତେଲେଙ୍ଗାନାର ବିଆରଏସ୍, ଏଆଇଏମଆଇଏମ୍ ଏବଂ ବିଏସପି ରହିଛନ୍ତି। ବିଜେଡି ପୂର୍ବଭଳି ସମଦୂରତ୍ୱ…

Read More