ଝାରସୁଗୁଡା ବିଧାୟିକା ହେଲେ ଦୀପାଳି

ଝାରସୁଗୁଡା : ବିଜେଡି ପ୍ରାର୍ଥୀ ଦୀପାଳି ଦାସ ତାଙ୍କର ନିକଟତମ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ୪୮, ୬୧୯ ଭୋଟରେ ପରାସ୍ତ କରିଛନ୍ତି । ଦୀପାଳିଙ୍କୁ ୧ ଲକ୍ଷ ୭ ହଜାର ୩ ଖଣ୍ଡ ଭୋଟ ମିଳିଥିବା ବେଳେ ଟଙ୍କଧରଙ୍କୁ ମିଳିଛି ୫୮ ହଜାର ୩୮୪ ଭୋଟ । କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କର ଅମାନତ ଉଡ଼ିଯାଇଛି । ତାଙ୍କୁ ମିଳିଛି ମାତ୍ର ୪,୪୭୩ ଭୋଟ ।ଗତ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ନବ କିଶୋର ଦାସ…

Read More

ଦୁଇ ମନ୍ତ୍ରୀଙ୍କ ସହିତ ବାଚସ୍ପତିଙ୍କ ଇସ୍ତଫା

ଭୁବନେଶ୍ବର : ସାଧାରଣ ନିର୍ବାଚନକୁ ଆଉ ବର୍ଷେରୁ କମ୍ ସମୟ ରହିଥିବାବେଳେ ।ମନ୍ତ୍ରିମଣ୍ଡଳ ହଲ୍‌ଚଲ୍‌ ହେଲା ପରି ପରିସ୍ତିତି ଦେଖାଦେଇଛି । ଗତକାଲି  ରାଜ୍ୟ ରାଜନୀତିରେ  ଦେଖାଦେଇଛି ବ୍ୟତିକ୍ରମ  ।ବାଚସ୍ପତିଙ୍କ ସହ ଦୁଇ ଜଣ ମନ୍ତ୍ରୀ ସମୀର ଦାଶ ଓ ଶ୍ରୀକାନ୍ତ ସାହୁ ଅଚାନକ ଇସ୍ତଫା ଦେଇଛନ୍ତି। ବାଚସ୍ପତି ବିକ୍ରମ କେଶରୀ ଆରୁଖ ମଧ୍ୟ ପଦ ଛାଡ଼ିଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ଏହି ଇସ୍ତଫା ପର୍ବ ରାଜ୍ୟ ରାଜନୀତିରେ ଆଲୋଡ଼ନ ଖେଳାଇଛି। ଖୁବଶୀଘ୍ର ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ଅଦଳବଦଳ‌…

Read More

ମୋଦିଙ୍କ ସହ ରାଜନୈତିକ ଆଲୋଚନା ହୋଇନି ବୋଲି କହିଲେ ନବୀନ

ଭୁବନେଶ୍ୱର,୧୧/୬ : ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓଡ଼ିଶା ଆସିବା ଦିନଠାରୁ ନବୀନ ପଟ୍ଟନାୟକଙ୍କ ରାଜନୈତିକ ଗତିବିଧି ନେଇ କଳ୍ପନାଜଳ୍ପନା ପ୍ରକାଶ ପାଉଛି। ଆନୁଷ୍ଠାନିକ ଭାବେ ବିଜେଡି କିମ୍ବା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ପକ୍ଷରୁ ଯାହା ମନ୍ତବ୍ୟ ଦିଆଯାଉଛି, ତାହା ଉପରେ ସନ୍ଦେହ ପ୍ରକାଶ ପାଉଛି। ଏହି କ୍ରମରେ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପରାହ୍ନ 4ଟା 30ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଏହି ଭେଟ-ଘାଟ ପରେ ନବୀନ ପଟ୍ଟନାୟକ କହିଛନ୍ତି ଯେ, ବୈଠକରେ କୌଣସି…

Read More

ଓଡ଼ିଶା ଗସ୍ତରେ ଆସି ନୀତିଶ ଅପଦସ୍ଥ, ଲଲନ ଓ ଝା ଅପମାନିତ

ଭୁବନେଶ୍ୱର,୧୦/୫(ବ୍ୟୁରୋ): ସାରା ଦେଶରେ ବିରୋଧି ଦଳ ମାନଙ୍କୁ ଭେଟି ବିଜେପି ନେତୃତ୍ୱାଧିନ ଜାତୀୟ ଗଣତାନ୍ତ୍ରିକ ମେଣ୍ଚ-ଏନଡିଏ ବିରୋଧରେ ଏକଜୁଟ୍ କରିବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପ୍ରଚେଷ୍ଟା ଆରମ୍ଭ କରିଛନ୍ତି। ଏହି କ୍ରମରେ ଦିନକ ପୂର୍ବରୁ ନୀତିଶ ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଏହି ସାକ୍ଷାତକୁ ଉଭୟ ନୀତିଶ-ନବୀନ ସୌଜନ୍ୟମୂଳକ କହିଥିବା ବେଳେ ବିହାର ଜେଡି-ୟୁ କାର୍ଯ୍ୟାଳୟ ବିରୋଧି ଏକତା କାର୍ଯ୍ୟକ୍ରମ ବୋଲି ଆଖ୍ୟା ଦେଇଛି। ଯାହାକୁ ନେଇ ଉଭୟ ଓଡ଼ିଶା-ବିହାର…

Read More

ଆଜି ଭୋଟ ଦେଉଛି ଝାରସୁଗୁଡ଼ା, ମଇଦାନରେ ୯ ଆଶାୟୀ

ଭୁବନେଶ୍ୱର,୧୦/୫(ବ୍ୟୁରୋ ): ଝାରସୁଗୁଡ଼ା ଉପନିର୍ବାଚନ ଆଜି ଅନୁଷ୍ଠିତ ହେବାକୁ ଯାଉଛି l ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ସିଇଓଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ l ନିର୍ବାଚନ ମଣ୍ଡଳୀର ୧୯୭ ଟି ଅଞ୍ଚଳରେ ୨୫୩ ବୁଥ୍ ରେ ଭୋଟିଂ ହେବ । ସମୁଦାୟ ୨ ଲକ୍ଷ ୨୧ ହଜାର ୭୧୯ ଭୋଟର୍ ଭୋଟ୍ ଦେବେ । ଏହା ମଧ୍ୟରେ ୧…

Read More

କମିଟିରେ କାହାକୁ ନେବେ ମନମୋହନ ସାମଲ , ପ୍ରଚାର କମିଟିକୁ ନେଇ ଅଧିକ ମୁଣ୍ଡ ବ୍ୟଥା…….

ଭୁବନେଶ୍ୱର,୯/୫(ବ୍ୟୁରୋ): ବିଜେପି ସଭାପତି ମନମୋହନ ସାମଲ ଦାୟିତ୍ୱ ନେବାର ଅନେକ ଦିନ ହୋଇ ଗଲାଣି। ହେଲେ ଶ୍ରୀ ସାମଲ ଏ ଯାଏଁ ନିଜର ନୂଆ ଟିମ୍ ଘୋଷଣା କରିପାରିନାହାନ୍ତି। କାହାକୁ ରଖିବେ, କାହାକୁ ନ ରଖିବେ ତାଙ୍କ ପାଇଁ ବହୁତ ବଡ଼ ଆହ୍ୱାନର କାରଣ ହୋଇଛି। ଓଡ଼ିଶା ପତ୍ରିକାକୁ ମିଳିଥିବା ଖବର ଅନୁଯାୟୀ, ପ୍ରଭାରୀ ସୁନୀଲ ବଂଶଲ କୋର ଟିମ୍ ଏବଂ ରାଜ୍ୟ କମିଟିରେ ଶତ ପ୍ରତିଶତ ଦଳ ପ୍ରତି ସମର୍ପିତ ଲୋକ ଖୋଜୁଛନ୍ତି। ଏକ 30ରୁ…

Read More

ଆମ ଦଳରେ ତ ୨୦ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ପିସିସି ଉପରେ ବର୍ଷିଲେ ଚିରଞ୍ଜୀବ….

ଭୁବନେଶ୍ୱର,୮/୫(ବ୍ୟୁରୋ): ଆମର ୯ ଜଣ ବିଧାୟକ ହେଲେ ୨୦ ଜଣ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ। ଯିଏ ପିସିସି ସଭାପତି ଆଶାୟୀ ଥାଆନ୍ତି, ସେ ସମସ୍ତଙ୍କୁ ପଚାରନ୍ତି। ହେଲେ ଥରେ ପିସିସି ସଭାପତି ହେଲେ ସବୁ ଭୁଲି ଯାଆନ୍ତି। ସତରେ କହିବାକୁ ଗଲେ ଓଡ଼ିଶା କଂଗ୍ରେସର ଲଢିବା ମନୋବୃତ୍ତି ନାହିଁ। ନୂଆ ଯୁବକ କଂଗ୍ରେସ ସହ ଯୋଡ଼ି ହେଉ ନାହାନ୍ତି। ତେଣୁ କଂଗ୍ରେସ ହେବ କେମିତି ବୋଲି ପୂର୍ବତନ ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ କହିଛନ୍ତି। ସ୍ଥାନୀୟ ସୂଚନା…

Read More

ଗୋପାଳପୁରରେ ସିଦ୍ଧାନ୍ତଙ୍କ ଅନୁପ୍ରବେଶକୁ ନେଇ ଦ୍ୱନ୍ଦ୍ୱରେ ବିଜେଡ଼ି କର୍ମୀ

ବ୍ରହ୍ମପୁର: ବ୍ରହ୍ମପୁର ଲୋକସଭା ଆଶନରୁ ଦୁଇ ଥର ସାଂସଦ ଥିଲେ ମଧ୍ୟ ୨୦୧୯ ମସିହାରେ ଟିକେଟ୍ କଟିବା ପରେ ଗାଏବ ହୋଇଯାଇଥିବା ସିଦ୍ଧାନ୍ତ ମହାପାତ୍ର ଏବେ ପୁଣି ଥରେ ସକ୍ରୀୟ ହେବାରେ ଲାଗିଛନ୍ତି । ଏକଦା ତାଙ୍କ ଘନିଷ୍ଠ ନିକଟତର ଥିବା ବିଜେଡ଼ିର ନେତା ଓ କର୍ମୀଙ୍କୁ ନେଇ ତୁହାକୁ ତୁହା ବୈଠକ ଡାକୁଛନ୍ତି । ଅଞ୍ଚଳ ଭ୍ରମଣ କରୁଛନ୍ତି । ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀର ଛତ୍ରପୁର, ଗୋପାଳପୁର, ଚିକିଟି ଏବଂ ବ୍ରହ୍ମପୁର ବିଧାନସଭା ଅଞ୍ଚଳରେ…

Read More

ବିଜେପିକୁ ଝଟକା, ଦଳ ଛାଡିଲେ ଝାରସୁଗୁଡା ଜିଲ୍ଲା ସଭାପତି

ଭୁବନେଶ୍ୱର : ଝାରସୁଗୁଡ଼ା ଉପନିର୍ବାଚନକୁ ଆଉ ମାତ୍ର ସପ୍ତାହ ବାକି ରହିଛି l ହେଲେ ଏହା ପୂର୍ବରୁ ବୁଧବାର ଭାରତୀୟ ଜନତା ପାର୍ଟିକୁ ଏକ ବଡ଼ ଶକ୍ତ ଝଟକା ଲାଗିଛି। ଦୀର୍ଘ ୨୫ ବର୍ଷ ଧରି ବିଜେପିର ବିଭିନ୍ନ ପଦ ପଦବୀରେ ଥିବା ଝାରସୁଗୁଡ଼ା ଜିଲ୍ଲା ବିଜେପି ସଭାପତି ମଙ୍ଗଲ ସାହୁ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି। ବୁଧବାର ଶଙ୍ଖ ଭବନରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ବିଜେଡିର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଦଳୀୟ…

Read More

ବିଜେପିଠୁ ବିପଦ ଜାଣି ଆଗୁଆ ସତର୍କ ହୋଇଗଲେ ବୋଧେ ଶରଦ ଚତୁର ପାୱାର

ମୁମ୍ବାଇ : ମଙ୍ଗଳବାର ଏକ ସମ୍ପୂର୍ଣ ଅଣ ରାଜନୈତିକ କାର୍ଯ୍ୟକ୍ରମରେ ଏନସିପି ମୁଖ୍ୟ ଶରଦ ପାୱାର ସଭାପତି ଛାଡ଼ିବା ନେଇ ଘୋଷଣା କରିଥିଲେ l ହେଲେ ଏପରି ନିଷ୍ପତ୍ତି ଅପ୍ରତ୍ୟାଶିତ ଥିବାରୁ ତାଙ୍କ ସମର୍ଥକ ଓ ବରିଷ୍ଠ ନେତାମାନେ ସହଜରେ ଏହାକୁ ଗ୍ରହଣ କରିପାରୁ ନାହାନ୍ତି। ଇସ୍ତଫା ସମ୍ପର୍କରେ ଘୋଷଣା କରିବା ମାତ୍ରେ ପାୱାରଙ୍କ ସମର୍ଥକମାନେ ତାଙ୍କୁ ଘେରି ଯାଇଥିଲେ। ସେମାନେ ତାଙ୍କ ଆଗରେ କାନ୍ଦିବା ସହ ହାତ ଯୋଡ଼ି ନିଷ୍ପତ୍ତି ବଦଳାଇବାକୁ ଅନୁରୋଧ କରିଥିଲେ। ମାତ୍ର…

Read More