କମିଟିରେ କାହାକୁ ନେବେ ମନମୋହନ ସାମଲ , ପ୍ରଚାର କମିଟିକୁ ନେଇ ଅଧିକ ମୁଣ୍ଡ ବ୍ୟଥା…….

ଭୁବନେଶ୍ୱର,୯/୫(ବ୍ୟୁରୋ): ବିଜେପି ସଭାପତି ମନମୋହନ ସାମଲ ଦାୟିତ୍ୱ ନେବାର ଅନେକ ଦିନ ହୋଇ ଗଲାଣି। ହେଲେ ଶ୍ରୀ ସାମଲ ଏ ଯାଏଁ ନିଜର ନୂଆ ଟିମ୍ ଘୋଷଣା କରିପାରିନାହାନ୍ତି। କାହାକୁ ରଖିବେ, କାହାକୁ ନ ରଖିବେ ତାଙ୍କ ପାଇଁ ବହୁତ ବଡ଼ ଆହ୍ୱାନର କାରଣ ହୋଇଛି। ଓଡ଼ିଶା ପତ୍ରିକାକୁ ମିଳିଥିବା ଖବର ଅନୁଯାୟୀ, ପ୍ରଭାରୀ ସୁନୀଲ ବଂଶଲ କୋର ଟିମ୍ ଏବଂ ରାଜ୍ୟ କମିଟିରେ ଶତ ପ୍ରତିଶତ ଦଳ ପ୍ରତି ସମର୍ପିତ ଲୋକ ଖୋଜୁଛନ୍ତି। ଏକ 30ରୁ…

Read More

ଆମ ଦଳରେ ତ ୨୦ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ପିସିସି ଉପରେ ବର୍ଷିଲେ ଚିରଞ୍ଜୀବ….

ଭୁବନେଶ୍ୱର,୮/୫(ବ୍ୟୁରୋ): ଆମର ୯ ଜଣ ବିଧାୟକ ହେଲେ ୨୦ ଜଣ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ। ଯିଏ ପିସିସି ସଭାପତି ଆଶାୟୀ ଥାଆନ୍ତି, ସେ ସମସ୍ତଙ୍କୁ ପଚାରନ୍ତି। ହେଲେ ଥରେ ପିସିସି ସଭାପତି ହେଲେ ସବୁ ଭୁଲି ଯାଆନ୍ତି। ସତରେ କହିବାକୁ ଗଲେ ଓଡ଼ିଶା କଂଗ୍ରେସର ଲଢିବା ମନୋବୃତ୍ତି ନାହିଁ। ନୂଆ ଯୁବକ କଂଗ୍ରେସ ସହ ଯୋଡ଼ି ହେଉ ନାହାନ୍ତି। ତେଣୁ କଂଗ୍ରେସ ହେବ କେମିତି ବୋଲି ପୂର୍ବତନ ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ କହିଛନ୍ତି। ସ୍ଥାନୀୟ ସୂଚନା…

Read More

ଗୋପାଳପୁରରେ ସିଦ୍ଧାନ୍ତଙ୍କ ଅନୁପ୍ରବେଶକୁ ନେଇ ଦ୍ୱନ୍ଦ୍ୱରେ ବିଜେଡ଼ି କର୍ମୀ

ବ୍ରହ୍ମପୁର: ବ୍ରହ୍ମପୁର ଲୋକସଭା ଆଶନରୁ ଦୁଇ ଥର ସାଂସଦ ଥିଲେ ମଧ୍ୟ ୨୦୧୯ ମସିହାରେ ଟିକେଟ୍ କଟିବା ପରେ ଗାଏବ ହୋଇଯାଇଥିବା ସିଦ୍ଧାନ୍ତ ମହାପାତ୍ର ଏବେ ପୁଣି ଥରେ ସକ୍ରୀୟ ହେବାରେ ଲାଗିଛନ୍ତି । ଏକଦା ତାଙ୍କ ଘନିଷ୍ଠ ନିକଟତର ଥିବା ବିଜେଡ଼ିର ନେତା ଓ କର୍ମୀଙ୍କୁ ନେଇ ତୁହାକୁ ତୁହା ବୈଠକ ଡାକୁଛନ୍ତି । ଅଞ୍ଚଳ ଭ୍ରମଣ କରୁଛନ୍ତି । ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀର ଛତ୍ରପୁର, ଗୋପାଳପୁର, ଚିକିଟି ଏବଂ ବ୍ରହ୍ମପୁର ବିଧାନସଭା ଅଞ୍ଚଳରେ…

Read More

ବିଜେପିକୁ ଝଟକା, ଦଳ ଛାଡିଲେ ଝାରସୁଗୁଡା ଜିଲ୍ଲା ସଭାପତି

ଭୁବନେଶ୍ୱର : ଝାରସୁଗୁଡ଼ା ଉପନିର୍ବାଚନକୁ ଆଉ ମାତ୍ର ସପ୍ତାହ ବାକି ରହିଛି l ହେଲେ ଏହା ପୂର୍ବରୁ ବୁଧବାର ଭାରତୀୟ ଜନତା ପାର୍ଟିକୁ ଏକ ବଡ଼ ଶକ୍ତ ଝଟକା ଲାଗିଛି। ଦୀର୍ଘ ୨୫ ବର୍ଷ ଧରି ବିଜେପିର ବିଭିନ୍ନ ପଦ ପଦବୀରେ ଥିବା ଝାରସୁଗୁଡ଼ା ଜିଲ୍ଲା ବିଜେପି ସଭାପତି ମଙ୍ଗଲ ସାହୁ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି। ବୁଧବାର ଶଙ୍ଖ ଭବନରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ବିଜେଡିର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଦଳୀୟ…

Read More

ବିଜେପିଠୁ ବିପଦ ଜାଣି ଆଗୁଆ ସତର୍କ ହୋଇଗଲେ ବୋଧେ ଶରଦ ଚତୁର ପାୱାର

ମୁମ୍ବାଇ : ମଙ୍ଗଳବାର ଏକ ସମ୍ପୂର୍ଣ ଅଣ ରାଜନୈତିକ କାର୍ଯ୍ୟକ୍ରମରେ ଏନସିପି ମୁଖ୍ୟ ଶରଦ ପାୱାର ସଭାପତି ଛାଡ଼ିବା ନେଇ ଘୋଷଣା କରିଥିଲେ l ହେଲେ ଏପରି ନିଷ୍ପତ୍ତି ଅପ୍ରତ୍ୟାଶିତ ଥିବାରୁ ତାଙ୍କ ସମର୍ଥକ ଓ ବରିଷ୍ଠ ନେତାମାନେ ସହଜରେ ଏହାକୁ ଗ୍ରହଣ କରିପାରୁ ନାହାନ୍ତି। ଇସ୍ତଫା ସମ୍ପର୍କରେ ଘୋଷଣା କରିବା ମାତ୍ରେ ପାୱାରଙ୍କ ସମର୍ଥକମାନେ ତାଙ୍କୁ ଘେରି ଯାଇଥିଲେ। ସେମାନେ ତାଙ୍କ ଆଗରେ କାନ୍ଦିବା ସହ ହାତ ଯୋଡ଼ି ନିଷ୍ପତ୍ତି ବଦଳାଇବାକୁ ଅନୁରୋଧ କରିଥିଲେ। ମାତ୍ର…

Read More

କିଛିଦିନରେ ଓଡ଼ିଶାରେ ଏହି ଖେଳ କରିବାକୁ ଯାଉଛି ବିଜେପି…. ଲୋକସଭା ଆସନରେ ଆହୁରି ହାଇ ପ୍ରୋଫାଇଲ ପ୍ରାର୍ଥୀ….. ବିଜେଡି ବିଦ୍ରୋହୀଙ୍କ ଉପରେ ନଜର

ଭୁବନେଶ୍ୱର,୨୯/୪(ବ୍ୟୁରୋ): କର୍ନାଟକ ନିର୍ବାଚନ ସରିଯାଇଛି। ଫଳାଫଳ ଯାହା ହେଉ ନା କାହିଁକି ଆଗାମୀ ଦିନରେ ଓଡ଼ିଶାରେ ସକ୍ରିୟ ହେବ ବିଜେପି। ମେ ମାସ ଶେଷ ଆଡକୁ ଉପକୂଳ ଓଡ଼ିଶାରେ ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ କାର୍ଯ୍ୟକ୍ରମ ରଖାଯିବ। ରାଜ୍ୟର ସାଙ୍ଗଠନିକ ସ୍ତରରେ ମଧ୍ୟ ବ୍ୟାପକ ପରିବର୍ତ୍ତନ କରାଯିବ। ନୂତନ ଭାବେ ପ୍ରଭାରୀ ନିଯୁକ୍ତ ହୋଇଥିବା ସୁନୀଲ ବଂଶଲଙ୍କ ଦ୍ୱାରା କରାଯାଇଥିବା ଏକ ସର୍ଭେରେ ଏହି ରିପୋର୍ଟ ଦିଆଯାଇଛି। ଏହି ରିପୋର୍ଟରେ ବିଜେପିର…

Read More

ନବୀନ ନିବାସରୁ ଆସିଲାନି ଡାକରା,ଚିନ୍ତାରେ ଅନୁଗୁଳ ରାଜନୀତିର ପିତା-ପୁତ୍ର….ନୂଆ ମୁହଁ ଖୋଜୁଛି ଦଳ….

ଅନୁଗୁଳ,୨୮/୪(ବ୍ୟୁରୋ): ସାଧାରଣ ନିର୍ବାଚନକୁ ପ୍ରାୟ ବର୍ଷକରୁ କମ୍ ସମୟ ରହିଛି। ତେଣୁ ଶାସକ ଦଳ ବିଜେଡି ପୂର୍ବ ପ୍ରସ୍ତୁତିକୁ ବ୍ୟାପକ ଗୁରୁତ୍ୱ ଦେଉଛି। ପ୍ରାୟ 70 ଜଣଙ୍କୁ ପୁନର୍ବାର ଟିକେଟ ଦେବା ପାଇଁ ଦଳ ସ୍ଥିର କରିଛି। ଏଥିପାଇଁ ଗତ କିଛି ଦିନ ପୂର୍ବେ ନବୀନ ନିବାସକୁ ପ୍ରାୟ ୭୦ଜଣ ବିଧାୟକଙ୍କୁ ଡକାଯାଇଥିଲା। ଏହି ବିଧାୟକମାନଙ୍କ ସ୍ଥିତି ନିଜ ଅଞ୍ଚଳରେ ଭଲ ରହିଛି ବୋଲି କୁହାଯାଉଛି। ଦଳର ଆଭ୍ୟନ୍ତରିଣ ସର୍ଭେରେ ଯେଉଁ ବିଧାୟକଙ୍କ ସ୍ଥିତି ଭଲ ରହିଥିବା…

Read More

ରାଜ୍ୟ ସରକାରଙ୍କୁ ଏକାଧିକ ମୌଳିକ ପ୍ରସଙ୍ଗରେ ଘେରିଲା ପିସିସି, ୫-ଟି ଉପକ୍ରମ ଏକ ପ୍ରହେଳିକା ବୋଲି କହିଲେ ବିଜୟ

ଭୁବନେଶ୍ୱର,୨୮/୪(ବ୍ୟୁରୋ): ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧିନ ଓଡ଼ିଶା ସରକାର ରାଜ୍ୟ ସମସ୍ୟା ସମାଧାନ କ୍ଷେତ୍ରରେ ବିଫଳ ହୋଇଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ରାଜ୍ୟ ସରକାର ୫-ଟି ଉପକ୍ରମ ନାଁରେ କେବଳ ତୁଛା ପ୍ରହେଳିକା ସୃଷ୍ଟି କରୁଛନ୍ତି ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି। କଂଗ୍ରେସ ପକ୍ଷରୁ ଦୁଇ ପ୍ରମୁଖ ସମସ୍ୟା ପାନୀୟ ଜଳ ସଂକଟ ଓ ବିଦ୍ୟୁତ ଉପଭୋକ୍ତାଙ୍କ ହନ୍ତସନ୍ତ ପ୍ରସଙ୍ଗରେ କଂଗ୍ରେସର ବରିଷ୍ଠ ନେତାମାନେ ସରକାରଙ୍କୁ ଘେରିଛନ୍ତି।ପିସିସି ସଭାପତି କହିଥିଲେ ଯେ, ଓଡ଼ିଶାର ୧୫…

Read More

ବିଜୟ ମହାପାତ୍ର-ଦିଲ୍ଲୀପ ରାୟଙ୍କୁ ନେଇ ସୁନୀଲ ବଂଶଲଙ୍କ କଣ ରହିଛି ପ୍ଲାନ… ଜାଣନ୍ତୁ…..

ଭୁବନେଶ୍ୱର,୨୭/୪(ବ୍ୟୁରୋ): ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଭିନ୍ନ ବରିଷ୍ଠ ନେତାଙ୍କ ଗତିବିଧି ନେଇ ଆଲୋଚନା ଆରମ୍ଭ ହୋଇଯାଇଥାଏ। ଓଡ଼ିଶା ରାଜନୀତିରେ ଏପରି ଦୁଇ ବରିଷ୍ଠ ରାଜନେତା ହେଉଛନ୍ତି- ବିଜୟ ମହାପାତ୍ର ଏବଂ ଶିଳ୍ପପତି ଦିଲ୍ଲୀପ ରାୟ। ତେଣୁ ଏମାନଙ୍କର କଣ ରଣନୀତି ହେବ, ସେ ନେଇ ପ୍ରମୁଖ ଗଣମାଧ୍ୟମ ତଥାକଥିତ ବିତର୍କ ଜାରି ରଖିଥାନ୍ତି। ବିଜୟ ମହାପାତ୍ର ନିଜେ ସକ୍ରିୟ ହେବା ସହ ପୁତ୍ରକୁ ମଧ୍ୟ ସକ୍ରିୟ କରିସାରିଲେଣି। ସେହିପରି ଦିଲ୍ଲୀପ ରାୟ ରାଜନୀତିରୁ ଦୂରତ୍ୱ ରକ୍ଷା…

Read More

ପିସିସି କମିଟି ଘୋଷଣା କର୍ମୀଙ୍କ ମନରେ ଉତ୍ସାହ ଭରି ପାରିଲା ନାହିଁ …..ସମଭାବାପନ୍ନ ଦଳକୁ ସାଥିରେ ନେବ କିଏ…

ଭୁବନେଶ୍ୱର,୨୬/୪(ବ୍ୟୁରୋ): ମାସକ ପରେ ପିସିସି ସଭାପତି ଭାବେ ଦାୟିତ୍ୱ ନେବାର ଶରତ ପଟ୍ଟନାୟକ ବର୍ଷ ପୂର୍ତ୍ତି ପାଳନ କରିଥାନ୍ତେ। ପିସିସି ସଭାପତି ଦାୟିତ୍ୱ ନେବାର ପରେ କମିଟି ଟିଏ କରିବା ପାଇଁ ତାଙ୍କୁ ୧୧ ମାସ ଲାଗିଗଲା। କମିଟି ଜୁମ୍ବୋ ହୋଇଛି, ହେଲେ କେତେକ ଦୃଷ୍ଟିରୁ ଶରତଙ୍କ ପାଇଁ ନିରାପଦ। କାରଣ ପୂର୍ବରୁ ନିରଞ୍ଜନ ଏବଂ କେ.ପି ସିଂଦେଓଙ୍କ ପରି ୩ ଜଣିଆ କାର୍ଯ୍ୟକାରୀ ସଭାପତି ଘୋଷଣା କରାଯାଇନାହିଁ। ମାତ୍ର କମିଟି ଘୋଷଣା ପରେ ତାରା, ଅଧିରାଜଙ୍କ…

Read More