ନବୀନଙ୍କୁ କଣ୍ଟାବାଞ୍ଜିରେ ହରାଇଥିଲେ ବିଜେଡି ନେତା….ଧିରେ ଧିରେ ଖୋଲୁଛି ଗୁମର..

ବଲାଙ୍ଗୀର : ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥିଲେ ଅପରାଜେୟ, ଅପ୍ରତିଦ୍ୱନ୍ଦ୍ୱୀ । ହେଲେ ଗୋଟିଏ ଝଟକାରେ ହାରିଗଲେ ନବୀନ।

ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ପ୍ରଥମ ଥର ପାଇଁ ପରାଜୟର ମୁହଁ ଦେଖିଲେ ବିଜୁ ନନ୍ଦନ ନବୀନ ପଟ୍ଟନାୟକ। ହାରିବା ପରେ

ବିଜେଡି ପକ୍ଷରୁ ଚାଲିଛି କଣ୍ଟାବାଞ୍ଜି ପରାଜୟର ବ୍ୟବଚ୍ଛେଦ। ବିଜେପିର  ପ୍ରଥମ ଥର ବିଧାୟକ ହୋଇଥିବା ଲକ୍ଷ୍ମଣ ବାଗଙ୍କ ଠାରୁ ଭଲ ବ୍ୟବଧାନରେ ହାରିଯାଇଥିଲେ ନବୀନ । ହେଲେ ଏହି ପରାଜୟର ବିଜେଡି ନେତାଙ୍କ ଅବଦାନ ମଧ୍ୟ କିଛି କମ୍ ନ ଥିଲା। ଗତଥର ଦୁଇ ଡର୍ଜନରୁ ଅଧିକ ନେତା ନବୀନଙ୍କୁ ପଶ୍ଚିମ ଓଡ଼ିଶାରେ ଲଢିବା ପାଇଁ ନବୀନଙ୍କୁ ପ୍ରସ୍ତାବ ଦେଇଥିଲେ। ତେଣୁ ଗତଥର ବିଜେପୁର ଯାଇ ଭୋଟ ଲଢିଥିଲେ ନବୀନ ପଟ୍ଟନାୟକ।  ହେଲେ ଏଥର କଣ୍ଟାବାଞ୍ଚି ଆସନ, କିଏ ବାଛିଲା..ଯଦି ବାଛିଲା ବିଳମ୍ବରେ କାହିଁକି ଘୋଷଣା ହେଲା

ପଶ୍ଚିମ ଓଡ଼ିଶାରେ ଏକାଧିକ ସୁରକ୍ଷିତ ଆସନ ଥିଲେ ବି ଏହି ଆସନ ପାଇଁ କାହିଁକି ପ୍ରବର୍ତ୍ତାଇଲେ ପାଣ୍ଡିଆନ୍ , ତାହା ଆଜି ବି ରହସ୍ୟ ହୋଇ ରହିଛି।  ଗତଥର ବିଜେପୁରରୁ ଜିତି ଆସନ ଛାଡିଥିବାରୁ ନବୀନଙ୍କ ପ୍ରତି ଥିଲା ସାରା ପଶ୍ଚିମ ଓଡ଼ିଶାର ଆକ୍ରୋଶ ରହିଥିଲା। ଅନୁରୂପ ଭାବେ

ଆକ୍ରୋଶ କେବଳ ଜନତା କିମ୍ବା ବିରୋଧି ନୁହେଁ, ଖୋଦ୍ ବିଜେଡିରେ ମଧ୍ୟ ରହିଥିଲା।  କଣ୍ଟାବାଞ୍ଜି ସହରାଞ୍ଚଳରେ ସାମାନ୍ୟ ଭଲ କରିଥିଲେ ନବୀନ। ଅପରପକ୍ଷରେ ତୁରେଇକେଲା, ବଙ୍ଗୋମୁଣ୍ଡା ଏବଂ ମୂରୀବାହାଲରେ ନବୀନଙ୍କ ଚେର କାଟିଥିଲେ ଖୋଦ୍ ବିଜେଡି ନେତା। ତୁରେଇକେଲା ଦାୟିତ୍ୱରେ ଥିବା ଗିରିରାଜ ମାଝୀ, ବଙ୍ଗୋମୁଣ୍ଡା ଦାୟିତ୍ୱରେ ଆୟୁବ ଖାନଙ୍କ ପରିବାର ଏବଂ ମୁରୀବାହାଲର ଅଜୟ ଦାସ

ନିଜ ବ୍ଲକ ଅପେକ୍ଷା ଅନ୍ୟ ବ୍ଲକ ରାଜନୀତିରେ ଅଧିକ ମୁଣ୍ଡ ଖେଳାଇଲେ।  ନିଜେ ଭଲ କରି ଅନ୍ୟ ବ୍ଲକରେ କେମିତି ନବୀନ ପଛୁଆ ହେବେ, ସେ ନେଇ ଷଡଯନ୍ତ୍ର ରଚିଲେ।  ଏହି ଷଡ଼ଯନ୍ତ୍ରର ଆଭାସ ଟିକେ ପାଇଲେ ନାହିଁ ଦାୟିତ୍ୱରେ ଥିବା ବିଜେଡିର ବଡ଼ ମୁଣ୍ଡିଆଳ। ବିଜେଡିର ସବୁ ରଣନୀତି ମାରିଲା ଫେଲ୍ । ନିର୍ବାଚନ ସରିଗଲା ତଥାପି ଏକାଠି ହୋଇପାରିଲେ  ନାହିଁ ଗିରିରାଜ ମାଝୀ, ଖାନ୍ ପରିବାର ଏବଂ ଅଜୟ ଦାସ।

ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ପ୍ରାର୍ଥୀପତ୍ର ଦିନଠାରୁ ଏକ ନବୀନ ବିରୋଧୀ ହା୍ୱାକୁ ଦିଆଯାଉଥିଲା ଧୂଆଁ। ଏହି ଧୁଆଁକୁ ପ୍ରଶମିତ କରିପାରି ନଥିଲା ବିଜେଡି।  ନବୀନ ଜିତିଲେ ଆସନ ଛାଡିଦେବେ, ହିଞ୍ଜିଳି ରଖିବେ.. ଏମିତି ଏକ କଥା ହୋ ପରି ମାଡିଗଲା..। ଆଉ ବାସ୍ ୨୬ ବର୍ଷ ଅପରାଜୟ ନବୀନ ମାଟି କାମୁଡ଼ି ପଡିଲେ । .

Leave a Reply

Your email address will not be published. Required fields are marked *