ଧର୍ମେନ୍ଦ୍ର-ମନମୋହନ ଛକାପଞ୍ଝା…..ମନମୋହନଙ୍କ ପଛରେ ସାଂସଦ ଲବି…..ଗୋଲକଙ୍କୁ ମାର୍କେଟକୁ ଛାଡି…ଘାଣ୍ଟୁଛନ୍ତି ମୁକୁ…

ଭୁବନେଶ୍ୱର – ସରିଛି ସର୍ବଭାରତୀୟ ଡିଜି ଓ ଆଇଜି ସମ୍ମିଳନୀ, ସରିଛି ପ୍ରବାସୀ ଭାରତୀୟ ଦିବସ। ଏଥର ଉତ୍ସବ କୈନ୍ଦ୍ରିକ ବିଜେପି ଇକୋ ସିଷ୍ଟମ ହେବ ଦଳ ମୁହାଁ। ନଜର ରହିବ ସଙ୍ଗଠନ ହାତଉଛି କିଏ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କ୍ୟାମ୍ପ ନା ବୈଜୟନ୍ତ-ପ୍ରତାପ-ଅପରାଜିତା ଷଡଙ୍ଗୀ-ଜୁଏଲ ସମର୍ଥନ ଥିବା ମନମୋହନ ସାମଲଙ୍କ କ୍ୟାମ୍ପ। ଉତ୍ସବର ଭିଡ ଭିତରେ ସାମାନ୍ୟ ଶିଥିଳ ହୋଇଯାଇଛି ବିଜେପିର ସଭାପତି ବଛା ଖବର। ଦିନ କେଇଟା ପରେ ପରବର୍ତ୍ତୀ ସଭାପତି ଉପରୁ ପରଦା ହଟିବ। ନୂଆବର୍ଷର ବିଜେପିର ଏହି ଆଭ୍ୟନ୍ତରୀଣ କନ୍ଦଳକୁ ନେଇ ନିଜର ପୂର୍ବାନୁମାନ ରଖିଥିଲେ ଖୋଲାକଥା ଫେମ୍ ସତ୍ୟଜିତ ମିଶ୍ର।

ନିଜର ଫେସବୁକ୍ କାନ୍ଥରେ ରଖିଥିଲେ ଏକ ଚତ୍ମକାର ବିଶ୍ଳେଷଣ। ତାହାର ସମ୍ପାଦିତ ଅଂଶ ଏଠାରେ ପ୍ରଦାନ କରାଗଲା। କିଛିଦିନ ପୂର୍ବରୁ ଧର୍ମେନ୍ଦ୍ର ପ୍ରଧାନ ଏକ ସଭାରେ କହିଥିଲେ, ଶାରଳା ଦାସଙ୍କ ମହାଭାରତ, ଜଗନ୍ନାଥ ଦାସଙ୍କ ଭାଗବତ, ପଠାଣି ସାମନ୍ତଙ୍କ ଅଗାଧ ପାଣ୍ଡିତ୍ୟ ପତ୍ରକାରମାନେ ପ୍ରଚାର କରିବେ। ସେଥିପାଇଁ ବହୁ ବିଜ୍ଞ ପତ୍ରକାର ଏବେ କେମିତି କଣ ପ୍ରଚାର କରିବେ, ସେ ନେଇ ଦୋ ଛକିରେ। ଶ୍ରୀ ପ୍ରଧାନ ତାଙ୍କ ରାଜନୈତିକ ଜୀବନର ଏକ ଅତ୍ୟନ୍ତ ସ୍ପର୍ଶକାତର ଲଢେଇ, ଏବେ ଲଢ଼ୁଛନ୍ତି, ତାହା କହିବାକୁ କେହି ନାହିଁ। ବର୍ତ୍ତମାନ ବିଜେପି ସଭାପତି ଥିବା ମନମୋହନ ସାମଲଙ୍କ କାର୍ଯ୍ୟକାଳ ଗତ ଅଗଷ୍ଟ ମାସରୁ ଶେଷ ହୋଇଛି। ପୁଣି ଥରେ ସଭାପତି ହେବା ପାଇଁ ସେ ଉଦ୍ୟମରତ। କେବଳ ସେ ନୁହଁନ୍ତି, ତାଙ୍କ ସହ ଅପରାଜିତା ଓ ବୈଜୟନ୍ତ, 14 ଜଣ MP ଅଛନ୍ତି। ଯଦି ମନମୋହନ ପୁଣି ଥରେ ସଭାପତି ହୋଇଯାଆନ୍ତି, ଓଡିଶା ରାଜନୀତିରେ ଧର୍ମେନ୍ଦ୍ରଙ୍କ କର୍ତ୍ତୃତ୍ୱ ହ୍ରାସ ପାଇବ, ଏକଥା ସେ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି।

ସୁରେଶ ପୂଜାରୀ ଓ ମନମୋହନ ସାମଲ ଅତୀତରେ ଧର୍ମେନ୍ଦ୍ରଙ୍କ ରାଜନୈତିକ କ୍ୟାରିୟର ଓଡ଼ିଶାରେ ଠପ୍ କରି ଦେଇଥିଲେ। ଏ ଦୁଇଜଣ 2000 ମସିହାରୁ 2009 ମସିହାରେ ସଭାପତି ଥିଲେ। ମୁକୁ ଭାଇ ବିଧାୟକ ଥିଲେ ହେଁ ମନମୋହନ ସାମଲ ତାଙ୍କୁ ମନ୍ତ୍ରୀ କରାଇ ଦେଇ ନଥିଲେ ବରଂ ନିଜେ ମନ୍ତ୍ରୀ ହୋଇଥିଲେ। ଅବଶ୍ୟ 2008 ମସିହା ଡିସେମ୍ବର 11ତାରିଖରେ ମନମୋହନଙ୍କୁ ଓଡିଶା ଭବନ ଯୌନ କେଳଙ୍କାରୀ ଅଭିଯୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦା କରିଥିଲେ। ସୁରେଶ ପୂଜାରୀ ସଭାପତି ଥିବା ବେଳେ ମୁକୁ ଭାଇଙ୍କ ପିତା ତଥା ସେତେବେଳେ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କୁ ସହି ପାରୁ ନଥିଲେ, ହଇରାଣ ବି କରିଥିଲେ। ସେଥିପାଇଁ ଏ ଦୁଇ ଜଣଙ୍କୁ ଜୀବନରେ କେଭେଁ ବି ବିଶ୍ୱାସ କରନ୍ତି ନାହିଁ ଧର୍ମେନ୍ଦ୍ର। ତେବେ, ସୁରଜ ପାଇଁ ସେ ତାଙ୍କ ପ୍ରତିଜ୍ଞା 2022 ମସିହା ନଭେମ୍ବର ମାସ ଧାମନଗର ଉପନିର୍ବାଚନରେ ଭାଙ୍ଗି ଦେଲେ। ସୁରଜଙ୍କୁ ଜିତାଇବା ପାଇଁ ମନମୋହନଙ୍କ ସାହାଯ୍ୟ ମାଗିଥିଲେ। ଏହା ତାଙ୍କ ପାଇଁ ଠିକ୍ ଯେତିକି ବିପଦ ବି ସେତିକି ଆଣିଥିଲା।

ସୁରଜ ଜିତିବାରୁ ସୁରଜଙ୍କ କେବଳ ଲାଭ ହେଲାନି ବରଂ ଅଲୋଡା ହୋଇ ପଡ଼ିଥିବା ମନମୋହନ ସାମଲ କେନ୍ଦ୍ରୀୟ ନେତାଙ୍କ ସହ ବାଜି ସଭାପତି ହୋଇ ଗଲେ। ଆଉ ତାପରେ ସଙ୍ଗଠନରେ ସର୍ବାଧିକ କ୍ଷତି ଧର୍ମେନ୍ଦ୍ରଙ୍କର ଆରମ୍ଭ ହୋଇଗଲା। ଏପରିକି ମନମୋହନ ଗୋଟି ଚଳାଇ 2024 ନିର୍ବାଚନରେ ମୁକୁ ଭାଇଙ୍କୁ କେବଳ ସମ୍ବଲପୁର ଓ ଢେଙ୍କାନାଳରେ ସୀମିତ ରହିବାକୁ କେନ୍ଦ୍ରୀୟ ନେତାଙ୍କ ମାଧ୍ୟମରେ କୁହାଇ ଦେବାକୁ ସମର୍ଥ ହେଲେ। ଅପରାଜିତା, ବୈଜୟନ୍ତଙ୍କ ସହ ମିଶି ମୁକୁ ଭାଇଙ୍କ ଡେଣା କାଟିଦେଲେ ମନମୋହନ। ଏଥିରେ ଦବି ନଯାଇ ନିର୍ବାଚନ ପରେ କିଏ boss ଦେଖାଇ ଦେଲେ ମୁକୁ ଭାଇ। ନିଜେ ମୁଖ୍ୟମନ୍ତ୍ରୀ ବାଛିଲେ। ମନମୋହନ ପରାସ୍ତ। ଆଉ ମୁକୁ ଭାଇଙ୍କର ଆଉ ଜଣେ ଶତ୍ରୁ ସୁରେଶ ପୂଜାରୀଙ୍କୁ ସେ ଉପମୁଖ୍ୟମନ୍ତ୍ରୀ ବି କରାଇ ଦେଲେନି। ବାଜି ପଲଟେଇ ଦେଲେ। ମାତ୍ର ଏ ବିଜୟର ଖୁସି ଦୁଇ ମାସ ରହିଲା ନାହିଁ।

ଆପଣା ସୁନା ଭେଣ୍ଡି ପାଲଟିଲା। ମନମୋହନ, ବୈଜୟନ୍ତ, ଅଶ୍ବିନୀ ବୈଷ୍ଣବ ଓ KV ମିଶି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ତାଙ୍କ ପାଖରୁ ଛଡେଇ ନେଲେ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପାଖରେ ଗୋଲକ ମହାପାତ୍ର ଓ ଠାକୁର ରଣଜିତ ଦାସଙ୍କୁ ମୁକୁ ଭାଇ ରଖେଇ ଥିଲେ। ଦିନେ ମୋହନ ମାଝୀ ଆସି କହିଲେ, ମୋର ପ୍ରାଇଭେଟ ଲାଇଫ ଅଛି ନା ନାହିଁ??? କାଇଁ ମୋ ପାଖେ ପାଖେ ରହୁଛ??? ବିଚରା ଦୁଇଜଣ ଯାକ କାନମୁଣ୍ଡା ଆଉଁଷି ପଳେଇ ଆସିଲେ।କଟକ ଅଟଳ ବିହାରୀ ପ୍ରତିମୂର୍ତ୍ତି ଉଦଘାଟନ ବେଳେ ମୁକୁ ଭାଇ ଗୋଟେ ନିମନ୍ତ୍ରଣ ପତ୍ର ବାଣ୍ଟିଲା ବେଳକୁ ମୁଖ୍ୟମନ୍ତ୍ରୀ ଆଉ ଗୋଟେ ନିମନ୍ତ୍ରଣ ପତ୍ର ବାଣ୍ଟି ଦେଇଛନ୍ତି। ମନମୋହନ ପରିସ୍ଥିତି ଏମିତି କରି ଦେଲେ ଯେ, ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ବେଳେ ପ୍ରଧାନମନ୍ତ୍ରୀଙ୍କ ସହ ଫୁଲମାଳ ଭିତରେ ସେ, ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ରହିଲେ। ବାହାରେ ଫୁଲମାଳରେ ହାତ ପକେଇଲେ ମୁକୁ ଭାଇ। ତା ପରେ 14 ସାଂସଦ ମିଶି ପ୍ରଧାନମନ୍ତ୍ରୀଙ୍କୁ ଭେଟି ମନମୋହନ ମୁଖ୍ୟମନ୍ତ୍ରୀ ହେବା ପାଇଁ କହିଲେଣି।

ତେଣୁ ପରବର୍ତ୍ତୀ ସଭାପତି ପଦ ହାତେଇବା ପାଇଁ ଗୋଲକ ମହାପାତ୍ର ଏବଂ ମନମୋହନ ସାମଲଙ୍କ ଭିତରେ ଆରମ୍ଭ ହୋଇଯାଇଛି ଛାୟାଯୁଦ୍ଧ। କଟକ, ପାରାଦ୍ୱୀପ, ଆଠଗଡ, କୋରେଇ., ବରୀ, ଗଞ୍ଜାମ। ସବୁଆଡେ ଗୋଲକ ମହାପାତ୍ର ମଧ୍ୟ ଘୁରି ବୁଲୁଛନ୍ତି, ସମର୍ଥନ ଯୋଗାଡ଼ କରୁଛନ୍ତି।ମନମୋହନ କ୍ୟାମ୍ପର ଯୁକ୍ତି ହେଲା ୟେ ସଭାପତି ଥିଲାରୁ BJP ଜିତିଛି। ମାତ୍ର BJD ନିର୍ବାଚନ କମିଶନ ଆଗରେ ଯେଉଁ ତଥ୍ୟ ରଖିଛି, ସେଥିରେ ମୁକୁ ଭାଇଙ୍କ କ୍ୟାମ୍ପ ଖୁସି। ମୁକୁ ଭାଇଙ୍କ କ୍ୟାମ୍ପର ଯୁକ୍ତି: ଏଭଳି ବ୍ୟବସ୍ଥାରେ ପ୍ରଚାରକ ପତଞ୍ଜଳୀ କରଶର୍ମା ବି ସଭାପତି ହୋଇଥିଲେ BJP ଜିତିଥାନ୍ତା!!! ଧର୍ମେନ୍ଦ୍ର ପ୍ରଧାନ ଏଇଥି ପାଇଁ ଗୋଲକ ମହାପାତ୍ରଙ୍କୁ କ୍ୟାଣ୍ଡିଡେଟ କରିଛନ୍ତି ଯେ ତାଙ୍କ ପିତା ସ୍ୱର୍ଗତ ରାମକୃଷ୍ଣ ମହାପାତ୍ର ଓଡ଼ିଶାରେ ସଂଘର ଆଦ୍ୟ ପ୍ରତିଷ୍ଠାତା। ତ ଗୋଲକଙ୍କ ପ୍ରତି ସଂଘର ସମର୍ଥନ ନିଶ୍ଚିତ ରହିବ।

ମନମୋହନ ଚୁପ ବସି ନାହାନ୍ତି। ଅପରାଜିତାଙ୍କୁ କାମରେ ଲଗେଇ ଦେଇଛନ୍ତି। ଅପରାଜିତା ଯାଇ BL ସନ୍ତୋଷଙ୍କୁ ଭେଟିଛନ୍ତି ଯିଏ କି ମୋହନ ଭାଗବତଙ୍କ ପରେ RSS ରେ ଏବେ ଦ୍ଵିତୀୟ ପ୍ରଭାବଶାଳୀ ନେତା। ବୈଜୟନ୍ତ ଯାଇ ରାମ ମାଧବଙ୍କୁ ଦେଖା କରିଛନ୍ତି। ଶାହା ଦେଖୁଛନ୍ତି, ଯଦି ମୋହନ ମାଝୀ ଏବେ ମନମୋହନ-ବୈଜୟନ୍ତ କ୍ୟାମ୍ପରେ, ତେବେ ସଭାପତି ସିଟଟା ଅନ୍ତତଃ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟରେ ରହୁ। ଏମିତି ଛକାପଞ୍ଝା ଅବସ୍ଥା ଏବେ। ଯଦି ସଭାପତି ପଦ, ଏଥର ଗୋଲକ ମହାପାତ୍ରଙ୍କୁ ନମିଳେ, ତେବେ ଧର୍ମେନ୍ଦ୍ରଙ୍କ ଓଡ଼ିଶା ରାଜନୀତିରେ ସୁବର୍ଣ୍ଣ ଯୁଗ ଆସିବା ଆଗରୁ ଅପସରି ଯିବ। ବୋଲି ସିୟା ରାମ କି ଜୟ।