ଗଞ୍ଜାମରେ ବିଜେଡି ଲେଖା ଛିଡେଇ ଦେଲେ ଦଳୀୟ ନେତା… କୋଟି କୋଟି ଟଙ୍କା ଚାପି ଦେଲେ ଆମଦାନୀ ନେତା….
ଲେଖା ଛିଣ୍ଡିଲା..ଭଲରେ ଛିଣ୍ଡିଲା…ଏମିତି ଛିଣ୍ଡିଲା ଯେ ଏବେ ଯୋଡ଼ିବା କଷ୍ଟକର । . ବ୍ରହ୍ମପୁର ଲୋକସଭା ତଥା ଗଞ୍ଜାମ ରାଜନୀତିର କଥା । ଦିନ ଥିଲା ଗଞ୍ଜାମ ଜିଲ୍ଲାକୁ ପୂରା ପୋଛି ନେଉଥିଲା ବିଜେଡି । ଏହି ଜିଲ୍ଲା ବିଜେଡି ପାଇଁ ଥିଲା ଅଭେଦ୍ୟ ଦୁର୍ଗ । କିନ୍ତୁ ଏଥରକ ନିର୍ବାଚନ, ବିଜେଡିକୁ ସମୂଳେ ପୋଛିନେଲା । କେବଳ ନବୀନ ଜିତିଲେ, ଆଉ ସବୁ ଚିତ୍ପଟାଙ୍ଗ ହେଲେ। ପରିସ୍ଥିତି ଏମିତି ହେଲା, ବିଜେଡି ଗଡ଼ କୁହାଯାଉଥିବା ଆସନରୁ ହାରିଗଲେ ବଡ଼ ବଡ଼ ହେଭି୍ୱେଟ୍ ଏବଂ ତାଙ୍କ ପିଲାମାନେ । ଏସବୁ ଭିତରେ ପ୍ରଶ୍ନ ଉଠୁଛି ଯେ, ବ୍ରହ୍ମପୁର ଲେଖା ଛିଣ୍ଡିଲା କେମିତି ? ବ୍ରହ୍ମପୁର ବିଧାନସଭା ଛାଡ଼ି ଗୋପାଳପୁର ଆସନରୁ ଲଢ଼ିଲେ ବିକ୍ରମ ପଣ୍ଡା । ଏହା ହିଁ ବିଜେପି ପାଇଁ ଆଣିଥିଲା ଅପୂର୍ବ ସୁଯୋଗ । ବ୍ରହ୍ମପୁରର ସବୁ ସକ୍ରିୟ କର୍ମୀ ଗୋପାଳପୁର ମୁହାଁ ହେଲେ , ଫଳରେ ବରିଷ୍ଠ ନେତା ଚ୍ୟାଉ ପଟ୍ଟନାୟକଙ୍କ ପୁରୁଣା ରଣନୀତି କାମ ଦେଲାନି ।
ବ୍ରହ୍ମପୁର ବିଜେଡିର ପ୍ରାୟ ସବୁ ହେଭି୍ୱେଟ ନିଷ୍କ୍ରିୟ ହୋଇଗଲେ । ଶ୍ରୀ ଚ୍ୟାଉ ପଟ୍ଟନାୟକଙ୍କ ପାଖରେ ରହିଲେ ମାତ୍ର ଦି’ଜଣ ନେତା ଓ ମେୟର। ରାଜ୍ୟ ମୁଖ୍ୟାଳୟରୁ ଦିଆଯାଉଥିବା କୋଟି କୋଟି ଟଙ୍କା। ଚିଲିକାରୁ ହୋଇଥିଲା ବାଟବଣା…ତିରୁପତି, ମୁରଲୀ ଓ ସଂଘମିତ୍ରା ବ୍ରହ୍ମପୁର ମୁଖ୍ୟାଳୟରେ ଜଗି ପାରି ନ ଥିଲେ ନିଜର ଗଡ଼ । ମୂରଲୀ ହାତରୁ ଖାଇ ଘୋଡ଼ା ଆଗରେ ଡେଇଁଲେ, ହେଲେ ବାଜି ମାରିନେଲେ କେ. ଅନିଲ୍…ବିଜେଡି ନେତା ଚନ୍ଦ୍ର ଶେଖର ସାହୁଙ୍କ ଟିମ୍ ମାଠିଆ ଚିହ୍ନ ପାଇଁ ପ୍ରଚାର କଲେ।ଗୋପାଳପୁରର ଅବସ୍ଥା ମଧ୍ୟ ଥିଲା ଆହୁରି ଶୋଚନୀୟ । ନବୀନ ନିବାସରେ ନବୀନଙ୍କ ଆଖପାଖରେ ଗୋପବନ୍ଧୁ ଦାଶ ରହୁଥିଲେ। ବ୍ରହ୍ମପୁର ମହାନଗର ଭିତରେ ବାନ୍ଧି ହୋଇଯାଇଥିଲେ ଇ ବିବେକ୍ ରେଡ୍ଡୀ। ଶିବରାମ ପାତ୍ର ଏବଂ ସିଏଚ୍ ଭରତଙ୍କୁ ଦୂରେଇ ରଖା ଯାଇଥିଲା । ଏସବୁ ଭିତରେ ଆଉ ଏକ ଫ୍ୟାକ୍ଟ୍ ଯାହା ବିଜେଡି ବର୍ବାଦୀର କାରଣ ସାଜିଲା, ତାହା ହେଉଛି ବିଜେଡିର ଗୁଣ୍ଡାଗର୍ଦ୍ଦି । ଏହା ସେଠାରେ ଏକ ନକରାତ୍ମକ ବାତାବରଣ ସୃଷ୍ଟି କଲା..ସେହିପରି ବିଜେପି ପଞ୍ଚାୟତ ପ୍ରତିନିଧିଙ୍କୁ ପଣ୍ଡା ଗୋଷ୍ଠୀର ମାଡ଼ ମହଙ୍ଗା ପଡ଼ିଲା।ବ୍ରହ୍ମପୁରର ବହୁଚର୍ଚ୍ଚିତ ଦୁଷ୍କର୍ମ ଘଟଣାର ଅଭିଯୁକ୍ତ ଥିଲେ ବିଜେଡିର ମାମଲତକାର । ବିଜେଡି ବିରୋଧୀ ହାୱାକୁ ଜାବୁଡ଼ି ରଖିଥିଲେ ପ୍ରଦୀପ ଓ ବିଭୂତି ଜେନା। ଛତ୍ରପୁରରରେ ବି ସମାନ ଅବସ୍ଥା । ସୁବାସଙ୍କ ବିରୋଧରେ ଜନମତ ଥିଲା । କିନ୍ତୁ ତାହାକୁ ଠଉରାଇ ପାରିଲାନି ବିଜେଡି । ଯୁବ ନେତା ବନମାଳୀ ସେଠୀଙ୍କୁ ଟିକେଟରୁ ବଞ୍ଚିତ କରାଗଲା । ଏସବୁ ବାଦ୍ ବିଜେଡି ମୁଖ୍ୟାଳୟରୁ ଯାଉଥିବା ଟଙ୍କା ବଣ୍ଟା ନ ହୋଇ ଫେରି ଆସୁଥିଲା।ବିଜେଡି ଭିତରେ କିଏ ଏହି ମୁଦ୍ରା ରାକ୍ଷସ । ଯିଏ ବିଜେଡି ସଙ୍ଗଠନ ବିଗାଡ଼ି ଟଙ୍କା ଖାଉଥିଲା, ଆଉ ମଉଜ କରୁଥିଲା । ତାହାକୁ ନେଇ ଏବେ ଜୋର୍ଦାର ଚର୍ଚ୍ଚା।