ପ୍ରକଳ୍ପକୁ ନେଇ ବିଜେପି ଭିତରେ ଶୀତଳ ଯୁଦ୍ଧ….ମୁକୁ ବନାମ ମନମୋହନ କ୍ୟାମ୍ପ ଶିବିର ଚଳଚଞ୍ଚଳ..

ଭୁବନେଶ୍ୱର: (ସମ୍ପାଦିତ ଅଂଶ)- ଭଦ୍ରକ ଜିଲ୍ଲାରେ ଟେକ୍ସଟାଇଲ୍ ପାର୍କର ଆନୁଷ୍ଠାନିକ ମଞ୍ଜୁରୀ ପରେ ରାଜ୍ୟ ବିଜେପି ରାଜନୀତିକୁ ନେଇ ସାମାଜିକ ଗଣମାଧ୍ୟମରେ ମତ ରଖିଥିଲେ ବିଜେଡି ସମର୍ଥକ ତଥା ଖୋଲାକଥା ଫେମ୍ ସତ୍ୟଜିତ ମିଶ୍ର। ତାଙ୍କ ମୂଳଲେଖାର ଭାବକୁ ଅକ୍ଷୁର୍ଣ୍ଣ ରଖାଯାଇ ସମ୍ପାଦିତ ଅଂଶ ନିମ୍ନରେ ପ୍ରଦାନ କରାଯାଇଛି। -ଶ୍ରୀ ମିଶ୍ର କହିଛନ୍ତି ଯେ, ପୂର୍ବ ନବୀନ ପଟ୍ଟନାୟକ ସରକାର ଥିଲେ ରାଜନୈତିକ ସମୀକ୍ଷକ ମାନେ ଆବଶ୍ୟକତା ଠାରୁ ଅଧିକ ଉତ୍ପାତ ହେଉଥିଲେ। ସେ ଜଣେ ସାଧାରଣ ଦର୍ଶକ ଭାବେ ଏହାକୁ ଅନୁଧ୍ୟାନ କରିଥିଲା। ସେ ସମୀକ୍ଷକ ଦୃଷ୍ଟିରେ ଦେଖୁଥିବା କଥାକୁ ମଧ୍ୟ ଅସ୍ୱୀକାର କରିଛନ୍ତି। ସତ୍ୟଜିତ ମିଶ୍ରଙ୍କ କହିବାନୁଯାୟୀ, ଓଡ଼ିଶାରୁ ଫେରିବା ପରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ୧୪ ଜଣ ସାଂସଦଙ୍କୁ ଭେଟିଲେ। ଆଉ ମନମୋହନ ସାମଲଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଦାବି କଲେ।

ଦୁଇଜଣ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ କେଭି ସିଂଦେଓ ମଧ୍ୟ ଏ ନିଷ୍ପତ୍ତିରେ ସାମିଲ ଥିବା କହିଲେ। ପ୍ରଭାତୀ ମୂଳରୁ ମନମୋହନଙ୍କ ଲୋକ। କେଭି ଏବେ ତାଙ୍କ ସରକାରୀ ବାସଭବନ ମନମୋହନଙ୍କୁ ଦେଇଛନ୍ତି। ମନମୋହନ ମଧ୍ୟ ଅନନ୍ତଙ୍କୁ କାଟି ବଲାଙ୍ଗୀରରେ ସଂଗୀତାଙ୍କ ପ୍ରିୟପାତ୍ର ଗୋପାଳ ପାଣିଗ୍ରାହୀଙ୍କୁ ଟିକେଟ ଦେଇଥିଲେ। ସେଥିପାଇଁ କେଭି ଓ ମନମୋହନଙ୍କ ଭିତରେ ପାଣି ଗଳୁନି। ସମସ୍ତ ସାଂସଦମାନଙ୍କୁ ପ୍ରଥମେ ମେଳ କଲେ ବୈଜୟନ୍ତ ବାବୁ। ତାଙ୍କ ଘରେ ବୈଠକ ହେଲା, ସେଠିକୁ ବି ପ୍ରଥମ ମିଟିଙ୍ଗରେ ଯାଇଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ PHOTO ସର୍ବସାଧାରଣରେ ଉପଲବ୍ଧ। ସେଇ ଦିନୁ ରାଜନୈତିକ ସତର୍କ ଘଣ୍ଟି ବାଜି ଯାଇଥିଲା। ଏହାକୁ ଜାଣି ବି ଶ୍ରୀ ପ୍ରଧାନ କିଛି କରି ପାରିଲେ ନାହିଁ କାରଣ ବୈଜୟନ୍ତଙ୍କ ପାଖରେ ପଇସା ଅଛି।ସେ(ବୈଜୟନ୍ତ ) PSU କମିଟିର ଅଧ୍ୟକ୍ଷ ହେବା ପରେ ଫେରୋକ୍ରମରୁ ହଟି ଏବେ ଇଥାନଲ ଓ ଗ୍ରୀନ ଏନର୍ଜି PLANT ପାଇଁ ସେ ତୟାର। ଏପରିକି ଜିନ୍ଦଲ GREEN ENERGY ରେ 89 କୋଟିରେ ସେ ଏବେ PARTNER। ଏ ସରକାରରେ ସବୁଠାରୁ ଲାଭରେ ଅଛନ୍ତି ସେ। ପ୍ରବଳ ପଇସା। ତେଣୁ ମୁଖ୍ୟମନ୍ତ୍ରୀ ଆସନ ଧର୍ମେନ୍ଦ୍ର ପ୍ରଧାନଠାରୁ ଯଥାସମ୍ଭବ ଦୂରେଇ ରଖାଯିବ। ସେଥିପାଇଁ ବୈଜୟନ୍ତ ତତ୍ପର ହେଲେ।

ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀଙ୍କୁ ଡ଼ାକିଛନ୍ତି ବୋଲି ବାର୍ତ୍ତାକୁ କାଟିବା ପାଇଁ ସେ ଗସ୍ତ ସମୟରେ ବି ଉଦ୍ୟମ ଆରମ୍ଭ ହେଲା। ପ୍ରଧାନମନ୍ତ୍ରୀ ମନମୋହନ ସାମଲଙ୍କୁ ହାଣ୍ଡ ସେଏକେ କଲେ। ଫୁଲମାଳ ଭିତରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ସହ ମନମୋହନ ସାମଲ କେବଳ ରହିବେ ବୋଲି ବ୍ୟବସ୍ଥା ହେଲା। ମୁକୁ ଭାଇ ବାହାରୁ ଫୁଲମାଳ ଧରିଲେ। ବୈଜୟନ୍ତ ବି ଝାଳ ନାଳ ହୋଇ ବାହାରୁ ସେ ଫୁଲମାଳ ରେ ହାତ ପକେଇଲେ। ସେ photo ତ ସମସ୍ତେ ଦେଖିଛନ୍ତି, ଏହା ବିଷୟରେ ସତ୍ୟଜିତ ଅଧିକ କଣ କହିବି ବୋଲି କହି ନୀରବ ରହିଛନ୍ତି।

ହେଲେ ପ୍ରଶ୍ନ ଉଠେ ମନମୋହନ ସାମଲଙ୍କୁ ବୈଜୟନ୍ତ କାହିଁକି prefer କଲେ??? ତା କାରଣଟା ଅତି simple…। ସୁକିନ୍ଦାରୁ କ୍ରୋମାଇଟ ସହଜରେ ଉଠେଇ ହେବ। ଧର୍ମେନ୍ଦ୍ର ପ୍ରଧାନ ଟୁଟୁ ବଳଙ୍କୁ ମନ୍ତ୍ରୀ କରି ସେଠି ଏକ କୀଳା ଖଞ୍ଜିଛନ୍ତି। ମନମୋହନ ହେଲେ ଟୁଟୁ ସିଙ୍ଗାଡ଼ିଆରେ ଘର କରି ଚୁପ କି ରହିବେ। ଏ ଭିତରେ ମୋହନ ମାଝୀଙ୍କୁ ମନମୋହନ-ବୈଜୟନ୍ତ ମୁକୁ ଭାଇଙ୍କଠାରୁ ଛଡେଇ ନେବାରେ ସଫଳ ହୋଇ ସାରିଛନ୍ତି। ଆଉ ଗୋଟିଏ ଝଟକାରେ ମନମୋହନ ମୁଖ୍ୟମନ୍ତ୍ରୀ!!!ଏ ସବୁ ଦେଖିଲେ କିନ୍ତୁ ସହିଲେନି ମୁକୁଭାଇ। ଯୁଦ୍ଧକୁ ମନମୋହନଙ୍କ ଘର ଯାଏଁ ନେବାକୁ ସ୍ଥିର କଲେ। IOCL କୁ କହି ଭଦ୍ରକରେ ଏକ TEXTILE PARK କରିବା କଥା କହିଲେ ଆଉ କହିଲେ ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ସ୍ୱପ୍ନ ପୂର୍ଣ୍ଣ ହୋଇଛି। ମନମୋହନଙ୍କ ଆଜନ୍ମ ଶତ୍ରୁ ଥିଲେ ଵିଷ୍ଣୁ ବାବୁ। ୟେ ତାଙ୍କୁ ହରାଉଥିଲେ, ସେ ତାଙ୍କୁ ହରାଉଥିଲେ।ସୂର୍ଯ୍ୟବଂଶୀ ସୂରଜ ଯେଉଁ PHOTO ମାରିଛନ୍ତି, ସେଥିରେ ଧାମନଗର ଲେଖି ନାହାଁନ୍ତି, ଭଦ୍ରକ ଲେଖିଛନ୍ତି। ମୁକୁ ଭାଇ ଯୋଉ ବାଣ ପେଷିଛନ୍ତି, ସେଥିରେ ଭଦ୍ରକ ଜିଲ୍ଲା ନେତା ଭାବେ ସୁରଜଙ୍କୁ ପ୍ରୋଜେକ୍ଟ କରିଛନ୍ତି ଆଉ ନିଜ ଘରୁ ମନମୋହନଙ୍କୁ OUT କରି ଦେଇଛନ୍ତି। ଏଠାରେ କହି ରଖେ IOCL ଯୋଉ TEXTILE PARK କରିବ, ସେଥିରେ ବିହାରୀ ରହିବା ସମ୍ଭାବନା ଅଧିକ କାରଣ ପାରାଦ୍ବୀପ IOCL ଦେଖନ୍ତୁ। 90 ପ୍ରତିଶତ ବିହାରୀ, UP ଲୋକ..। ଭଦ୍ରକ ଲୋକ କେବଳ ଗୋଟେ SHIRT ସିଲେଇରୁ 20ଟଙ୍କା ପାଇବେ। ଦିନକୁ 30ଟି SHIRT ସିଲେଇ କଲେ 600 ପାଇବେ। ହେମିତିରେ ତ ଆମ ମିସ୍ତ୍ରୀ ମଜୁରୀ 700। ଏ PARK ରୁ ଲୋକଙ୍କୁ ହେମିତି କିଛି ଲାଭ ନାହିଁ। ହେଲେ ଲାଭ ହେଲା, ଭଦ୍ରକ ଜିଲ୍ଲାରୁ ମନମୋହନ OUT ହୋଇଗଲେ। ମୁକୁ ଭାଇଙ୍କ ଯୁକ୍ତି ହେଲା, ନିଜ ଜିଲ୍ଲା ତ ନିଜ କଣ୍ଟ୍ରୋଲ ରେ ନାହିଁ ଆଉ କି ସୁନୁ ପାମ୍ପୁଡି ଟପ୍ ନେତା ହେବ???