ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ପ୍ରସଙ୍ଗ ଓଡ଼ିଶା ରାଜନୀତି ସମୀକରଣ ବଦଳାଇଦେବ କି ….!!!

ନୂଆଦିଲ୍ଲୀ : (ଅନାମ ମହାନ୍ତିଙ୍କ ରିପୋର୍ଟ )-ସାଧାରଣ ନିର୍ବାଚନ ପାଖେଇ ଆସିଲାଣି। ରାଜଧାନୀରୁ ଆରମ୍ଭ କରି ରାଇରଙ୍ଗପୁର ଯାଏଁ କେବଳ ଚୌକି କାହାର ଚର୍ଚ୍ଚା। ଇତି ମଧ୍ୟରେ ଜାତୀୟ ରାଜନୀତିର ବିଭିନ୍ନ ସମୀକରଣ ଓଡ଼ିଶା କ୍ଷମତା ରାଜନୀତି ଗଣିତକୁ ଜଟିଳ କରିଛି। ଶିରୋମଣି ଅକାଳି ଦଳ, ରାଷ୍ଟ୍ରୀୟ ଲୋକ ଦଳ ଏବଂ ଜେଡିୟୁ ଭାଜପା ନେତୃତ୍ୱାଧିନ ଏନଡିଏରେ ସାମିଲ ହୋଇ ସାରିଲେଣି। ଅକାଳି ଦଳ ଆଗାମୀ ଦିନରେ ଏହି ଘୋଷଣା କରିପାରେ। ଆନ୍ଧ୍ର ପ୍ରଦେଶରେ ପୁରୁଣା ସହଯୋଗୀ ଟିଡିପି ଏବଂ ପବନକଲ୍ୟାଣଙ୍କ ଜନସେନାକୁ ମଧ୍ୟ ବିଜେପି ସାଙ୍ଗରେ ନେଇପାରେ। ମଙ୍ଗଳବାର ସକାଳପ ଓଡ଼ିଶା ରାଜନୀତିରେ ମଧ୍ୟ ମେଣ୍ଟ ଚର୍ଚ୍ଚା ଜୋର ଧରିବାରେ ଲାଗିଛି। ବିଧାନସଭାରେ ବିଜେଡିକୁ ଅଧିକ ଆସନ ଏବଂ ଲୋକସଭାରେ ବିଜେପି ଅଧିକ ଆସନ ଦାବି କରିବା ନେଇ ଆଲୋଚନା ହେଉଛି। ନରେନ୍ଦ୍ର ମୋଦି ଏବଂ ଅମିତି ଶାହା କୌଣସି ପ୍ରକାରରେ ଏନଡିଏ ଆସନ ସଂଖ୍ୟା ୪୦୦ଟପିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଉଭୟ ଦଳ ମଧ୍ୟରେ ମେଣ୍ଟ ହେଉ ବୋଲି ତୃଣମୂଳର କର୍ମୀ ଏତେଟା ଆଗ୍ରହ ନାହାନ୍ତି। ମାତ୍ର ରାଜନୀତି ଶତ ସମ୍ଭାବନା କ୍ଷେତ୍ର, ତେଣୁ ଏହି ପ୍ରସଙ୍ଗକୁ କେହି ଏଡ଼ାଇ ଦେଉନାହାନ୍ତି।

ନିକଟରେ ଚୌଧୁରୀ ଚରଣ ସିଂ, କର୍ପୁରୀ ଠାକୁରଙ୍କୁ ଭାରତ ରତ୍ନ ପ୍ରଦାନ କରାଗଲା। ଏହାର ଗୋଟିଏ ଦିନ ପରେ ଜୟନ୍ତ ଚୌଧୁରୀ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିରୋଧୀ ମେଣ୍ଟ ଛାଡି ଆସିଥିଲେ। ଏହି ଭାରତ ରତ୍ନ ସେମାନଙ୍କ ପାଇଁ ଏକ ବାହାନା ସାଜିଥିଲା। ନିକଟରେ ଏନେଇ ସଂସଦରେ ଧନ୍ୟବାଦ ପ୍ରସ୍ତାବ ଦେବାବେଳେ ବିଜେଡି ଏମପି ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ପାଇଁ ଦାବି କରିଥିଲେ। ଏ ଦାବି ବହୁତ ପୂର୍ବରୁ ଦାବି ହୋଇ ଆସୁଛି।  ଆସନ୍ତା ମାର୍ଚ୍ଚ ୫ ତାରିଖ ବିଜୁ ପଟ୍ଟନାୟକଙ୍କ ଜନ୍ମଜୟନ୍ତୀ। ତେଣୁ ଏହା ପୂର୍ବରୁ ନଚେତ୍ ମାର୍ଚ୍ଚ୪ ତାରିଖରେ ଭାରତ ସରକାର ବିଜୁ ପଟ୍ଟନାୟକଙ୍କୁ ମରଣୋତ୍ତର ଭାବେ ଭାରତ ରତ୍ନ ପ୍ରଦାନ ନେଇ ଘୋଷଣା କରିବେ କି ବୋଲି ଚର୍ଚ୍ଚା ଜୋର ଧରିଲାଣି। ଏହା ଦ୍ୱାରା ବିଜେଡି ଏନଡିଏକୁ ଯିବା ପାଇଁ ରାସ୍ତା ଫିଟିଯିବ। ନବୀନ ପଟ୍ଟନାୟକ ବିଜେପି ସହଯୋଗରେ ୬ ଥର ମୁଖ୍ୟମନ୍ତ୍ରୀ ହେବା ସହ ପଶ୍ଚିମବଙ୍ଗର ଜ୍ୟୋତି ବସୁଙ୍କ ରେକର୍ଡ ଭାଙ୍ଗି ପାରିବେ। ଯାହା ତାଙ୍କର ଏକମାତ୍ର ଇଚ୍ଛା ରହିଛି ବୋଲି ବିଜେଡିର ଦ୍ୱିତୀୟ କ୍ଷମତା କେନ୍ଦ୍ର କହିସାରିଛନ୍ତି। ହେଲେ ଏହା ଦ୍ୱାରା ନିର୍ବାଚନ ସମୟରେ ଏବଂ ପରବର୍ତ୍ତୀ  କାଳରେ ତୃଣମୂଳ କର୍ମୀଙ୍କ ଉପରେ ପ୍ରଭାବ ପଡିବ। ୨୦୧୪ରୁ ବିଜେପି ସହ ସିଧାସଳଖ ଲଢେଇ କରୁଥିବା ବିଜେଡି-ବିଜେପି କର୍ମୀ ଉଭୟ ଦଳର ମେଣ୍ଟ ଚାହୁଁ ନାହାନ୍ତି। ମାତ୍ର ନବୀନ ପଟ୍ଟନାୟକ ବୟସ, କେନ୍ଦ୍ରୀୟ ଏଜେନ୍ସିକୁ ଡ଼ର ଏବଂ ଷଷ୍ଠ ଥର କ୍ଷମତା ଏହାକୁ ଚୂଡାନ୍ତ ରୂପ ଦେଇପାରେ ବୋଲି ସମୀକ୍ଷକମାନେ ମତ ରଖିଛନ୍ତି। ତେଣୁ ଆଜିଠୁ ମାର୍ଚ୍ଚ ୪ ରାତି ଯାଏଁ ପ୍ରତିଟି ମୂହୁର୍ତ୍ତ ଓଡ଼ିଶା ରାଜନୀତିର ରୂପାନ୍ତରିତ ଭବିଷ୍ୟତର ଭିତ୍ତିପ୍ରସ୍ଥର ସ୍ଥାପନ କରିବ।

Leave a Reply

Your email address will not be published. Required fields are marked *