ନୂଆବର୍ଷରେ ଇଣ୍ଡିଆ ମେଣ୍ଟର ପୁର୍ନଗଠନ, କଂଗ୍ରେସ ଫୋକସ୍ ଡର୍ଜନେ ଲୋକସଭା, ସହଯୋଗୀଙ୍କୁ ଛାଡିବ ବିଧାନସଭା ଆସନ

ଭୁବନେଶ୍ୱର :  କୋରାପୁଟ, ନବରଙ୍ଗପୁର,ବ୍ରହ୍ମପୁର,କନ୍ଧମାଳ, ଭଦ୍ରକ, ସୁନ୍ଦରଗଡ଼,ବାଲେଶ୍ୱର,କଟକ,ଜଗତସିଂହପୁର,ଢେଙ୍କାନାଳ,କଳାହାଣ୍ଡି ଲୋକସଭା ନିର୍ବାଚନକୁ ଏଆଇସିସି ଓଡ଼ିଶାର ପ୍ରମୁଖ ନିର୍ବାଚନମଣ୍ଡଳୀ ଭାବେ ରଖି କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଚାହୁଁଛି। କୋରାପୁଟ ଓ ବାଲେଶ୍ୱରରେ ଦଳର ଜିତିବା ସମ୍ଭାବନା ଥିବା ଏଆଇସିସି ରିସର୍ଚ୍ଚ ଟିମ୍ ପ୍ରାଥମିକ ରିପୋର୍ଟ ପ୍ରଦାନ କରିଛି। ଦ୍ୱିତୀୟତଃ ପୁରୀ, ଭୁବନେଶ୍ୱର ଏବଂ ବରଗଡ଼ରେ ଦଳର ଭୋଟ ହାର ବୃଦ୍ଧି କରିବାକୁ ଏଆଇସିସି ପରାମର୍ଶ ଦେଇଛି। ଯଥାସମ୍ଭବ ଏହି ଆସନ ଗୁଡ଼ିକ ପାଇଁ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ସହ ଏହା ଅନ୍ତର୍ଗତ ବିଧାନସଭା ଗୁଡିକର ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଏଆଇସିସି ମାଗିଛି। ପିସିସି ସଭାପତି ତୁରନ୍ତ ଏହି ତାଲିକା ପ୍ରସ୍ତୁତ କରି ପଠାଇବେ ବୋଲି ଜଣାପଡିଛି।ଏଆଇସିସି ଫୋକସରେ ଲୋକସଭା ରହିଛି। ଅନୁରୂପ ଭାବେ ଇଣ୍ଡିଆ ମେଣ୍ଟକୁ ଗୁରୁତ୍ୱ ଦିଆଯାଉଥିବାରୁ କଂଗ୍ରେସ ପୂର୍ବାପେକ୍ଷା ବହୁ ଆସନ ମେଣ୍ଟ ସହଯୋଗୀକୁ ଛାଡିବ ବୋଲି ଜଣାପଡିଛି। ଏହାର ଏକ ତାଲିକା ରାହୁଲ ଗାନ୍ଧୀଙ୍କ ରିସର୍ଚ୍ଚ ଟିମ୍ ପ୍ରସ୍ତୁତ କରିଛି। ମାତ୍ର ଲୋକସଭାରେ କଂଗ୍ରେସ ପ୍ରାୟ ୧୯ ଆସନ ଲଢିବ ବୋଲି ଜଣାପଡିଛି। ଗୋଟିଏ ଆସନ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଏବଂ ଗୋଟିଏ ଆସନ ବାମଦଳକୁ ଦିଆଯାଇପାରେ। ମାତ୍ର ବିଧାନସଭାରେ କଂଗ୍ରେସ ପରେ ରାଷ୍ଟ୍ରବାଦୀ କଂଗ୍ରେସ(ଏନସିପି)-ଶରଦ ପାଓ୍ୱାର , ରାଷ୍ଟ୍ରୀୟ ଲୋକ ଦଳ, ସମାଜବାଦୀ ପାର୍ଟିକୁ କିଛି ଆସନ ପ୍ରଦାନ କରାଯିବ। ଏହା ପରେ ବାମଦଳ ଏବଂ ଅନ୍ୟାନ୍ୟ ଦଳକୁ ଆସନ ପ୍ରଦାନ କରାଯିବ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *