କେରଳରୁ ଶିକ୍ଷା: ପ୍ରକୃତି ସହ ଖେଳ, ଡାକି ଆଣିବ ବିପଦ …

ଭୁବନେଶ୍ୱର : କେରଳର ୱୟେନାଦ ଜିଲ୍ଲାର ବର୍ତ୍ତମାନ ସୃଷ୍ଟି ହେଇଥିବା ବିଧ୍ଵଂସୀ ଭୂସ୍ଖଳନରେ ସଦ୍ୟତମ ସମ୍ବାଦ ଅନୁଯାୟୀ ୨୦୦ ପାଖାପାଖି  ମୃତ୍ୟୁ ବରଣ କରିଛନ୍ତି ଓ ଶତାଧିକ ଆହତ ହୋଇଛନ୍ତି । ଆମ ରାଜ୍ୟର କିଛି ଡାକ୍ତର ଏଥିରେ ମୃତ୍ୟୁ ବରଣ କରିଛନ୍ତି ଓ କେତେକ ନିଖୋଜ ଅଛନ୍ତି । ଅଧିକରୁ ଅଧିକ ଜନ ଜୀବନ କ୍ଷତି ର ଆଶଙ୍କା କୁ ମଧ୍ୟ ଅସ୍ବୀକାର କରି ହେବ ନାହିଁ । ୨୦୨୩ରେ ଇସ୍ରୋ ର  ଜାତୀୟ ରିମୋଟ ସେନସିଂ ସେଣ୍ଟର , କେରଳ ଦ୍ୱାରା ପ୍ରକାଶିତ ଲ୍ୟାଣ୍ଡ ସ୍ଲାଇଡ଼ ଆଟଲାସ ଅନୁଯାୟୀ ଦେଶର ସର୍ବାଧିକ ୩୦ଟି ଲ୍ୟାଣ୍ଡ ସ୍ଲାଇଡ଼ ପ୍ରବଣ ଅଞ୍ଚଳ ମଧ୍ୟରୁ କେରଳରେ ୧୦ଟି ଅଞ୍ଚଳ ରହିଛି ଓ ୱୟେନାଦ ଜିଲ୍ଲା ୧୪ତମ ସ୍ଥାନରେ ରହିଛି । ପଶ୍ଚିମ ଘାଟ ଓ କୋଙ୍କଣ ପାହାଡ଼ ଅଞ୍ଚଳରେ ( ତାମିଲ ନାଡୁ, କେରଳ, କର୍ଣ୍ଣାଟକ, ଗୋଆ ଓ ମହାରାଷ୍ଟ୍ର ) ୦.୦୯ଲକ୍ଷ କିଲୋମିଟର ଲ୍ୟାଣ୍ଡ ସ୍ଲାଇଡ଼ ପ୍ରବଣ  ।  ୧୮୮୨ଜୁଲିୟସ ସ୍ପ୍ରୀଂଜର ପ୍ରତିଷ୍ଠିତ Springer Journal ଦ୍ଵାରା ୨୦୨୧ ରେ ଏକ Study ଅନୁଯାୟୀ କେରଳର ୫୯ଟି Plantation ଅଞ୍ଚଳରେ ଲ୍ୟାଣ୍ଡ ସ୍ଲାଇଡ଼ ହେଉଛି । ଏହି Plantation ପାଇଁ Land Use ପରିବର୍ତ୍ତନକୁ ଏହି Study ରେ ଇଙ୍ଗିତ କରା ଯାଇଥିଲା ।୧୯୫୦ରୁ ୨୦୧୮ ମଧ୍ୟରେ ୬୨%ଜଙ୍ଗଲ କ୍ଷୟ ସହିତ ୧୮୦୦ % Plantation ବୃଦ୍ଧି  ସଂକ୍ରାନ୍ତିୟ ୨୦୨୨ ମସିହାର Study ମଧ୍ୟ  Springer Journalର ଆଶଙ୍କାକୁ ପୁଷ୍ଟି କରିଛି । Land Use କ୍ଷେତ୍ରରେ ଏହି ନାଟକୀୟ ପରିବର୍ତ୍ତନ ଅଞ୍ଚଳର ପ୍ରାକୃତିକ ସ୍ଥିରତାକୁ ସମ୍ପୂର୍ଣ୍ଣ ଭାବରେ ବଦଳାଇ ଦେଇଛି । ଜଳବାୟୁ ପରିବର୍ତ୍ତନ ଏହି ସଂକଟକୁ ତୀବ୍ରତର କରୁଛି ।

କୋଚିନର ବିଜ୍ଞାନ ଓ ବୈଷୟିକ ବିଶ୍ୱବିଦ୍ୟାଳୟ ସଂସ୍ଥାନ ( CUSAT )ର Advance Research For Atmospheric Radar Research Centre ନିର୍ଦ୍ଦେଶକ ଡ ଅଭିଳାଷ  ଆରବ ସାଗରର ଉଷ୍ମତା ବୃଦ୍ଧି ( Warming ) ଏକ Key Factor ବୋଲି କହିଛନ୍ତି । ଏହି ଉଷ୍ମତା କେରଳରେ Deep Cloud formation System ଦିଗରେ  ଗତି କରୁଛି ଓ ଅଳ୍ପ ସମୟ ମଧ୍ୟରେ ମାତ୍ରାଧିକ ବୃଷ୍ଟିପାତ ହେଉଛି । ଭୂସ୍କଳନ ପାଇଁ ଏହା ଅନୁକୂଳ ପରିସ୍ଥିତି  । କେରଳରେ ସ୍ଥାନୀୟ ଭାବରେ ଅତ୍ୟଧିକ ବୃଷ୍ଟିପାତ ନିୟମିତ ଭୂସ୍କଳନ ପାଇଁ କ୍ଷେତ୍ର ପ୍ରସ୍ତୁତି ହେଇ ସାରିଛି । NPJ Climate & Atmospheric  Journal Study 2022ରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଭାରତର ପଶ୍ଚିମ ଉପକୂଳରେ ବର୍ଷାର ପାଟର୍ନ ଅଧିକରୁ ଅଧିକ ସମ୍ବେଦନଶୀଳ ହେଇ ଚାଲିଛି ଯାହାର ପ୍ରତିଫଳନ ସ୍ୱଳ୍ପ ସମୟ ମଧ୍ୟରେ ଅତି ବୃଷ୍ଟି ମାଧ୍ୟମରେ ଦେଖା ଯାଉଛି । ୨୦୨୧ରେ ଅନ୍ୟ ଏକ ଜର୍ଣ୍ଣାଲ Elsevier ଗବେଷଣାରେ ବୃଷ୍ଟିପାତ ଅଞ୍ଚଳଗୁଡିକରୁ Hotspot ଗୁଡିକୁ  ଦକ୍ଷିଣ ଦିଗରେ କୋଙ୍କଣ ଅଞ୍ଚଳକୁ ସ୍ଥାନାନ୍ତରିତ କରିବା ପରାମର୍ଶ ପ୍ରଦାନ କରା ଯାଇଥିଲା । କାରଣ Hotspot ଗୁଡିକରେ ଭୂକମ୍ପ ସମ୍ଭାବନା ଅଧିକ । ପରିବେଶବିଦ ମାଧବ ଗାଡ଼ଗିଲ ଙ୍କ ନେତୃତ୍ବରେ ଗଠିତ Western Ghats Ecology Experts Panel ର ସତର୍କତାଗୁଡିକୁ ଅଣଦେଖା ୱୟେନାଦ ଭୂସ୍କଳକକୁ ପୁଣି ଥରେ ପ୍ରମାଣ କରିଛି । ଏହି ପାନେଲର ସୁପାରିଶ ଥିଲା ସମଗ୍ର ହିଲ ଯୋନ ହେଉଛି High Risk ଅଞ୍ଚଳ , ତେଣୁ ସମସ୍ତ ପ୍ରକାର ଶିଳ୍ପ କ୍ରିୟା କଳାପ ନିଷେଧ କରିବା ବାଞ୍ଛନୀୟ । କିନ୍ତୁ ରାଜ୍ୟସରକାର ସମୂହ , ଶିଳ୍ପ ଜଗତ ଓ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଥିଲେ। ଜଳବାୟୁ ପରିବର୍ତ୍ତନ ଯେପରି ଘଟି ଚାଲିଛି  ଏବଂ Human Activiteies ଯେଭଳି ବଢୁଛି , ୱୟେନାଦ ଭଳି ପରିସ୍ଥିତି ଦେଶର ଅନେକ ସ୍ଥାନରେ ସୃଷ୍ଟି ହେଇପାରେ ।। ଏହି ପରିପ୍ରେକ୍ଷୀରେ ସରକାର ଓ ବିରୋଧୀ ଦଳଗୁଡିକ ସହମତି ହେଇ  ଏହି Land Slide କୁ ଜାତୀୟ ବିପତ୍ତି ଭାବରେ ଘୋଷଣା କରାଯାଉ ।  ଦୀର୍ଘସୁତ୍ରୀ କାର୍ଯ୍ୟକ୍ରମ ରୂପେ ବିକାଶ ର ମାପକଗୁଡିକୁ ପରିବର୍ତ୍ତନ କରାଯାଇ ପ୍ରକୃତିକୁ ଅସୀମ ଦୋହନ  ରୁ ସୁରକ୍ଷା ଦିଆଯାଉ ।  ଏପର୍ଯ୍ୟନ୍ତ ଭୂକମ୍ପ , ଭୁସ୍କଳନର Early Warning System ସୃଷ୍ଟି ହେଇ ନାହଁ । ଯେଉଁ Warning ଵିଷୟ କେନ୍ଦ୍ର ସରକାର କହୁଛନ୍ତି ତାହା ଦ୍ୱାରା ବିସ୍ତ୍ରୁତ ଅଞ୍ଚଳର ସମସ୍ତ Hot Spot ନିର୍ମାଣ, ମାନବିକ କ୍ରିୟା  ଶୁନ୍ୟେ ଶୁନ୍ୟେ ଟେକି ନେବା ସମ୍ଭବ ନୁହେଁ । ଶିଳ୍ପ ସମୃଦ୍ଧ ଦେଶଗୁଡିକ ମଧ୍ୟ ଏକ୍ଷେତ୍ରରେ ସଫଳ ହେଇ ନାହାନ୍ତି । ତେଣୁ ବିକଳ୍ପ ଆର୍ଥିକ ନୀତି  ଗ୍ରହଣ କରାଯାଉ ।

(ଏହି ଲେଖାଟି ମିଲେନିୟମ୍ ପୋଷ୍ଟରେ ପ୍ରକାଶିତ ହେବାପରେ ବୁଦ୍ଧିଜୀବୀ ତଥା ଶିକ୍ଷାବିତ୍ ବିଜୟ ସାହୁ ଏହାକୁ ଓଡ଼ିଆ ଅନୁବାଦ କରିଛନ୍ତି)

Leave a Reply

Your email address will not be published. Required fields are marked *