ଜାତିର ପିତା ମହାତ୍ମାଗାନ୍ଧୀଙ୍କ ପୁଣ୍ୟତିଥି: Twitterରେ ..ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଉପ-ମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଉପଯୁକ୍ତ ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଦେଇପାରିଲେ ନାହିଁ…

ଭୁବନେଶ୍ୱର : ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଆଜି ପୁଣ୍ୟତିଥି। ଖାଲି ଭାରତ ନୁହେଁ, ବିଶ୍ୱର କୋଣ ଅନୁକୋଣରେ ଏହି ଦିବସଟିକୁ ମର୍ଯ୍ୟାଦାର ସହ ମନେ ପକାଯାଇଥାଏ। ବିଭିନ୍ନ ରାଷ୍ଟ୍ରମୁଖ୍ୟ, ରାଷ୍ଟ୍ର ନାୟକ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଏହି ଦିବସକୁ ମର୍ଯ୍ୟାଦାର ସହ ମନେ ପକାଇ ଥାଆନ୍ତି। ସ୍ୱାଧୀନ ଭାରତର ଏହି ଦିନ ଏକ କଳା ଦିବସ। କାରଣ ଜଣେ ଭାରତୀୟ ଅତି ବର୍ବରତାର ସହ ଆତତାୟୀ ଭାବେ ଜାତିର ପିତା ତଥା ସମସ୍ତଙ୍କ ପ୍ରିୟ ବାପୁଙ୍କୁ ଗୁଳି କରି ହତ୍ୟା କରିଥିଲା।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦାୟିତ୍ୱ ନେବା ପରେ ତାଙ୍କ ନାମରେ ଏକାଧିକ ସ୍ତମ୍ଭ ବିଭିନ୍ନ ଖବରକାଗଜରେ ପ୍ରକାଶ ପାଇ ଆସୁଛି। ବିଭିନ୍ନ ମହାମନୀଷୀଙ୍କ ଜନ୍ମ ଜୟନ୍ତୀ ଏବଂ ପୁଣ୍ୟତିଥିରେ ତାଙ୍କ ଟୁଇଟ୍ ଦେଖିବାକୁ ମିଳେ। ହେଲେ ଆଜି ମହାତ୍ମା ଗାନ୍ଧୀଙ୍କ ପୁଣ୍ୟତିଥିରେ ମାତ୍ର ଧାଡ଼ିଟିଏ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ତାହା ପୁଣି କେବଳ ସ୍ମରଣ କରିଛନ୍ତି। ଗାନ୍ଧୀଜୀଙ୍କ ଜୀବନୀ, ତାଙ୍କ ପ୍ରଣୀତ ଅହିଂସା ମାର୍ଗ, ସାମ୍ପ୍ରଦାୟିକ ସଦଭାବ୍ ସମ୍ପର୍କରେ ମଧ୍ୟ ଶବ୍ଦଟିଏ ଉଲ୍ଲେଖ କରିନାହାନ୍ତି। ଅପରପକ୍ଷରେ ଅନ୍ୟ ଭାଜପା ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଯଥା- ଭଜନଲାଲ ଶର୍ମା, ହିମନ୍ତବିଶ୍ୱଶର୍ମା, ବିଷ୍ଣୁଦେଓସାଏ, ମୋହନ ଯାଦବ ବାପୁଙ୍କ ଅବଦାନକୁ ସ୍ମରଣ କରିଛନ୍ତି। ସେହିପରି ଓଡ଼ିଶାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ବିଜେପି ସଭାପତି ମଧ୍ୟ ବାପୁଙ୍କ ବିଷୟରେ ସଂକ୍ଷିପ୍ତ ଭାବେ ଟୁଇଟ୍ ରେ ଉଲ୍ଲେଖ କରିଛନ୍ତି। ଅନୁରୂପ ଭାବେ କେଭି ସିଂଦେଓ ମଧ୍ୟ କେବଳ ବାପୁଙ୍କୁ ପୁଣ୍ୟତିଥିରେ ସ୍ମରଣ କରି ଧାଡିଟିଏ ଲେଖିଛନ୍ତି।

ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କୁଆଡେ ଏକ ପୁସ୍ତକ ଲେଖିବା ସପକ୍ଷରେ ଥିଲେ। ସେ କେଉଁ ଏକ ନିର୍ଦ୍ଦିଷ୍ଟ କାରଣ ପାଇଁ ବାପୁଙ୍କ ପ୍ରତିମୂର୍ତ୍ତି ତଳେ ଧାରଣରେ ବସିଥିଲେ। ମୋହନ ଦାସଙ୍କ ମୂର୍ତ୍ତି ତଳେ ମୋହନ ଶୀର୍ଷକ ବହି ପ୍ରକାଶ କରିବାକୁ ଚାହୁଁଥିଲେ। ଗତ ବିଧାନସଭା ତଥା 2019-24 ମସିହାରେ ବିଜେପିର କେଉଁ ନେତା ଯଦି ସର୍ବାଧିକ ଥର ଗାନ୍ଧୀମୂର୍ତ୍ତି ତଳେ ବସି ପ୍ରତିବାଦ କରିଥିବେ, ସେ ହେଉଛନ୍ତି ମାନବ୍ୟର ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ତେଣୁ ଆଜିର ଟୁଇଟ୍ ମୋହନ ମାଝୀଙ୍କ ଗାନ୍ଧୀ ପ୍ରେମର ପ୍ରକୃତ ନିଦର୍ଶନ ବୋଲି ଓଡ଼ିଶା ପତ୍ରିକା ମତ ରଖିଛି।

Leave a Reply

Your email address will not be published. Required fields are marked *