ମୋହନ ମାଝୀ-ମମତା ବାନାର୍ଜୀ ବାର୍ତ୍ତାଳାପର ସତ୍ୟତା କଣ- ଆଳୁ ନା ଯେସାକୁ ତେସା ନୀତି

ଭୁବନେଶ୍ୱର ଓ କୋଲକତା  :  ବାଲାଂଦେଶର ଶାସକ ପଳାୟନ ହେବା, ସହ ନୂଆ ଅନ୍ତରୀଣ ସରକାର ଗଠିତ ହୋଇଛି। କେତେକ ଏହାକୁ ଇସଲାମିକ କ୍ରାନ୍ତି ବୋଲି ଅଭିହିତ କରିଛନ୍ତି। ବଙ୍ଗାଳୀ କହୁଥିବା ମୁସଲମାନଙ୍କ ଦେଶ ବାଲାଂଦେଶ। ତାକୁ ଲାଗିଛି ଆମ ପଶ୍ଚିମବଙ୍ଗ। ଯେଉଁ ଠାରେ ପ୍ରାୟ ୨୭ ପ୍ରତିଶତ ମୁସଲିମ୍ ରହିଛନ୍ତି। ସେମାନେ ବିଭିନ୍ନ କାମରେ ଓଡ଼ିଶା ଆସନ୍ତି। ସେମାନଙ୍କ ମଧ୍ୟରୁ କେତେଜଣଙ୍କୁ ବାଲାଂଦେଶୀ ସନ୍ଦେହରେ ଗାଁ, ଗଣ୍ଡାକେ ମାଡ ହେଲା। ଏହାର ପ୍ରତିବାଦରେ ମେଦିନାପୁରରେ ଓଡ଼ିଆ ଲୋକଙ୍କୁ ମଧ୍ୟ ଅଟକାଗଲା। ବାହାର ରାଜ୍ୟ ଲୋକଙ୍କ ପରି ଆମ ରାଜ୍ୟର ଏକ ବୃହତ ଜନସଂଖ୍ୟା କୋଲକତା ଏବଂ ଅନ୍ୟ ପଶ୍ଚିମବଙ୍ଗ ସହରେ କାର୍ଯ୍ୟ କରୁଛନ୍ତି। ତେଣୁ ଯେସାକୁ ତେସା ନୀତିରେ କ୍ଷତି ଆମର। ଏହାକୁ ଦୃଷ୍ଟିରେ ରଖି ମମତା ବାନାର୍ଜୀ ନିଜ ଓଡ଼ିଶା ପ୍ରତିପକ୍ଷଙ୍କ ସହ ଆଲୋଚନା କରିଥିବା ଜଣାପଡିଛି। ମମତାଙ୍କ ସହ କଥୋପକଥନକୁ ଆଳୁ ପ୍ରସଙ୍ଗ ବୋଲି ଓଡ଼ିଶା ସିଏମଓ ପକ୍ଷରୁ କୁହାଯାଇଛି। ମାତ୍ର ଏହା ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ସମ୍ବଦ୍ଧିତ ବୋଲି କେତେକ ଚର୍ଚ୍ଚା କରୁଛନ୍ତି। ଆଳୁ କଥା ହୋଇ ଥିଲେ ସିଏମଙ୍କ ଅଡିଓ ମ୍ୟୁଟ୍ ହୋଇ ଆସି ନ ଥାନ୍ତା। ଖୋଲା ଆସିଥାନ୍ତା, ଯେମିତି ହକି ଖେଳାଳି ସହ ଆସିଥିଲା। ତେଣୁ ମହୋନ ମାଝୀ-ମମତା ବାନାର୍ଜୀଙ୍କ ଦ୍ୱିପାକ୍ଷିକ ବାର୍ତ୍ତାଳାପ ଉପରୁ ପରଦା ଉଠିବାର ଆବଶ୍ୟକତା ରହିଛି।

Leave a Reply

Your email address will not be published. Required fields are marked *