ଜଣେ ଅଫିସର କାହିଁକି ଅଭିଯୋଗ ଶୁଣାଣି ପାଇଁ ବୁଲିବେ : ଶ୍ରୀକାନ୍ତ ଜେନା

ଭୁବନେଶ୍ୱର : ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ଜରୁରୀକାଳୀନ ପରିସ୍ଥିତିକୁ ନେଇ ଏକ ସମ୍ପାଦକୀୟ ଲେଖିଥିଲେ। ଯାହାର ଶୀର୍ଷକ ଥିଲା ଅତି ଲେମ୍ବୁ ଚିପୁଡିଲେ ପିତା। ବର୍ତ୍ତମାନ ରାଜ୍ୟରେ ସେହିପରି ପରିସ୍ଥିତି ସୃଷ୍ଟି ହୋଇଛି। ଚନ୍ଦ୍ରାୟନ ସଫଳ ହେଉଛି। ବୈଷୟିକ ବିଦ୍ୟାର ଏପରି ଯୁଗରେ ଅଭିଯୋଗ ଆଣିବା ପାଇଁ ନିର୍ଦ୍ଦିଷ୍ଟ ଅଧିକାରୀ ଗସ୍ତ କରିବା ଓ ତାଙ୍କ ଗସ୍ତକୁ ନେଇ ଅଯଥା ରାଜନୀତି ହେବା ନିଷ୍ପତ୍ତି ହାସ୍ୟାସ୍ପଦ । ଏହା ଦ୍ୱାରା ବହୁତ ଅର୍ଥ ଖର୍ଚ୍ଚ ହେଉଛି।…

Read More

ଦିନିକିଆ ଏସିଆ କପରେ ସର୍ବାଧିକ ରନ୍ କରିଥିବା ୫ଜଣ ଶ୍ରେଷ୍ଠ ଖେଳାଳି । ଯେଉଁଥିରେ ସାମିଲ୍ ଅଛନ୍ତି ଏହି ୨ ଭାରତୀୟ …

ଏସିଆ କପ ୨୦୨୩ ଅଗଷ୍ଟ ୩୦ରେ ଆରମ୍ଭ ହେବାକୁ ଯାଉଛି । ଏଥର ଏହି ପ୍ରତିଯୋଗୀତା ଦିନିକିଆ ପର୍ମାଟରେ ଖେଳାଯିବ । ତେବେ ଆସନ୍ତୁ ଜାଣିବା ଦିନିକିଆ ଫର୍ମାଟରେ ସର୍ବାଧିକ ରନ କରିଥିବା ଶ୍ରେଷ୍ଟ ୫ ଖେଳାଳି କିଏ ।

Read More

ଗଦର-୨ କଲେକ୍ସନରେ ପ୍ରତିବନ୍ଧକ ସାଜିଲା ଏହି ଚଳଚ୍ଚିତ୍ର ଜାଣନ୍ତୁ…

ସନ୍ନି ଦେଓଲଙ୍କ ଚଳଚ୍ଚିତ୍ର ଗଦର ୨ ରିଲିଜ୍ ହେବାର ଦୁଇ ସପ୍ତାହ ପୂରଣ କରିଛି | ଦୁଇ ସପ୍ତାହ ମଧ୍ୟରେ ଫିଲ୍ମ ୪୦୦ କୋଟି ମାର୍କ ଅତିକ୍ରମ କରିଛି। ଗଦର ୨ ତଥାପି ପ୍ରଶଂସକଙ୍କ ହୃଦୟରେ ରାଜ କରୁଛି| ବର୍ତ୍ତମାନ ଗଦର 2 ର ରୋଜଗାର ଧୀରେ ଧୀରେ ହ୍ରାସ ପାଉଛି, ଯେଉଁଥିପାଇଁ ଏହି ଚଳଚିତ୍ର ୪୫୦ କୋଟିର କ୍ଲବରେ ପ୍ରବେଶ କରିବା ପାଇଁ କଷ୍ଟସାଧ୍ୟ ହୋଇପଡିଛି | ସପ୍ତାହ ଶେଷରେ ଗଦର ୨ ର ରୋଜଗାରରେ…

Read More

ଅକ୍ଟୋବରରେ ଓଡ଼ିଶା ଆସିବେ ରାହୁଲ, ସେପ୍ଟେମ୍ବରରେ ବରିଷ୍ଠ ନେତାଙ୍କ ସହ ଆଲୋଚନା

ଭୁବନେଶ୍ୱର : ଚଳିତ ବର୍ଷ ଅକ୍ଟୋବର ମାସରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓଡ଼ିଶା ଆସିବେ ବୋଲି ଜଣାପଡିଛି । କେବଳ ରାହୁଲ ନୁହେଁ, ଯଦି ସବୁକିଛି ଠିକ୍ ହୁଏ, ତେବେ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ସେହି ମାସରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଅକ୍ଟୋବର ଶେଷ ସପ୍ତାହରେ ଉଭୟ ମଧ୍ୟରୁ ଜଣଙ୍କର କାର୍ଯ୍ୟକ୍ରମ ସ୍ଥିରୀକୃତ କରାଯିବ ବୋଲି ଜଣାପଡିଛି। ଖଡିଆର  କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ ଶୁକ୍ରବାର ଗଣମାଧ୍ୟମକୁ ରାହୁଲଙ୍କ ଗସ୍ତ ନେଇ ସୂଚନା ଦେଇଛନ୍ତି।…

Read More

Fixed Deposit; ଏହି ତିନୋଟି ବ୍ୟାଙ୍କ ବଢାଇଲେ FD ସୁଧହାର ଜାଣନ୍ତୁ…

ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଖୁସି ଖବର । କାରଣ ଅଗଷ୍ଟ ମାସରେ ଏହି ତିନୋଟି ବ୍ୟାଙ୍କ ଫିକ୍ସଡ ଡିପୋଜିଟ (FD) ଉପରେ ବ୍ୟାଙ୍କଗୁଡ଼ିକ ସୁଧ ହାର ବୃଦ୍ଧି କରିଛନ୍ତି। ତେଣୁ ଯେଉଁମାନେ ବ୍ୟାଙ୍କରେ ଟଙ୍କା ରଖିବାକୁ ଚାହୁଁଛନ୍ତି ସେମାନେଙ୍କ ପାଇଁ ଏହା ଏକ ଭଲ ଖବର ।୭ ଦିନରୁ ୧୦ ବର୍ଷ ମଧ୍ୟରେ FD ଜମା ଉପରେ ବରିଷ୍ଠ ନାଗରିକମାନଙ୍କୁ ଆକ୍ସିସ୍ ବ୍ୟାଙ୍କ ୩.୫ ପ୍ରତିଶତରୁ ୮.୦୫ପ୍ରତିଶତ FD ଉପରେ ସୁଧ ପ୍ରଦାନ କରୁଛି । ଏହି…

Read More

କାହିଁକି ସଂଖ୍ୟାଧିକ ବିଜେଡି ସମର୍ଥିତ ସରପଞ୍ଚ, ସମିତି ସଭ୍ୟ ଦଶପଲ୍ଲା ବିଧାୟକଙ୍କ ବିରୋଧରେ….କାହା ଦ୍ୱାରା ପରିଚାଳିତ ହେଉଛନ୍ତି ଶ୍ରୀ ବେହେରା

ଦଶପଲ୍ଲା: ନୟାଗଡ଼ ଜିଲ୍ଲାର ଅନ୍ୟତମ ଚର୍ଚ୍ଚିତ ବିଧାନସଭା ନିର୍ବାଚନମଣ୍ଡଳୀ ଦଶପଲ୍ଲା। ଏହି ଆସନ ବର୍ତ୍ତମାନ ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷିତ ହୋଇଯାଇଛି। ମାତ୍ର ଏକଦା ଏହି ଆସନରୁ କଂଗ୍ରେସର ହେଭି୍ୱେଟ୍ ହରିହର କରଣ ଏବଂ ଜନତା ଦଳର ବରିଷ୍ଠ ନେତା ରୁଦ୍ରମାଧବ ରାୟ ପ୍ରମୁଖ ବିଜୟୀ ହୋଇଥିଲେ। ଗତ ତିନୋଟି ନିର୍ବାଚନରେ କୌଣସି ପ୍ରାର୍ଥୀଙ୍କୁ ବିଜେଡି ଦ୍ୱିତୀୟ ଥର ସୁଯୋଗ ଦେଇନାହିଁ। ବର୍ତ୍ତମାନ ମଧ୍ୟ ସେହିପରି ଆଲୋଚନା ନିର୍ବାଚନ ମଣ୍ଡଳୀରେ ଜୋର ଧରିଛି।  ନିୟମିତ ପ୍ରାର୍ଥୀ…

Read More

ପ୍ରଦୀପ ପାଣିଗ୍ରାହୀଙ୍କୁ ଅଧା ବାଟରେ ଅଟକାଇ ଆକ୍ରମଣ କଲେ ବିଜେଡି କର୍ମୀ …

ଗଞ୍ଜାମ :  ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ରାସ୍ତାରେ ଶୁକ୍ରବାର ହାଇ ପଲିଟିକାଲ ଡ୍ରାମା ଦେଖିବାକୁ ମିଳିଛି। ବିଜେଡିରୁ ନିଲମ୍ବିତ ହୋଇଥିବା  ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଛକରେ  ବିଜେଡି କର୍ମୀ ଅଟକାଇବା ସହ ଆକ୍ରମଣ ଉଦ୍ୟମ କରିଛନ୍ତି। ଜିଲ୍ଲା ବିଜେଡି କର୍ମୀ ଏବଂ ବିଧାୟକ   ପ୍ରଦୀପ ପାଣିଗ୍ରାହୀଙ୍କ ସମର୍ଥକ ମରଣାନ୍ତକ ଭାବରେ ମୁହାଁମୁହିଁ ହୋଇଛନ୍ତି।  ଏମିତି କି ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ସମର୍ଥକମାନଙ୍କୁ ଠେଙ୍ଗାରେ ଆକ୍ରମଣ କରାଯାଇଛି। ରାଜ୍ୟ ପୁଲିସ ସଂଖ୍ୟାଧିକ ଭାବେ ସେହି…

Read More

world athletics championships; କେମିତି ଓ କେତେବେଳେ ଦେଖିବେ ନୀରଜ ଚୋପ୍ରାଙ୍କ ଖେଳ ଜାଣନ୍ତୁ …

ଭୁବନେଶ୍ଵର;ଭାରତୀୟ ଅଲିମ୍ପିକ୍ ଜାଭେଲିନ୍ ଚାମ୍ପିଅନ୍ ନୀରଜ ଚୋପ୍ରା ଆଜି ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ନିଜର ପ୍ରତିଭା ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିବ। ଗତ ଥର ଏହି ଇଭେଣ୍ଟରେ ନୀରଜ ଚୋପ୍ରା ରୌପ୍ୟ ପଦକ ଜିତି ଇତିହାସ ସୃଷ୍ଟି କରିଥିଲେ, କିନ୍ତୁ ଚଳିତ ବର୍ଷ ସେ ପଦକ ରଙ୍ଗକୁ ରୂପା ରୁ ସ୍ୱର୍ଣ୍ଣକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବେ। ଏହା ସହିତ ସେ ମଧ୍ୟ ଏହି ପ୍ରତିଯୋଗିତାରେ ୯୦ ମିଟର ରେକର୍ଡ଼ ଅତିକ୍ରମ କରିବାକୁ ପ୍ରୟାସ କରିବେ| ନିକଟରେ…

Read More

ରନର୍ସଅପରେ ଅଭିଯାନ ସାରିଲେ ପ୍ରଜ୍ଞାନନ୍ଦ

ଚେସ୍ ବିଶ୍ୱକପ୍‌ର ଟାଇବ୍ରେକ୍ ମ୍ୟାଚ୍‌ରେ ନରୱେର ୱାର୍ଲ୍ଡ ନମ୍ବର ୧ ଚେସ୍ ଖେଳାଳି ମାଗ୍ନୁସ୍ କାର୍ଲସେନ୍ ଭାରତର ରମେଶବାବୁ ପ୍ରଜ୍ଞାନନ୍ଦଙ୍କୁ ପରାସ୍ତ କରି ଟାଇଟଲ୍ ଜିତିଛନ୍ତି। ଦୁଇ ଖେଳାଳିଙ୍କ ମଧ୍ୟରେ ଫାଇନାଲରେ ଟାଇବ୍ରେକ୍ ମ୍ୟାଚ୍ ମାଧ୍ୟମରେ ଫଳାଫଳ ସ୍ଥିର କରାଯାଇଛି।ଚେସ ବିଶ୍ୱକପ 2023 ର ଦ୍ୱିତୀୟ ଟାଇବ୍ରେକର ମ୍ୟାଚରେ ଭାରତର ଯୁବ ଗ୍ରାଣ୍ଡମାଷ୍ଟର ପ୍ରଜ୍ଞାନନ୍ଦ ବିଶ୍ୱର ନମ୍ବର ୧ ଖେଳାଳି କାର୍ଲସେନଙ୍କ ପଛରେ ରହିଯାଇଥିଲେ। ଏହା ପରେ ଉଭୟଙ୍କ ମଧ୍ୟରେ ଅନ୍ତିମ ସ୍କୋର କାର୍ଲସେନ୍ ୧.୫ ଥିବାବେଳେ…

Read More

ମୋର କିଛି ହେଲେ, ସରକାରୀ ଦାୟୀ ରହିବେ ବୋଲି କାହିଁକି କହିଲେ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର : ମୁଁ ସ୍ୱାଧିନ ବିଧାୟକ ହୋଇପାରେ। କୌଣସି ଦଳରେ ନ ଥାଇପାରେ । ମାତ୍ର ମୁଁ ଜନ ପ୍ରତିନିଧି ମୁଁ ଯେମିତି ହେଲେ ଗୋପାଳପୁର ଯିବି। ଏହି ଯିବା ସମୟରେ କିମ୍ବା ଗୋପାଳପୁରରେ କୌଣସି ଅସୁବିଧା ହେଲେ ରାଜ୍ୟ ସରକାର ଦାୟୀ ରହିବେ। ଏପରି ବିସ୍ଫୋରକ ବୟାନ ଦେଇଛନ୍ତି ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ପ୍ରଭାବଶାଳୀ ଅଫିସରଙ୍କ ଗୋପାଳପୁର ଗସ୍ତ ପୂର୍ବରୁ ଶ୍ରୀ ପାଣିଗ୍ରାହୀଙ୍କ ଏପରି ମନ୍ତବ୍ୟ ରାଜ୍ୟ ରାଜନୀତିକୁ ସରଗରମ…

Read More