ସାତ ଦିନ ପରେ ସ୍ବାଭାବିକ ହେଲା ରେଳ ଚଳାଚଳ

ବାଲେଶ୍ବର : ବାହାନଗା ଟ୍ରେନ୍ ଦୁର୍ଘଟଣାର ସପ୍ତାହେ ପରେ ସ୍ବାଭାବିକ ହୋଇଛି ଟ୍ରେନ୍ ଚଳାଚଳ । ମରାମତି ଓ ପୁନରୁଦ୍ଧାର ପରେ ୪ଟି ଲେନରେ ଟ୍ରେନ୍ ଚଳାଚଳ କରୁଛି ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ ବାହାନଗା ରେଳ ଧାରଣାରେ ମରାମତି ଚାଲିଥିବାରୁ କିଛି ଟ୍ରେନକୁ ବାତିଲ କରାଯାଇଛି । ମରାମତି ସରିବା ପରେ ଖୁବ୍‌ ଶୀଘ୍ର ସମସ୍ତ ଟ୍ରେନ୍ ଚଳପ୍ରଚଳ କରିବ ବୋଲି ଦକ୍ଷିଣ ପୂର୍ବ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।

Read More

ଅଟା ଚୋରି ରୋକିବାକୁ ପାକିସ୍ତାନରେ ୧୪୪ ଲାଗୁ

ଇସଲାମାବାଦ : ଗୋଟିଏ ପଟେ ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଦେଖାଦେଇଥିବା ବେଳେ ଠିକ୍ ସେତିକି ବେଳେ ଅନ୍ୟ ପଟେ ପାକିସ୍ତାନରେ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧିକୁ  ନେଇ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଖାଦ୍ୟ ପ୍ରସ୍ତୁତି ପାଇଁ ଅଟାର ଘୋର ଅଭାବ ଥିବାରୁ ଅଟା ଚୋରି ଆରମ୍ଭ ହୋଇଛି। ମିଳିଥିବା ଖବର ଅନୁଯାୟୀ, ଅଟା ଚୋରିକୁ ରୋକିବା ପାଇଁ ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶରେ ଧାରାଲାଗୁ କରାଯାଇଛି। ଏକ ସରକାରୀ ଆଦେଶ ଜାରି କରି ସରକାର ଏଥିପାଇଁ ସୂଚନା…

Read More

ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ବଢିଛି ଦୁଇ ଚକିଆ ଯାନର ବିକ୍ରି

ନୂଆଦିଲ୍ଲୀ: ବଢିଛି ୨ ଚକିଆ ଯାନର ବିକ୍ରି । ପୂର୍ବ ବର୍ଷ ଅବା  ୨୦୨୨ ମେ’ ତୁଳନାରେ ଚଳିତ ବର୍ଷର ମେ’ ରେ ବୃଦ୍ଧି ପାଇଛି ୨ ଚକିଆ ଯାନର ବିକ୍ରି । ଯାହାକି ୯.୨୩ ପ୍ରତିଶତ ବୃଦ୍ଧି ପାଇଛି। 2022 ମେ’ ରେ ୧୩ ଲକ୍ଷ ୬୫ ହଜାର ୯୨୪ଟି ଗାଡ଼ି ବିକ୍ରି ହୋଇଥିବା ବେଳେ ଚଳିତ ବର୍ଷ ମେ’ରେ ୧୪ ଲକ୍ଷ ୯୩ ହଜାର ୨୩୪ ଟି ଦୁଇ ଚକିଆ ଯାନର ବିକ୍ରି ହୋଇଛି।ହିରେ…

Read More

ପ୍ରଥମ ପାଳିରେ ଅଷ୍ଟ୍ରେଲିଆ ୪୬୯, ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୧୫୧/୫

ଲଣ୍ଡନ: ଓଭାଲ ଠାରେ ଖେଳାଯାଉଥିବା ଟେଷ୍ଟ ଚାମ୍ପିୟନସିପ ଫାଇନାଲର ଦ୍ୱିତୀୟ ଦିନରେ ମହମ୍ମଦ ସିରାଜ ୪ ୱିକେଟ୍ ନେଇ ଭାରତୀୟ ଦଳକୁ ପତ୍ୟାବର୍ତ୍ତନର ସୁଯୋଗ ଦେଇଥିଲେ, କିନ୍ତୁ ଭାରତୀୟ ବ୍ୟାଟର୍ ଏହାକୁ ହାତଛଡ଼ା କରି ଦେଇଛନ୍ତି। ଫଳରେ ପ୍ରଥମ ଦିନ ଭଳି ଦ୍ବିତୀୟ ଦିବସରେ ମଧ୍ୟ ଅଷ୍ଟ୍ରେଲିଆ ତାର ଦବ୍ ଦବା ମ୍ୟାଚ ରେ ବନେଇ ରଖିଛି । ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍‌ର ଏହି ଫାଇନାଲ୍‌ରେ ଅଷ୍ଟ୍ରେଲିଆର ୪୬୯ ରନ୍ ଜବାବରେ ଭାରତ ଦ୍ବିତୀୟ ଦିନ ସୁଦ୍ଧା…

Read More

ସତ୍ୟବ୍ରତ ପାଣିଗ୍ରାହୀ ଓ ଅପୂର୍ବା ଶୁକ୍ଳାଙ୍କୁ ରାଧାନାଥ ରଥ ଓ ସତ୍ୟ ମହାପାତ୍ର ଫେଲୋସିପ୍‍

ଢେଙ୍କାନାଳ: ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି), ଢେଙ୍କାନାଳର ଚଳିତ ଶିକ୍ଷାବର୍ଷର ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମ ଛାତ୍ର ସତ୍ୟବ୍ରତ ପାଣିଗ୍ରାହୀଙ୍କୁ ରାଧାନାଥ ରଥ ସ୍ମାରକୀ ଫେଲୋସିପ୍‍ ଓ ଇଂରାଜୀ ସାମ୍ବାଦିକତା ପାଠ୍ୟକ୍ରମ ଛାତ୍ରୀ ଅପୂର୍ବା ଶୁକ୍ଳାଙ୍କୁ ସତ୍ୟ ମହାପାତ୍ର ସ୍ମାରକୀ ଫେଲୋସିପ୍‍ ପ୍ରଦାନ କରାଯାଇଛି । ଫେଲୋସିପ୍‍ ବାବଦକୁ ଉଭୟଙ୍କୁ ମାନପତ୍ର ସହ ଦଶ ହଜାର ଟଙ୍କା ଆର୍ଥିକ ରାଶି ଦିଆଯାଇଛି । ଆଇଆଇଏମ୍‍ସିର ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ଫେଲୋସିପ୍‍ ପ୍ରଦାନ…

Read More

ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ପରୀକ୍ଷା ଫଳ

ଭୁବନେଶ୍ବର : ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ବିଭାଗର ପରୀକ୍ଷା ଫଳ। ଅପରାହ୍ନ ୪ଟାରେ ରେଜଲ୍ଟ ପ୍ରକାଶ ପାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କଳା ଓ ଧନ୍ଦାମୂଳକ ଶିକ୍ଷାର ଫଳ ମଧ୍ୟ ପ୍ରକାଶ ପାଇଛି।। www.orissaresults.nic.in ରେ ଛାତ୍ରଛାତ୍ରୀ ରେଜଲ୍ଟ ଜାଣିପାରିବେ। ମୋଟ ୧ ଲକ୍ଷ ୮୧ ହଜାର ୮୬୯ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ +୨ କଳାରେ ପାସ୍ ହାର ୭୮.୮୮ % ରହିଛି। ଚଳିତ ବର୍ଷ ମାର୍ଚ୍ଚ ୧ରୁ ଏପ୍ରିଲ ୫ ତାରିଖ ଯାଏଁ ପରୀକ୍ଷା ଅନୁଷ୍ଠିତ…

Read More

୨୩ରେ ବିରୋଧି ଦଳ ଶୀର୍ଷନେତାମାନଙ୍କ ପାଟନାରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ପାଟନା : ଆସନ୍ତା ୧୨ ତାରିଖରେ ହେବାକୁ ଥିବା ବିରୋଧି ଦଳ ମୁଖ୍ୟମାନଙ୍କ ବୈଠକ ଦୁଇଦିନ ପୂର୍ବରୁ ସ୍ଥଗିତ ରଖାଯାଇଛି। ଏହି ବୈଠକ ଆସନ୍ତା ଜୁନ୍‌ ୨୩ ତାରିଖରେ ବିହାରର ପାଟନାରେ ଅନୁଷ୍ଠିତ ହେବ। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି ବୈଠକରେ ପୌରହିତ୍ୟ କରିବେ ବୋଲି ଜଣାପଡିଛି। ବୈଠକରେ କଂଗ୍ରେସ ନେତା ରାହୁଲ ଗାନ୍ଧି, କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ, ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଏନ୍‌ସିପି ମୁଖ୍ୟ ଶରଦ…

Read More

ଉନ୍ନତଧରଣର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଅଗ୍ନି ପ୍ରାଇମ୍ ର ସଫଳ ପରୀକ୍ଷଣ

ବାଲେଶ୍ୱର : ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର “ଅଗ୍ନି ପ୍ରାଇମ୍‌” କୁ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ଦ୍ୱାରା ଓଡିଶା ଉପକୂଳବର୍ତ୍ତୀ ଏପିଜେ ଅବଦୁଲ କଲାମ ଦ୍ୱୀପରୁ ସଫତଳାର ସହ ଉଡାଣ-ପରୀକ୍ଷଣ କରାଯାଇଛି । ଉଡ଼ାଣ ପରୀକ୍ଷଣ ସମୟରେ ସମସ୍ତ ଲକ୍ଷ୍ୟ ସଫଳତାର ସହ ପ୍ରଦର୍ଶନ କରାଯାଇଥିଲା । କ୍ଷେପଣାସ୍ତ୍ରର ତିନିଟି ସଫଳ ବୈଧ ପରୀକ୍ଷଣ ପରେ ବ୍ୟବହାରକାରୀଙ୍କ ଦ୍ୱାରା ଆୟୋଜିତ ପ୍ରଥମ ପ୍ରି-ଇଣ୍ଡକ୍ସନ ରାତ୍ରୀକାଳୀନ ଉତ୍‍କ୍ଷେପଣ ଥିଲା । ରାଡାର, ଟେଲିମେଟ୍ରି…

Read More

ଯାଜପୁର ଟ୍ରେନ ଗଡ଼ି ଶ୍ରମିକ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ

ଯାଜପୁର : ଯାଜପୁର ରୋଡ଼୍‌ ଷ୍ଟେସନରେ ଗତକାଲି ରେଳ ଦୁର୍ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଖୋର୍ଦ୍ଧା ରୋଡ ଡିଭିଜନ୍ ର ଡିଆରଏମଙ୍କ ପକ୍ଷରୁ ଏହି ତଦନ୍ତ ଆରମ୍ଭ କରାଯାଇଛି। ଗତକାଲି ରେଳ ଟ୍ରାକ୍‌ରେ ଅଟକିଥିବା ଟ୍ରେନ୍‌ ୱାଗନ ତଳେ ୬ ଶ୍ରମିକଙ୍କ ଜୀବନ ଯାଇଛି। ବର୍ଷା, ପବନରୁ ରକ୍ଷା ପାଇବା ପାଇଁ ଏହି ଶ୍ରମିକମାନେ ଟ୍ରେନ୍ ତଳେ ଆଶ୍ରୟ ନେଇଥିଲେ। ହେଲେ ଅଟକିଥିବା ଟ୍ରେନ୍ ହଠାତ୍ ଗଡ଼ି ଯିବାରୁ ସେମାନେ କଟି ଯାଇ ପ୍ରାଣ ହରାଇଥିଲା। ଏହି…

Read More

ଆଜି କେରଳ ଛୁଇଁଲା ମୌସୁମୀ, ରଜ ବେଳକୁ ଓଦା ହେବ ଓଡ଼ିଶା

ନୂଆଦିଲ୍ଲୀ : ପ୍ରାୟ ସପ୍ତାହେ ବିଳମ୍ବରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି ଅର୍ଥାତ ଗୁରୁବାର କେରଳ ଛୁଇଁଛି । ମୌସୁମୀ ଆଜି କେରଳ ଛୁଇଁବା ନେଇ ଆଇଏମ୍‌ଡି ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହା ପ୍ରଭାବରେ କେରଳରେ ପାଣିପାଗ କିପରି ଅଛି, ବର୍ଷା ହେଉଛି ନା ନାହିଁ ସେ ସମ୍ପର୍କରେ ସବିଶେଷ ତଥ୍ୟ ଏଯାବତ୍ ଜଣା ପଡ଼ି ନାହିଁ। ୨୦୨୨ ମେ ମାସ ଶେଷ ଆଡ଼କୁ ମୌସୁମୀ କେରଳ ଛୁଇଁଥିଲା। ହେଲେ ଏହା ପୂର୍ବ ବର୍ଷ ୨୦୨୧ରେ…

Read More