
ବିଜେପି ଯିବା ଖବର ଗଣମାଧ୍ୟମର ଗୁଜବ : ଏନସିପି ନେତା ଅଜିତ ପାଓ୍ୱାର
ମୁମ୍ବାଇ; ଦୁଇ ଦିନ ହେବ ଜାତୀୟ ଗଣମାଧ୍ୟମରେ ପ୍ରଚାରିତ ହେଉଥିବା ଗୁଜବରେ କୌଣସି ପ୍ରକାରର ସତ୍ୟତା ନାହିଁ। ସେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ରେ ଅଛନ୍ତି ଓ ଆଗାମୀ ଦିନରେ ଏନସିପିରେ ହିଁ ରହିବେ। ଗଣମାଧ୍ୟମ କେତେକ ମୁଖ୍ୟ ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ କୌଣସି କାରଣ ନଥାଇ କେବଳ ଗୁଜବର ପ୍ରଚାର କରୁଛି। ଏନସିପି କିମ୍ବା ମହାରାଷ୍ଟ୍ର ବିକାଶ ଅଗାଡ଼ି କୌଣସି ପ୍ରକାରର ବିବାଦ ନାହିଁ। ସେ ୪୦ ଜଣ ବିଧାୟକଙ୍କ ଦସ୍ତଖତ ନେଇ ନାହିଁ।…