ପାଣ୍ଡିଆନଙ୍କୁ ନେଇ ସିନେମା ଆଣୁଛନ୍ତି Gangs of Puri ଟିମ୍

ଭୁବନେଶ୍ୱର: ନିର୍ବାଚନ ସରିଗଲା। ବିଜେଡି ହାରିଗଲା। ବିରୋଧୀ ଦଳ ନେତା ହୋଇଗଲେ ନବୀନ ପଟ୍ଟନାୟକ। ପ୍ରତିଦିନ ଶହ ଶହ ଫଟୋ ଛାଡୁଥିବା ଭି.କେ ପାଣ୍ଡିଆନ ଅବସର ନେବା ନେଇ ମଧ୍ୟ ଘୋଷଣା କଲେ। ହେଲେ ଏହି ଘୋଷଣାକୁ ଧର୍ମକୁ ଆଖିଠାର ବୋଲି କୁହାଯାଇଛି। ନିଜକୁ ଦୂରେଇ ରଖିଥିଲେ ବି ରାଜ୍ୟ ରାଜ୍ୟନୀତିରୁ ନିଜକୁ ପ୍ରାସଙ୍ଗିକ କରି ରଖିଛନ୍ତି ପାଣ୍ଡିଆନ୍। ଏହା ତାଙ୍କ ଅନିଚ୍ଛାରେ ମାତ୍ର ପ୍ରାସଙ୍ଗିକ। ଆହୁରି ଏକ ବିଷୟ ତାଙ୍କ ବିଷୟରେ ଜାଣିବା ନେଇ ଉତ୍ସୁକତା ଭରି ଦେଇଛି। କଂଚାଲଙ୍କା ଆପ୍ଲିକେସନରେ ଏକ ସିରିଜ୍ ଆସିବାକୁ ଯାଉଛି। ଆଉ ଏହି ସିରିଜର ପ୍ରଥମ ପୋଷ୍ଟର ବିଭୂ ରଥ ଫେସବୁକ୍ ଜରିଆରେ ସାର୍ବଜନୀନ କରିଛନ୍ତି। ଏହାର ନାମ ରହିଛି ସଚିବ – ଏ ମ୍ୟାନ୍ ଇନ୍ ହରି। ପ୍ରଚ୍ଛଦପଟ୍ଟରେ ରହିଛି ୨୦୨୫ ଲେଖା। ତେଣୁ ଓଡ଼ିଶା ରାଜନୀତି ଉପରେ ହେବାକୁ ଥିବା ଏହି ଥ୍ରୀଲର ପାଣ୍ଡିଆନଙ୍କ ଉପରେ ବୋଲି ସମସ୍ତେ ପ୍ରାୟ ସ୍ଥିର ନିଶ୍ଚିତ।ବର୍ତ୍ତମାନ କେନ୍ଦ୍ରରେ ବିଜେପି ସରକାର। ରାଜ୍ୟରେ ବିଜେପି ସରକାର। ଭି.କେ ପାଣ୍ଡିଆନ୍ ଘୋଷଣା ଅନୁସାରେ ସନ୍ୟାସ ନେଇଛନ୍ତି। ଦଳରେ ତାଙ୍କ ପ୍ରତି ମିଶ୍ର ପ୍ରତିକ୍ରିୟା ରହିଛି। ଏକାକୀ ବାହାରକୁ ଆସିବାକୁ ଚାହୁଁ ନାହାନ୍ତି। ତେଣୁ ତାଙ୍କୁ କେନ୍ଦ୍ର କରି ହୋଇଥିବା ସିନେମାରେ କେହି ଆପତ୍ତି କରିବେ ନାହିଁ। ତେଣୁ ସିନେମା ତଥା ଓ୍ୱେବ ସିରିଜର ରୂପରେଖକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଭି.କେ ପାଣ୍ଡିଆନ ନିଶ୍ଚିୟ ଏହି ସିରିଜର ଭିଲିୟାନ୍। ଏଥିରେ ଦ୍ୱିମତ ନାହିଁ। ହେଲେ ସିନେମାରେ କାହାକୁ ହିରୋ କରାଯାଇଛି। ତାହା ଦେଖିବାକୁ ବାକି ରହିଲା। ନବୀନଙ୍କ ବିଦେଶ ଗସ୍ତ, ଶ୍ରଦ୍ଧାଙ୍କ ଉପସ୍ଥିତିକୁ କିପରି ଭାବେ ଚିତ୍ରଣ କରାଯାଉଛି, ତାହା ଉପରେ ରାଜନୀତିରେ ରୁଚି ରଖୁଥିବା ବର୍ଗ ନଜର ରଖିଛି।

Leave a Reply

Your email address will not be published. Required fields are marked *