ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ନବୀନ ! ହେଲେ କାହିଁକି…ଶାହା ରାଜି ନାହାନ୍ତି…ନରେନ୍ଦ୍ରଙ୍କୁ ରାଜି କରାଇ ପାରିବେ ତ

ଭୁବନେଶ୍ୱର : ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭେଟଘାଟ୍ ହେବାର ସମ୍ଭାବନା ରହିଛି। ନିକଟରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଓଡ଼ିଶା ଗସ୍ତରେ ଆସିଥିଲେ। ସରକାରୀ କାର୍ଯ୍ୟକ୍ରମ ବ୍ୟତୀତ ଏହି ସମୟରେ ଅମିତ ଶାହା ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ସବୁଠୁ ପ୍ରଭାବଶାଳୀ ଅଫିସରଙ୍କ ସହ ଆଲୋଚନା କରିଥିଲେ। ଓଡ଼ିଶା ସରକାର ମୌସୁମୀ ଅଧିବେଶନ ବିଧାନସଭାରେ ଅତିରିକ୍ତ ବଜେଟ୍ ଆଣିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଅତିରିକ୍ତ ବଜେଟ୍ ଆଣିବା ପରେ ମଧ୍ୟପ୍ରଦେଶ, ରାଜସ୍ଥାନ,…

Read More

ରାଜଧାନୀରେ ଶୀର୍ଷରେ ଡେଙ୍ଗୁ, ସବୁ ସରିବା ପରେ ପୁଣି ଡ୍ରୋନ୍ ପୁରାଣ ପଢାଇଲେ ମେୟର

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ଚରମସୀମାରେ ପହଞ୍ଚିଛି। ପ୍ରତିଦିନ ଡେଙ୍ଗୁରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଡାକ୍ତରଖାନାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କର୍ତ୍ତୃପକ୍ଷ ରୋଗୀଙ୍କୁ ଆଡମିଶନ୍ କରିବାକୁ ମନା କରି ଦେଉଛନ୍ତି। ବିଶେଷ କରି ବରିଷ୍ଠ ନାଗରିକମାନଙ୍କୁ କିଛିଦିନର ଚିକିତ୍ସା ପରେ ଛାଡି ଦେଉଛନ୍ତି।  ଏତେ ସବୁ ପରେ ଡେଙ୍ଗୁ ରାଜଧାନୀରେ ନିୟନ୍ତ୍ରଣାଧିନ ନାହିଁ। ଏନେଇ ସବୁ ମହଲରୁ ଭୁବନେଶ୍ୱର ମହାନଗର ନିଗମକୁ ସମାଲୋଚନା କରାଯାଇଛି। ଡେଙ୍ଗୁ ସମ୍ପର୍କରେ ମେୟର ସୁଲୋଚନା ଦାସ…

Read More

କେଉଁ ଦଳରୁ ଲଢିବେ ମନ୍ମଥ, ସୁରଙ୍କ ଜନ୍ମଦିନରେ ସୂଚନା ଦେଲେ…

ଭୁବନେଶ୍ୱର : ଖୋର୍ଦ୍ଧା ଜିଲ୍ଲାର ଜଟଣୀ ନିର୍ବାଚନମଣ୍ଡଳୀରେ କିଏ କେଉଁ ଦଳରୁ ପ୍ରାର୍ଥୀ ହେବେ, ସେ ନେଇ ସାଧାରଣରେ ଉତ୍ସୁକତା ଜାରି ରହିଛି। ଦିନକ ପୂର୍ବରୁ ଜଟଣୀ ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟଙ୍କ ଜନ୍ମଦିନ ପରେ ଏହି ଆଲୋଚନା ଜୋର ଧରିଛି। କିଛିମାସ ପୂର୍ବରୁ କଂଗ୍ରେସରେ ଜନ୍ମ, କଂଗ୍ରେସରେ ମରଣ ବୋଲି ସୁର ରାଉତରାୟ କହି ବୁଲୁଥିଲେ। ତାଙ୍କ ପୁଅ ବି କଂଗ୍ରେସରୁ ପ୍ରାର୍ଥୀ ହେବ। ସେ ଆଉ ନିର୍ବାଚନ ଲଢିବେ ନାହିଁ। ମାତ୍ର ସୁର ରାଉତରାୟ…

Read More

ଆଗୁଆ ନିର୍ବାଚନ ହେଲେ ଓଡ଼ିଶାରେ କିଏ ..କେତେ ଆସନ ପାଇବ..ଜାଣନ୍ତୁ

ଭୁବନେଶ୍ୱର : କିଛିଦିନ ତଳେ ଗୃହ ମନ୍ତ୍ରୀ ଅମିତ ଶାହା ଓଡ଼ିଶା ଆସିଥିଲେ। ଏହି ସମୟରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପୂର୍ବରୁ ସିଏମଓର ଜଣେ ପ୍ରଭାବଶାଳୀ ଅଧିକାରୀଙ୍କୁ ଭେଟିଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ ସମ୍ପୂର୍ଣ୍ଣ ରାଜନୈତିକ ଟର୍ଚ୍ଚା ଆଲୋଚନା ହୋଇଥିଲା। ଓଡ଼ିଶା ସରକାର ଆଗୁଆ ନିର୍ବାତନ ସପକ୍ଷରେ କୁଆଡେ ମତ ରଖିଥିଲେ। ହେଲେ ଶାହା ଏହାକୁ ଅଗ୍ରାହ୍ୟ କରିଦେଇଥିଲେ। ମାତ୍ର ଶାହା କାହିଁକି ଅଗ୍ରାହ୍ୟ କରିଥିଲେ। ତାହାର ସତ ଧିରେ ଧିରେ ପଦାକୁ…

Read More

ଭାଇରାଲ ହେଲା ନବ ଦାସଙ୍କ ଓପିଡି ରେଫରାଲ ଟିକେଟ୍, ଅତି ସଙ୍କଟାପନ୍ନ ଥିଲା ଅବସ୍ଥା

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କର ମୃତ୍ୟୁକୁ ଦୁଇଶହରୁ ଅଧିକ ଦିନ ହେଲାଣି। ତାଙ୍କ ସ୍ଥାନରେ ତାଙ୍କ ଝି ଦୀପାଳୀ ଦାସ ସେଠାରୁ ଉପନିର୍ବାଚନ ଜିତି ବିଧାୟିକା ହୋଇସାରିଲେଣି। ସେହିପରି ପୁଅ ବିଶାଳ ଦାସ ଅବିଭକ୍ତ ସମ୍ବଲପୁର ରାଜନୀତିରେ ସକ୍ରିୟ ହେଲେଣି। ହେଲେ କ୍ରାଇବବ୍ରାଞ୍ଚ ତଦନ୍ତ ଜାରି ରହିଥିବା ବେଳେ ନୂଆ ତଥ୍ୟ ପ୍ରସଙ୍ଗ ପଦାକୁ ଆସିଛି। ଯାହାକୁ ନେଇ ଟର୍ଚ୍ଚା ଜୋର ଧରିଛି। ନବଙ୍କୁ ଗୁଳିମାଡ଼ ପରେ ଝାରସୁଗୁଡ଼ା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି…

Read More

୧୯୯୮ ମସିହାର ଏକ ମାମଲାରେ  ସାନଖେମୁଣ୍ଡିର ପୂର୍ବତନ ବିଧାୟକ ନାରାୟଣ ରେଡ୍ଡି ଦୋଷୀ

ବ୍ରହ୍ମପୁର : ସାନଖେମୁଣ୍ଡି ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ  ସୋମବାର ଆଜୀବନ ଜେଲ୍। ଏକ ହତ୍ୟା ମାମଲାରେ ବ୍ରହ୍ମପୁର ଏଡିଜେ-୩ କୋର୍ଟ  ଆଜୀବନ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି । ୧୯୯୮ ମସିହାରେ ପୁଲିସ୍‌ ଆର୍‌ଆଇ ହତ୍ୟା ମାମଲାରେ କୋର୍ଟ ଏହି ରାୟ ଶୁଣାଇଛନ୍ତି। ନାରାୟଣଙ୍କ ସହ ମୋଟ ୧୩ ଜଣଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ହୋଇଛି। ସେହିପରି ରାୟ ବିରୋଧରେ ଉପର କୋର୍ଟକୁ ଯିବୁ ବୋଲି କହିଛନ୍ତି ନାରାୟଣ ରେଡ୍ଡୀ ଗଣମାଧ୍ୟମକୁ ଜଣାଇ ସାରିଲେଣି। ଉଲ୍ଲେଖଯୋଗ୍ୟ,  ୧୯୯୮…

Read More

ରାୟଗଡ଼ା କଲ୍ୟାଣସିଂପୁର ଅଞ୍ଚଳରେ ଭୁଷୁଡିଲା କଲଭର୍ଟ, ୪ ପିଲାଙ୍କ ସମେତ ମୋଟ ୫ ଜଣଙ୍କ ମୃତ୍ୟୁ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା କଲ୍ୟାଣପୁର ତହସିଲ ଅନ୍ତର୍ଗତ ଉପରସଜ ଗାଁରେ ନିର୍ମାଣାଧିନ କଲର୍ଭଟ ଭୁଷୁଡ଼ି ମୋଟ ୫ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ ରହିଛନ୍ତି। ନିର୍ମାଣାଧିନ କଲର୍ଭଟ ତଳେ ପିଲାମାନେ ଖେଳୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ମୃତକମାନଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ।

Read More

ଭିନ୍ନକ୍ଷମ କମିସନରଙ୍କୁ ନିଯୁକ୍ତ କରିବା ଭୁଲି ଗଲେ କି ରାଜ୍ୟ ସରକାର!

ଭୁବନେଶ୍ୱର : ଓଡ଼ିଆଙ୍କ ଆରାଧ୍ୟ ଠାକୁର ଶ୍ରୀଜଗନ୍ନାଥ। ତାଙ୍କ ରୂପ ସମସ୍ତ ଦେବାଦେବୀଙ୍କ ଠାରୁ ଭିନ୍ନ। ସମସ୍ତେ ତାଙ୍କୁ ନିଜ ସହ ଯୋଡି ପାରନ୍ତି। ସାଧାରଣ ମଣିଷଟିଏ ହେଉ କି ଦିବ୍ୟାଙ୍ଗ। ସେ ନିଜ ଭିତରେ ଜଗନ୍ନାଥ ଖୋଜେ ଏବଂ ଶ୍ରୀଜଗନ୍ନାଥଙ୍କ ଭିତରେ ନିଜକୁ ହଜାଇ ଦିଏ। ତାଙ୍କ ଦୁଆରରେ ସମସ୍ତେ ସମାନ। ତାଙ୍କ ମନ୍ଦିରର ସୁରକ୍ଷା ଏବଂ ଉନ୍ନୟନ ପାଇଁ ରାଜ୍ୟ ସରକାର କେତେ କଣ କରୁଛନ୍ତି। ହେଲେ ଶ୍ରୀଜଗନ୍ନାଥଙ୍କ ପ୍ରତିନିଧି ରାଜ୍ୟ ଦିବ୍ୟାଙ୍ଗ ସମାଜ…

Read More

ବାହାରିଲା କେନ୍ଦ୍ର ସରକାରଙ୍କ ସରକାରୀ ଚାକିରୀ…ଡେରି ନ କରି ତୁରନ୍ତ ପକାନ୍ତୁ…

ଭୁବନେଶ୍ୱର : ନିକଟରେ ଓଡ଼ିଶା ସରକାର ରାଜ୍ୟରେ ଏବଂ ଜିଲ୍ଲା ପୁଲିସ୍ କନଷ୍ଟେବଲ ମାନଙ୍କୁ ନିଯୁକ୍ତି ପ୍ରଦାନ କରିଥିଲା। ଏଥିରେ କେତେ ପିଲା ସଫଳତା ପାଇଲେ। ଆଉ କେତେକ ସଫଳତା ପାଇଲେ ନାହିଁ। ଯେଉଁମାନେ ସଫଳତା ପାଇଲେ ଏବଂ ଯେଉଁମାନେ ନ ପାଇଲେ, ସେ ସମସ୍ତଙ୍କ ପାଇଁ ପୁଣି ସୁଯୋଗ ଆସିଛି। ହେଲେ ଓଡ଼ିଶା ସରକାର ନୁହେଁ।  ଭାରତ ସରକାରଙ୍କ  ଦ୍ୱାରା ବାହିରିଛି ସରକାରୀ ଚାକିରୀ। କେନ୍ଦ୍ର ସରକାର ଗୃହ ମନ୍ତ୍ରଳାଳୟ ଅଧିନସ୍ଥ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ…

Read More

ପୁରୀ ବିଧାନସଭା ଆସନ : ପ୍ରାର୍ଥୀତ୍ୱ ନେଇ ବିଜେପି ଭିତରେ କସରତ

ପୁରୀ:  ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସିଲାଣି। ଶାସକ ଦଳ ବିଜେଡି ପାଇଁ ପୁରୀ ଜିଲ୍ଲା ବହୁତ ଗୁରୁତ୍ୱ ବହନ କରୁଛି। ଏହି ଜିଲ୍ଲାରେ ଗତଥର ବିଜେପି ଦୁଇଟି ବିଧାନସଭା ଆସନ ଜିତିଥିଲା। ସବୁ ସ୍ଥାନରେ କଡ଼ା ମୁକାବିଲା କରିବା ସହ ବିଜେପି ଦ୍ୱିତୀୟ ସ୍ଥାନରେ ରହିଥିଲା।  ବିଜେପି ନିଜର ପୁରୀ ଆସନରେ ପ୍ରାର୍ଥୀତ୍ୱକୁ ନେଇ ପ୍ଲାନ –ବି ପ୍ରସ୍ତୁତ କରିଛି। ବର୍ତ୍ତମାନର ବିଧାୟକ ଜୟନ୍ତ ଷଡଙ୍ଗୀ ବିଜେଡି ଯିବାର ପ୍ରବଳ ସମ୍ଭାବନା ରହିଛି। ତେଣୁ ଶ୍ରୀ…

Read More