ବାହାନାଗା ରେଳ ଦୁର୍ଘଟଣା , ଆରମ୍ଭ ହେଲା ସିବିଆଇ ତଦନ୍ତ

ଭୁବନେଶ୍ୱର: ଗତ ଶୁକ୍ରବାର ସନ୍ଧ୍ୟାରେ ବାଲେଶ୍ୱର ଜିଲ୍ଲା ନିକଟସ୍ଥ ବାହାନଗାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣା ଆକସ୍ମିକ ଥିଲା ନା ଅପରାଧିକ ଷଡ଼ଯନ୍ତ୍ର ଥିଲା ତାହାର ତଦନ୍ତ ଆରମ୍ଭ ହୋଇଛି। ଭାରତର ପ୍ରିମିୟମ୍ ଅନୁସନ୍ଧାନକାରୀ ସଂସ୍ଥା  ସିବିଆଇ ଏହାର ତଦନ୍ତ କରୁଛି। ଏହି କ୍ରମରେ ସୋମବାର ଠାରୁ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି।  ଦିଲ୍ଲୀରୁ ଆସିଥିବା ୧୦ ଜଣିଆ ଟିମ୍ ମଙ୍ଗଳବାର ଦୁର୍ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିସାରିଛି। ସିବିଆଇର ଜଣେ ଆଇଜି ପାହ୍ୟାର ଅଧିକାରୀ ମାମଲାର ତଦନ୍ତ କରୁଛନ୍ତିା…

Read More

ନୈତିକତା ଦୃଷ୍ଟିରୁ  ରେଳମନ୍ତ୍ରୀ ଇସ୍ତଫା ଦେବା କଥା, ବହୁ ରାଜନେତା, ବୁଦ୍ଧିଜୀବୀଙ୍କ ଦାବି

ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲା ବାହାନାଗା ଠାରେ ହୋଇଥିବା ରେଳ ଦୁର୍ଘଟଣାରେ ମୃତକ ସଂଖ୍ୟା 300 ପାଖାପାଖି ପହଞ୍ଚିଲାଣି। ହେଲେ ବେସରକାରୀ ଭାବେ ଏହି ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି। ବୁଲେଟ ଟ୍ରେନ, କବଚ ସୁରକ୍ଷା ବ୍ୟବସ୍ଥା ଏବଂ ବନ୍ଦେ ଭାରତ ଏକ୍ସପ୍ରେସର କଥା ବୋଲି ଭାରତୀୟ ରେଳବାଇ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉତ୍ତରଦାୟିତ୍ୱ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। କଂଗ୍ରେସ ପକ୍ଷରୁ ନିର୍ଦ୍ଦିଷ୍ଟ ସମୟସୀମା…

Read More

କାହିଁକି କମିଟି ଘୋଷଣା କରୁନାହାନ୍ତି ମନମୋହନ , ନିଜ ଦଳ ଭାଇ ଅପେକ୍ଷା ବିଦ୍ରୋହୀ ବିଜେଡିନେତାଙ୍କ ଉପରେ ରଖିଛନ୍ତି ଆଖି

ଭୁବନେଶ୍ୱର : ଆମ ସମ୍ପର୍କରେ ବିଜେଡିରେ ବହୁ ବିଧାୟକ ଅଛନ୍ତି। ଏଥର ଲୋକ ଲଢିବେ। ବିଜେପି ସରକାର ରାଜ୍ୟରେ ହେବା ସହ ଡବଲ ଇଞ୍ଜିନ ନିଶ୍ଚିତ। ଏମିତି କେତେକ ବାକ୍ୟ ରାଜ୍ୟ ସଭାପତି ମନମୋହନ ସାମଲ କିଛି ଦିନ ହେବ ଘୋଷି ହେଉଛନ୍ତି। ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ, ବିଜେଡିର 23 ବର୍ଷର ଶାସନ ବିରୋଧରେ ଥିବା ସରକାରୀ ବିରୋଧି ହାଓ୍ୱାକୁ ପାଥେୟ କରି ଦଳ ରାଜ୍ୟରେ ଲଢିବାକୁ ପ୍ରସ୍ତୁତ ନୁହଁ। ବରଂ ସମୟକ୍ରମେ ଦଳର…

Read More

କେତୋଟି ସଂସ୍ଥାର ରିପୋର୍ଟକୁ ଆଧାର କରି ଆଗୁଆ ବିଧାନସଭା ଭାଙ୍ଗିବେ ନବୀନ, ଡିସେମ୍ବରରେ ରାଜ୍ୟ ଦେଖିବ ନୂଆ ସରକାର

ଭୁବନେଶ୍ୱର : ମେ ମାସ ଦ୍ୱିତୀୟ ସପ୍ତାହରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟନ୍ତି। ଏହା ପରେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ରାଜ୍ୟରେ ଆଗୁଆ ନିର୍ବାଚନ ନେଇ ଲୋକମାନେ ଆଲୋଚନା କରୁଥିବା ମନ୍ତବ୍ୟ ପ୍ରଦାନ କରନ୍ତି। ଏହି ସମୟ ମଧ୍ୟରେ ନିଜ ଜିଲ୍ଲାରେ ଥିବା ଅଧିକାରୀମାନଙ୍କ ତାଲିକା ପ୍ରସ୍ତୁତି କରିବା ସହ ବଦଳି ପ୍ରକ୍ରିୟା ସଅଳ କରିବା ପାଇଁ ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ…

Read More

କର୍ତ୍ତବ୍ୟ ସମ୍ପାଦନ ସମୟରେ ସରକାରୀ କର୍ମଚାରୀଙ୍କ ମୃତ୍ୟୁରେ ରାଜ୍ୟ ସରକାର ଦେବେ ୧୦ ଲକ୍ଷ ଟଙ୍କାର ସହାୟତା ରାଶି

ଭୁବନେଶ୍ୱର : ଓଡ଼ିଶାର ସରକାରୀ କର୍ମଚାରୀ ମାନଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶିର ପରିମାଣରେ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂପର୍କିତ ପ୍ରସ୍ତାବକୁ ବୁଧବାର ଅନୁମୋଦନ ଦେଇଛନ୍ତି । ଆଗାମୀ କିଛିମାସ ପରେ ରାଜ୍ୟରେ ବିଧାନସଭା ନିର୍ବାଚନ ଘୋଷଣା ହେବାର ରହିଛି। ଏହାକୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀଙ୍କୁ ଖୁସିରେ ରଖିବା ପାଇଁ ଏଭଳି ଘୋଷଣା କରାଯାଇଥିବା କୁହାଯାଇଛି।        ନୂତନ ନିଷ୍ପତ୍ତି ଅନୁଯାୟୀ ଦାୟିତ୍ୱ ପାଳନ ସମୟରେ କର୍ମଚାରୀ ମାନଙ୍କ ମୃତ୍ୟୁ…

Read More

ମୋ ସେବା କେନ୍ଦ୍ର ସଂଖ୍ୟା ୮୦୦୦ ଛୁଇଁବ

ଭୁବନେଶ୍ୱର : ମୋ ସେବା କେନ୍ଦ୍ର ଜରିଆରେ ରାଜ୍ୟ ସରକାରଙ୍କ ଏକାଧିକ ସେବା ନାଗରିକଙ୍କ ଘର ପାଖରେ ଉପଲବ୍ଧ କରାଯାଉଛି। ଏହାଦ୍ୱାରା ଗ୍ରାମାଞ୍ଚଳର ଯୁବକ ଏବଂ ମିଶନ ଶକ୍ତି ଅଧୀନରେ ପରିଚାଳିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ  ଉଦ୍ୟୋଗ ସ୍ଥାପନର ଏକ ଫୋରମ ମିଳିପାରିଛି। ବର୍ତ୍ତମାନ ରାଜ୍ୟପରେ ୬୯୦୦ ରୁ ଅଧିକ ମୋ ସେବା କେନ୍ଦ୍ର ସ୍ଥାପିତ ହୋଇସାରିଛି । ଆଗାମୀ ଦିନରେ ଏହି ସଂଖ୍ୟା ପ୍ରାୟ ୮୦୦୦ କୁ ବୃଦ୍ଧି ପାଇବ । ସରକାରୀ କଳର…

Read More

ଇଡି ପ୍ରସଙ୍ଗରେ ତଥାକଥିତ ପ୍ରମୁଖ ଗଣମାଧ୍ୟମ କେଉଁ କଥା ଲୁଚାଇଥାଏ, ଏହାର 7ଟି ଦିଗ ଦର୍ଶାଇ ସମାଲୋଚନା କଲେ ଆପ୍ ପ୍ରବକ୍ତା

ଭୁବନେଶ୍ୱର : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଥା ଇଡି ଅଧୀନରେ ମନି ଲଣ୍ଡରିଂ ମାମଲା ବିଷୟରେ ୭ଟି ଜାଣିବା କଥା।  ଯାହା ବର୍ତ୍ତମାନର ଶାସକ ଦଳ ସପକ୍ଷବାଦୀ ତଥାକଥିତ ପ୍ରମୁଖ ଗଣମାଧ୍ୟମ ଯାହା  କେବେ ଆଲୋଚନା କରି ନ ଥାଏ। ମାତ୍ର ଏହାକୁ ଅତି ସୁନ୍ଦର ଭାବେ ଆମ ଆଦମୀ ପାର୍ଟି ପ୍ରବକ୍ତା ତଥା ବୁଦ୍ଧିଜୀବୀ ରଙ୍ଗାଚରଣ ପ୍ରଧାନ ଫେସବୁକ୍ ମାଧ୍ୟମରେ ବୁଝାଇ ଦେଇଛନ୍ତି। ଏହାକୁ 7ଟି ଦିଗ ମାଧ୍ୟମରେ ଶ୍ରୀ ପ୍ରଧାନ ବୁଝାଇ ଦେଇଛନ୍ତି।  ପ୍ରଥମତଃ ସିବିଆଇ…

Read More

ରୂପାନ୍ତରଣ ଚମକକୁ ଫିକା କରିଦେବ କି ସ୍କୁଲ ଡ୍ରପ୍ ଆଉଟ୍

ଭୁବନେଶ୍ୱର:ରାଜ୍ୟ ସରକାର ସାରା ରାଜ୍ୟରେ ସ୍କୁଲ ରୂପାନ୍ତରଣକୁ ସର୍ବାଧିକ ପ୍ରାଥମିକତା ଦେଉଛନ୍ତି। ଏହା ଦ୍ୱାରା ସ୍କୁଲ ଭିତ୍ତିଭୂମି ସଫଳ ହେଉଛି। ହେଲେ ଏହି ଭିତ୍ତିଭୂମି ଛାତ୍ରଛାତ୍ରୀଙ୍କୁ କେତେମାତ୍ରାରେ ବାନ୍ଧି ରଖିପାରୁଛି। ଭିତ୍ତିଭୂମି ରୂପାନ୍ତରଣ ଭଳି ଶିକ୍ଷକ ଅଭାବ ମଧ୍ୟ ପୂରଣ ହେବା ଆବଶ୍ୟକ। ନ ହେଲେ ରୂପାନ୍ତରଣର ପ୍ରକୃତ ଲକ୍ଷ୍ୟ ହାସଲ କରିହେବ ନାହିଁ। ନିକଟରେ ରୂପାନ୍ତରଣ ସତ୍ତ୍ୱେ ଓଡ଼ିଶାରେ ଡ୍ରପ୍ ଆଉଟ ସଂଖ୍ୟା ହ୍ରାସ ପାଉ ନ ଥିବା ଜଣାପଡିଛି। ତେଣୁ ରାଜ୍ୟ ସରକାରଙ୍କ ରୂପାନ୍ତରଣ…

Read More

ଆକ୍ରୋଶ ରଖି ନବଙ୍କୁ ମାରିଥିଲା ଗୋପାଳ, ଚାର୍ଜସିଟରେ କ୍ରାଇମବ୍ରାଞ୍ଚ ରଖିଲା ମତ

ଭୁବନେଶ୍ୱର : କୌଣସି ରାଜନୈତିକ କାରଣ ନୁହଁ। କିମ୍ବା କୋଇଲା ବେପାର ନୁହଁ।  ବରଂ ବ୍ୟକ୍ତିଗତ ଆକ୍ରୋଶ ରଖି ହିଁ ପୂର୍ବତନ ମନ୍ତ୍ରୀ ନବ ଦାସ ଙ୍କୁ ହତ୍ୟା କରାଯାଇଛି। ଏକଥା ଆମେ କହୁନାହୁଁ। ଏ କଥା ଓଡ଼ିଶା ପୁଲିସ୍ ପକ୍ଷରୁ କୁହାଯାଇଛି। କ୍ରାଇମବ୍ରାଞ୍ଚ ଦୀର୍ଘଦିନ ପରେ ଏହି ହାଇଫ୍ରୋପାଇଲ ମର୍ଡର କେସରେ ଚାର୍ଜସିଟ୍ ଦାଖଲ କରିଛି । ନବ ହତ୍ୟାର ପ୍ରାୟ ୧୧୮ ଦିନ ପରେ ଝାରସୁଗୁଡା ଜେଏମଏଫସି କୋର୍ଟରେ କ୍ରାଇମବ୍ରାଞ୍ଚ  ପକ୍ଷରୁ ଚାର୍ଜସିଟ୍ ଦାଖଲ କରାଯାଇଛି। ଏହା…

Read More

କାହିଁକି ନବୀନଙ୍କ ଉପରେ ଅଧିକ କଠୋର ହୋଇ ପାରୁନାହାନ୍ତି ସୁନୀଲ ବଂଶଲ… ଜାଣନ୍ତୁ… ପଢନ୍ତୁ…

ଭୁବନେଶ୍ୱର : କେନ୍ଦ୍ରରେ ସଂଖ୍ୟାଗରିଷ୍ଠ ସରକାର। ଲୋକସଭାରେ ପୂର୍ଣ୍ଣ ବହୁମତ। ଇସାରା ଦେଲେ ସିବିଆଇ, ଇଡି ଏବଂ ଆୟକର ବିଭାଗ ଲମ୍ଫ ଦେଉଛନ୍ତି। ବିଜେଡିରେ ଅସନ୍ତୋଷ ରହିଛି। କେତେକ ନେତା ବିଜେଡି ଛାଡି ବିଜେପିରେ ଯୋଗ ଦେବାକୁ ଗୋଡ଼ ଟେକି ବସିଛନ୍ତି। ୟୁପି ଭଳି ବିରୋଟ ପ୍ରଦେଶ ଜିତାଇଥିବା ସୁନୀଲ ବଂଶଲ କିନ୍ତୁ ଓଡ଼ିଶାକୁ ନେଇ ଚିନ୍ତାରେ ଅଛନ୍ତି। ସେ ଯେଉଁ ରଣନୀତି ଆପଣାଇବାକୁ ଚାହୁଁଛନ୍ତି। ସେଥିରେ ତାଙ୍କୁ କେନ୍ଦ୍ର ଏବଂ ରାଜ୍ୟର ଆର୍ଥିକ ଶକ୍ତିଶାଳୀ ଥିବା…

Read More