ଭୁବନେଶ୍ୱରରେ ଶିଳ୍ପ ସମାଗମ ମେଳା ଉଦଘାଟିତ

ଭାରତର ଉତ୍କୃଷ୍ଟ କାରିଗରୀର ପ୍ରଦର୍ଶନ ସହ ବଞ୍ଚିତ ବର୍ଗଙ୍କ ସଶକ୍ତିକରଣ ଭୁବନେଶ୍ୱର : ଭୁବନେଶ୍ୱର ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଆଜି ଶିଳ୍ପ ସମାଗମ ମେଳା ଉଦଘାଟିତ ହୋଇଛି। ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ପକ୍ଷରୁ ଏହି ମେଳା ଆୟୋଜନ କରାଯାଉଛି। ଆଜି ଠାରୁ ଆରମ୍ଭ ହୋଇ ଏହି ମେଳା ଆସନ୍ତା ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ସଚିବ ଶ୍ରୀ…

Read More

ମୁଖ୍ୟଧାରା ଗଣମାଧ୍ୟମ ଦିନକୁ ଦିନ କ୍ଷତି କାରକ ହେଉଛି

ଭୁବନେଶ୍ୱର : (ରଙ୍ଗା ଚରଣ ପ୍ରଧାନ)- କିଛି ବନ୍ଧୁ କୁହନ୍ତି ମୁଁ ସମଗ୍ର ଦେଶର ମିଡିଆକୁ ସମାଲୋଚନା କରିବା ଅପେକ୍ଷା ଓଡ଼ିଶା ମିଡ଼ିଆକୁ ବେଶ ସମାଲୋଚନା କରୁଛି । ସେ ମାନେ ଭାବନ୍ତି ଜାତୀୟ ମିଡ଼ିଆ ଯେତେ ଖରାପ ହୋଇଛି, ଓଡ଼ିଶା ମିଡ଼ିଆ ସେ ଅବସ୍ଥାକୁ ଆସିନାହିଁ । ମୁଁ ଏଥିରେ ସହମତ ନୁହେଁ । ଅବଶ୍ୟ ଜାତୀୟ ମିଡ଼ିଆ ଭଳି ଓଡ଼ିଶାରେ କାଁ ଭାଁ କୌଣସି ମିଡ଼ିଆ ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟି କରୁଛନ୍ତି । କିନ୍ତୁ…

Read More

ରଥଯାତ୍ରା ବିଶେଷ: ଗଜପତି ମହାରାଜା ଓ କଳାପାଣିର କାହାଣୀ

ପୁରୀ : (ବିଜୟ କୁମାର ପଣ୍ଡା)-୧୮୭୮ ମସିହାରେ ଗଜପତି ମହାରାଜ ଦିବ୍ୟସିଂହଦେବ(ପ୍ରଥମ)ଙ୍କୁ କଳାପାଣି ଦଣ୍ଡାଦେଶ କରନ୍ତି ଇଂରେଜ ସରକାର। ନିଜ ୯ ଜଣ ଅନୁଗତଙ୍କ ସହ ତାଙ୍କୁ ଦଣ୍ଡ ମିଳିଥାଏ। ବାସ୍ତବରେ ପିତୃହୀନ ହୋଇଯିବା ପରେ ସଂଯୋଗକୁ ଦିବ୍ୟସିଂହ ଦେବଙ୍କୁ ସିଂହାସନ ଆରୋହଣ କରିବାକୁ ପଡ଼ିଥିଲା। ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ମୃତ ଗଜପତିଙ୍କ ଅନ୍ତିମ ସଂସ୍କାର ପୂର୍ବରୁ ଏହି ସିଂହାସନରେ ନୂଆ ଗଜପତିଙ୍କ ଅଭିଷେକ ହେବାପରେ ଯାଇ ଠାକୁରଙ୍କ ନୀତି ହୁଏ। ଏହି କ୍ରମରେ ଅଳ୍ପ ବୟସରୁ…

Read More

ରାଉଲକେଲା ଷ୍ଟିଲ ପ୍ଲାଣ୍ଟର କଳେବର ବୃଦ୍ଧି

ନୂଆଦିଲ୍ଲୀ / ଭୁବନେଶ୍ୱର : ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ଇସ୍ପାତ୍ କାରଖାନାର ସମ୍ପ୍ରସାରଣ ପାଇଁ ଥିବା ସମସ୍ୟାର ସମାଧାନ ପାଇଁ ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ବୈଠକରେ କେନ୍ଦ୍ର ଭାରୀ ଶିଳ୍ପ ଏବଂ ଇସ୍ପାତ୍ ମନ୍ତ୍ରୀ ଏଚଡି କୁମାରସ୍ୱାମୀ ଏବଂ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ସହ ଯୋଗ ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ବୈଠକରେ ରାଉରକେଲା ଉସ୍ପାତ୍ କାରଖାନାର ସମ୍ପ୍ରସାରଣ ନେଇ ଥିବା ପ୍ରତିବନ୍ଧକ ଗୁଡ଼ିକ ଉପରେ…

Read More

ମୁମ୍ବାଇରେ ନବୀନଙ୍କୁ ଭେଟିଲେ ବିଜେଡିର ବରିଷ୍ଠ ନେତା

ଭୁବନେଶ୍ୱର : ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କର ମୁମ୍ବାଇର କୋକିଳାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ସ୍ପୋଣ୍ଡାଲାଇସିସ୍ ଆର୍ଥରାଇଟିସ୍ ଅସ୍ତ୍ରୋପଚାର ପରେ ବିଜେଡିର ବରିଷ୍ଠ ନେତାମାନେ ଯଥା:- ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ବିଜେଡିର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ, ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଜେଡିର ବରିଷ୍ଠ ନେତା ସଂଜୟ କୁମାର ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ସାଂସଦ ମାନସ ମଙ୍ଗରାଜ, ବିଧାୟକ ସଂଜୀବ ମଲ୍ଲିକ, ସୁଶାନ୍ତ…

Read More

ଆମ ସାହିତ୍ୟ ଆମ ସିନେ ଶିଳ୍ପକୁ ଶହେ ବର୍ଷ ଆଗକୁ ନେଇ ପାରିବ

ଭୁବନେଶ୍ୱର : (ଜୟନ୍ତ ସେଠ)-ସିନେମାର ପ୍ରକୃତ ଈଶ୍ୱର ଦର୍ଶକ, ସମୀକ୍ଷକ ନୁହନ୍ତି ।ଦର୍ଶକଙ୍କୁ ଯଦି ସିନେମା ଭଲ ଲାଗିଲା, ତିନିଘଣ୍ଟା ବସେଇ ରଖିଲା, ତାହେଲେ ସିନେମା ସଫଳ। ଆଉ ଚିତ୍ରନାଟ୍ୟରେ ଅମୁକ ଦୁର୍ବଳତା ରହିଛି, ଏଡିଟିଂରେ ସମୁକ ସମସ୍ୟା ଅଛି, ଭିଏଫଏକସ ଭଲ ହେଇନି ଇତ୍ୟାଦି। ଏସବୁ ତର୍ଜମା ଦର୍ଶକ ବାପୁଡ଼ା ପାଇଁ କୌଣସି ଗୁରୁତ୍ୱ ରଖେନା । ଆଜିର ସମୟରେ ଯେତେବେଳେ ଓଡ଼ିଆ ସିନେମା ଦେଖିବାକୁ ଦର୍ଶକ ଆସୁନାହାନ୍ତି, ସେଭଳି ପରିସ୍ଥିତିରେ ନିର୍ଦ୍ଦେଶକ ମାନେ ବହୁତ…

Read More

ବୋଉ-ବୁଟୁ-ଭୂତ ଓଡ଼ିଆ ସିନେମାର ଲମ୍ବା ଭବିଷ୍ୟତକୁ ଟର୍ଚ୍ଚ ପକେଇଛି

ଭୁବନେଶ୍ୱର:(ଜୟନ୍ତ ସେଠ)-ଏସନ ରଜ ହେଉଛି ଓଡ଼ିଆ ସିନେମାର ପର୍ବ । ବଡ଼ କଥା ଏଥର ପ୍ରତିଯୋଗିତା ନୁହେଁ ବରଂ ଦୁଇଟି ଯାକ ସିନେମା ଓଲିଉଡ଼ରେ ସମ୍ଭାବନାର ବିଷଲ୍ୟ କରଣୀ ଆଣିଦେଇଛି । ସମାନ୍ତରାଳ ଭାବେ ଦର୍ଶକଙ୍କୁ ଟାଣିଛି । ବୋଉ ଦେହରେ ଲାଗିଛି ଜେଜେଙ୍କ ଭୂତ । ତା’ ପୁଣି ତାଙ୍କ ଶ୍ରାଦ୍ଧ କର୍ମ ସମୟରେ । ଜେଜେଙ୍କ ଭୂତ ମାଗୁଛି ମଟନ ଆଉ ଓର୍ଲଡ ମଙ୍କ ରମ। ଏମିତି ଅନେକ କୌତୁହଳ ପୂର୍ଣ୍ଣ ଦୃଶ୍ୟ ଦେଖିବାକୁ…

Read More

ଓଡ଼ିଶା ପରିଚୟ ଗଠନରେ ମୋୖସୁମୀର ଅବଦାନ ଉପରେ ଆଲୋଚନା

ଭୁବନେଶ୍ୱର; ୨୨/୬: ଅଲ୍ ଥୀଙ୍ଗସ ଓଡ଼ିଶା ଦ୍ଵାରା ଆୟୋଜିତ ମାସିକ ଆଲୋଚନା ଚକ୍ର ‘ଓଡ଼ିଶା ମନସ୍କ’ର ୧୧ତମ ସଂସ୍କରଣ ଆଜି ସହିଦନଗର ସ୍ଥିତ ଏକ୍ସ୍ଟ୍ରାଓଡିନାରୀ ଓ ସେଫ୍ ଓଡ଼ିଶା ଫର୍ ହାର୍ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଆଜିର ସେସନ୍ ଥିମ୍ ଥିଲା “ମୌସୁମୀ ମୂର୍ଛ୍ଛନା: କେବେ ଖୁସି କେବେ  ଯାତନା (ମୌସୁମୀ ଓଡ଼ିଶାର ପରିଚୟକୁ କିପରି ଗଢ଼ି ତୋଳିଛି?)”. ଏହି ଅଧିବେଶନରେ ବିଶିଷ୍ଟ ଲେଖକ ଓ ହେରିଟେଜ୍ ବିଶେଷଜ୍ଞ ଅନିଲ୍ ଧୀର, ଖାଦ୍ୟ ଗବେଷିକା ରୁତୁ ପଟ୍ଟନାୟକ,…

Read More

ଅଦାଲତର ଏ କି ମାନସିକତା?

ଭୁବନେଶ୍ୱର : (ନରେନ୍ଦ୍ର ମହାନ୍ତି/ ଗାର୍ଗୀ ଶତପଥି)- ଓଡ଼ିଶା ହାଇକୋର୍ଟର ଜଣେ ମହାନୁଭବ ବିଚାରପତି ଡଃ ସଞ୍ଜିବ କୁମାର ପାଣିଗ୍ରାହୀ !!!ମା’ ମାଟି ମାଳି ସୁରକ୍ଷା ମଞ୍ଚର କୂମେଶ୍ୱର ନାୟକ ବେଦାନ୍ତ ଓ ମୈତ୍ରୀ କମ୍ପାନୀ ବିରୋଧରେ ଆନ୍ଦୋଳନ କରିବା କାରଣରୁ ପୋଲିସ୍ ବିଭିନ୍ନ ମାମଲା ରୁଜ୍ଜୁ କରି ତାଙ୍କୁ ଜେଲ୍ ପଠାଇଥିଲା।ତାଙ୍କ ପାଇଁ ଜାମିନ୍ ର ସର୍ତ୍ତ ରଖାଯାଇଛି ସେ ୨ ମାସ ପାଇଁ କାଶୀପୁର ଥାନା ହତା ସଫେଇ କରିବେ ବା ଝାଡ଼ୁ ମାରିବେ?କିନ୍ତୁ…

Read More

ସୁସ୍ଥ ହେଉଛନ୍ତି ଶ୍ରୀଜୀଉ

ଧରି ଫୁଲୁରୀ ତେଲ ଓ ଓଷଧ ଲାଗିଥିବା ଅବସ୍ଥାରେ ଆଜି ଦଶମୀ ତିଥିରେ ମହାପ୍ରଭୁଙ୍କୁ ଚକାବିଜେ କରାଯାଉଛି। ଚକାବିଜେ ପରେ ଶ୍ରୀଜୀଉ ତାଙ୍କ ଶୋଇବା ଅବସ୍ଥାରୁ ଉଠି ବସିବା ପାଇଁ ସୁସ୍ଥ ହେଉଛନ୍ତି। ଅଣସର ଦଶମୀ ନୀତି ଅନୁଯାୟୀ, ଶ୍ରୀବିଗ୍ରହଙ୍କୁ ଦଶମୂଳମୋଦକ ନାମକ ଗୁପ୍ତ ଔଷଧ ଦିଆଯିବ। ଏହି ରାଜବୈଦ୍ୟମାନଙ୍କ ଦ୍ବାରା ପ୍ରସ୍ତୁତ ଏହି ଔଷଧୀର ମୂଳ ଉପାଦାନ ହେଉଛି ଦଶ ପ୍ରକାରର ଦୁଲ୍ଲଭ ଚେରମୂଳ। ଶାଳପର୍ଣ୍ଣି, ବେଲ, ଖଣିବଧୂ, ପାଟଳି, ଅଙ୍କରାନ୍ତି ଗୋଖରା, ଲମ୍ବାଗୋତି, ଗମ୍ଭାରୀ,…

Read More