ପ୍ରତିଷ୍ଠା ଦିବସରେ ବିଜେଡିରେ ଆନୁଷ୍ଠାନିକ ଭାବେ ଯୋଗଦେଇପାରନ୍ତି ଭି.କେ ପାଣ୍ଡିଆନ୍ …ଏହା ପୂର୍ବରୁ ଦଳୀୟ ଛାମୁଆ ନେତା ଓ ବିଭିନ୍ନ କର୍ମୀଙ୍କୁ ଭେଟି ଜିତୁଛନ୍ତି ବିଶ୍ୱାସ…

ଭୁବନେଶ୍ୱର : କୌଣସି ଗୁରୁଙ୍କର ଶିଷ୍ୟ ପୁତ୍ର ଠାରୁ ଅଧିକ ହୋଇ ଥାଆନ୍ତି। ଶିଷ୍ୟଙ୍କ ଶୃଙ୍ଖଳା ହିଁ ଗୁରୁଙ୍କୁ ମହାନ୍ କରିଥାଏ। ଭି.କେ ପାଣ୍ଡିଆନ୍ , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୃଙ୍ଖଳା। ଏହି କଥା କିଛିଦିନ ତଳେ କହିଥିଲେ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଏହି ବକ୍ତବ୍ୟ ପରେ ଓଡ଼ିଶା ପ୍ରଶାସନ ପ୍ରମୁଖ ବ୍ୟକ୍ତି ଭି.କେ ପାଣ୍ଡିଆନ୍ ସିଧାସଳଖ ରାଜନୀତିକୁ ଆସିବା ଚର୍ଚ୍ଚା ଜୋର ଧରିଛି। ଦଶହରାର ଦିନକ ପୂର୍ବରୁ ଭି.କେ ପାଣ୍ଡିଆନଙ୍କ ସ୍ୱେଚ୍ଛକୃତ ଅବସର ନିଷ୍ପତ୍ତି ବିଜ୍ଞପ୍ତି ସାର୍ବଜନୀନ ହେବା ପରେ ଏହି ଚର୍ଚ୍ଚା ଜୋର ଧରିଥିଲା। ଏମିତି କି ଦୀପାବଳୀ ପୂର୍ବରୁ ଶ୍ରୀ ପାଣ୍ଡିଆନ୍ ବିଜେଡିରେ ସାମିଲ ହୋଇପାରନ୍ତି ବୋଲି ଆକଳନ କରାଗଲା। ମାତ୍ର ଏପରି କିଛି ହେଲା ନାହିଁ। ଅପରପକ୍ଷରେ ନବୀନ ନିବାସରେ ଶ୍ରୀ ପାଣ୍ଡିଆନଙ୍କୁ ବିଭିନ୍ନ ସରକାରୀ କର୍ମଚାରୀ ଏବଂ ସଙ୍ଗଠନ ବ୍ୟକ୍ତିତ୍ୱ ପ୍ରତିଦିନ ଭେଟୁଛନ୍ତି। ସବୁ ବର୍ଗ ଏବଂ ଦଳର ସବୁ ଫୋରମ୍ ନେତା ମଧ୍ୟ ତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରୁଛନ୍ତି। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଦଳୀୟ ଛାମୁଆ କର୍ମୀ ମଧ୍ୟ ନବୀନ ଓଡ଼ିଶା ଅଧ୍ୟକ୍ଷକୁ ସାକ୍ଷାତ କରୁଛନ୍ତି। ତେଣୁ ଆଉ କିଛି ସପ୍ତାହ ପରେ ହେବାକୁ ଥିବା ଦଳର ପ୍ରତିଷ୍ଠା ଦିବସରେ କିଛି ବଡ଼ ହେବ ବୋଲି ରାଜନୈତିକ ସମୀକ୍ଷକମାନେ ଆକଳନ କରୁଛନ୍ତି।

ନିର୍ବାଚନ ପୂର୍ବ ବର୍ଷ ପ୍ରତିଷ୍ଠା ଦିବସ ଗୁଡ଼ିକରେ ନବୀନ ଅନ୍ୟ ବକ୍ତବ୍ୟ ଅପେକ୍ଷା ଟିକେ ଅଧିକ କହିଥାନ୍ତି। ସାଧାରଣତଃ ରାଜ୍ୟ ସଫଳତା ସହ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି। ମାତ୍ର କିଛି ବର୍ଷ ହେବ ବିରୋଧି ପୂର୍ବତନ 5-ଟି ସଚିବ ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ ପାଣ୍ଡିଆନକୁ କେନ୍ଦ୍ର କରି ହିଁ ସମାଲୋଚନା କରୁଥିଲେ। ମାତ୍ର ତାଙ୍କ ଇସ୍ତଫା ପରେ ଏହି ରଣନୀତି ଧାର ଧରିଲା ନାହିଁ। ଦଳରେ ଆନୁଷ୍ଠାନିକ ଯୋଗଦାନ ପୂର୍ବରୁ ସବୁ ଫୋରମ୍ , ସବୁ ବର୍ଗ ଏବଂ ଦଳର ସବୁ ଛାମୁଆ ନେତାଙ୍କୁ ଭେଟି ସେ ବିଶ୍ୱାସ ଜିତାଉଥିବା କୁହାଯାଉଛି। ତେଣୁ ଭି.କେ ପାଣ୍ଡିଆନଙ୍କ ବିଜେଡିରେ ଯୋଗଦାନ ନେଇ ନବୀନ ନିଜେ ଘୋଷଣା କରିପାରନ୍ତି ବୋଲି ଜଣାପଡୁଛି।
One thought on “ପ୍ରତିଷ୍ଠା ଦିବସରେ ବିଜେଡିରେ ଆନୁଷ୍ଠାନିକ ଭାବେ ଯୋଗଦେଇପାରନ୍ତି ଭି.କେ ପାଣ୍ଡିଆନ୍ …ଏହା ପୂର୍ବରୁ ଦଳୀୟ ଛାମୁଆ ନେତା ଓ ବିଭିନ୍ନ କର୍ମୀଙ୍କୁ ଭେଟି ଜିତୁଛନ୍ତି ବିଶ୍ୱାସ…”