ଖଡଗେ-ରାହୁଲଙ୍କ ସହ ଓଡ଼ିଶାର କଂଗ୍ରେସ ନେତା କ’ଣ କଥା ହେଲେ…ଚେଲ୍ଲାଙ୍କ ଗୁମର ଖୋଲିଲା….ସୁର ରାଉତରାୟ ରହିଲେନି…

ଭୁବନେଶ୍ୱର :  କଂଗ୍ରେସର ପ୍ରାୟ ୧୫ ପ୍ରତିଶତ ଭୋଟ ରହିଛି।  ଦକ୍ଷିଣ ଓଡ଼ିଶାରେ ଦଲ ମଜଭୁତ ରହିଛି। ମାତ୍ର ସେହିଭଳି ଭାବେ ସାଙ୍ଗଠନିକ କାମ ହୋଇପାରୁନାହିଁ କାହିଁକି। ସୁନୀଲ କାନୁଗୋଲୁଙ୍କ ଟିମ୍ ଦ୍ୱାରା କରାଯାଇଥିବା ସର୍ଭେରୁ ବିଧାୟକମାନଙ୍କ ନାଁରେ କାହିଁକି ନକରାତ୍ମକ ମତ ଆସୁଛି। ଆପଣମାନେ ବିଜେଡ଼ି ଠାରୁ ବହୁଳ ଆର୍ଥିକ ଫାଇଦା ପାଉଥିବା କଥା କାହିଁକି ଉଠୁଛି। ଏହି ଭଳି ଢଙ୍ଗରେ ଓଡ଼ିଶା କଂଗ୍ରେସ ନେତାଙ୍କୁ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଶ୍ନ କରିଥିଲେ। ଏପରିକି ଚେଲ୍ଲା କୁମାରଙ୍କୁ ମଧ୍ୟ ସମାନ ପ୍ରଶ୍ନ ପଚରାଯାଇଥିଲା। ଏହି ସବୁ ପ୍ରଶ୍ନ ଖଡଗେ ପଚାରୁଥିବା ବେଳେ ରାହୁଲ ଗାନ୍ଧୀ ତଳକୁ ମୁହଁ ପୋତି ବସି ଥିଲେ। କଂଗ୍ରେସ କଣ କଲେ ଉନ୍ନତି କରିବ, ସେ ନେଇ ନେତାମାନେ ଦେଉଥିବା ମନ୍ତବ୍ୟ ରାହୁଲ, ଖଡଗେଙ୍କୁ ଉତ୍ସାହିତ କରିପାରୁ ନ ଥିଲା। ଓଡ଼ିଶା କଂଗ୍ରେସ ନେତା ଦେଉଥିବା ପ୍ରସ୍ତାବ ଆଧାରହୀନ ଓ ଉପରଠାଉରିଆ ଥିବା କେ.ସି ବେଣୁଗୋପାଳ ଜାତୀୟ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଉଲ୍ଲେଖ କରିଥିବା ଜଣାପଡିଛି। ଓଡ଼ିଶାରେ କାହାକୁ ମୁଖ୍ୟମନ୍ତ୍ରୀ ଚେହେରା କରି ଲଢି ହେବ କି ବୋଲି ରାହୁଲ ପ୍ରଶ୍ନ କରିଥିଲେ। କଟକ ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଥିବା ଜଣେ ପୂର୍ବତନ ବିଧାୟକ ପରୋକ୍ଷରେ ନିଜ ନାଁ ପ୍ରସ୍ତାବ ଦେଇଥିଲେ।  ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ବୈଠକରେ ଭାଗ ନେଇ ଥିଲେ ବି ବରିଷ୍ଠ ବିଧାୟକ ସୁର ରାଉତରାୟଙ୍କୁ ବୈଠକକୁ ପ୍ରବେଶ କରାଇ ଦିଆଯାଇ ନ ଥିଲା। ସେ ସେଠାରେ ପାଟି ତୁଣ୍ଡ କରିବା ସହ ସେହିଦିନ ଓଡ଼ିଶା ଭବନ ଆସି ୨୦୮ ନମ୍ବର ରୁମରେ ମନଦୁଃଖରେ ଶୋଇଥିଲେ। ଜଣେ ପୂର୍ବତନ ନେତା ବିଜେଡି ଓ ସରକାରଙ୍କୁ ଜଣେ  ତାମିଲ ଖଣି ବ୍ୟବସାୟୀ ଏବଂ ଦୁଇ ଜଣ ତାମିଲ ଅଫିସର ଚଲାଉଛନ୍ତି ବୋଲି କହିଥିଲେ। ଏହା ଶୁଣି ରାହୁଲ ଗାନ୍ଧୀ ସିଧା ଚେଲ୍ଲା କୁମାରଙ୍କୁ ପଚାରିଥିଲେ। ଶ୍ରୀ କୁମାର କହିଥିଲେ, ମୁଁ ସେମାନଙ୍କୁ କେବେ ଭେଟିନି। ଥରେ ଜଣେ ଉଡାଜାହାଜରେ ଯାଉଥିଲେ କିନ୍ତୁ ଆମେ କଥା ହୋଇ ନ ଥିଲୁ। ଭୁବନେଶ୍ୱରର ଜଣେ ନେତ୍ରୀ ମହିଳା କଂଗ୍ରେସର ପ୍ରତିନିଧି ଭାବେ ସେଠାକୁ ଯାଇଥିଲେ। ମାତ୍ର ତାଙ୍କୁ ସେହି ବୈଠକରେ ଅନୁମତି ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *