କୃତ୍ରିମ ବୁଦ୍ଧିମତ୍ତା(ଏଆଇ)କୁ ଆପଣେଇଲା ଓଡ଼ିଶା
ଭୁବନେଶ୍ବର: ବିଶ୍ବର ବହୁ ଚର୍ଚ୍ଚିତ ପ୍ରଯୁକ୍ତି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ଓଡ଼ିଶା ସରକାର ନିଜର କରିଛନ୍ତି । ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଓଡ଼ିଶା ପାଇଁ ଆର୍ଟିଫିସିଆଲ୍ ଏଆଇ ଓ ଯୁବବର୍ଗଙ୍କ ପାଇଁ ଏଆଇ’ ର ଶୁଭାରମ୍ଭ କରିଛନ୍ତି। ଅନ୍ତର୍ଜାତୀୟ କମ୍ପାନି ଇଣ୍ଟେଲ୍ ସହ ସହଯୋଗିତାରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର, ପୁରୀ ଓ କଟକରେ ଏହା କାର୍ଯ୍ୟକାରୀ ହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଶ୍ବର ପ୍ରଗତି…
