ଦୁଇ ହଜାର ଟଙ୍କିଆ ନୋଟ ସଚଳ : ଶକ୍ତିକାନ୍ତ ଦାସ
ନୂଆଦିଲ୍ଲୀ : ୨୦୦୦ ଟଙ୍କିଆ ନୋଟ୍ ସଚଳ l ଏହାକୁ ବ୍ୟବସାୟ ପ୍ରତିଷ୍ଠାନ ନେବାକୁ ମନା କରିପାରିବେ ନାହିଁ ବୋଲି ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି। ଶ୍ରୀ ଦାସ କହିଛନ୍ତି ଯେ, ପ୍ରସାରଣରୁ (ବଜାରରୁ) ୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର କରି ନିଆ ଯାଉଥିଲେ ବି ଏହା ସଚଳ ମୁଦ୍ରା ହୋଇ ରହିବ। ରିଜର୍ଭ ବ୍ୟାଙ୍କ୍ର ପୂର୍ବ ନିର୍ଦେଶ ମୁତାବକ କେହି ୨୦୦୦ ଟଙ୍କିଆ ନୋଟ୍ ଗ୍ରହଣ କରିବାକୁ ମନା କରିପାରିବେ ନାହିଁ। ୨୦୦୦ ଟଙ୍କିଆ…
