ମୋଦିଙ୍କ ପରିବାରବାଦ ଭାଷଣ ପରେ ବିଜେପିରେ ଛନକା , ଏମାନଙ୍କର କଟିଯାଇପାରେ ଟିକେଟ୍

ନୂଆଦିଲ୍ଲୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଅଗଷ୍ଟ ପନ୍ଦର ଭାଷଣରେ ପରିବାରବାଦ ରାଜନୀତି ଉପରେ ବର୍ଷିଥିଲେ। ଏହା ତାଙ୍କର ପ୍ରଥମ ପରିବାରବାଦ ଉପରେ ଆକ୍ରମଣ ନ ଥିଲା। ଏହି ପରିବାରବାଦ ବକ୍ତବ୍ୟ ଖାଲି ବିରୋଧି ନୁହେଁ, ବିଜେପି ନେତାମାନଙ୍କୁ ମଧ୍ୟ ବାଧିଛି। ତେଣୁ ବିଜେପିରେ ଥିବା ଏହି ପରିବାରବାଦୀ ନେତାଙ୍କ ଭବିଷ୍ୟତକୁ ନେଇ ସାଧାରଣରେ ଉତ୍ସୁକତା ପ୍ରକାଶ ପାଇଛି। ଏହି ତାଲିକାରେ ମୋଦିଙ୍କ କ୍ୟାବିନେଟରେ ପ୍ରଥମେ ଆସୁଛନ୍ତି- ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ତାଙ୍କ…

Read More

କାହା ଭାଷଣକୁ ଅଧିକ ଲୋକ ଦେଖିଛନ୍ତି…. ମୋଦି ନା ରାହୁଲ…

ନୂଆଦିଲ୍ଲୀ : ମଣିପୁର ହିଂସା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ସ୍ପଷ୍ଟୀକରଣ ପାଇବା ପାଇଁ ଅବିଶ୍ୱାସ ପ୍ରସ୍ତାବ ରଖାଯାଇଥିଲା। ଏହି ପ୍ରସଙ୍ଗରେ ସଂସଦର ଲୋକସଭାରେ ତିନି ଦିନ ଧରି ଆଲୋଚନା ହେଲା। ପ୍ରଥମ ଦିନ ଗୌରବ ଗୋଗେଇ ଆଲୋଚନା ଆରମ୍ଭ କରିଥିବା ବେଳେ ଦ୍ୱିତୀୟ ଦିନ ରାହୁଲ ଗାନ୍ଧୀ ବକ୍ତବ୍ୟ ରଖିଥିଲେ। ତୃତୀୟ ଦିନ ଟିଏମସିର ମହୁଆ ମୈତ୍ର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବକ୍ତବ୍ୟ ରଖିଥିଲେ। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାହୁଲ…

Read More

ଭୋଟ ଜିତିବା ପାଇଁ କିଛି ବି କରିପାରେ ବିଜେପି, କାହିଁକି ଏମିତି କହିଲେ ଦଳର ନେତା

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ଜିତିବା ପାଇଁ ବିଜେପି କିଛି ବି କରିପାରେ। ଗତ ସାଧାରଣ ନିର୍ବାଚନ ପୂର୍ବରୁ ଯେପରି ପୁଲଓ୍ୱାମା ଆକ୍ରମଣ କରାଯାଇଥିଲା। ଠିକ୍ ସେହିପରି ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଏମିତି କିଛି କରାଯାଇପାରେ। ଏମିତି କି ନବ ନିର୍ମାଣ ରାମ ମନ୍ଦିର ଉପରେ ଆକ୍ରମଣ କରାଯାଇ ସାମ୍ପ୍ରଦାୟିକ ବିଭେଦ ସୃଷ୍ଟି କରାଯାଇପାରେ। ଏକଥା କହିଛନ୍ତି ଜମ୍ମୁ ଓ କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ। ଗୋଟିଏ ୟୁଟ୍ୟୁବ୍ ଚ୍ୟାନେଲକୁ ସାକ୍ଷାତକାର ଦେଇ ଶ୍ରୀ…

Read More

ବାହାରିଲା କେନ୍ଦ୍ର ସରକାରଙ୍କ ସରକାରୀ ଚାକିରୀ…ଡେରି ନ କରି ତୁରନ୍ତ ପକାନ୍ତୁ…

ଭୁବନେଶ୍ୱର : ନିକଟରେ ଓଡ଼ିଶା ସରକାର ରାଜ୍ୟରେ ଏବଂ ଜିଲ୍ଲା ପୁଲିସ୍ କନଷ୍ଟେବଲ ମାନଙ୍କୁ ନିଯୁକ୍ତି ପ୍ରଦାନ କରିଥିଲା। ଏଥିରେ କେତେ ପିଲା ସଫଳତା ପାଇଲେ। ଆଉ କେତେକ ସଫଳତା ପାଇଲେ ନାହିଁ। ଯେଉଁମାନେ ସଫଳତା ପାଇଲେ ଏବଂ ଯେଉଁମାନେ ନ ପାଇଲେ, ସେ ସମସ୍ତଙ୍କ ପାଇଁ ପୁଣି ସୁଯୋଗ ଆସିଛି। ହେଲେ ଓଡ଼ିଶା ସରକାର ନୁହେଁ।  ଭାରତ ସରକାରଙ୍କ  ଦ୍ୱାରା ବାହିରିଛି ସରକାରୀ ଚାକିରୀ। କେନ୍ଦ୍ର ସରକାର ଗୃହ ମନ୍ତ୍ରଳାଳୟ ଅଧିନସ୍ଥ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ…

Read More

ମଣିପୁର ପ୍ରସଙ୍ଗରେ ଆଜି ବି ମୁହଁ ଖୋଲିଲେନି ମୋଦି, ବିରୋଧି ମେଣ୍ଟର ନାଁକୁ ନେଇ କଲେ ଟାର୍ଗେଟ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବବତ ନୀରବ ମୁଦ୍ରାରେ ରହିଛନ୍ତି। ମଣିପୁର ପ୍ରସଙ୍ଗରେ ସଂସଦର କୌଣସି ସଦନରେ ପ୍ରତିକ୍ରିୟାଟିଏ ଦେଇ ନାହାନ୍ତି। ଗତସପ୍ତାହରେ ଦୁଇ ଆଦିବାସୀ ମହିଳାଙ୍କ ଭିଡିଓ ଭାଇରାଲ ହେବା ପରେ କିଛି ସେକେଣ୍ଡର ବକ୍ତବ୍ୟ ମୋଦି ରଖିଥିଲେ। ଗତକାଲି ଠାରୁ ସଂସଦରେ ଅଚଳାବସ୍ଥା ଜାରି ରହିଛି। ମଙ୍ଗଳବାର ସୁରୁଖୁରରେ ଗୃହ କାର୍ଯ୍ୟ ସମ୍ଭବ ହୋଇପାରିନାହିଁ। ବରଂ ପ୍ରଧାନମନ୍ତ୍ରୀ ମୋଦି ମୂଳ ପ୍ରସଙ୍ଗରୁ ହଟି ବିରୋଧି ଦଳ ମାନଙ୍କ ଇଣ୍ଡିଆ ନାମକରଣକୁ ସମାଲୋଚନା କରିଛନ୍ତି।…

Read More

ମଧ୍ୟପ୍ରଦେଶରେ କଂଗ୍ରେସ କରିବ ସରକାର, ଆସିଲା ସର୍ଭେକ୍ଷଣ ରିପୋର୍ଟ

ଭୋପାଳ:  ଆଉ ମାତ୍ର ନବେ ଦିନ ପରେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ମଧ୍ୟ ଭାରତର ଏହି ରାଜ୍ୟର ନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି। ବର୍ତ୍ତମାନ ସେଠାରେ ବିଜେପି ଶାସନ କରୁଛି। ବିଜେପି ନେତା ଶିବରାଜ ସିଂଚୌହାନ ସେଠାରେ ମୁଖ୍ୟମନ୍ତ୍ରୀ ଭାବେ ଶାସନ କରୁଛନ୍ତି। ହେଲେ ଗତଥର ନିର୍ବାଚନରେ କଂଗ୍ରେସ ଅଧିକ ଆସନ ଦଖଲ କରିବା ସହ ସରକାର କରିଥିଲା। ମାତ୍ର କରୋନା ସମୟରେ  ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଦ୍ରୋହ କରିବାକୁ କମଲନାଥଙ୍କ ମନ୍ତ୍ରିମଣ୍ଡଳ ଭାଙ୍ଗିଯାଇଥିଲା।…

Read More

ଭାରତ ପ୍ରତି ଆମେରିକା କଟକଣା ପାଇଁ ପ୍ରସ୍ତୁତ ରହିବା ଉଚିତ…. କାହିଁକି ଏପରି କହିଲେ କୁପର

ନୂଆଦିଲ୍ଲୀ : ଧାର୍ମିକ ଭେଦଭାବ ପ୍ରସଙ୍ଗରେ ପୁଣି ବିଶ୍ୱ ଦରବାରରେ ଭାରତକୁ ଲଜ୍ଜିତ ହେବାକୁ ପଡିଛି। ଆମେରିକାର ଅନ୍ତର୍ଜାତୀୟ ଧାର୍ମିକ ସ୍ୱାଧୀନତା ଆୟୋଗ (ୟୁଏସସିଆଇଆରଏଫ)ର ମୁଖ୍ୟ ରାବି ଆବ୍ରାହମ କୁପର ଏହି ପ୍ରସଙ୍ଗରେ ଅତି ସମ୍ବେଦନଶୀଳ ମନ୍ତବ୍ୟ ପ୍ରଦାନ କରିଛନ୍ତି। ଏପରିକି ଭାରତକୁ ଆଫଗାନିସ୍ତାନ ଓ ସିରିଆ ଭଳି ଦେଶ ସହ ତୁଳନା କରିଛନ୍ତି।କୁପର ଦାବି କରିଛନ୍ତି ଯେ, ସମଗ୍ର ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଭାରତରେ ଧାର୍ମିକ ଭେଦଭାବ ଭୟଙ୍କର ସ୍ତରରେ ପହଞ୍ଚିଛି। ଯଦି ଭାରତରେ ସାମ୍ପ୍ରତିକ…

Read More

ଏନଡିଏରେ ସାମିଲ ହେବା ସହ କେନ୍ଦ୍ର ମନ୍ତ୍ରୀ ପଦକୁ ମନା, କାହିଁକି ଏପରି କଲେ ଏହି ତିନି ନେତା… ଜାଣନ୍ତୁ

ନୂଆଦିଲ୍ଲୀ :  ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବାର ସମ୍ଭାବନା ରହିଛି। ହେଲେ ଏହାର ରୂପରେଖ ନେଇ ବିଜେପି ଶୀର୍ଷ ନେତୃତ୍ୱ ଚୂଡାନ୍ତ ନିଷ୍ପତ୍ତିରେ ପହଞ୍ଚିପାରୁନାହିଁ। ନିକଟରେ ଏନଡିଏର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ୩୮ଟି ଦଳ ଯୋଗ ଦେଇଥିଲେ। ମାତ୍ର ଏମିତି କିଛି ଦଳ ଅଛନ୍ତି, ଯାହାକୁ ନିମନ୍ତ୍ରଣ କରାଯାଇଥିଲା। ଏମିତି କି ସେମାନଙ୍କୁ ନିକଟ ଭବିଷ୍ୟତରେ ମନ୍ତ୍ରୀ ପଦ ଦିଆଯିବ ବୋଲି ସ୍ଥିର କରାଯାଇଥିଲ।। ହେଲେ ଏହି ସବୁ ବ୍ୟକ୍ତି…

Read More

ମଣିପୁର ହିଂସା : ଦୁଇ ମହିଳାଙ୍କ ନଗ୍ନ ଭିଡିଓ ଭାଇରାଲ ହେବା ପରେ ପ୍ରଧାନମନ୍ତ୍ରୀ ମୁହଁ ଖୋଲିଲେ

ନୂଆଦିଲ୍ଲୀ : ବିଳମ୍ବିତ ହେଲେ ବି ମଣିପୁର ହିଂସା ଏବଂ ସମ୍ପ୍ରଦାୟ ସଂଘର୍ଷ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁହଁ ଖୋଲିଛନ୍ତି। ସଂସଦର ମୋସୁମୀ ଅଧିବେଶନର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ମୋଦି ନିଜ ବକ୍ତବ୍ୟ ରଖିଛନ୍ତି। ମୋଦି କହିଛନ୍ତି ଯେ, ସେ ଖୁବ୍‌ ଦୁଃଖିତ, ଏ ଭଳି ଘଟଣା ଯେକୌଣସି ସଭ୍ୟ ସମାଜ ପ୍ରତି ଲଜ୍ଜାଜନକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କୌନଣସି ଦୁଷ୍କର୍ମକାରୀ ନିସ୍ତାର ପାଇବେ ନାହିଁ। ନାରୀ ସୁରକ୍ଷା ପାଇଁ ଆମେ ରାଜନୀତିକୁ ପ୍ରଶ୍ରୟ ଦେବା…

Read More

ଇଣ୍ଡିଆ…ଜିତେଗା ଭାରତ…ସ୍ଲୋଗାନ ସହ ଆଗକୁ ବଢିବେ ବିରୋଧୀ

ବେଙ୍ଗଲୁରୁ : ପ୍ରଥମେ ଆସିଲା ନାଁ। ପୁଣି ବିଳମ୍ବିତ ରାତିରେ ଆସିଲା ଟ୍ୟାଗ୍ ଲାଇନ୍। ୨୦୨୪ ସାଧାରଣ ନିର୍ବାଚନରେ ‘ଏନଡିଏ’କୁ ମୁକାବିଲା କରିବା ନେଇ ପ୍ରଥମେ ଇଣ୍ଡିଆ ନାଁ ଦେଇଥିଲେ। ଏହାର ଟ୍ୟାଗ୍ ଲାଇନ୍ ସ୍ୱରୂପ ‘ଜିତେଗା ଭାରତ୍‌’ ବୋଲି ରଖାଯାଇଛି। ମଙ୍ଗଳବାର ରାତିରେ ‘ଜିତେଗା ଭାରତ୍‌’ (ଭାରତ ଜିତିବ) ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। କେତେଗୁଡ଼ିଏ ଆଞ୍ଚଳିକ ଭାଷାରେ ମଧ୍ୟ ଏହି ‘ଟ୍ୟାଗ୍‌ଲାଇନ୍‌’ ବ୍ୟବହାର କରାଯିବ ବୋଲି ଖବର ସରବରାହ ସଂସ୍ଥାନ ‘ପିଟିଆଇ’ ପକ୍ଷରୁ…

Read More