ରାଜ୍ୟରେ ଚାଲୁ ରହିବ ବିଏସକେୱାଇ କାର୍ଡ; ସ୍ବାସ୍ଥ୍ୟ ବିଭାଗ
ନିର୍ବାଚନ ଫଳାଫଳ ଆସିବା ପରେ ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) ଚାଲୁ ରହିବନି ବୋଲି ବିଜେପି ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ଦେଇଥିବା ବେଳେ ଏକ ପ୍ରକାର ଗରିବ ଲୋକଙ୍କ ଚିନ୍ତା ବଢିଯାଇଥିଲା ।ତେବେ ଏ ସଂକ୍ରାନ୍ତରେ ସ୍ପଷ୍ଟୀକରଣ ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ରାଜ୍ୟରେ ସରକାର ବଦଳିବା ପରେ ଘରୋଇ ଡାକ୍ତରଖାନାଗୁଡ଼ିକ ବିଏସକେୱାଇ କାର୍ଡରେ ରୋଗୀଙ୍କ ଚିକିତ୍ସା କରୁ ନ ଥିବା ଅଭିଯୋଗ ଆସିଥିଲା। ଏହା ଉପରେ ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟୀକରଣ ରଖିଛି।…
