ବିଦ୍ୟୁତ ନେଟୱର୍କ ଉନ୍ନତ କରିବା ଉପରେ ଟିପିଏସଓଡି଼ଏଲର ଧ୍ୟାନ

ସାନଖେମୁଣ୍ଡି: ଟିପି ଦକ୍ଷିଣ ଓଡି଼ଶା ବିତରଣ ଲିମିଟେଡ୍ (ଟିପିଏସଓଡି଼ଏଲ) ଏହାର ଉପଭୋକ୍ତାଙ୍କୁ ନିରନ୍ତର ଓ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ପ୍ରୟାସ ଜାରି ରଖିଛି । ଏହି ଗ୍ରୀଷ୍ମ ଋତୁରେ ଟିପିଏସଓଡି଼ଏଲ ବୈଦ୍ୟୁତିକ ଭିତ୍ତିଭୂମିକୁ ମଜବୁତ କରୁଛି । ଏହା ବିଦ୍ୟୁତର ଅଧିକ ଆବଶ୍ୟକତାକୁ ପୂରଣ କରିବାରେ ସହଯୋଗ କରିବ । ସାନଖେମୁଣ୍ଡିର ପୁଡାମାରି ଗ୍ରାମରେ ୩.୧୫ ଏମଭିଏ ଟ୍ରାନ୍ସଫର୍ମରକୁ ୫ ଏମଭିଏ କ୍ଷମତାପୂର୍ଣ୍ଣ ଟ୍ରାନ୍ସଫର୍ମର କରିଦିଆଯାଇଛି । ଏହା କମ୍ପାନୀର ସକ୍ରିୟ ପ୍ରୟାସର ଏକ ଉଦାହରଣ…

Read More

୬.୫% ମୁଦ୍ରାସ୍ପୀତିକୁ ଅପରିବର୍ତ୍ତିତ ରଖିଲେ ଆରବିଆଇ

ମୁମ୍ବାଇ: ଖାଉଟି ମୁଦ୍ରାସ୍ଫୀତି ବା ରେପୋ ରେଟ୍  ଚାପ ହ୍ରାସ କରିବା ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ରେପୋ ରେଟ୍‌ ୬.୫%ରେ ଅପରିବର୍ତ୍ତିତ ରଖିଥିବା କଥା ଆଜି ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି।ଆଜି ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଗଭର୍ଣ୍ଣର୍‌ ଦାସ କହିଛନ୍ତି, ରେପୋ ରେଟ୍‌ ୬.୫%ରେ ଅପରିବର୍ତ୍ତିତ ରଖିବା ଲାଗି ‘ମନିଟାରି ପଲିସି କମିଟି’ ନିଷ୍ପତ୍ତି ନେଇଛନ୍ତି । ଫଳରେ, ‘ଷ୍ଟାଣ୍ଡିଙ୍ଗ୍‌ ଡିପୋଜିଟ୍‌ ଫେସିଲିଟି’ (ଏସ୍‌ଡିଏଫ୍‌) ରେଟ୍‌…

Read More

ଆଜି ଅପରାହ୍ନ ୪ଟାରେ ପ୍ରକାଶ ପାଇବ +୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ

ଭୁବନେଶ୍ୱର: ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌‌ଏସ୍‌‌ଇ) ଦ୍ୱାରା ପରିଚାଳିତ +୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ଆଜି  ପ୍ରକାଶ ପାଇବ । ଅପରାହ୍ନ ୪ଟାରେ ସିଏଚ୍‌‌ଏସ୍‌‌ଇ କାର୍ଯ୍ୟାଳୟରେ ରେଜଲ୍ଟ ପ୍ରକାଶ ପାଇବାକୁ ଥିବାବେଳେ ପରୀକ୍ଷା ଫଳ ୫ଟାରୁ www.orissaresults.nic.in ୱେବସାଇଟ୍‌‌ରେ ଉପଲବ୍ଧ ହେବ। ଏଥି ସହ କଲେଜଗୁଡ଼ିକର ସାମ୍ସ ‘ଇ-ସ୍ପେସ୍‌‌’ରେ ପିଲାଙ୍କ ଫଳାଫଳ ଉପଲବ୍ଧ ହେବ ବୋଲି ପରିଷଦର ପରୀକ୍ଷା ନିୟନ୍ତ୍ରକ ଡ. ଅଶୋକ କୁମାର ନାୟକ ସୂଚନା ଦେଇଛନ୍ତି। ଚଳିତବର୍ଷ ମୂଲ୍ୟାୟନ…

Read More

ବିଶ୍ବ ଟେଷ୍ଟ ଚାମ୍ପିଅନସିପ ଫାଇନାଲ : ପ୍ରଥମ ଦିନର ଖେଳ ଶେଷସୁଦ୍ଧା ଅଷ୍ଟ୍ରେଲିଆ ୩୨୭/୩, ଟ୍ରାଭିସ ହେଡଙ୍କ ଅପରାଜିତ ଶତକ

ଲଣ୍ଡନ : କେନିଙ୍ଗଟନ ଓଭାଲଠାରେ ଖେଳାଯାଉଥିବା ବିଶ୍ବ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ମ୍ୟାଚର ପ୍ରଥମ ଦିନର ଖେଳ ଶେଷସୁଦ୍ଧା ଅଷ୍ଟ୍ରେଲିଆ ୩ ଓ୍ବିକେଟରେ ୩୨୭ ରନ ସଂଗ୍ରହ କରିଛି । ପ୍ରଥମ ଦିନର ମୁଖ୍ୟ ଆକର୍ଷଣ ଥିଲା ଟ୍ରାଭିସ ହେଡଙ୍କ ବିସ୍ଫୋରକ ୧୪୬ରନ ଓ ଷ୍ଟିଭେନ ସ୍ମିଥଙ୍କ ୯୫ରନର ଅପରାଜିତ ପାରି।ଅଷ୍ଟ୍ରେଲିଆ ଦଳ ଆରମ୍ଭରୁ ଉସମାନ ଖ୍ବାଜାଙ୍କ ଓ୍ବିକେଟ ହରାଇଥିଲା । ପରେ ଡେଭିଡ ଓ୍ବାର୍ନର ୪୩ ଓ ମାର୍ନସ ଲାବୁସଚାନ ୨୬ରନ କରି ଆଉଟ ହୋଇଥିଲେ…

Read More

ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ;୩ ଅଷ୍ଟ୍ରେଲିଆନ ପାବିଲିୟନରେ

ଇଂଲଣ୍ଡର ଓଭାଲ ଠାରେ ଭାରତ – ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଉଥିବା ବିଶ୍ୱ ଟେଷ୍ଟ ଚମ୍ପିୟାନସିପ ଫାଇନାଲରେ ଭାରତ ପ୍ରଥମେ ଟସ୍ ଜିତି ବୋଲିଂର ନିଷ୍ପତ୍ତି ନେଇଛି। ବିପକ୍ଷ ଅଷ୍ଟ୍ରେଲିଆ ତାର ପ୍ରଥମ ପାଳିର ଖେଳ ଜାରିରଖିଛି। ଏ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ 76 ରନ୍ ରେ ବହୁମୂଲ୍ୟ 3 ଟି ୱିକେଟ ହରାଇଛି। ଭାରତ ପକ୍ଷରୁ ମହମ୍ମଦ ସିରାଜ୍, ଶାମି ଓ ସର୍ଦୁଲ୍ ଠାକୁର ଗୋଟାଏ ଲେଖାଏଁ ୱିକେଟ୍ ପାଇବାରେ ସଫଳ ହୋଇଛନ୍ତି। ପ୍ରଥମ ଦିନର ଭୋଜନ…

Read More

ବାହାନଗା ଟ୍ରେନ୍‌ ଦୁର୍ଘଟଣା:ଦ୍ବିତୀୟ ଦିନରେ ରେଳ ଅଧିକାରିଙ୍କ ମୋବାଇଲ ଜବତ କଲା ସିବିଆଇ

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ବାହାନଗା ଟ୍ରେନ ଦୁର୍ଘଟଣାର କାରଣ ଜାଣିବା ପାଇଁ  ସିବିଆଇ ଘଟଣାର ତଦନ୍ତ କରୁଛି।ଆଜି ଏହି ତଦନ୍ତର ଦ୍ୱିତୀୟ ଦିନରେ  ସିବିଆଇର ୧୦ ଜଣିଆ ଟିମ୍ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଟେକ୍ନିକାଲ ଏବଂ ଫରୋନ୍‌ସିକ୍‌ ଟିମ୍‌ ତୃତୀୟ ଥର ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି।ଏହି ଟିମ୍‌ ଘଟଣାସ୍ଥଳରେ ଦୀର୍ଘ ୪୫ ମିନିଟ୍‌ ତଦନ୍ତ କରିବା ପରେ ରେଳ ଅଧିକାରୀଙ୍କ ମୋବାଇଲ ସିବିଆଇ ହାତରେ ଲାଗି ଥିବା  ସୂଚନା ରହିଛି। କଲ୍ ରେକର୍ଡ, ହ୍ୱାଟସଆପ କଲ୍ ଓ…

Read More

ଉଜ୍ଜ୍ୱଳ ଭାରତ ଦାବିକୁ ଭିତ୍ତିହୀନ କହିଲେ ସୁବ୍ରମଣ୍ୟମ ସ୍ୱାମୀ

ନୂଆଦିଲ୍ଲୀ : ଭାରତ ବେଶ ଉଜ୍ଜ୍ୱଳ ଓ ଚମକୁଛି ବୋଲି ଯାହା କୁହାଯାଉଛି ତାହା ସବୁ ଭିତ୍ତିହୀନ ବୋଲି କହିଛନ୍ତି  ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ।  ଏହା କହିବା ସହ ସରକାରଙ୍କୁ ସମାଲୋଚନା ମଧ୍ୟ କରିଛନ୍ତି। ସ୍ବାମୀ କହିଛନ୍ତି ଯେ ମୁଁ ଭାରତୀୟ ଅର୍ଥନୀତିର ପରିସଂଖ୍ୟାନକୁ ଭଲଭାବେ ଅନୁଶୀଳନ କରିଛି। ଭାରତ ଚମକୁଛି ବୋଲି ଯାହା କୁହାଯାଉଛି ତାହା ଭିତ୍ତିହୀନ। ଯଦି କରୋନା ଜନିତ ସୁଧାରକୁ ବାଦ ଦିଆଯିବ ତେବେ ଦେଶର ଜିଡିପି ଅଭିବୃଦ୍ଧି ୪…

Read More

ବୋକାରୋରେ ଅଳ୍ପକେ ବର୍ତ୍ତିଲା ରାଜଧାନୀ, ଆଜିଠୁ ଗଡ଼ିବ କରମଣ୍ଡଳ

ଭୁବନେଶ୍ୱର : ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡର ବୋକାରୋ ଜିଲ୍ଲା ଅନ୍ତର୍ଗତ ଗୋଟାଏ ରେଳ କ୍ରସିଂ ଟ୍ରାକ୍ଟର୍‌ଟିଏ ଫସି ଯାଇଥିବା ଗତ ମଙ୍ଗଳବାର ଅପରାହ୍ଣରେ ନୂଆଦିଲ୍ଲୀ-ଭୁବନେଶ୍ବର ରାଜଧାନୀ ଏକ୍ସପ୍ରେସ୍‌ର ଡ୍ରାଇଭର୍‌ ଜରୁରୀକାଳୀନ ବ୍ରେକ୍‌ ମାରିଥିଲା। ଏହା ଦ୍ୱାରା ଏକ ନିଶ୍ଚିତ ଦୁର୍ଘଟଣା ଏଡ଼ାଇ ଦିଆଯାଇ ପାରିଥିବା କଥା ଖୋଦ୍ ଦକ୍ଷିଣପୂର୍ବ ରେଳବାଇ ସ୍ୱୀକାର କରିଛି। ଜାତୀୟସ୍ତରୀୟ ଖବର ସରବରାହ ସଂସ୍ଥା  ଅନୁଯାୟୀ, ମଙ୍ଗଳବାର ଅପରାହ୍ନ ୪.୪୫ରେ ବୋକାରୋ ଜିଲ୍ଲା ଅନ୍ତର୍ଗତ ଭୋଜୁଡିହ ରେଳ ଷ୍ଟେସନ୍‌ ଅନ୍ତର୍ଗତ ସାନ୍ତଳଡିହ ରେଲ୍‌ୱେ…

Read More

ବିରାଟଙ୍କ ମୁହଁରେ ୱାରନରଙ୍କ ପ୍ରଶଂସା

ଲଣ୍ଡନ :ଭାରତୀୟ ଷ୍ଟାର ଖେଳାଳି ବିରାଟ କୋହଲି ଅଷ୍ଚ୍ରେଲିଆର ଓପନିଂ ବ୍ୟାଟର ଡେଭିଡ ୱାରନରଙ୍କୁ ପ୍ରଶଂସା କରିଛନ୍ତି । ଏକ ଭିଡିଓରେ କୋହଲି କହିଛନ୍ତି ଅଷ୍ଟ୍ରେଲିଆ ପାଇଁ ୱାରନର ହେଉଛନ୍ତି ଏକ ଗୁରୁତ୍ବପୂର୍ଣ୍ଣ ଖେଳାଳି । ଯେବେ ସେ ତାଙ୍କ ଫର୍ମରେ ଥାଆନ୍ତି ସେତେବେଳେ ତାଙ୍କୁ ରେକିବା କଷ୍ଟକର ହୋଇଥାଏ । ସେ ଆହୁରି ସଧ୍ୟ କହିଛନ୍ତି ଡେଭିଡ ୱାରନର ବ୍ୟାଟଂ କରିବା ସମୟରେ ବିଫକ୍ଷ ଦଳ ପାଖରୁ ମ୍ୟାଚକୁ ଶୀଘ୍ର ଦୂରକୁ ନେଇଯାଆନ୍ତି । ଏବଂ…

Read More

ମୌସୁମୀ ବାଟରେ ବାଧକ ସାଜିଛି ବାତ୍ୟା ‘ବିପର୍ଯ୍ୟୟ’

ଭୁବନେଶ୍ବର : ଆରବ ସାଗରରେ ଅବପାତ ହେତୁ କେରଳ ପହଞ୍ଚି ପାରୁନି ମୌସୁମୀ । ଯଦି ଠିକ୍ ସମୟରେ ମୌସୁମୀ ଓଡ଼ିଶାକୁ ଆସିଥାନ୍ତା  ତେବେ ଏତେବେଳକୁ ବର୍ଷା ହେବା ସହ ଗରମ ଓ ଗୁଳୁଗୁଳିରୁ ବି ଆଶ୍ବସ୍ତି ମିଳିସାରନ୍ତାଣି। କିନ୍ତୁ ମୌସୁମୀ ଆସିବାର ବାଟ ଉଗାଳିଛି ବାତ୍ୟା ‘ବିପର୍ଯ୍ୟୟ’। ଆରବସାଗରରେ ଲଘୁଚାପ ପରେ  ଏହା ବାତ୍ୟା ‘ବିପର୍ଯ୍ୟୟ’ ରୂପ ନେବ ବୋଲି ଆକଳନ କରାଯାଇଛି। ଏହି ସାମ୍ଭାବ୍ୟ ବାତ୍ୟା ଯୋଗୁଁ ସେଠାରେ ମେଘଖଣ୍ଡ ଏକାଠି ରହୁଛି ଓ…

Read More