
କଂଗ୍ରେସର ଝାରସୁଗୁଡ଼ା ବିପର୍ଯ୍ୟୟ, ପ୍ରାର୍ଥୀ ଚୟନ ପୂର୍ବରୁ ଚେତାଇଥିଲେ ଶ୍ରୀକାନ୍ତ, ହେଲେ ଧ୍ୟାନ ଦେଇ ନ ଥିଲା ରାଜ୍ୟ ନେତୃତ୍ୱ
ଭୁବନେଶ୍ୱର,୧୩/୬ : ବିଜେପି ସାରା ଭାରତରେ କେବଳ ସାମ୍ପ୍ରଦାୟିକ ଧ୍ରୁବୀକରଣ କରି ଜିତୁନି। ନିଜର ହିନ୍ଦୁତ୍ୱ କାର୍ଯ୍ୟସୂଚୀ ସହ ଠିକଣା ସମୟରେ ସାମାଜିକ ସମୀକରଣ ଦେଶରେ ବିଜେପିକୁ ଆଗରେ ରଖିଛି। ଯେଉଁ ଦିନ ଏ ସାମାଜିକ ସମୀକରଣ ବିରୋଧୀ ମାନେ ଏକ ହୋଇ ଭାଙ୍ଗି ଦେବେ, ସେଦିନ ବିଜେପି ରସାତଳକୁ ପଳେଇ ଆସିବ। ଅନୁରୂପ ଭାବେ ଦୁଇ ଦଶନ୍ଧିର ଦୀର୍ଘ କ୍ଷମତା ପରେ ମଧ୍ୟ ନବୀନ ପଟ୍ଟନାୟକ ବିଜୟ ଜାରି ରହିଛି। 2020 ପରଠାରୁ ନବୀନଙ୍କ ଛଦ୍ନବେଶୀ…