ବିଶ୍ବକପ ଓ ଏସିଆ କପରେ ଭାରତ ମ୍ୟାଚକୁ ମାଗଣାରେ ଦେଖାଇବ ହଟଷ୍ଟାର
ନୂଆଦିଲ୍ଲୀ: କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର।ଭାରତର କ୍ରିକେଟ୍ ପ୍ରିୟ ପ୍ରଶଂସକଙ୍କୁ ମାଗଣାରେ ମୋବାଇଲ୍ ଲାଇଭ୍ ଷ୍ଟ୍ରମିଂ ଯୋଗାଇଦେବ ୱାଲ୍ଟ ଡିଜନି ସହଯୋଗୀ କମ୍ପାନି ହଟ୍ଷ୍ଟାର୍। ଆଇପିଏଲ୍ ସମୟରେ ଜିଓ ସିନେମା ମାଗଣା ଷ୍ଟ୍ରିମିଂ କରି ଲୋକପ୍ରିୟତା ଅର୍ଜନ କରିବା ସହ ଏକାଧିକ କୀର୍ତ୍ତିମାନ ପ୍ରତିଷ୍ଠା କରିଥିଲେ। ଏବେ ହଟଷ୍ଟାର୍ କହୁଛି ଆସନ୍ତା ଏସିଆ କପ୍ ଏବଂ ପୁରୁଷ ଦିନିକିଆ ବିଶ୍ବକପ୍କୁ ମଧ୍ୟ ଏହାର ବ୍ୟବହାରକାରୀଙ୍କୁ ମାଗଣାରେ ଯୋଗାଇଦେବ। ଆଇପିଏଲ୍ ନିଲାମରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଜିଓ ସିନେମା…
