କେନ୍ଦ୍ର ସରକାର ରେଳଯାତ୍ରୀଙ୍କ ସୁରକ୍ଷା ପ୍ରତି ଉଦାସୀନ : ଅଧିର ରଞ୍ଜନ ଚୌଧୁରୀ
ଭୁବନେଶ୍ୱର ତା. ୦୪/୦୬ ରିଖ : ଆଜି ଲୋକସଭାର କଂଗ୍ରେସ ବିରୋଧି ଦଳ ନେତା ଶ୍ରୀ ଅଧିର ରଞ୍ଜନ ଚୌଧୁରୀ ଅଖିଳ ଭାରତ କଂଗ୍ରେସ କମିଟିର ସଭାପତି ଶ୍ରୀ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନିର୍ଦ୍ଦେଶକ୍ରମେ ବାହାନଗା ରେଳ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ସହ ସେଠାରେ କାର୍ଯ୍ୟରତ ରେଳବାଇ ବିଭାଗର କର୍ମଚାରୀଙ୍କ ମାନଙ୍କ ସହ ପୁନରୁଦ୍ଧାର କାର୍ଯ୍ୟସଂପର୍କରେ ଆଲୋଚନା କରିଥିଲେ । ଏହାପରେ ଶ୍ରୀ ଚୌଧୁରୀ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଆହତ ଯାତ୍ରୀଙ୍କୁ ସାକ୍ଷାତ କରିଥିଲେ…
