
ଗୋପାଳପୁରରେ ସିଦ୍ଧାନ୍ତଙ୍କ ଅନୁପ୍ରବେଶକୁ ନେଇ ଦ୍ୱନ୍ଦ୍ୱରେ ବିଜେଡ଼ି କର୍ମୀ
ବ୍ରହ୍ମପୁର: ବ୍ରହ୍ମପୁର ଲୋକସଭା ଆଶନରୁ ଦୁଇ ଥର ସାଂସଦ ଥିଲେ ମଧ୍ୟ ୨୦୧୯ ମସିହାରେ ଟିକେଟ୍ କଟିବା ପରେ ଗାଏବ ହୋଇଯାଇଥିବା ସିଦ୍ଧାନ୍ତ ମହାପାତ୍ର ଏବେ ପୁଣି ଥରେ ସକ୍ରୀୟ ହେବାରେ ଲାଗିଛନ୍ତି । ଏକଦା ତାଙ୍କ ଘନିଷ୍ଠ ନିକଟତର ଥିବା ବିଜେଡ଼ିର ନେତା ଓ କର୍ମୀଙ୍କୁ ନେଇ ତୁହାକୁ ତୁହା ବୈଠକ ଡାକୁଛନ୍ତି । ଅଞ୍ଚଳ ଭ୍ରମଣ କରୁଛନ୍ତି । ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀର ଛତ୍ରପୁର, ଗୋପାଳପୁର, ଚିକିଟି ଏବଂ ବ୍ରହ୍ମପୁର ବିଧାନସଭା ଅଞ୍ଚଳରେ…