ରାଜ୍ୟ ସରକାର ଦେବେ ଫସଲ ବୀମା ପ୍ରିମିୟମ୍ ରାଶି

ଭୁବନେଶ୍ୱର:  ଏଣିକି ଓଡ଼ିଆ ଚାଷୀଙ୍କ ଫସଲ ବୀମା ପ୍ରିମିୟମ ଅର୍ଥ ଚଳିତ ବର୍ଷ ଠାରୁ  ଖୋଦ୍ ଓଡ଼ିଶା ସରକାର ବହନ କରିବେ । ରାଜ୍ୟ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ  ସୋମବାର ଏହି ସୂଚନା ପ୍ରଦାନ କରିଛନ୍ତି।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବିଭିନ୍ନ  ବିଭାଗର ସମୀକ୍ଷା କରିବାପରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମନ୍ତ୍ରୀ ଶ୍ରୀ ନାୟକ ଏହି ସୂଚନା ଦେଇଛନ୍ତି।  ଶ୍ରୀ ନାୟକ କହିଥିଲେ ଯେ,  ରାଜ୍ୟରେ ଫସଲବୀମା ପରିସରକୁ ଅଧିକ ସଂଖ୍ୟକ ଚାଷୀଙ୍କୁ ଆଣିବାପାଇଁ…

Read More

ଦୁଇ ହଜାର ଟଙ୍କିଆ ନୋଟ ସଚଳ : ଶକ୍ତିକାନ୍ତ ଦାସ

ନୂଆଦିଲ୍ଲୀ : ୨୦୦୦ ଟଙ୍କିଆ ନୋଟ୍‌ ସଚଳ l ଏହାକୁ ବ୍ୟବସାୟ ପ୍ରତିଷ୍ଠାନ ନେବାକୁ ମନା କରିପାରିବେ ନାହିଁ‌ ‌ବୋଲି ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି। ଶ୍ରୀ ଦାସ କହିଛନ୍ତି ଯେ, ପ୍ରସାରଣରୁ (ବଜାରରୁ) ୨୦୦୦ ଟଙ୍କିଆ ନୋଟ୍‌ ପ୍ରତ୍ୟାହାର କରି ନିଆ ଯାଉଥିଲେ ବି ଏହା ସଚଳ ମୁଦ୍ରା ହୋଇ ରହିବ। ରିଜର୍ଭ ବ୍ୟାଙ୍କ୍‌ର ପୂର୍ବ ନିର୍ଦେଶ ମୁତାବକ କେହି ୨୦୦୦ ଟଙ୍କିଆ ନୋଟ୍‌ ଗ୍ରହଣ କରିବାକୁ ମନା କରିପାରିବେ ନାହିଁ। ୨୦୦୦ ଟଙ୍କିଆ…

Read More

ମନ୍ତ୍ରୀମଣ୍ଡଳରେ ସାମିଲ ହେଲେ ଆରୁଖ, ସୁଦାମ ଓ ସାରଦା

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ଦଳ ଏବଂ ସଂଗଠନ ମଧ୍ୟରେ ସମନ୍ୱୟକୁ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଦେଇଛନ୍ତି l ଏହି କ୍ରମରେ ସୋମବାର ରାଜ୍ୟ ମନ୍ତ୍ରିମଣ୍ଡଳରେ ୩ ବରିଷ୍ଠ ନେତାଙ୍କୁ ସାମିଲ କରାଯାଇଛି l ଏହି ନେତା ମାନେ ହେଉଛନ୍ତି – ବିକ୍ରମ କେଶରୀ ଆରୁଖ, ସୁଦାମ ମାର୍ଣ୍ଡି ଏବଂ ସାରଦା ପ୍ରସାଦ ନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ସେମାନଙ୍କୁ ପଦ ଓ…

Read More

ମନମୋହନଙ୍କ ପ୍ରଥମ କାର୍ଯ୍ୟକାରିଣୀରୁ ନିର୍ଯ୍ୟାସ ଶୂନ , ଉତ୍ସାହିତ ହୋଇପାରିଲେନି ରାଜ୍ୟର ଶୀର୍ଷ ଭାଜପା କାର୍ଯ୍ୟକର୍ତ୍ତା

ଭୁବନେଶ୍ୱର : ସାଧାରଣ ନିର୍ବାଚନକୁ ମାତ୍ର ବର୍ଷେ ସମୟ ରହିଛି। ନୂଆ ସଭାପତି ଦାୟିତ୍ୱ ନେବା ପରେ ମନମୋହନ ସାମଲଙ୍କ ନେତୃତ୍ୱରେ ପ୍ରଥମ ଥର ପାଇଁ ରାଜ୍ୟ କାର୍ଯ୍ୟକାରିଣୀ ବସିଛି। ହେଲେ ରଣନୀତି ନେଇ ଭାଜପାର କୌଣସି ସ୍ପଷ୍ଚ ସଙ୍କେତ ମିଳିନାହିଁ। ଚିରାଚରିତ ଭାବେ ଭାଜପା କେନ୍ଦ୍ରୀୟ ଯୋଜନାର ଗୁଣଗାନ ଏବଂ ତାହାକୁ ଲୋକଙ୍କ ପାଖକୁ ନେବା ପାଇଁ ସାଧାରଣରେ ଆହ୍ୱାନ କରିଛି। ନିକଟରେ କର୍ନାଟକ ଏବଂ ଝାରସୁଗୁଡ଼ା ପରାଜୟ. ଏକ ପ୍ରକାର କର୍ମୀଙ୍କୁ ହତୋତ୍ସାହିତ କରିଥିବା…

Read More

ସିଦ୍ଧରାମାୟାଙ୍କ ଶପଥ ଗ୍ରହଣ, ମନ୍ତ୍ରିମଣ୍ଡଳରେ ବିଭିନ୍ନ ବର୍ଗର ପ୍ରତିନିଧିତ୍ୱକୁ ଗୁରୁତ୍ୱ

ବେଙ୍ଗଲୁରୁ : ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ସିଦ୍ଧରାମାୟ କର୍ନାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେହିପରି କେପିସିସି ସଭାପତି ଡି.କେ ଶିବକୁମାର ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏହା ବ୍ୟତୀତ ସାମାଜିକ ସମାକରଣକୁ ଦୃଷ୍ଟିରେ ରଖି 8 ଜଣ ମନ୍ତ୍ରୀଙ୍କୁ ମଧ୍ୟ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥପାଠ କରାଯାଇଛି। ରାଜ୍ୟପାଳ ଥାବର ଚନ୍ଦ୍ର ଗେହଲଟ କର୍ନାଟକର ନୂଆ ସରକାରଙ୍କ ଶପଥପାଠ କରାଇଥିଲେ। ଏହି ଶପଥପାଠ ଉତ୍ସବରୋ ଦେଶର ବିରୋଧି ଦଳ ନେତାମାନଙ୍କୁ…

Read More

ଅଚଳ ହେବ ଦୁଇ ହଜାର ଟଙ୍କିଆ ନୋଟ, ନିଷ୍ପତ୍ତିକୁ ମମତା ଓ କେଜ୍ରିୱାଲଙ୍କ ସମାଲୋଚନା

କୋଲକାତା/ନୂଆଦିଲ୍ଲୀ: ସାଧାରଣ ଜନତାଙ୍କ ଠାରୁ ୨୦୦୦ ଟଙ୍କିଆ ନୋଟ୍‌ ପ୍ରତ୍ୟାହାର କରିନେବା ପାଇଁ କେନ୍ଦ୍ର ସରକାର ନିକଟରେ ନିଷ୍ପତ୍ତି ନେଇଛନ୍ତି l କେନ୍ଦ୍ରର ଏହି ନିଷ୍ପତ୍ତିକୁ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତୀବ୍ର ସମାଲୋଚନା କରି ଛନ୍ତି lଏହି ପଦକ୍ଷେପକୁ ଶ୍ରୀମତୀ ବାନାର୍ଜୀ ‘ବିଲିୟନ୍‌ ଡଲାର୍‌ ଧୋକା’ ବୋଲି କହିଛନ୍ତି। ଅନୁରୂପ ଭାବେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମାଲୋଚନା କରିଛନ୍ତି lଶ୍ରୀ କେଜ୍ରିୱାଲ…

Read More

କାହା ପାଖରେ କିପରି ରହିଛି, ପ୍ଲେ -ଅଫ ସୁଯୋଗ… ଜାଣନ୍ତୁ..

ନୂଆଦିଲ୍ଲୀ : ଆଇପିଏଲ୍‌ର ଷୋଡ଼ଶ ସଂସ୍କରଣ ଏବେ ରୋଚକ ସ୍ଥିତିରେ ରହିଛି l ଏ ପର୍ଯ୍ୟନ୍ତ ମାତ୍ର ଗୋଟିଏ ଦଳ ପ୍ଲେ ଅଫ୍‌ ଖେଳିବା ନିଶ୍ଚିତ ହୋଇଛି। ଗତ ଥରର ବିଜେତା ଗୁଜରାଟ ଟାଇଟନ୍ସ ଏହି ସୌଭାଗ୍ୟ ଲାଭ କରିଛି l ଅପରପକ୍ଷରେ ଦୁଇଟି ଦଳ ଆନୁଷ୍ଠାନିକ ଭାବେ ପ୍ଲେ ଅଫ୍‌ ଦୌଡ଼ରୁ ବାଦ୍‌ ପଡ଼ିଛନ୍ତି। ଏହି ଦୁଇ ଦଳ ହେଲେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ପୂର୍ବ ବିଜେତା ସନ୍‌ରାଇଜର୍ସ ହାଇଦ୍ରାବାଦ। ତେଣୁ ଅବଶିଷ୍ଟ ୩ ପ୍ଲେ…

Read More

ନିଲାମ ହେବ ରାଜ୍ୟର ୧୨ଟି ଗ୍ରାନାଇଟ୍ ଖଣି

ଭୁବନେଶ୍ୱର,୧୯/୫: ରାଜ୍ୟ ସରକାରଙ୍କ ପକ୍ଷରୁ ୧୨ଟି ଗ୍ରାନାଇଟ୍‍ ଖଣିର ନିଲାମ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି। ଏହି ନିଲାମ ପ୍ରକ୍ରିୟାରେ ଆର୍ଥିକ ଟେଣ୍ଡର ଡିଜିଟାଲ ଫର୍ମାଟରେ ହେବାକୁ ଥିବାବେଳେ ଟେକ୍ନିକାଲ ଟେଣ୍ଡର ଉଭୟ ଡିଜିଟାଲ ଏବଂ କାଗଜ ଫର୍ମାଟରେ ହେବା ଇ-ନିଲାମ ପ୍ରକ୍ରିୟାରେ ଅଂଶଗ୍ରହଣ ପାଇଁ ଧାର୍ଯ୍ୟ ତାରିଖ ଏବଂ ସମୟ ସକ୍ରାନ୍ତରେ ଟେଣ୍ଡର କାଗଜପତ୍ରରେ ବିସ୍ତୃତ ଭାବେ ଦର୍ଶାଯାଇଛି । ଆଗ୍ରହୀ ନିଲାମ ଆବେଦନକାରୀମାନେ ଏମଏସଟିସି ଲିମିଟେଡ ୱେବସାଇଟ୍‍ରୁ ଏହା ପାଇପାରିବେ ବୋଲି ଜଣାପଡିଛି ।…

Read More

ଏଏସଓ ନିଯୁକ୍ତି ବିଜ୍ଞପ୍ତି ରଦ୍ଦ କଲେ ହାଇକୋର୍ଟ: ପୁଣି ଥରେ ମେରିଟ୍ ଲିଷ୍ଟ ପ୍ରକାଶ କରିବାକୁ ଓପିଏସସି ନିର୍ଦ୍ଦେଶ

ଭୁବନେଶ୍ୱର: ଏଏସଓ ନିଯୁକ୍ତି ବିଜ୍ଞପ୍ତି ରଦ୍ଦ କଲେ ହାଇକୋର୍ଟ । ହାଇକୋର୍ଟରେ ଏଏସଓ ନିଯୁକ୍ତି ଅନିୟମିତତା ମାମଲାର ଶୁଣାଣୀ ହୋଇଛି । ଓପିଏସସି ଦ୍ୱାରା ପରିଚାଳିତ ଏଏସଓ ପରୀକ୍ଷାର ମେରିଷ୍ଟ ଲିଷ୍ଟକୁ ହାଇକୋର୍ଟ ଖାରଜ କରିଛନ୍ତି । ଅଗଷ୍ଟ ମାସରେ ୭୯୬ଟି ଏଏସଓ ପଦବୀ ପାଇଁ ପରୀକ୍ଷା ହୋଇଥିଲା । ତେବେ ଆଗାମୀ ୨ ମାସ ମଧ୍ୟରେ ପୁନର୍ବାର ସାନି ତାଲିକା ପ୍ରକାଶ କରିବାକୁ ଓପିଏସସିକୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ। ଓଡ଼ିଶା ଉଚ୍ଚ ନ୍ୟାୟାଳୟ…

Read More

ଜୋଫ୍ରାଙ୍କୁ ଟଙ୍କାଟେ ନଦେବା ପାଇଁ କହିଲେ ଗାଭାସ୍କର

ମୁମ୍ବାଇ : ଭାରତୀୟ ପୂର୍ବତନ ବ୍ୟାଟର ଓ ଅଧିନାୟକ ସୁନିଲ ଗାଭାସ୍କର ନିଜର ବୟାନ ପାଇ ସବୁବେଳେ ଚର୍ଚାରେ ଥାଆନ୍ତି । ତେବେ ପୁଣି ଏମିତି ଏକ ମନ୍ତବ୍ୟ ଦେଇଛନ୍ତି ଯାହା ତାଙ୍କୁ ଚର୍ଚାର କେନ୍ଦ୍ର କରିଛି । ଆଇପିଏଲର ୧୬ତମ ସଂସ୍କରଣରେ ମୁମ୍ବାଇ ଇଂଣ୍ଡିଆନ୍ସର ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଆଘାତ କାରଣରୁ ମେ ୯ ତାରିଖରେ ଆଇପିଏଲରୁ ବାଦ୍ ପଡିଛନ୍ତି । ୮ କୋଟିରେ କିଣା ଯାଇଥିବା ଏହି ଖେଳାଳି ଜମା ପାଞ୍ଚଟି ମ୍ୟାଚ୍…

Read More