ବିଜେଡି ନେତାଙ୍କ ସମ୍ପୃକ୍ତି ନଥିଲେ, ଏତେ ବର୍ଷ ଧରି କେମିତି ନକଲି ସାର୍ଟିଫିକେଟ କାରବାର ଚାଲିଲା: ମନମୋହନ ସାମଲ

ଭୁବନେଶ୍ବର: ନକଲି ସାର୍ଟିଫିକେଟ ଘଟଣାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଶ୍ରୀ ସାମଲ କହିଛନ୍ତି, ନକଲି ସାର୍ଟିଫିକେଟ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେଉ। ଦୋଷୀକୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯାଉ। ଏଠି କିଛି ଲୋକ ପିଲାଙ୍କ ଜୀବନ ଓ ଓଡ଼ିଶାର ଭାଗ୍ୟ ସହ ଖେଳୁଛନ୍ତି, ଆଉ ସରକାର ଅନ୍ଧ, ମୂକ ଏବଂ ବଧିର ହୋଇ ବସିଛନ୍ତି। ସରକାର ଯୁବକଙ୍କ ଜୀବନସହ ଖେଳୁଛନ୍ତି ତାହା ବନ୍ଦ ହେବା ଆବଶ୍ୟକ। ଯେଉଁଠି ସାଧାରଣ ଲୋକ…

Read More

ରାହୁଲ ଏସବୁ ଜାରି ରଖିଲେ ଦିନେ କଂଗ୍ରେସ ସାରା ଦେଶରୁ ସଫା ହୋଇଯିବ: ଅମିତ ଶାହା

ଗୌହାଟୀ: ଆଜି ଆସାମର ଦିବ୍ରୁଗଡରେ ବିଜେପି କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଯୋଗ ଦେଇଥିଲେ । ଏହି ସମୟରେ ସେ କର୍ମୀମାନଙ୍କୁ ସମ୍ବୋଧିତ କରିବାବେଳେ କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କ ଉପରେ କଡ଼ା ଆକ୍ରମଣ କରିଥିଲେ। ସେ କହିଛନ୍ତି ଯେ ରାହୁଲ ବାବା ବିଦେଶ ଯାଇ ଦେଶର ବଦନାମ କରୁଛନ୍ତି | ଯଦି ରାହୁଲ ଦେଶକୁ ବଦନାମ କରିବା କାମ ଜାରି ରଖନ୍ତି, ତେବେ ସମଗ୍ର ଦେଶରୁ କଂଗ୍ରେସ ସଫା ହୋଇଯିବ।…

Read More

ଗୋଆରେ ଟିଏମସିକୁ ଲାଗିଲା ଝଟକା: ତୃଣମୂଳ କଂଗ୍ରେସରୁ ଇସ୍ତଫା ଦେଲେ ରାଜ୍ୟସଭା ସାଂସଦ ଲୁଇଜିନ୍ହୋ ଫଲେରୋ

ପାଣାଜୀ: ଆଜି ଗୋଆରେ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସକୁ (ଟିଏମସି) ଏକ ବଡ଼ ଧରଣର ଝଟକା ଲାଗିଛି | ରାଜ୍ୟରେ ଟିଏମସିର ଚେହେରା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଲୁଇଜିନ୍ହୋ ଫଲେରୋ ଦଳରୁ ଇସ୍ତଫା ଦେଇଛନ୍ତି। ଖ୍ରୀଷ୍ଟିଆନ-ପ୍ରାଧାନ୍ୟ ଦକ୍ଷିଣ ଗୋଆରେ ଲୁଇଜିନ୍ହୋ ଫଲେରୋଙ୍କର ଯଥେଷ୍ଟ ପ୍ରଭାବ ରହିଛି | ତେବେ ସେ କାହିଁକି ଇସ୍ତଫା ଦେଲେ ସେନେଇ କିଛି କହି ନାହାଁନ୍ତି। ଲୁଇଜିନ୍ହୋ ଫଲେରୋ ରାଜ୍ୟସଭା ସାଂସଦ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି | ଇସ୍ତଫା ଦେବା…

Read More

୨୦୨୪ରେ ବିଜେପି ୩୦୦ରୁ ଅଧିକ ଲୋକସଭା ଆସନରେ ଜିତି କ୍ଷମତାକୁ ଫେରିବ: ଅମିତ ଶାହା

ଦିିବ୍ରୁଗଡ଼/ ଆସାମ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଦୃଢ଼ୋକ୍ତି ପ୍ରକାଶ କରି କହିଛନ୍ତି ଯେ ଆସନ୍ତା ସାଧାରଣ ନିର୍ବାଚନରେ ବିଜେପି ସମଗ୍ର ଦେଶରେ ୩୦୦ରୁ ଅଧିକ ଲୋକସଭା ଆସନରେ ଜିତିବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କ୍ରମାଗତ ତୃତୀୟ ଥର ପାଇଁ ଦଳ କ୍ଷମତାକୁ ଫେରିବ। ଆସାମର ଦିିବ୍ରୁଗଡ଼ ଠାରେ ଆୟୋଜିତ ଏକ ରାଲିକୁ ସମ୍ବୋଧିତ କରି ଅମିତ ଶାହା କହିଛନ୍ତି ଯେ ଉତ୍ତର-ପୂର୍ବ ରାଜ୍ୟର ୧୪ଟି ଲୋକସଭା ଆସନ ମଧ୍ୟରୁ ଦଳ ୧୨ଟିରେ ବିଜୟୀ…

Read More

କିଏ କରୁଛି ମିଛ ଅପପ୍ରଚାର: ବର୍ଷାଙ୍କ ଅଭିଯୋଗ ପରେ ଅନୁଭବଙ୍କ ଯୁକ୍ତି, ସରକାରୀ ଦସ୍ତାବିଜ ବାବଦରେ ମୁହଁ ତ ଖୋଲ

ଭୁବନେଶ୍ୱର: କିଏ କରୁଛି ମିଛ ଅପପ୍ରଚାର | କିଏ ଆଣୁଛି ମିଛ ଅଭିଯୋଗ | ନିଜ ଦାମ୍ପତ୍ୟ ଜୀବନରେ ଉଠିଥିବା ଝଡକୁ ନେଇ କୋର୍ଟରେ ଲଢେଇ ଚାଲିଥିବାବେଳେ ଏବେ ସାମ୍ନାକୁ ଆସି ନିଜ ପ୍ରତି ହୋଇଥିବା ଅନ୍ୟାୟ-ଅପପ୍ରଚାର ବାବଦରେ ସମସ୍ତଙ୍କୁ କହୁଛନ୍ତି ଷ୍ଟାର ଦମ୍ପତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ। ଗତକାଲି ଏକ କାର୍ଯ୍ୟକ୍ରମରେ ବର୍ଷା କହିଥିଲେ ଯେ, ‘ମୁଁ ପୀଡ଼ିତା। ମୋ ନାମରେ ମିଥ୍ୟା ଅପପ୍ରଚାର କରାଗଲା। ଏ ଜୀବନ ଅନିଶ୍ଚିତ | ଜୀବନରେ…

Read More

ଲେଖାପଢ଼ା ଜଣାନାହିଁ ବୋଲି ରଦ୍ଦ ହେଲା ସରପଞ୍ଚଙ୍କ ପଦ

ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କୁନ୍ଦେଇ ଗ୍ରାମପଂଚାୟତର ସରପଞ୍ଚଙ୍କ ପଦ ଆଜି ରଦ୍ଦ ହୋଇଥିବା ଜଣାପଡିଛି। ୨୦୨୨ ପଞ୍ଚାୟତ ନିର୍ବାଚନରେ କୁନ୍ଦେଇ ସରପଞ୍ଚ ଭାବେ ବିଜୟ ଲାଭ କରିଥିବା ସୁନୀତା ବାଈ ଗଣ୍ଡଙ୍କୁ ଲେଖାପଢା ଜଣାନାହିଁ ବୋଲି ତାଙ୍କ ନାମରେ ପୂର୍ବତନ ସରପଞ୍ଚ ସନରାଜ ଗଣ୍ଡଙ୍କ ପତ୍ନୀ ରଞ୍ଜିତା ମାଝୀ ରାଇଘର ସିଭିଲ୍ କୋର୍ଟରେ ପିଟିସନ ଦାୟର କରିଥିଲେ। ଆଜି ଏହାର ଶୁଣାଣି ହୋଇଥିବା ବେଳେ କୋର୍ଟ ପ୍ରଶାସନକୁ କୁନ୍ଦେଇ ପଂଚାୟତର ସରପଞ୍ଚ ପଦ…

Read More

ଏପ୍ରିଲ ୧୨ରୁ ୧୬ ଯାଏଁ ରାଜ୍ୟର ସବୁ ସ୍କୁଲ, ଅଙ୍ଗନବାଡ଼ି ଛୁଟି

ଭୁ‌ବନେଶ୍ବର: ଏପ୍ରିଲ ୧୨ ତାରିଖ ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସବୁ ସ୍କୁଲ ଛୁଟି ରହିବ। ସ୍କୁଲଗୁଡ଼ିକ ସହିତ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକ ମଧ୍ୟ ଏହି ସମୟରେ ବନ୍ଦ ରହିବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ଏହି ଛୁଟି ଘୋଷଣା କରିଛନ୍ତି। ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଜାପାନ ଗସ୍ତ ଶେଷ କରି ମୁଖ୍ୟମନ୍ତ୍ରୀ ଓଡ଼ିଶା ଫେରିଲା ପରେ ଆଜି ସନ୍ଧ୍ୟା ସମୟରେ ବରିଷ୍ଠ ଅଧିକାରୀଙ୍କ ସହିତ ସମୀକ୍ଷା…

Read More

ଏପ୍ରିଲ ୧୫ରୁ ସାମୁଦ୍ରିକ ମାଛଧରା ଉପରେ କଟକଣା; ୬୦ ଦିନ ଘରେ ବସିବେ ହଜାରହଜାର ମତ୍ସ୍ୟଜୀବୀ

ବାଲେଶ୍ବର/ଚାନ୍ଦିପୁର: ଏପ୍ରିଲ ୧୫ରୁ ଜୁନ୍‌ ୧୪ ତାରିଖ ପର୍ଯ୍ୟନ୍ତ ସମୁଦ୍ରରେ ମାଛ ଧରା ବନ୍ଦ ରହିବ। ଦୁଇମାସ ଧରି ମତ୍ସ୍ୟଜୀବୀ ସମୁଦ୍ର ଭିତରକୁ ଯିବା ନେଇ କଟକଣା ଲାଗୁ ହେବ। ଏହି ସମୟରେ ମାଛମାନଙ୍କର ପ୍ରଜନନ ଋତୁ ଆରମ୍ଭ ହେଉଥିବା ଯୋଗୁ ସବୁ ବର୍ଷ ଏହି ସମୟରେ କେନ୍ଦ୍ର ସରକାରଙ୍କ ମତ୍ସ୍ୟ ସମ୍ପଦ ମନ୍ତ୍ରଣାଳୟ ପକ୍ଷରୁ ମତ୍ସ୍ୟଜୀବୀଙ୍କ ସମୁଦ୍ର ପ୍ରବେଶ ଉପରେ କଟକଣା ଲାଗୁ ହୋଇଥାଏ। ତେବେ ସରକାରଙ୍କ ଏହି କଟକଣାରେ ପରିବର୍ତ୍ତନ ଦାବି କରି ମତ୍ସ୍ୟଜୀବୀମାନେ…

Read More

ପୁଲିସ ହେପାଜତରୁ ମଧ୍ୟାହ୍ନରେ ଚମ୍ପଟ ମାରିଲା ବିଚାରାଧୀନ କଏଦୀ, ଅପରାହ୍ନରେ ଗିରଫ

ନବରଙ୍ଗପୁର: ନବରଙ୍ଗପୁର ଉପକାରଗାରର ଫାଟକ ନିକଟରୁ ଜଣେ ବିଚରାଧୀନ ବନ୍ଦୀ ଆଜି ମଧ୍ୟାହ୍ନରେ ଫେରାର ହୋଇଥିବା ବେଳେ ପୁଣି ଅପରାହ୍ନରେ କାବୁ କରିବାରେ ସଫଳ ହୋଇଛି ପୁଲିସ। ଫେରାର କଏଦୀର ନା ଲୁକୁ ଭୂମିଆ ବୋଲି ପୁଲିସ ସୂତ୍ରରୁ ପ୍ରକାଶ। ତେବେ ପୁଲିସ ହେପାଜତରୁ ଫେରାର ହୋଇଥିବା କଏଦୀ ପୁଣି ଅପରାହ୍ନରେ ପୁଲିସ ହାତରେ ଧରା ପଡ଼ି ଥାନାକୁ ନିଆଯାଇଥିବା ସୂଚନା ମିଳିଛି । ନବରଙ୍ଗପୁର: ନବରଙ୍ଗପୁର ଉପକାରଗାରର ଫାଟକ ନିକଟରୁ ଜଣେ ବିଚରାଧୀନ ବନ୍ଦୀ ଆଜି…

Read More

ଲାଂଚ ମାମଲାରେ ଏଆରଆଇଙ୍କୁ ୨ବର୍ଷ ସଶ୍ରମ କାରାଦଣ୍ଡ

ଜୟପୁର: ୨ଜଣ ମାଟ୍ରିକ୍‌ ପାସ କରିଥିବା ଛାତ୍ରୀଙ୍କ ବିବିଧ ପ୍ରମାଣପତ୍ରର ତଦନ୍ତ କରି ରିପୋର୍ଟ ଦେବା ପାଇଁ ଲାଂଚ ନେବା ମାମଲାର ବିଚାର କରିଛନ୍ତି ଜୟପୁର ସ୍ବତନ୍ତ୍ର ଭିଜିଲାନସ୍ ଜଜ୍ ରାଜେଶ ଏକ୍କା। ଅଭିଯୁକ୍ତ ଥିବା ତତ୍କାଳୀନ ହରଡାଫୁଟର ଭାରପ୍ରାପ୍ତ ଏଆରଆଇ ନାରାୟଣ ଗୋଲରୀଙ୍କୁ ଦୁଇ ବର୍ଷ ସଶ୍ରମ କାରା ଦଣ୍ଡ ସହ ୧୦ହଜାର ଟଙ୍କା ଜରିମାନା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଆଉ ୬ମାସ ସଶ୍ରମ କାରାଦଣ୍ଡ ନିମନ୍ତେ ରାୟରେ ଉଲ୍ଲେଖ…

Read More