
ପାକିସ୍ତାନରେ ବଡ଼ ଧରଣର ବିସ୍ପୋରଣ,୨୦ ରୁ ଅଧିକ ମୃତ
ନୂଆଦିଲ୍ଲୀ: ପାକିସ୍ତାନରେ ପୁଣି ଥରେ ଏକ ବଡ଼ ବିସ୍ଫୋରଣ ଘଟିଛି। କ୍ୱେଟାରେ ବିସ୍ଫୋରଣ ହୋଇଥିବା ଖବର ସାମ୍ନାକୁ ଆସିଛି। ଏହି ବିସ୍ଫୋରଣରେ ୨୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ଏବଂ ପ୍ରାୟ ୩୦ ଜଣ ଆହତ ହୋଇଥିବା ଖବର ରହିଛି। ପାକିସ୍ତାନୀ ଗଣମାଧ୍ୟମର ସୂଚନା ଅନୁଯାୟୀ, ଏହି ବୋମା ବିସ୍ଫୋରଣ କ୍ୱେଟା ରେଳ ଷ୍ଟେସନ ନିକଟରେ ଘଟିଛି। ଟ୍ରେନ୍ ପ୍ଲାଟଫର୍ମରେ ପହଞ୍ଚିବାର କିଛି ସମୟ ପୂର୍ବରୁ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ସମୟରେ ପ୍ଲାଟଫର୍ମରେ ଯାତ୍ରୀମାନଙ୍କ ଭିଡ଼ ଜମିଥିଲା।…